ବିଜେଡିର ବଡ଼ କାର୍ଯ୍ୟାନୁଷ୍ଠାନ। ଦଳ ବିରୋଧି କାର୍ଯ୍ୟ ଯୋଗୁ ୨ ବିଧାୟକଙ୍କୁ ସସ୍ପେଣ୍ଡ (ନିଲମ୍ବନ) କଲେ ସୁପ୍ରିମୋ ନବୀନ।ପାଟକୁରା ବିଧାୟକ ତଥା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପ୍ରୁଅ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ଦଳର ସୁପ୍ରିମୋଙ୍କ ଏଭଳି ନିଷ୍ପତ୍ତି ପରେ ବିଜେଡି ଭିତରେ କମ୍ପନ ଦେଖିବାକୁ ମିଳିଛି । ଏହି ଦୁଇନେତା ବାରମ୍ବାର ବିଜେଡି ଓ ଦଳର ସୁପ୍ରିମୋଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଉଥିବା […]
ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ବାଛୁରୀ ବାଙ୍କ ଗ୍ରାମର ମୁଷା ନାୟକ ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଇଥିବାବେଳେ ଏକ ନବଜାତ ଶିଶୁପୁତ୍ରକୁ ବୁଦାରେ ପଡ଼ିଥିବା ଦେଖିଥିଲେ । ଶିଶୁପୁତ୍ରକୁ ଉଦ୍ଧାର କରି ଆଣି ସେ ଗ୍ରାମବାସୀ, ସ୍ଥାନୀୟ ଆଶା ଓ ଆଙ୍ଗନଓ୍ବାଡ଼ି କର୍ମୀଙ୍କ ସମେତ ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କୁ ମଧ୍ୟ ଜଣାଇଥିଲେ । ମୁଷା ନିଜ ବାହାଘରର ୧୮ ବର୍ଷ ପରେ ମଧ୍ୟ ନିସନ୍ତାନ ଥିବାରୁ ଗ୍ରାମବାସୀଙ୍କ କହିବା ଅନୁଯାୟୀ ସେ ଓ ତାଙ୍କ […]
ସୁନ୍ଦରଗଡ଼ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜାମପାଲିରେ ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ମୃତ ଯୁବକ ଜଣକ ରାଜଗାଙ୍ଗପୁର ରାଣୀବନ୍ଦ ଅଞ୍ଚଳର ବିକାଶ ମହ।ନନ୍ଦିଆ ବୋଲି ଜଣାପଡିଛି ।ବିକାଶ ଜାମପାଲି ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ହେଲେ ଗୁରୁବାର ଯୁବତୀଙ୍କ ଘର ସମ୍ମୁଖରେ ରହିଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ ।ମୃତକଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଯୁବକ […]
ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯିବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୫-୨୬ । ବିଭିନ୍ନ ପୁରସ୍କାର ପାଇଁ ଆବେଦନ ସମୟସୀମା ଆସନ୍ତା ୨୦ ଜାନୁୟାରୀ ୨୦୨୬ ଯାଏଁ ବୃଦ୍ଧି ହୋଇଛି । ଏଥିପାଇଁ ଆବେଦନ କରିବାକୁ ହେଲେ “ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର”ର Website https://msp.odisha.gov.in କୁ ଯାଇ ଆବେଦନ କରିବାକୁ ହେବ ।ଏହି ବର୍ଗରେ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ପୁରସ୍କାର, ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପୁରସ୍କାର, ଗ୍ରାମପଞ୍ଚାୟତ ପୁରସ୍କାର, ପୁରାତନ ଛାତ୍ରଛାତ୍ରୀ କମିଟି ପୁରସ୍କାର, ଜିଲ୍ଲା ପୁରସ୍କାର, ବ୍ଲକ୍ […]
