ବିହାରରେ ଏସଆଇଆର ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ନିର୍ବାଚନ କମିସନଙ୍କ ନିଷ୍ପତ୍ତି ବିରୋଧରେ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆଧାର କାର୍ଡକୁ ନିର୍ବାଚନ ଅଧିକାରୀମାନେ ଦ୍ୱାଦଶ ଡକ୍ୟୁମେଣ୍ଟ ଭାବରେ ବିବେଚନା କରିବେ। ଅଧିକାରୀମାନଙ୍କୁ ଆଧାର କାର୍ଡର ପ୍ରାମାଣିକତା ଏବଂ ବାସ୍ତବତା ଯାଞ୍ଚ କରିବାର ଅଧିକାର ରହିବ। ସୁପ୍ରିମକୋର୍ଟ କହିଛନ୍ତି ଯେ ଏହାକୁ ନାଗରିକତାର ପ୍ରମାଣ ଭାବରେ ଗ୍ରହଣ କରାଯିବ ନାହିଁ। ନିର୍ବାଚନ କମିଶନ ଏହି ନିର୍ଦ୍ଦେଶର ସୂଚନା ତାଙ୍କ ୱେବସାଇଟରେ […]
ଏସିଆ କପ ୨୦୨୫ରେ ଭାରତୀୟ ଦଳର ଜର୍ସିରେ କୌଣସି ପ୍ରାୟୋଜକ ରହିବ ନାହିଁ। ଅନଲାଇନ ଗେମିଂ କମ୍ପାନୀ ଡ୍ରିମ୧୧ ବିସିସିଆଇ ସହିତ ତାର ପ୍ରାୟୋଜକ ଚୁକ୍ତି ସମାପ୍ତ କରିଛି। ଭାରତୀୟ କ୍ରିକେଟ ଦଳ ତାର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଏସିଆ କପ ପାଇଁ ଟିମ ଇଣ୍ଡିଆର ନୂତନ ଜର୍ସି ଶେୟାର କରିଛି। ଟିମ ଇଣ୍ଡିଆ ସେପ୍ଟେମ୍ବର ୧୦ରେ ୟୁନାଇଟେଡ ଆରବ ଏମିରେଟ୍ସ (UAE) ବିପକ୍ଷରେ ଏସିଆ କପରେ ପ୍ରଥମ ମ୍ୟାଚ ଖେଳିବ। ୮ଟି ଦେଶକୁ […]
ଓଡ଼ିଆ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ଅସୁସ୍ଥ । ସୂଚନା ଅନୁସାରେ, ଲିଭର ଜନିତ ସମସ୍ୟା ଯୋଗୁଁ ଅସୁସ୍ଥ ହୋଇଥିବାରୁ ଅଭିଜିତଙ୍କୁ ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲରେ ପରେ ଏମ୍ସରେ ଭର୍ତ୍ତି କରାଯାଇଛି । ତେବେ ସେ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ଫ୍ୟାନ୍ସ ସମେତ ସେଲିବ୍ରିଟି ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ରବିବାର ଦିନ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ର ଆଙ୍କିଛନ୍ତି […]
୨ ଦିନ ମଧ୍ୟରେ ଭଦ୍ର ଚୋରକୁ ଧରିଛି ଦିଲ୍ଲୀ ପୁଲିସ | ଦିଲ୍ଲୀରେ ଏକ କୋଟି ଟଙ୍କାର କଳସ ଚୋରି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ପୁଲିସ ଆଜି ଗିରଫ କରିଛି | ବାସ୍ତବରେ କଳସ ଚୋରି ମାମଲା ସାମ୍ନାକୁ ଆସିବା ମାତ୍ରେ ପୁଲିସ ତୁରନ୍ତ ସକ୍ରିୟ ହୋଇପଡିଥିଲା |ଆଉ ୪୮ ଘଣ୍ଟା ମଧ୍ୟରେ ଚୋରକୁ ଗିରଫ କରାଯାଇଛି। କଳସ ଚୋରି କରିଥିବା ଚୋର ହାପୁର ପଳାଇ ଯାଇଥିଲା ଓ ପୋଲିସ ତାକୁ ସେଠାରୁ ଗିରଫ କରି […]
