author

ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ଶ୍ରୀ ଗିରିଶ ଏସ ଏନ, ଆଇ,ଏ, ଏସ୍, ପ୍ରଥମେ

ତା:୧୯-୦୮-୨୦୨୫ରିଖ ଦିନ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ଶ୍ରୀ ଗିରିଶ ଏସ ଏନ, ଆଇ,ଏ, ଏସ୍, ପ୍ରଥମେ ରାୟଗଡ଼ା ଠାରେ ଥିବା ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରି ତାଲିମ ନେଉଥିବା ପିଲା ଙ୍କ ସହ କଥା ବାର୍ତ୍ତା କରିଥିଲେ ଏବଂ ଜିଲ୍ଲା ନିଯୁକ୍ତି ଅଧିକାରୀ ଙ୍କୁ ନିଯୁକ୍ତି ପାଇଲା ପରେ ପିଲା ଙ୍କ ତଥ୍ୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତତ୍ ପରେ ବିଷମକଟକ ବ୍ଲକ କୁ […]

ବନ୍ଦ ହେବ ଭୁବନେଶ୍ଵର-ଦୁବାଇ ବିମାନ ସେବା

ବନ୍ଦ ହୋଇଯିବ ଭୁବନେଶ୍ଵର-ଦୁବାଇ ବିମାନ ସେବା। ଇଣ୍ଡିଗୋ ପକ୍ଷରୁ ଭୁବନେଶ୍ଵର-ଦୁବାଇ ବିମାନ ସେବାକୁ ବନ୍ଦ କରି ଦିଆଯିବ। ଆସନ୍ତା ଅକ୍ଟୋବର ୨୪ ତାରିଖରୁ ଏହି ରୁଟରେ କମ୍ପାନୀ ଏହାର ସେବା ବନ୍ଦ କରିବା ନେଇ ସୂଚନା ମିଳିଛି। ଏହି ରୁଟରେ ଆଉ ଯାତ୍ରା ସୁବିଧା ପାଇବେନି ଯାତ୍ରୀ।ଏଥିସହ ଏହି ରୁଟ୍‌ରେ ଇଣ୍ଡିଗୋ ବିମାନ ସପ୍ତାହକୁ ତିନି ଥର ଚଳାଚଳ କରୁଥିଲା । ‘ଏରୋରୁଟ୍‌ସ’ର ସଂଶୋଧିତ ବିମାନ ନିର୍ଘଣ୍ଟ‌ରେ ଇଣ୍ଡିଗୋର ଭୁବନେଶ୍ବର-ଦୁବାଇ ରୁଟ୍‌ର ନାମ ନଥିବାରୁ କମ୍ପାନି ଏହି […]

ପାର୍ବଣରେ ଜୋର ଜବରଦସ୍ତି ଆଦାୟ କରି ପାରିବେନି ଚାନ୍ଦା

ପାର୍ବଣରେ ଜୋର ଜବରଦସ୍ତି ଆଦାୟ କରି ପାରିବେନି ଚାନ୍ଦା । ବିଶୃଙ୍ଖଳା କଲେ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ। କଟକ ଶାରଳା ଭବନରେ ଗଣେଶ ପୂଜା ପ୍ରସ୍ତୁତି ବୈଠକରେ ସୂଚନା ଦେଇଛନ୍ତି କଟକ କମିଶନରେଟ ପୋଲିସ । ଚଳିତ ବର୍ଷ ସହରରେ ପ୍ରାୟ ୧୨ଶହ ମଣ୍ଡପରେ ବିଘ୍ନ ବିନାସକଙ୍କ ପୂଜା ଆୟୋଜିତ ହେବ । ଭସାଣ ଉତ୍ସବକୁ ୩ଟି ପର୍ଯ୍ୟାୟରେ କରିବା ପାଇଁ କମିଶନରେଟ୍ ପୋଲିସ୍ ଓ ମହାନଗର ନିଗମ ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ କଟକ ସହରରେ […]

ଭୁବନେଶ୍ବର-କଟକ ରିଙ୍ଗ ରୋଡକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି, ଯାହା ଦେଶର ଭିତ୍ତିଭୂମି ଏବଂ ସଂଯୋଗୀକରଣକୁ ଏକ ନୂତନ ଦିଗଦର୍ଶନ ଦେବ। ଭୁବନେଶ୍ବର-କଟକ ରିଙ୍ଗ ରୋଡକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ୬ଲେନ ବିଶିଷ୍ଟ ୧୧୧ କିମି ବାଇପାସ ନିର୍ମାଣ ହେବ । ଏଥିପାଇଁ ୮୩୦୭ କୋଟି ଟଙ୍କା ବ୍ୟୟ ଅଟକଳ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ ମିଳିଛି ।ଏହି କ୍ୟାପିଟାଲ ରିଜିୟନ […]

