author

ଭାରତର ମିଶନ ବ୍ଲୁବାର୍ଡ । ସରିଯିବ ଟାୱାର ଯୁଗ

ଶ୍ରୀହରିକୋଟାରୁ ଐତିହାସିକ ଉତ୍‌କ୍ଷେପଶ, ଲଞ୍ଚ ହେଲା କମ୍ୟୁନିକେସନ ସାଟେଲାଇଟ୍‌ । ସବୁଠାରୁ ଓଜନିଆ ଉପଗ୍ରହ ଲଞ୍ଚ କଲା ଇସ୍ରୋ । ସିଧାସଳଖ ମହାକାଶରୁ ମୋବାଇଲ ଇଣ୍ଟରନେଟ୍ ସେବା ପାଇଁ ଫିଟିବ ବାଟ । ଯୋଗାଯୋଗ କ୍ଷେତ୍ରରେ ହେବ ବୈପ୍ଳବିକ ପରିବର୍ତ୍ତନ । ଏଥର ଆମେରିକାର ଉଦ୍ଭାବକ ଏଏସ୍ଟି ସ୍ପେସ୍ମୋବାଇଲ୍ର ଆଗାମି ପିଢ଼ି କମ୍ୟୁନିକେସନ୍ ସାଟେଲାଇଟ୍‘ବ୍ଲୁବାର୍ଡ-୬ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନରୁ ମହାକାଶକୁ ପଠାଯାଇଛି । ଏହାର ଲକ୍ଷ୍ୟ- ସିଧାସଳଖ ମହାକାଶରୁ ସାଧାରଣ ସ୍ମାର୍ଟଫୋନ୍‌କୁ ବ୍ରଡ୍‌ବ୍ୟାଣ୍ଡ ପହଞ୍ଚାଇବା । […]

ଭିଜିଲାନ୍ସ ଜାଲରେ ସମ୍ବଲପୁର ବରିଷ୍ଠ ରାଜସ୍ଵ ସହାୟକ

ଭିଜିଲାନ୍ସ ଜାଲରେ ସମ୍ବଲପୁର ବରିଷ୍ଠ ରାଜସ୍ଵ ସହାୟକ। ବରିଷ୍ଠ ରାଜସ୍ଵ ସହାୟକ ବାସୁଦେବ ଭୋଇଙ୍କ ବାସଭବନରେ ଚଢଉ କରାଯାଉଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ରେଡ୍ ଜାରି ରହିଛି। ବରଗଡ଼ ଓ ସମ୍ବଲପୁରର ୪ଟି ସ୍ଥାନରେ ଚାଲିଛି ରେଡ୍ । ବରଗଡ଼ରେ ଦୁଇ ମହଲା ଘର, ସମ୍ବଲପୁର ଚାରଭାଟିରେ ଥିବା ଘରେ ଯାଞ୍ଚ କରୁଛି ଟିମ୍ । ସେହିପରି ବରଗଡ଼ର ପୈତୃକ ଘର ଓ ସମ୍ବଲପୁର କାର୍ଯାଳୟରେ ରେଡ୍ ହେଉଛି । ଚଢ଼ାଉରେ […]

ଆଜିର ରାଶିଫଳ(୨୪ ଡିସେମ୍ବର, ୨୦୨୫)

ମେଷ: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ। ବୃଷ: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମିଥୁନ: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। […]

ଡାହାଣୀ ସନ୍ଦେହ ହତ୍ୟା ଓ ବାଲ୍ୟ ବିବାହ ନେଇ ସରକାରଙ୍କ ଚିନ୍ତା

ଓଡ଼ିଶାର କିଛି ଗ୍ରାମୀଣ ଅଞ୍ଚଳରେ ଆଜି ମଧ୍ୟ ଅନ୍ଧବିଶ୍ୱାସ ଓ ଅଶିକ୍ଷାର ଅନ୍ଧାର ମଧ୍ୟରେ ‘ଡାହାଣୀ ସନ୍ଦେହ’ ନାମରେ ନିର୍ଦ୍ଦୋଷ ଜୀବନ ଯାଉଛି । ତେବେ ଗାଁ ଗାଁ, ଘରେ ଘରେ ପହଞ୍ଚି ଅଧିକାରୀମାନେ ଅନ୍ଧବିଶ୍ୱାସ ବିରୋଧରେ ସଚେତନତା ସୃଷ୍ଟି କରିବା ସହ ମାନବିକ ଦୃଷ୍ଟିରେ କାର୍ଯ୍ୟ କରିବା ଦ୍ୱାରା ଏହି କୁସଂସ୍କାରକୁ ଦୂର କରାଯାଇ ପାରିବ, ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଶ୍ରୀମତି ପରିଡା ଆହୁରି କହିଛନ୍ତି ଯେ, “ସେ ଡାହାଣୀ ସମ୍ପର୍କୀୟ ହିଂସା, ହତ୍ୟା […]