ଆଜିଠୁ ରାଜ୍ୟପାଳଙ୍କ ୪ ଦିନିଆ କୋରାପୁଟ ଓ ମାଲକାନଗିରି ଗସ୍ତ । ଜୟପୁର ବିମାନ ବନ୍ଦରରେ ପହଞ୍ଚି ସିଧା କୋରାପୁଟ ଯିବେ । କୋରାପୁଟ କଫି ବୋର୍ଡ ଯିବେ ରାଜ୍ୟପାଳ । କଫି ଚାଷୀ ଓ ଅଧିକାରୀଙ୍କ ସହ ଆଲୋଚନା କରିବେ । ନାଲକୋ, ହାଲ ଅଧିକାରୀଙ୍କ ସହ ଆଲୋଚନା କରିବେ । କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଅଧିକାରୀଙ୍କ ସହ ଆଲୋଚନା କରିବେ । ସନ୍ଧ୍ୟାରେ ଶାବର ଶ୍ରୀକ୍ଷେତ୍ର ଗସ୍ତ କରି ଶ୍ରୀଜିଉଙ୍କ ଦର୍ଶ ନ କରିବେ […]
ଆଇନ ନିର୍ମାଣକୁ ନେଇ କଠୋର ହେଲା ନଗର ଉନ୍ନୟନ ବିଭାଗ । ବିଲଡିଂ ପ୍ଲାନ ଉଲ୍ଲଘଂନ କଲେ ହେବ କାର୍ଯ୍ୟାନୁଷ୍ଠାନ । ସୁପ୍ରିମକୋର୍ଟଙ୍କ ଉଦବେଗ ପରେ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ।ଏଣିକି କୋଠାବାଡ଼ି ପ୍ଲାନ୍ ଅନୁମୋଦନ ପୂର୍ବରୁ ବିଲ୍ଡର୍ସ କିମ୍ବା ବ୍ୟକ୍ତିଗତଙ୍କଠାରୁ ଅକୁପେସନ ସାର୍ଟିଫିକେଟ୍(ଓସି) ଦେବା ସଂକ୍ରାନ୍ତରେ ଅଣ୍ଡରଟେକିଂ ରଖାଯିବା ବାଧ୍ୟତାମୂଳକ ହେବ । ଏହା ସହ ନିର୍ମାଣାଧୀନ ସ୍ଥାନରେ ଅନୁମୋଦିତ ଯୋଜନା ତଥା ନିର୍ମାଣ ନକ୍ସା […]
ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବନି ବିଜେଡି । ମତଦାନରୁ ବିରତ ରହିବ ବିଜୁ ଜନତା ଦଳ ।ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ଏନଡିଏରୁ ସିପି ରାଧାକ୍ରିଷ୍ଣନ ଓ ଇଣ୍ଡିଆ ମେଣ୍ଟରୁ ବି. ସୁଦର୍ଶନ ରେଡ୍ଡୀ ପ୍ରାର୍ଥୀ ଅଛନ୍ତି ।ଓଡ଼ିଶାରେ ଲୋକସଭାର ୨୦ ସାଂସଦ ବିଜେପିର। ତେଣୁ ଓଡ଼ିଶାରୁ ଏନ୍ଡିଏ ପ୍ରାର୍ଥୀ ଭୋଟ୍ ପାଇବାରେ ଅସୁବିଧା ନାହିଁ। ତେବେ ରାଜ୍ୟସଭାରେ ଏବେ ବି ବିଜେଡିର ସଂଖ୍ୟା ଅଧିକ। ବିଜେଡିର ୭ ଓ ବିଜେପିର ୩ ସଦସ୍ୟ […]
ପରଲୋକରେ ପୂର୍ବତନ ମନ୍ତ୍ରୀ ରୋଜେନ୍ଦ୍ର ଢୋଲକିଆ । ୬୯ ବର୍ଷ ବୟସରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ହୋଇଛି । ଚେନ୍ନାଇ ସ୍ଥିତ ଘରୋଇ ହସ୍ପିଟାଲରେ ସେ ଆଜି ଆଖି ବୁଝିଛନ୍ତି । ୪ ଥରର ବିଧାୟକ ହୋଇଛନ୍ତି ରାଜେନ୍ଦ୍ର ଡ଼ୋଲକିଆ । ୧୯୫୬ ମସିହାର ନଭେମ୍ବର ୨୦ ତାରିଖରେ ରାଜେନ୍ଦ୍ର ଢୋଲକିଆଙ୍କ ଜନ୍ମ । ବାପାଙ୍କ ନାମ ରସିକଲାଲ ଢୋଲକିଆ ଓ ପତ୍ନୀଙ୍କ ନାମ କଳ୍ପନା ଢୋଲକିଆ । ୨୦୦୪, ୨୦୦୯ ଓ ୨୦୧୯ […]
