ଡାକ୍ତରୀ ଆନ୍ଦୋଳନ ଉପରେ ଲାଗିଲା ରୋକ । ରାଜ୍ୟରେ ଏସମା ଲାଗୁ କଲେ ସରକାର । ସରକାରୀ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଜାରି ରହିଥିବା ଆନ୍ଦୋଳନକୁ ଦୃଷ୍ଟିରେ ରଖି ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ।ବିଭିନ୍ନ ଦାବି ନେଇ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଡାକ୍ତରମାନେ ଓପିଡି ସେବା ୨ ଘଣ୍ଟା ପାଇଁ ବନ୍ଦ କରିଛନ୍ତି। ଫଳରେ ରୋଗୀମାନେ ହଇରାଣ ହେଉଛନ୍ତି।୬ ମାସ ଯାଏଁ ଧର୍ମଘଟ ସରକାର ମନା କରଛନ୍ତି । ରାଜ୍ୟରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସେବାରେ […]
ମଙ୍ଗଳବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସହ ରାଇସ୍ ମିଲର ସଂଘର ବୈଠକ ପୁଣିଥରେ ବିଫଳ ହୋଇଛି। ଗତକାଲି ପରେ ଆଜିର ଆଲୋଚନା ମଧ୍ୟ ବିଫଳ ହେବାରୁ ସାରା ରାଜ୍ୟରେ ଚାଉଳ କଳ ପରିଚାଳନା ବନ୍ଦ ରହିବ ବୋଲି ସଂଘ ଘୋଷଣା କରିଛି।ସରକାରଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ବିଜ୍ଞପ୍ତି ବା ଲିଖିତ ପ୍ରତିଶ୍ରୁତି ନ ମିଳିବାରୁ ମିଲରମାନେ ନିଜ ଜିଦ୍ରେ ଅଟଳ ରହିଛନ୍ତି।ତେବେ ମିଲର ସଂଘର ଚେତାବନୀ ଦେଇଛନ୍ତି “ବିଧିବଦ୍ଧ ସରକାରୀ ଆଦେଶନାମା ଜାରି […]
ଅନେକ ଲୋକ X କୁ ନେଇ ଜଣେ କ୍ରୋଧିତ, ବଡ଼ ଆଖି ଥିବା ମହିଳାଙ୍କ ପୋଷ୍ଟରର ଫଟୋ ସେୟାର କରୁଛନ୍ତି। ଇଣ୍ଟରନେଟରେ କିଛି ଲୋକ ଜାଣିବା ପର୍ଯ୍ୟନ୍ତ ଏହି ମହିଳା କିଏ ତାହା ଏକ ରହସ୍ୟ ହୋଇ ରହିଥିଲା।ଜଣେ X ବ୍ୟବହାରକାରୀ ଏକ AI ପ୍ଲାଟଫର୍ମରେ କରାଯାଇଥିବା ଏକ ପ୍ରଶ୍ନର ଏକ ସ୍କ୍ରିନସଟ୍ ମଧ୍ୟ ସେୟାର କରିଛନ୍ତି। ଉତ୍ତର ଅନୁସାରେ, ଚିତ୍ରରେ ଥିବା ମହିଳା ଜଣକ କର୍ଣ୍ଣାଟକର ଜଣେ YouTuber ନିହାରିକା ରାଓ ଭାବରେ ଚିହ୍ନଟ ହୋଇଛନ୍ତି। […]
ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ତେଲ ମନା । ଏ ସଂକ୍ରାନ୍ତରେ ରାଜ୍ୟ ପରିବହନ କମିଶନରଙ୍କ ସ୍ପଷ୍ଟୀକରଣ ଲୋଡିଲେ ହାଇକୋର୍ଟ । ସେହିପରି ପୁରୁଣା ଜରିମାନା ଭରଣା ନକଲେ ପଲ୍ୟୁସନ ସାର୍ଟିଫିକେଟ୍ ମିଳିବ ନାହିଁ ବୋଲି ଯେଉଁ ନିର୍ଦ୍ଦେଶନାମା ଜାରି ହୋଇଛି ତା ଉପରୁ ଦ୍ୱନ୍ଦ୍ୱ ହଟୁ ବୋଲି କହିଛନ୍ତି ହାଇକୋର୍ଟ । । ଏ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ନୋଟିସ ଦେବାକୁ କୁହାଯାଇଛି । ପରିବହନ କମିଶନରଙ୍କୁ ୨ ସପ୍ତାହ ଭିତରେ ସତ୍ୟପାଠ […]
ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୨୨ତମ କିସ୍ତି ଟଙ୍କା ଫେବୃଆରୀ ୨୮ ସୁଦ୍ଧା ଜାରି ହେବାର ଆଶା କରାଯାଉଛି। ଏହି କିସ୍ତିରୁ ପ୍ରାୟ ଦଶ କୋଟି ଚାଷୀ ଉପକୃତ ହେବାର ସମ୍ଭାବନା ରହିଛି। ଚାଷୀମାନେ ପୂର୍ବରୁ ୨୧ଟି କିସ୍ତି ପାଇସାରିଛନ୍ତି କିନ୍ତୁ ସମସ୍ତେ ଏବେ ପରବର୍ତ୍ତୀ ଟଙ୍କା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।ବର୍ତ୍ତମାନ, ପରବର୍ତ୍ତୀ ଇନଷ୍ଟଲମେଣ୍ଟର ରିଲିଜ୍ ସମ୍ପର୍କରେ କୌଣସି ସରକାରୀ ଘୋଷଣା ହୋଇନାହିଁ, ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହା ଫେବୃଆରୀ ଶେଷ ସପ୍ତାହ […]
ଉତ୍ତରପ୍ରଦେଶର ଭୋଟର ତାଲିକା ପାଇଁ ଏସଆଇଆର ପ୍ରକ୍ରିୟା ରେ ରାଜ୍ୟର ଡ୍ରାଫ୍ଟ ଭୋଟର ତାଲିକା ଆଜି ପ୍ରକାଶ ପାଇଛି । ରାଜ୍ୟର ମୁଖ୍ୟ ନିର୍ବାଚନ କମିଶନ ଡ୍ରାଫ୍ଟ ତାଲିକା ପ୍ରକାଶ କରିଛନ୍ତି। ଏହି ପ୍ରକ୍ରିୟାରେ ଉତ୍ତରପ୍ରଦେଶର ୨୮.୯ ନିୟୁତ ଭୋଟରଙ୍କ ନାମ ବାଦ ଦିଆଯାଇଛି । କମିସନଙ୍କ ଅନୁଯାୟୀ, ଏହି ତାଲିକା ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା SIR ପ୍ରକ୍ରିୟାର ଏକ ଅଂଶ ଭାବରେ ପ୍ରସ୍ତୁତ କରାଯାଇଥିଲା, ଯାହାକି ଅକ୍ଟୋବର ୨୭ ତାରିଖରୁ ଆରମ୍ଭ […]
ଚଳିତବର୍ଷ ପକ୍ଷୀଙ୍କ ଗୋଡରେ ଲାଗିବ ସାଟେଲାଇଟ ଟ୍ରାନ୍ସମିଟର । ୨୦ ପ୍ରଜାତିର ପକ୍ଷୀଙ୍କ ଗୋଡରେ ଟ୍ରାନ୍ସମିଟର ଲଗାଇବ ବନ ବିଭାଗ । ଏନେଇ ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ | ଏପରିକି ଚଳିତ ବର୍ଷ ଶୀତ ପରେ ଗ୍ରେଟର ଫ୍ଲେମିଙ୍ଗୋ ପକ୍ଷୀ କୁଆଡ଼େ ଯାଉଛନ୍ତି ତାହା ମଧ୍ୟ ଜଣାପଡ଼ିବ। ୨୦୨୫ରେ ଏହି ପ୍ରଜାତିର ୨ଟି ପକ୍ଷୀଙ୍କ ଗୋଡ଼ରେ ଟ୍ରାନ୍ସମିଟର ଲଗାଯାଇଥିଲ। ଶୀତ ପରେ ଏହି ୨ ପ୍ରଜାତିର ପକ୍ଷୀ […]
ଅନେକ ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିରରେ ଘିଅ ବ୍ୟବହାର ନେଇ ବିବାଦ ଉପୁଜିଛି । ଶ୍ରୀମନ୍ଦିର ପରିସରରେ ଓମଫେଡ ଘିଅ ବଦଳରେ ବାହାରୁ ଅନ୍ୟ ଖୋଲା ଘିଅ ମିଳିଥିବାବେଳେ ଏହାକୁ ଜବତ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏ ସମ୍ପର୍କରେ ସୁଆର ମହାସୁଆର ନିଯୋଗକୁ ସୂଚିତ କରିଛି ଶ୍ରୀମନ୍ଦିର ପ୍ରଶାସନ । ସୂଚନାମୁତାବକ ଶ୍ରୀମନ୍ଦିର ମଧ୍ୟକୁ ଓମଫେଡ ଘିଅ ବ୍ୟତୀତ ଯେପରି ଅନ୍ୟ କୌଣସି ଘିଅ ପ୍ରବେଶ ନକରେ ସେଥିପ୍ରତି ପଦକ୍ଷେପ ନେବାକୁ ପୂର୍ବରୁ ମୁଖ୍ୟ […]
ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡିଗଲେ ଫରେଷ୍ଟର ବାବୁ। ଲାଞ୍ଚୁଆ ଫରେଷ୍ଟରଙ୍କୁ ଧରିଲା ଭିଜିଲାନ୍ସ ଟିମ୍। ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଫରେଷ୍ଟର ଅଶୋକ କୁମାର ନାୟକଙ୍କୁ ମାଡ଼ିବସିଲା ଭିଜିଲାନ୍ସ।ମଙ୍ଗଳବାର ସମ୍ବଲପୁର, ବରଗଡ଼, ସୋନପୁର ଓ ବଲାଙ୍ଗୀର ଭିଜିଲାନ୍ସ ଟିମ୍ ଚଢାଉ କରି ତାଙ୍କୁ ଧରିଛନ୍ତି । ଫରେଷ୍ଟରଙ୍କ ଅଫିସ ଓ ଆଦର୍ଶ ପଡା ନେହେରୁ ନଗରରେ ଥିବା ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଥିବା ଭିଜିଲାନ୍ସ ଡିଏସପି ପୂଲସ୍ତି […]
କୋରାପୁଟ ଜିଲ୍ଲା ଜୟପୁରରୁ ଆସିଛି ଏକ ହୃଦୟବିଦାରକ ଖବର । ମାଆର ମୃତ୍ୟୁ ସହି ପାରିଲେନି ପୁଅ। ହୃଦ୍ଘାତରେ ଚାଲିଗଲା ୪୫ ବର୍ଷୀୟ ପୁଅର ଜୀବନ। ଗୋଟିଏ ଘରୁ ଉଠିଲା ଦୁଇଟି କୋକେଇ। ଜୟପୁର ପରିଚ୍ଛା ସାହିରେ ରହୁଥିଲେ ମାଆ ଏବଂ ପୁଅ ।ସକାଳୁ ପୁଅ ନିଜ କାମ ସାରିବା ପାଇଁ ଜମିକୁ ଯାଇଥିଲା । କାମ ସାରି ଘରକୁ ଫେରିବା ପରେ ସେ ସବୁଦିନ ପରି ନିଜ ମାଆଙ୍କୁ ଖୋଜି ବହୁତ ଡାକ ପକାଇଲା । […]
ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବା ବେଳେ ଏହା ଏକ ପ୍ରକାର ଚିନ୍ତାର କାରଣ ସାଜିଛି ।ଗତକାଲି ବାଲେଶ୍ୱର ପୌରପାଳିକା ଓ ଅନ୍ୟ ଏଏନଏସି ମ୍ୟୁନିସିପାଲଟି ପାଇଁ ପ୍ରଦୂଷଣ କଟକଣା ଲଗାଇଛନ୍ତି ଜିଲ୍ଲାପାଳ । ଲଗାତର ଏକ୍ୟୁଆଇ ବୃଦ୍ଧିକୁ ନେଇ ଜିଲ୍ଲାପାଳ ଗାଇଡ୍ଲାଇନ ଜାରି କରିଛନ୍ତି । ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ଯାଏଁ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆଜି ଟ୍ୱିନ୍ ସିଟିରେ ଲାଗିଲା କଟକଣା […]
ଆଗକୁ ଗାଡ଼ି ମାଲିକଙ୍କ ଯନ୍ତ୍ରଣା ବଢ଼ିବାକୁ ଯାଉଛି। ଯଦି ଗାଡ଼ି ଉପରେ କିଛି ଜରିମାନା ଅଛି, ବୀମା ନାହିଁ, ପ୍ରଦୂଷଣ ସାର୍ଟିଫିକେଟ୍ ନାହିଁ; ତେବେ ଫାସ୍ଟ୍ୟାଗ୍ ଆକ୍ଟିଭେଟ୍ ହେବନି। ଫେବ୍ରୁଆରୀ ୧ରୁ ଏହି ନିୟମ ଲାଗୁ ହେବ । କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ନେଇଥିବା ନିଷ୍ପତିକୁ କାର୍ଯ୍ୟକାରୀବେ ଓଡିଶା ସରକାର । ଗାଡିର ସମସ୍ତ କାଗଜପତ୍ର ଠିକ୍ ଥିଲେ ଟୋଲଗେଟ୍ ରେ ସମସ୍ୟା ହେବ ନାହିଁ । ସେହିପରି ଏପ୍ରିଲ ୧ରୁ […]
