author

୩ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ଆଇନ ମନ୍ତ୍ରୀ

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ଼ ସୂଚନା । ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ।ଧାଡ଼ି ଦର୍ଶନ ଆବଶ୍ୟକତା ନେଇ ବିସ୍ତୃତ ଆଲୋଚନା ହେବ’ ।ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ନୂତନ କମିଟିର ଏହା ପ୍ରଥମ ବୈଠକ । ବୈଠକରେ ନୂତନ ସବ୍ କମିଟି ଗଠନ ହେବ । ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା, ରତ୍ନଭଣ୍ଡାର ଗଣତି, ମଣତି ସହ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା […]

ଆଜି ସାରା ଦେଶ ପାଳୁଛି ଜାତୀୟ କ୍ରୀଡ଼ା ଦିବସ

ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖକୁ ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର୍ ଧ୍ୟାନଚାନ୍ଦଙ୍କ ଜନ୍ମଦିବସକୁ ‘ଜାତୀୟ କ୍ରୀଡ଼ା ଦିବସ’ ଭାବେ ପାଳନ କରାଯାଉଛି। ଜୀବନରେ କ୍ରୀଡ଼ାର ଗୁରୁତ୍ବପୂର୍ଣ୍ଣ ଭୂମିକା ବାବଦରେ ଏହି ଦିବସ ସଚେତନ କରାଇଥାଏ। ଏହାସହ ସ୍ବାସ୍ଥ୍ୟ ସଚେତନ ଦୃଷ୍ଟିରୁ ବିଭିନ୍ନ କ୍ରୀଡ଼ାରେ ସାମିଲ ହେବା ନେଇ ଏହି ଦିବସ ଲୋକଙ୍କୁ ପ୍ରୋତ୍ସାହିତ କରିଥାଏ। ଉଲ୍ଲେଖଯୋଗ୍ୟ, ଭାରତୀୟ ହକିର କିଂବଦନ୍ତି ପୁରୁଷ ମେଜର ଧ୍ୟାନଚାନ୍ଦ ସିଂହ ୧୯୦୫ ଅଗଷ୍ଟ ୨୯ରେ ଜନ୍ମ ହୋଇଥିଲେ। ଆନ୍ତର୍ଜାତିକ ହକିରେ […]

ଆସନ୍ତା ୭ ତାରିଖରେ ଚନ୍ଦ୍ରଗ୍ରହଣ,ରାଜ୍ୟ ପାଇଁ ଅଶୁଭ ବେଳା ?

୨୦୨୫ ସେପ୍ଟେମ୍ବର ୭ ପରେ ୨୦୨୬ ମାର୍ଚ୍ଚ ୩ । ମାତ୍ର ୬ ମାସ ବ୍ୟବଧ୍ୟାନରେ ସଂଗଠିତ ହେବାକୁ ଯାଉଛି ଦୁଇ ଦୁଇଟି ଚନ୍ଦ୍ର ଗ୍ରହଣ । ଚଳିତ ଆର୍ଥିକ ବର୍ଷରେ ଦୁଇଟି ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ ଦ୍ଵନ୍ଦ୍ଵ ବଢ଼ୁଥିବା ବେଳେ ଭିନ୍ନ ମତ ରଖିଛନ୍ତି ଜ୍ୟୋତିର୍ବିଦ । ଆସନ୍ତା ସେପ୍ଟେମ୍ବର ୭ ତାରିଖ ତଥା ଭାଦ୍ରବ ପୂର୍ଣ୍ଣିମାରେ ପ୍ରଥମ ଚନ୍ଦ୍ରଗ୍ରହଣ ପଡୁଥିବା ବେଳେ ଆସନ୍ତାବର୍ଷ ୨୦୨୬ ମାର୍ଚ୍ଚ ମାସରେ ଦୋଳପୂର୍ଣ୍ଣିମାନେ ଆଉ ଏକ ଚନ୍ଦ୍ରଗ୍ରହଣ ପଡୁଛି […]

ଭୁବନେଶ୍ବରରେ ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଉଦଘାଟିତ

ଭୁବନେଶ୍ବରରେ ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଉଦଘାଟିତ । ଏହି ସମ୍ମିଳନୀ ଉଦଘାଟନ କଲେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀ, ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଏହି ସମ୍ମିଳନୀରେ ଉପସ୍ଥିତ ଅଛନ୍ତି । ଏଥିରେ ସାରା ଦେଶରୁ ୨୦୦ରୁ ଅଧିକ ପ୍ରତିନିଧି ଉପସ୍ଥିତ ଅଛନ୍ତି । ୧୯୯୪ ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ କୌଣସି ସଂସଦୀୟ କମିଟିର ଜାତୀୟ ବୈଠକର ଆୟୋଜନ କରାଯାଇଛି […]

ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କୁ ଅପମାନଜନକ ଶବ୍ଦ କହି ଫସିଲେ ବ୍ୟକ୍ତି

ବିହାରର ଦରଭଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରିଥିବା ବ୍ୟକ୍ତିଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିହାରରେ ମହାଗଠବନ୍ଧନ ପକ୍ଷରୁ ଏକ ଭୋଟର ଅଧିକାର ଶୋଭାଯାତ୍ରା ବାହାର କରାଯାଉଛି। ସକାଳେ ରାଲି ସୀତାମାଢ଼ିରୁ ଦରଭଙ୍ଗାରେ ପହଞ୍ଚିଥିଲା। ଏଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏହି ସମୟରେ ରଫିକ୍ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମାଆଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ। ତଥାପି, ରାଲି ଆୟୋଜକ ନୌସାଦ ଏହି ମାମଲାରେ କ୍ଷମା […]

ସଂସ୍କୃତ ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ୭ ଛାତ୍ରୀ

ଜନୈକ ସଂସ୍କୃତ ଶିକ୍ଷକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ହୋଇଛି।ଥାନାରେ ଏତଲା ଦେଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ।କିଛି ଦିନ ଧରି ସଂସ୍କୃତ ଶିକ୍ଷକ ନାବାଳିକା ଛାତ୍ରୀଙ୍କୁ ଅସଦାଚାରଣ କରୁଥିବା ଛାତ୍ରୀମାନେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଜଣାଇଥିଲେ । ସ୍କୁଲ ପ୍ରଶାସନ ପକ୍ଷରୁ ଶିକ୍ଷକଙ୍କୁ ତାଗିଦ କରାଯାଇଥିଲା । ହେଲେ ବାରମ୍ବାର ତାଗିଦ୍ ସତ୍ତ୍ବେ ସଂସ୍କୃତ ଶିକ୍ଷକ ସୁଧୁରିଲେନି। ଶେଷରେ ପ୍ରଧାନ ଶିକ୍ଷୟତ୍ରୀ ଗୁରୁଣ୍ଡିଆ ଥାନାରେ ଏନେଇ ଏତଲା ଦେଇଥିଲେ । ପ୍ରାୟ ୬ରୁ ୭ ଜଣ ଛାତ୍ରୀ ସଂସ୍କୃତ […]

ଓଡ଼ିଶାରେ ପହଞ୍ଚିଲେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା

ଭୁବନେଶ୍ୱର ବିମାନବନ୍ଦରରେ ଶୁକ୍ରବାର ପହଞ୍ଚିଛନ୍ତି ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା। ଆଜି ଓଡ଼ିଶା ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟରଠାରେ ଦୁଇଦିନିଆ ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଅନୁଷ୍ଠିତ ହେବ। ଏହାକୁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଉଦ୍‌ଘାଟନ କରିବେ। ୧୯୯୪ ପରେ ପ୍ରଥମ ଥର ଓଡିଶାରେ ସଂସଦୀୟ କମିଟିର ବୈଠକ ଅନୁଷ୍ଠିତ ହେବ । ସମ୍ମିଳନୀରେ ଭାଗ ନେବେ ରାଜ୍ୟସଭା ଉପାଧ୍ୟକ୍ଷ ଓ ୨ କେନ୍ଦ୍ର ମନ୍ତ୍ରୀ । ସବୁ ରାଜ୍ୟ […]

ଜବରଦସ୍ତ ଚାନ୍ଦା ମାଗୁଥିଲେ ସାବଧାନ ! ଫୋନ୍ କ​‌ଲେ ଉଠାଇ ନେବ ପୁଲିସ

ପାର୍ବଣ ବେଳେ ଜବରଦସ୍ତ ଚାନ୍ଦା ମାଗୁଥିବା ବ୍ୟକ୍ତି କିମ୍ବା ଅନୁଷ୍ଠାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପି ନିର୍ଦ୍ଦେଶ ଦେବାପରେ କଟକ ପୁଲିସ ପକ୍ଷରୁ ଦୁଇଟି ମୋବାଇଲ୍‌ ନମ୍ବର ଜାରି ହୋଇଛି । କଲ୍ କରିବାକୁ ଚାହୁଁଥିବା ବ୍ୟକ୍ତି ୨ଟି ମୋବାଇଲ୍‌ ନଂ ୭୩୨୮୦୭୭୩୨୪, ୮୪୮୦୫୧୩୦୦୭ ଫୋନ୍‌ କରନ୍ତୁ । ଅଭିଯୋଗକାରୀଙ୍କ ନାଁ ଗୋପନ ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହାବ୍ୟତୀତ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ପୋଲିସ ପାଟ୍ରୋଲିଂ, କଡାକଡି […]