ସିପି ରାଧାକ୍ରିଷ୍ଣନଙ୍କୁ ଟକ୍କର ଦେବେ ସୁଦର୍ଶନ ରେଡ୍ଡୀ

ବିରୋଧୀ ଦଳ ତଣ୍ଡା ଇଣ୍ଡି ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି. ସୁଦର୍ଶନ ରେଡ୍ଡୀ। ଇଣ୍ଡି ମେଣ୍ଟ ବୈଠକରେ ମଙ୍ଗଳବାର ସୁଦର୍ଶନଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଛି।ବି ସୁଦର୍ଶନ ରେଡ୍ଡୀଙ୍କ ଜନ୍ମ ୮ ଜୁଲାଇ ୧୯୪୬ ମସିହାରେ ହୋଇଥିଲା । ସେ ଭାରତର ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏବଂ ଗୋଆର ପ୍ରଥମ ଲୋକାୟୁକ୍ତ ଥିଲେ । ସୁଦର୍ଶନ ରେଡ୍ଡୀ ଆନ୍ଧ୍ରପ୍ରଦେଶର ରଙ୍ଗା ରେଡ୍ଡୀ ଜିଲ୍ଲାର ଆକୁଲା ମୈଲାରାମ ଗାଁରେ ଏକ କୃଷକ ପରିବାରରେ […]

ଲୋକପ୍ରିୟ ଅଭିନେତା ଅଚ୍ୟୁତ୍ ପୋତଦାରଙ୍କ ପରଲୋକ 

ପରଲୋକରେ ବହୁଚର୍ଚ୍ଚିତ ଫିଲ୍ମ ୩ ଇଡିୟଟ୍ସ ଫିଲ୍ମର ପ୍ରଫେସର। ୯୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଲୋକପ୍ରିୟ ଅଭିନେତା ଅଚ୍ୟୁତ୍ ପୋତଦାର। ଚିକିତ୍ସାଧୀନ ଅବସ୍ଥାରେ ଥାଣେର ଜୁପିଟର ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି।୧୮ ଅଗଷ୍ଟରେ ତାଙ୍କୁ ମୁମ୍ବାଇର ଥାନେ ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଅଭିନେତା ଜଣକ ବୟସ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଥିଲେ ଏବଂ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ ।ଅଚ୍ୟୁତଙ୍କ ମୃତ୍ୟୁ […]

ଦାଦାବଟି ପାଇଁ ସେବାୟତଙ୍କୁ ମାଡ଼ ମରାଯିବା ଘଟଣା

ଦାଦାବଟି ପାଇଁ ସେବାୟତଙ୍କୁ ମାଡ଼ ମରାଯିବା ଘଟଣା ସାମ୍ନାକୁ ଆସିଛି।ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ସମ୍ମୁଖରେ ଅଘଟଣ । ଗୁରୁତର ଆହତ ହେଉଛନ୍ତି ପ୍ରତାପ ମହାପାତ୍ର । ଦୋକାନରେ ବସିଥିବା ସମୟରେ  ୨ ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ସେବାୟତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।ଘଟଣା ନେଇ ଅଭିଯୋଗ ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଟାଉନ ଥାନା ପୁଲିସ ।

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ କାଳୀୟ ଦଳନ ବେଶ

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ କାଳୀୟ ଦଳନ ବେଶ । ଆଜି ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କାଳୀୟଦଳନ ବେଶ ଓ ଧେନୁକାସୁର ବଧ ପ୍ରସ୍ତାବ ଅନୁଷ୍ଠିତ ହେବ ।ସାତ ଫଣା ଥାଇ କାଳୀୟନାଗ ଉପରେ ଶ୍ରୀଜଗନ୍ନାଥ ନୃତ୍ୟ କରୁଥିବା ଭଙ୍ଗିରେ ଦର୍ଶନ ଦେବେ । କାଳୀୟ ନାଗ ଠାକୁରଙ୍କ ଶ୍ରୀଅଙ୍ଗକୁ ଆବୃତ କରିଥିବ। କାଳିନ୍ଦୀ ହ୍ରଦର ଭୟାବହ କାଳୀୟ ସର୍ପକୁ ଶ୍ରୀକୃଷ୍ଣ ଦଳି ଦମନ କରିଥିଲେ । ଏହି ଆଖ୍ୟାୟିକା ସ୍ମୃତିରେ ବଡ଼ଦେଉଳରେ ମହାପ୍ରଭୁଙ୍କ […]