ଓଡ଼ିଶା ଓପନ ଚେସ ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱର,(ଓଡ଼ିଶା ଦର୍ପଣ): ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍,ଇ-ସ୍ପୋର୍ଟସ୍ ଆସୋସିଏସନ୍ ଅଫ୍ ଓଡ଼ିଶାର ମିଳିତ ଆନୁକୂଲ୍ୟ ଏବଂ ସୋଆ ବିଶ୍ୱବିଦ୍ୟାଳୟର ସହଯୋଗରେ ସୋଆ କ୍ୟାମ୍ପସ-୨ ଠାରେ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ମର୍ଯ୍ୟାଦାଜନକ ୧୬ତମ ଓଡ଼ିଶା ଓପନ ଅନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟର୍ସ ଚେସ୍ ଫେଷ୍ଟିଭାଲ। ଏହି ଚେସ୍ ପ୍ରତିଯୋଗିତାରେ ୨୦ଟି ରାଷ୍ଟ୍ରର ବିଶିଷ୍ଟ ଗ୍ରାଣ୍ଡମାଷ୍ଟର ତଥା ୧୨ ଶହରୁ ଉର୍ଦ୍ଧ୍ଵ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ସମ୍ ହସ୍ପିଟାଲ ପାଖରେ ଥିବା […]
ଅଶ୍ଳୀଳ ନାଚ ପାଇଁ ଗିରଫ ହୋଇପାରନ୍ତି ନିଶା ମହାରଣା । ସଦର ଥାନାରେ ମାମଲା ରୁଜୁ ପରେ ବଢିଲା ଗିରଫ ସମ୍ଭାବନା । ୧୨ ତାରିଖରେ ଚନ୍ଦନଭାଟିରେ ଅଶ୍ଳୀଳ ନୃତ୍ୟ ଅଭିଯୋଗରେ ମାମଲା ରୁଜୁ ହୋଇଛି । ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ୨ ଆୟୋଜକଙ୍କୁ ପୋଲିସ ଅଟକ ରଖିବା ପରେ ନିଶାଙ୍କ ସମସ୍ୟା ବଢିଛି ।ଗୋଟିଏ ଟିମ ଭୁବନେଶ୍ୱର ଆସି ନିଶାଙ୍କୁ ଖୋଜୁଥିବା ସୂଚନା ମିଳିଛି ।୧୨ ତାରିଖରେ ଚନ୍ଦନଭାଟିରେ […]
ନିବେଶକ ଓ ପର୍ଯ୍ୟଟନ ପ୍ରେମୀଙ୍କ ପାଇଁ ବଡ଼ ଖବର ! ଖୁବ୍ଶୀଘ୍ର ଭାରତର ଏକ ବଡ଼ ପର୍ଯ୍ୟଟନ ନିବେଶ କେନ୍ଦ୍ର ହେବାକୁ ଯାଉଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ପର୍ଯ୍ୟଟନ (ସଂଶୋଧିତ) ନୀତି–୨୦୨୬ ଆଣିଛନ୍ତି ରାଜ୍ୟ ସରକାର ।ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ଗତି ଦେବା ଲକ୍ଷ୍ୟରେ ସଂଶୋଧନ ହୋଇଛି ଓଡ଼ିଶା ପର୍ଯ୍ୟଟନ ନୀତି । ସଂଶୋଧିତ ପର୍ଯ୍ୟଟନ ନୀତି ରାଜ୍ୟର ଭିଜନ ୨୦୩୬ ଓ ୨୦୪୭ ସହ ସମନ୍ୱୟ ରଖି […]
ଇଣ୍ଡିଗୋ ଏୟାରଲାଇନ୍ସ ଏହାର ଯାତ୍ରୀମାନଙ୍କ ପାଇଁ ଏକ ଚମତ୍କାର ନୂତନ ବର୍ଷର ସେଲ୍ ‘Sail into 2026’ ଘୋଷଣା କରିଛି । ଏହି ସେଲରେ କେବଳ ବୟସ୍କମାନଙ୍କ ପାଇଁ ନୁହେଁ ବରଂ ପିଲାମାନଙ୍କ ପାଇଁ ମଧ୍ୟ ବିଶେଷ ଅଫର୍ ରହିଛି ।ଯଦି ଆପଣ ଇଣ୍ଡିଗୋର ସିଧାସଳଖ ଚ୍ୟାନେଲ୍, ଯେପରିକି ଏହାର ୱେବସାଇଟ୍ କିମ୍ବା ଆପ୍ ମାଧ୍ୟମରେ ସିଧାସଳଖ ଏକ ଘରୋଇ ବିମାନ ବୁକ୍ କରନ୍ତି, ତେବେ ୦-୨୪ ମାସ ବୟସର ପିଲାମାନେ ମାତ୍ର ୧ଟଙ୍କାରେ ଯାତ୍ରା କରିପାରିବେ […]