ନିଜ ଦେହର ପେଟ୍ରୋଲ ଢାଳି ଜଳିଗଲେ ଆଇନଜୀବୀ

ରାଜଧାନୀରେ ଅଭାବନୀୟ ଘଟଣା। ପେଟ୍ରୋଲ ଢ଼ାଳି ଜଳିଗଲେ ଯୁବକ। ପାଣ୍ଡରା ୧୮ ନମ୍ବର୍ ୱାର୍ଡ ଅଫିସ ପଛପଟେ ପେଟ୍ରୋଲ ଢ଼ାଳି ଜଳିଗଲେ ଯୁବକ। ମଞ୍ଚେଶ୍ୱର ଥାନା ପାଣ୍ଡରା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଖବର ପାଇ ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ନିଜ ଘର ଛାତରେ ଆଇନଜୀବୀ ଜଣକ ଜଳି ଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଆଇନଜୀବୀ ଜଣକ କାହିଁକି ଆତ୍ମାହୁତି […]

ଆଜିର ରାଶିଫଳ(୨୯ ଅଗଷ୍ଟ, ୨୦୨୫)

ମେଷ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ ବୃଷ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ ମିଥୁନ: […]

ବନ୍ୟାରେ ଭାସିଯାଇଥିଲେ ! ୩ ଦିନ ପରେ ଟାପୁରୁ ଉଦ୍ଧାର ହେଲେ ବୃଦ୍ଧା

ହଠାତ୍‌ ନଈରେ ମାଡ଼ି ଆସିଲା ପାଣି। ଏହି ସମୟରେ ନଦୀ ପାର ହେଉଥିବା ଜଣେ ବୃଦ୍ଧା ସ୍ରୋତରେ ଭାସିଗଲେ। ସୌଭାଗ୍ୟକୁ ଏକ ଟାପୁରେ ଅଟକି ରହିଥିଲେ। ୩ଦିନ ଧରି ‌ବର୍ଷାରେ ଭିଜି ଭୋକ ଉପାସରେ ସେଠାରେ ରହିଥିଲେ। ଶେଷରେ, ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିଛି।ମୟୁରଭଞ୍ଜ ଜିଲ୍ଲାର ରରୁଆଁ ବ୍ଳକ ଅଙ୍ଗାରପଦା ପଞ୍ଚାୟତର କଲନ୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି କିଛି । କଲନ୍ଦା ଗାଁର ଖଇରିଭଣ୍ଡନ ଏବଂ ବୈତରଣୀ ନଦୀର ସଙ୍ଗମ ସ୍ଥଳ ହୋମୁହାଁଣିର ନିକଟସ୍ଥ […]

ନିର୍ମମ ଭାବରେ ନିଜ ମାଆଙ୍କୁ ହତ୍ୟା କଲା ପୁଅ, ପାଖରେ ଗାଇଲା ଗୀତ

ଜନ୍ମକଲା ମା’କୁ ଛାଡ଼ିଲାନି ପୁଅ। ହାଣି ଖଣ୍ଡ ଖଣ୍ଡ କରି କାଟିଦେଲା। ଏତିକିରେ ମନ ଶାନ୍ତି ହେଲାନି, ମା’ର କଟା ଖଣ୍ଡ ପାଖରେ ବସି ଗୀତ ଗାଇଲା ଅଲାଜୁକ ପୁଅ।ଛତିଶଗଡ଼ର ଜଶପୁରରେ ଠିକ ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି । ଯେଉଁ ମାଆ ତା ପୁଅକୁ ନଅ ମାସ ଧରି ଗର୍ଭଯନ୍ତ୍ରଣା ସହି ଜନ୍ମ କରିଥିଲା ପୁଣି ତାକୁ କୋଳେଇ ଧରି ବଡ଼ କରିଥିଲା । କିଛି ମିନିଟରେ ସେହି ପୁଅ ମାରଣାସ୍ତ୍ରରେ ଖଣ୍ଡ ଖଣ୍ଡ […]