ଏସ୍‌ସିବିରେ ହେବ ୧୭ ମହଲା ପାର୍କିଂ ଅଟ୍ଟାଳିକା

ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି। ଏହି ବୈଠକରେ କଟକ ଏସ୍‌.ସି.ବି ମେଡିକାଲକୁ ବିଶ୍ୱସ୍ତରୀୟ କରିବା ସହ ରୋଗୀ ଓ ସମ୍ପର୍କୀୟଙ୍କ ସୁବିଧା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।ବୈଠକରୁ ଜଣାଯାଇଛି ଯେ, ଏସସିବି ମେଡିକାଲ କଲେଜରେ ୬.୫୧ ଏକର ପରିମିତ ଅଞ୍ଚଳରେ ୧୭ ମହଲା (G+16) ବିଶିଷ୍ଟ ଏକ ମଲ୍‌ଟି ଲେଭଲ୍‌ ପାର୍କିଂ […]

ବ୍ୟାଙ୍କିଙ୍ଗ କ୍ଷେତ୍ରରେ ହେବ ବଡ଼ ପରିବର୍ତ୍ତନ! ଏପ୍ରିଲ ପରେ ବନ୍ଦ ହୋଇଯିବ ଏହି ୬ଟି ବଡ଼ ବ୍ୟାଙ୍କ?

କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଛଅଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର ସହିତ କିମ୍ବା ଏକ ବଡ଼ ବ୍ୟାଙ୍କ ସହିତ ମିଶ୍ରଣ କରିବାକୁ ବିଚାର କରୁଛନ୍ତି।ମିଶ୍ରଣ ପାଇଁ ଆଲୋଚନା ହେଉଥିବା ବ୍ୟାଙ୍କଗୁଡ଼ିକ ମଧ୍ୟରେ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ୟୁକୋ ବ୍ୟାଙ୍କ ଏବଂ ପଞ୍ଜାବ ଆଣ୍ଡ୍ ସିନ୍ଧ ବ୍ୟାଙ୍କ ଅନ୍ତର୍ଭୁକ୍ତ। ଏହି […]

ରାୟଗଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବନାଗ୍ନି ନିୟନ୍ତ୍ରଣ ପ୍ରସ୍ତୁତିକାଳୀନ ବୈଠକ

ରାୟଗଡ଼ା, ୨୩/୧୨/୨୦୨୫: ରାୟଗଡ଼ା ଜିଲ୍ଲାରେ ବନାଗ୍ନି ଦ୍ୱାରା ଜଙ୍ଗଲର କ୍ଷୟକ୍ଷତି ରୋକିବା ପାଇଁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ ସଦଭାବନା ସଭାକକ୍ଷରେ ବନାଗ୍ନି ନିୟନ୍ତ୍ରଣ ପ୍ରସ୍ତୁତିକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବନଖଣ୍ଡ ଅଧିକାରୀ ସଚିନ ଆନ୍ନାସାହେବ ଓହଲ ପିପିଟି ମାଧ୍ୟମରେ ବନାଗ୍ନି ଦ୍ୱାରା ଜଙ୍ଗଲର କ୍ଷୟକ୍ଷତି ହେଉଥିବା ବିଷୟରେ ଅବଗତ କରିଥିଲେ l ବିଶେଷ କରି ଜିଲ୍ଲାର ମୁନିଗୁଡା ରାୟଗଡ଼ ଏବଂ କଲ୍ୟାଣ ସିଂହପୁର ବ୍ଲକରେ ବନlଗ୍ନି ଦ୍ୱାରା କ୍ଷୟକ୍ଷତି ହେଉଥିବା ଦେଖାଇଅଥିଲା […]

ମଝିଘରିଆଣୀ ପୀଠରେ ରାଜ୍ୟ ଦେବୋତ୍ତର ଆୟୁକ୍ତ

ରାୟଗଡ଼ା ତା ୨୩/୧୨ (ନିପ୍ର) ରାଜ୍ଯ ଦେବୋତ୍ତର ଆୟୁକ୍ତ ଲଲାଟେନ୍ଦୁ ଜେନା ଆଜି ଦିନିକିଆ ରାୟଗଡା ଗସ୍ତକରି ଅଧିଷ୍ଠାତ୍ରୀ ଦେବୀ ମଝିଘରିଆଣୀଙ୍କ ପୀଠ ପରିଦର୍ଶନ କରିଛନ୍ତି। ତାଙ୍କ ସହ ଅତିରିକ୍ତ ଦେବୋତ୍ତର ଆୟୁକ୍ତ ସିଦ୍ଧାର୍ଥ ଜେନାଙ୍କ ସମେତ ୪ଜଣିଆ ଟିମ୍ ମଧ୍ଯ ମନ୍ଦିରରେ ପହଞ୍ଚିଥିଲେ। ମନ୍ଦିରର ଭିତ୍ତିଭୂମି କିପରି ଉନ୍ନତି ହୋଇପାରିବ ଓ ରାଜ୍ଯ ପ୍ରଦାନ କରିଥିବା ଅନୁଦାନ କିପରି ଖର୍ଚ୍ଚ ହେଉଛି ତାର ସମୀକ୍ଷା କରିଛନ୍ତି। ଆୟୁକ୍ତ ମନ୍ଦିରର ଚତୁର୍ପାର୍ଶ୍ବ ବୁଲିବା ସହ ଭକ୍ତ ମାନେ […]

