କେନ୍ଦ୍ର ସରକାରଙ୍କ ୩ ଭାଷା ନୀତିରୁ ୭ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ବାଦ୍ ଦିଆଯାଇଥିବାବେଳେ ବର୍ତ୍ତମାନର ୬ଷ୍ଠ ଶ୍ରେଣୀ ପିଲାଙ୍କୁ ମଧ୍ୟ ଉକ୍ତ ନୀତିରୁ ବାଦ୍ ଦେବା ସମ୍ପର୍କରେ ବିଚାର କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)କୁ ନିର୍ଦ୍ଦେଶ ଦେଇଛନ୍ତି।ଭାଷାଗତ ନିୟମରେ ହଠାତ ପରିବର୍ତ୍ତନ ଏବଂ ପ୍ରଭାବିତ ଛାତ୍ରଛାତ୍ରୀଙ୍କ ପାଇଁ ଛପା ହୋଇଥିବା ପାଠ୍ୟପୁସ୍ତକ ଉପଲବ୍ଧ ନଥିବା ନେଇ ଅଭିଭାବକମାନେ ଉଦବେଗ ପ୍ରକାଶ କରିଥିଲେ। ଏଥିସହ ଏହା ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ପ୍ରଭାବିତ କରୁଥିବା ନେଇ ପିଟିସନ ଦାଖଲ କରିଥିଲେ ।
ଏହା ଉପରେ ସୁପ୍ରିମକୋର୍ଟ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶ ୨୦୨୭ ଏପ୍ରିଲ ୧ରୁ ଲାଗୁ ହେବ। ଅର୍ଥାତ ଆଗାମୀ ବର୍ଷ ଷଷ୍ଠ ଶ୍ରେଣୀକୁ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ତ୍ରିଭାଷୀ ନୀତିରୁ ଛାଡ଼ ମିଳିବ । ସେମାନଙ୍କୁ ତୃତୀୟ ଭାଷାରେ ପାସ୍ କିମ୍ବା ଫେଲ୍ କରାଯିବ ନାହିଁ। ସେମାନଙ୍କୁ କେବଳ ଆପିୟରିଂ ସାର୍ଟିଫିକେଟ ଦିଆଯିବ।