ଦାମୀ କାର୍…ଆଉ କାର୍ରେ ସୁନ୍ଦରୀ ଯୁବତୀ । ସାଥିରେ ଥିଲେ ଦୁଇ ଜଣ ଯୁବକ।ଏକାଠି କରୁଥିଲେ ଗଞ୍ଜେଇ ଚାଲାଣ ।ସୁବର୍ଣ୍ଣପୁର ଜିଲ୍ଲାରେ ଅପରେସନ ପ୍ରହାରକୁ ସଫଳତା । କାର୍ରେ ଗଞ୍ଜେଇ ଚୋରାଚାଲାଣ ବେଳେ ଧରିଲା ବିନିକା ପୁଲିସ । ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ଚେକିଙ୍ଗ୍ କରୁଥିଲା । ଏହି ସମୟରେ ଏକ ନମ୍ବର ବିହୀନ ଗାଡ଼ି ଉପରେ ସନ୍ଦେହ ହେବାରୁ ଗାଡି ଅଟକାଇବାକୁ କହିଥିଲା । […]
ଦୁଇ ଦୁଇ ଥର ପରୀକ୍ଷା ସ୍ଥଗିତ ହେବା ପରେ ଏବେ ସେପ୍ଟେମ୍ବର ୨୭ରେ ହେବ ସ୍ପେଶାଲ୍ OTET ପରୀକ୍ଷା । ଦୁଇଟି ସିଟିଂରେ ହେବ ସ୍ପେଶାଲ୍ OTET ପରୀକ୍ଷା । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ। ପରୀକ୍ଷାର୍ଥୀମାନେ ବିନା ଦ୍ବନ୍ଦ୍ବ ଓ ବିନା ଭୟରେ ପରୀକ୍ଷା ଦେବାକୁ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି। ଶ୍ରୀ ତରାଇ କହିଛନ୍ତି ଯେ, ପରୀକ୍ଷାରେ ବିଭ୍ରାଟ […]
ବାଣୀବିହାର ହଷ୍ଟେଲ ହେବ ଅଣଛାତ୍ର ମୁକ୍ତ। ହଷ୍ଟେଲ ଖାଲି କରିବ କମିଶନରେଟ ପୋଲିସ। ହଷ୍ଟେଲ ଖାଲି ପାଇଁ ଆରମ୍ଭ ହେଲା ପ୍ରସ୍ତୁତି। ବାଣୀବିହାର କ୍ୟାମ୍ପସରେ ଚାପା ଉତ୍ତେଜନା । ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ୧୦ ପ୍ଲାଟୁନ ଫୋର୍ସ ମୁତୟନ । ଦିନ ୧୦.୩୦ମିନିଟ୍ ପରଠୁ ବିଭିନ୍ନ ହଷ୍ଟେଲରେ ଛାପା ମାରିବା ଆରମ୍ଭ କରିଛି । ଉତ୍କଳ ୟୁନିଭର୍ସିଟି ହଷ୍ଟେଲ ୧, ୨, ୩ ଓ ୫ ହଷ୍ଟେଲରୁ ବିଦା ହେବେ ଅଣଛାତ୍ର । ପୁଲିସ ଅଧିକାରୀଙ୍କ […]
ମାନବିକତା ଭୁଲିଗଲେ ବସ୍ କଣ୍ଡକ୍ଟର । ୧୦ ଟଙ୍କା ଭଡା ଦେଲେନି ବୋଲି ଦୁଇ ନାବାଳକ ଭାଇଙ୍କୁ ୨୫ କିଲୋମିଟର ବୁଲାଇଲା ଲକ୍ଷ୍ମୀ ବସ୍ । ୨ ଘଣ୍ଟା ପରେ ବସକୁ ଅଟକାଇ ଦୁଇ ଭାଇଙ୍କୁ ଉଦ୍ଧାର କଲେ ପରିବାରବର୍ଗ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ବେତନଟୀ ବ୍ଲକର ବୈଶିଙ୍ଗା ବଜାରରେ । ବୈଶିଙ୍ଗା ଗାଁର ସରୋଜ ପୁଥାଳଙ୍କ ନାବାଳକ ପୁଅ ପୀୟୂଷ ଓ ନଡ଼ପୁର ଗାଁର ବ୍ରଜମୋହନ ବେହେରାଙ୍କ ପୁଅ ରୋହିତ […]
