CBSE ସ୍କୁଲଗୁଡିକରେ ଛାତ୍ର ଛାତ୍ରୀଙ୍କ ଛୁଟିକୁ ନେଇ କଠୋର ନିୟମ ଲାଗୁ କରୁଛି । ଏନେଇ ସରକାରୀ ୱେବସାଇଟରେ ନୂଆ ନୋଟିସ୍ ଜାରି ହୋଇଛି । ନୋଟିସରେ ସ୍କୁଲ୍, ଛାତ୍ର ଏବଂ ଅଭିଭାବକଙ୍କ ପାଇଁ ୫ଟି ଗୁରୁତ୍ବପୂର୍ଣ୍ଣ ନିୟମ ଉଲ୍ଲେଖ କରାଯାଇଛି ।ବୋର୍ଡ ଅଫ ସେକେଣ୍ଡାରି ଏଜୁକେସନ ବା ସିବିଏସ୍ଇ ୨୦୨୫-୨୬ ଶିକ୍ଷାବର୍ଷରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ୭୫ ପ୍ରତିଶତ ଉପସ୍ଥିତି ହାଜର ନିୟମକୁ ପୁନର୍ବାର ଜାରି କରିଛି । ଏହି […]
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍(ଶୁଳ୍କ) ଘୋଷଣା କରିଛନ୍ତି। କିଛି ଦିନ ପୂର୍ବରୁ ଟ୍ରମ୍ପ ରୁଷିଆରୁ ତେଲ କିଣିବା ପାଇଁ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇଥିଲେ। ଏବେ ଭାରତ ଉପରେ ମୋଟ ଆମେରିକା ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ୨୪ ଘଣ୍ଟା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଥିଲେ। ଏହି ଶୁଳ୍କ ଚଳିତ ମାସ ୨୭ ଅଗଷ୍ଟରୁ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଚୀନ ଗସ୍ତରେ ଯିବେ । ସଂଘାଇ କର୍ପୋରେସନ ସଂଗଠନ (ଏସସିଓ) ବୈଠକରେ ଯୋଗ ହେବା ପାଇଁ ଅଗଷ୍ଟ ୩୧ରୁ ସେପ୍ଟେମ୍ୱର ୧ ଯାଏ ଚୀନ ଗସ୍ତ କରିବେ । ୨୦୨୦ରେ ଗଲୱାନ୍ ଘାଟିରେ ଭାରତ ଏବଂ ଚୀନ ମଧ୍ୟରେ ସଂଘର୍ଷ ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଚୀନ ଗସ୍ତ ହେବ । ଶେଷ ଥର ପାଇଁ ସେ ୨୦୧୯ରେ ଚୀନ ଗସ୍ତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଯୋଜନା […]
ରାୟଗଡ଼ ଜିଲ୍ଲାରେ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅଭିନବ ପ୍ରୟାସ ଦେଖିବାକୁ ମିଳିଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅନୁମତିକ୍ରମେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ରାମଚନ୍ଦ୍ର ନାହକଙ୍କ ନିର୍ଦ୍ଦେଶ ଅନୁଯାଇ ରାୟଗଡ ବ୍ଲକ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ମୁଖ୍ଯ ଶିକ୍ଷକବୃନ୍ଦଙ୍କ ଏକ ଦିବସୀୟ ତାଲିମ ତଥା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡ ବ୍ଲକ ଓ ପୌରାଞ୍ଚଳର ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନଗୁଡିକର ପ୍ରଧାନ ଶିକ୍ଷକ, ଅଧ୍ୟକ୍ଷ […]
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଉଭୟ ନେତାଙ୍କ ମଧ୍ୟରେ ୱାନ ଟୁ ୱାନ ଆଲୋଚନା ହୋଇଛି । ଭେଟଘାଟ୍ ବେଳେ କଣ ଆଲୋଚନା ହେଲା ତାହା ସ୍ପଷ୍ଟ ହୋଇନାହିଁ।ଏକ୍ସ ପୋଷ୍ଟରେ ଉପମୁଖମନ୍ତ୍ରୀ ଲେଖିଛନ୍ତି, ‘ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ଆଜି ସୌଭାଗ୍ୟ ମିଳିଲା । ଓଡ଼ିଶାର ଅନନ୍ୟ ଆତ୍ମା ଏବଂ ଅବଦାନକୁ ହୃଦୟରେ ରଖି ବିକଶିତ ଭାରତ ଗଠନ ପାଇଁ ଗଭୀର କୃତଜ୍ଞତା, ପ୍ରତିଫଳନ ଏବଂ ମିଳିତ […]
ସପିଙ୍ଗ ମଲରେ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର୍ ଖୋଲିବାକୁ ବ୍ୟବସାୟୀ ଅନୁଷ୍ଠାନକୁ ଉପମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ । ଆଗକୁ ବସ ଷ୍ଟାଣ୍ଡ, ରେଳ ଷ୍ଟେସନ, ପରିବା ହାଟ, ବଜାର ଭଳି ସର୍ବସାଧାରଣ ସ୍ଥାନରେ ଖୋଲାଯିବ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର । ସରକାରୀ ଅଫିସ ଓ ଅଭିଯୋଗ ଶୁଣାଣି ସ୍ଥାନରେ ମଧ୍ୟ ୮ଟି ସେଣ୍ଟର ଖୋଲାଯିବ। ବିଶ୍ଵ ସ୍ତନପାନ ସପ୍ତାହ ଉପଲକ୍ଷେ ଏହି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସ୍ତନ୍ୟପାନ ଯୋଗୁଁ ଶିଶୁ ମା’ର କ୍ଲୋଜ଼ ଟୁ […]