ଆସନ୍ତାକାଲିଠାରୁ ବରଗଡ଼ ଧନୁଯାତ୍ରା

ଆସନ୍ତାକାଲିଠାରୁ ବରଗଡ଼ ପାଲଟିବ ମଥୁରାନଗରୀ, ଗୋପପୁର ପାଲଟିବ ଅମ୍ବାପାଲି । ୭୮ ତମ ଧନୁଯାତ୍ରା ପାଇଁ ସାରା ସହର ଚଳଚଞ୍ଚଳ ହୋଇ ଉଠିଥିବାବେଳେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ପ୍ରସ୍ତୁତି । ଚଳିତ ବର୍ଷ କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ସୁଶୀଲ ମେହେର ନିଜର ଉଚ୍ଚକୋଟୀର ସଂଳାପ ସହ ସଂପୂର୍ଣ୍ଣ ପ୍ରସ୍ତୁତ । ସେହିପରି ଗୋପପୁରର ମୁଖ୍ୟ ଆକର୍ଷଣ ସାଜିଥିବା କୃଷ୍ଣ ବଳରାମ ଓ ରାଧା ମଧ୍ୟ ପ୍ରସ୍ତୁତ ରହିଛନ୍ତି । ଚଳିତ ଧନୁଯାତ୍ରାରେ ୨୨ […]

ଖଣି ନିଲାମ ପାଇଁ ଜାଲୁଆରୀ ୩ରେ ବୈଠକ ଡାକିଲେ ରାଜ୍ୟ ସରକାର 

ଖଣି ନିଲାମ ପାଇଁ ବୈଠକ ଡ଼ାକିଲେ ରାଜ୍ୟ ସରକାର। ଜାନୁଆରୀ ୩ ତାରିଖରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟର ୪୯ ଖଣି ନିଲାମ ପାଇଁ ବାର୍ଷିକ ନିଲାମ କ୍ୟାଲେଣ୍ଡର ଚୂଡ଼ାନ୍ତ କରିବାକୁ ବୈଠକରେ ନିଆଯିବ ନିଷ୍ପତ୍ତି।ଉପସ୍ଥିତ ରହିବେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ । ଓଏମସି ଲିମିଟେଡ୍ ଏମଡି, ଖଣି ନିର୍ଦ୍ଦେଶକ, ଜିଏସଟି ଅଧିକାରୀ ଉପସ୍ଥିତ ରହିବେ । ମୟୂରଭଞ୍ଜ ଓ କେନ୍ଦୁଝରର ସୁନା ଖଣି ନିଲାମ ପାଇଁ ହୋଇପାରେ ନିଷ୍ପତ୍ତି । […]

ଶ୍ରୀମନ୍ଦିର ଗଣତି ମଣତି ପାଇଁ SOP ପ୍ରସ୍ତୁତ ହେଉଛି । ଖୁବ ଶୀଘ୍ର ଗଣତି ମଣତି

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଏବଂ ରତ୍ନ ଅଳଙ୍କାର ଗଣତି ମଣତି ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ASI) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସତ୍ୟପାଠ ଦାଖଲ କରାଯାଇଛି।ମରାମତି ପରେ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । ଗଣତି ମଣତି ପାଇଁ ଏସଓପି ପ୍ରସ୍ତିତ ହେଉଛି, ଖୁବ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । ଏନେଇ କୋର୍ଟକୁ ଅବଗତ କଲେ ଆଡ୍‌ଭୋକେଟ୍ ଜେନେରାଲ । ସରକାର ଏବଂ ASIର ମିଳିତ […]

ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଇଁ ଅଧିକ ୧୫ ପ୍ଲାଟୁନ ଫୋର୍ସ! ସାଧା ପୋଷାକରେ ପୋଲିସ ସମସ୍ତଙ୍କ….

ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଇଁ ଅଧିକ ୧୫ ପ୍ଲାଟୁନ ଫୋର୍ସ ରହିବେ। ଶେଷ ଭାବରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯିବ। ସହରର ବିଭିନ୍ନ ଛକରେ ବ୍ଲକିଂ ଓ ଚେକିଂକୁ ଜୋରଦାର କରାଯିବ। ତେଣୁ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା ନକରିବାକୁ କମିଶନରେଟ ପୁଲିସ ପକ୍ଷରୁ ସାଧାରଣ ଜନତାଙ୍କୁ ପରାମର୍ଶ ଦିଆଯାଇଛି।ଏନେଇ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି ପୋଲିସ […]