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଶୁଭାଂଶୁ ଶୁକ୍ଳା

ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)କୁ ଆକ୍ସିୟମ-୪ ମହାକାଶ ମିଶନର ପାଇଲଟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ମୋଦିଙ୍କୁ ଭେଟିବା ପରେ ଏବଂ ISSରୁ ଉଠାଯାଇଥିବା ପୃଥିବୀର ଫଟୋଗ୍ରାଫକୁ ଦେଇଥିଲେ ଶୁଭାଂଶୁ । ପ୍ରଥମେ ମୋଦି ଶୁଭାଂଶୁଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିବା ସହିତ ତାଙ୍କ କାନ୍ଧରେ ହାତ ରଖି ତାଙ୍କ ସହ କଥାବାର୍ତ୍ତା କରିଥିଲେ । ଏହି ସମୟରେ ଶୁଭାଂଶୁ ପ୍ରଧାନମନ୍ତ୍ରୀଙ୍କୁ ଆକ୍ସିୟମ-୪ ମିଶନ ପ୍ୟାଚ୍ ଦେଇଥିଲେ ଏବଂ ISSରୁ ଉଠାଯାଇଥିବା ପୃଥିବୀର ଫଟୋଗ୍ରାଫ୍ […]

ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଅପରାଧୀ ଏମ୍‌ଡି ସାମଦକୁ ଏନକାଉଣ୍ଟର

ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଅପରାଧୀ ଏମ୍‌ଡି ସାମଦକୁ ଏନକାଉଣ୍ଟର କରିଛି ପୁଲିସ  । ଏମ୍‌ଡି ସାମଦର ବାମ ଗୋଡ଼ରେ ଗୁଳି ବାଜିଛି । ମଙ୍ଗଳବାର ରାତିରେ ଆସୱାକ୍ ଖାନ ନାମ ଜଣେ ବ୍ୟକ୍ତିଙ୍କୁ ସାମଦ ଓ ତାର ଭାଇ ଓ୍ବାସିମ ଛୁରାମାଡ କରି ହତ୍ଯା କରିଥିଲେ | ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ବେଳେ ପୋଲିସ ଉପରକୁ ସେମାନେ ଗୁଳିଚାଳନା କରିଥିଲେ । ପୋଲିସର ପାଲଟା ଗୁଳିରେ ଆହତ ହୋଇଛି ସାମଦ । ତାର ଭାଇ […]

ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ରାୟଗଡ / ଚନ୍ଦ୍ରପୁର ୧୮/୦୮/୨୦୨୫ ତାରିଖ ଦିନ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଚନ୍ଦ୍ରପୁର ବ୍ଲକସଦର ମହକୁମାସ୍ଥିତ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣିଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ଆରୋକ୍ଷୀ ଅଧିକ୍ଷକ ଏସ ସ୍ୱାତୀ କୁମାର, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ତ୍ୟ ଅଧିକାରୀ ଡାକ୍ତର ଵି ସରୋଜିନୀ ଦେବୀ, ଚନ୍ଦ୍ରପୁର ସମିତି ଅଧ୍ୟକ୍ଷ ଶ୍ରୀ କୟାନ କିମ୍ଵାକା,ଚନ୍ଦ୍ରପୁର ଗୋଷ୍ଠୀ […]

ରାଜ୍ୟରେ ନିଯୁକ୍ତି ପାଇବେ ୧୮୪୦ ଡାକ୍ତର ଓ ୫୦୦୦ରୁ ଅଧିକ ପାରା ମେଡିକାଲ ଷ୍ଟାଫ୍

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା ବୈଠକରେ ୧୮୪୦ ଡାକ୍ତର ଓ ୫୦୦୦ରୁ ଅଧିକ ପାରାମେଡିକାଲ ଷ୍ଟାଫଙ୍କ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି।ମେଡିକାଲ କଲେଜରେ ପ୍ରଫେସର ପଦବୀ ମଧ୍ୟ ଖୁବ ଶୀଘ୍ର ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ମେଡିକାଲ କଲେଜରେ ଖାଲି ପଡିଥିବା ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ପ୍ରଫେସର ପଦବୀ ପୂରଣ ପାଇଁ ଗୁରୁତ୍ୱାରୋପ କରିଥିଲେ […]