ଓଡ଼ିଶାର ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକର ଅଧୀନରେ ଥିବା ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାକୁ ଗୁରୁତ୍ବ । ଏହିସବୁ ସ୍ଥାନରେ ଓଡ଼ିଆରେ ସାଇନ୍ ବୋର୍ଡ ଲେଖିବାକୁ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର । ଏହାକୁ କାର୍ଯ୍ୟକାରୀ କରିବାକୁ ଏକ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ।ଓଡ଼ିଆରେ ସାଇନ୍ ବୋର୍ଡ ନଲେଖିଲେ ଜରିମାନା।ଦିନକୁ ୫୦୦ ଟଙ୍କା […]
ଭୁବନେଶ୍ୱର, (ଓଡିଶା ଦର୍ପଣ): ଆଜି ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ଓଏସଇଏଫଡ଼ି ନୟାଗଡ଼ ଜିଲ୍ଲା ଶାଖାର ସଭାପତି ତୃପ୍ତିମୟୀ ପ୍ରଧାନ,ସମ୍ପାଦିକା ଶୁଭସ୍ମିତା ମିଶ୍ର, ରାଜ୍ୟ କୋଷାଧ୍ୟକ୍ଷ ଅଭିଷେକ ଆଚ଼ାର୍ଯ୍ୟ, କାର୍ଯ୍ୟକାରିଣୀ ସଦସ୍ୟ ହିତେଶ କୁମାର ମହନ୍ତ ପ୍ରମୁଖ ବାଚସ୍ପତିଙ୍କ ବାସଭବନରେ ସାକ୍ଷାତ କରି ଓଡ଼ିଶାର ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ଆଲୋଚ଼ନା କରିବା ସହ ଅଧିକ ପୋଷ୍ଟ ଓ ସ୍ଥାୟୀ […]
ବାଲେଶ୍ବର ଏଫ୍ଏମ୍ କଲେଜ୍, ପୁରୀ ବଳଙ୍ଗା ପରେ ଏବେ କେନ୍ଦ୍ରାପଡା । ପୁଣି ଜଳିଗଲେ ଆଉ ଜଣେ ଯୁବତୀ । ରାଜ୍ୟରେ ଏବେ ଦିନକୁ ଦିନ ଏଭଳି ମାମଲା ବୃଦ୍ଧି ପାଇବାରେ ଲାଗିଛି । ନିଜକୁ ଜାଳି ଦେବାକୁ ପଛାଉ ନାହାନ୍ତି ଯୁବପିଢି । କେନ୍ଦ୍ରାପଡା ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପୁଣି ଜଣେ ଯୁବତୀ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଛନ୍ତି । ଘଟଣା ସ୍ଥଳରେ ହିଁ ଯୁବତୀଙ୍କ […]
ଭାରତରେ UPIର ଲୋକପ୍ରିୟତା ବେଶ୍ ବୃଦ୍ଧି ପାଇଛି। ଭାରତରେ ଗୋଟିଏ ଦିନରେ ଆମେରିକାର ଜନସଂଖ୍ୟାର ଦୁଇଗୁଣ UPI ମାଧ୍ୟମରେ କାରବାର ହୋଇଛି। 2024 ମସିହାର ତଥ୍ୟ ଅନୁଯାୟୀ, ଆମେରିକାର ଜନସଂଖ୍ୟା ପ୍ରାୟ 341.2 ନିୟୁତ ଥିଲା, କିନ୍ତୁ ଭାରତରେ, 2 ଅଗଷ୍ଟ, 2025 ରେ, ଗୋଟିଏ ଦିନରେ UPI ମାଧ୍ୟମରେ ରେକର୍ଡ 707 ନିୟୁତ କାରବାର ହୋଇଛି।UPI କେବଳ ଗତ କିଛି ବର୍ଷ ମଧ୍ୟରେ ଏହି ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। 2023 ମସିହାରେ, ପ୍ରତିଦିନ ପ୍ରାୟ […]
କର୍ତ୍ତବ୍ୟ ଭବନ-୩ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି। ଏହି ଆଧୁନିକ କୋଠା ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ନୂତନ ମୁଖ୍ୟାଳୟ ହେବ। ଦିଲ୍ଲୀର ଅଲଗା ଅଲଗା ବିଲିଡିଂରେ ଥିବା କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ଖୁବଶୀଘ୍ର କର୍ତ୍ତବ୍ୟଭବନକୁ ସ୍ଥାନାନ୍ତର ହେବ ।ମୋଟ ୧୦ଟି ବିଲ୍ଡିଂ ନିର୍ମାଣ ହେବ । ଆସନ୍ତା ୨୦୨୭ ଜୁନ୍ ସୁଦ୍ଧା ସମସ୍ତ ନିର୍ମାଣ ସରିବ । ମନ୍ତ୍ରଣାଳୟଗୁଡ଼ିକୁ ଏକାଠି କରି ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ସହିତ ନୀତି […]
ରାଜ୍ୟରେ ପୁଣି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଣେ ଯୁବତୀ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଛନ୍ତି । ଯୁବତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ।ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ପାରିପାର୍ଶ୍ୱିକ ସ୍ଥିତି ଓ ପରିବାର ଲୋକଙ୍କ ବୟାନ ଆଧାରରେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି ।କେହି ଜଣେ ଯୁବକ […]