ପୁରୀରେ ଶିଳ୍ପା ସେଟ୍ଟୀ । ପରିବାର ସହ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସିଛନ୍ତି ବଲିଉଡ୍ ଅଭିନେତ୍ରୀ ।ଏକ ଜାତୀୟ ଗଣମାଧ୍ୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ଆସିଛନ୍ତି ଶିଳ୍ପା ସେଟ୍ଟୀ । ତେବେ ଓଡ଼ିଶାରେ ପହଞ୍ଚିବା ପରେ ଶିଳ୍ପା ସେଟ୍ଟୀ ପ୍ରଥମେ ପୁରୀ ଗସ୍ତରେ ଯାଇଛନ୍ତି । ମା ସୁନନ୍ଦା ସେଟ୍ଟୀ, ଭଉଣୀ ସମିତ ସେଟ୍ଟୀଙ୍କ ସହିତ ବଡ଼ଦେଉଳ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।। କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିର ସିଂହଦ୍ବାର ଠାରେ ପହଞ୍ଚିବା […]
ଆଉ ନାହାନ୍ତି ଲୋକ ଗୀତ ଗାଇକା କୁନି ଛତ୍ରିଆ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେଲଭର୍ତ୍ତି କରାଯାଇଥିଲା । ପରେ ସମ୍ବଲପୁର ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଦୀର୍ଘ ଦିନର ଚିକିତ୍ସା ପରେ ଆଖି ବୁଜିଥିଲେ କୁନି ଛତ୍ରିଆ ।କୁନି ଘୁଡୁକାର ଥିଲେ ସ୍ୱର। ତୁଷୁରାର ସୁନାମ ଧନ୍ୟ କଳାକାର ବଡ଼ ଛତ୍ରୀଆଙ୍କ ସ୍ତ୍ରୀ ଥିଲେ କୁନି। […]
ମାଟ୍ରିମୋନି ସାଇଟ୍ରେ ମିଛ ବିବାହ ପ୍ରତିଶ୍ରୁତି । ସାନ ଭାଇ ସହ ବାହାଘର କରାଇବାକୁ କହି ଯୁବତୀଙ୍କୁ ଠକେଇ । ୨୨ ଲକ୍ଷ ଟଙ୍କାର ଚୂନ ଲଗାଇଲେ ନକଲି ଡାକ୍ତର । ଆଉ ଶେଷରେ ଧରାପଡି ବନ୍ଧାହେଲେ ଠକ ଡାକ୍ତର ରଞ୍ଜୀବ କୁମାର ପ୍ରଧାନ । ସୂଚନାମୁତାବକ ୨୦୨୧ରେ ମାଟ୍ରିମୋନି ସାଇଟ୍ରେ ଅଭିଯୁକ୍ତ ନିଜକୁ ଡକ୍ଟର ପ୍ରକାଶ ପ୍ରଧାନ କହିବା ସହିତ ନିଜ ସାନଭାଇ ତୁଷାର ପ୍ରଧାନ ସହ ବିବାହ ପାଇଁ ଅଭିଯୋଗକାରିଣୀ ସହ ଯୋଗାଯୋଗରେ ଆସିଥିଲା […]
ପୁରୀ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ନେବା ଭିଡିଓ ଭାଇରାଲ୍ । ଆନନ୍ଦବଜାରରେ ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ଫୋନ୍ରେ ଗପିବାର ଭିଡିଓ ଭାଇରାଲ ହୋଇଛି । ଆନନ୍ଦ ବଜାରରେ ଜଣେ ବ୍ୟକ୍ତି ଫୋନ୍ ରେ କଥା ହେଉଥିବା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍ ବ୍ୟବହାର ଉପରେ ବାରଣ ରହିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୋବାଇଲ ଫୋନ୍ ଉପରେ ବାରଣ କରାଯାଇଛି। ଶ୍ରୀମନ୍ଦିର ଭିତରକୁ କିଭଳି ଗଲା ମୋବାଇଲ ଫୋନ୍ ତାକୁ ନେଇ ଉଠିଛି […]
