ମହାନ ଜ୍ୟୋତିର୍ବିଜ୍ଞାନୀ ତଥା ସିଦ୍ଧାନ୍ତ ଦର୍ପଣର ରଚୟିତା ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ରଙ୍କ ଜୟନ୍ତୀ। ୧୮୩୫ ମସିହା ଡିସେମ୍ବର ୧୩ତାରିଖରେ ନୟାଗଡ଼ର ଖଣ୍ଡପଡ଼ା ରାଜବଂଶରେ ପଠାଣି ସାମନ୍ତ ଜନ୍ମଗ୍ରହଣ କରିଥିଲେ । ଖଣ୍ଡପଡ଼ା ନିକଟସ୍ଥ ଖୁଣ୍ଟୁପଡ଼ା ଗ୍ରାମସ୍ଥିତ ମହାଦେବ ଚନ୍ଦ୍ରଶେଖରଙ୍କ ପ୍ରସାଦରୁ ସେ ଜନ୍ମନେଇଥିବା ବିଶ୍ୱାସ କରି ପିତାମାତା ତାଙ୍କର ନାମ ଚନ୍ଦ୍ରଶେଖର ରଖିଥିଲେ । ତାଙ୍କ ଆଗରୁ ଦୁଇଟି ଝିଅ ଓ ଗୋଟିଏ ପୁଅ ମରିଯାଇଥିବାରୁ ସେମାନେ ତାଙ୍କର ଅପର୍ତ୍ତ୍ୟାଣି ନାମ ପଠାଣି ରଖିଥିଲେ […]
ବଢ଼ିଲା କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସୁରକ୍ଷା । ଗୃହ ମନ୍ତ୍ରଣାଳୟର ସୂଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟପ୍ରଦେଶ ଡିଜିପିଙ୍କୁ ଏକ ଚିଠି ପଠାଇ କହିଛି ଯେ ଶିବରାଜ ସିଂହ ଚୌହାନ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଟାର୍ଗେଟରେ ଅଛନ୍ତି ।ଭୋପାଳର ୭୪ ବଙ୍ଗଳାରେ ଶିବରାଜଙ୍କ ବି-୮ ବାସଭବନ ଚାରିପାଖରେ ପୋଲିସ ଅତିରିକ୍ତ ବ୍ୟାରିକେଡ ନିର୍ମାଣ କରିଛି। ଦିଲ୍ଲୀରେ ତାଙ୍କ ସରକାରୀ ବାସଭବନରେ ମଧ୍ୟ ସୁରକ୍ଷା ବୃଦ୍ଧି […]
ଦେଶ ବିଭାଜନ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଶ୍ରେଣୀ ଗୃହରେ ପ୍ରବେଶ କରିଛି ସଂସ୍କୃତ । Lahore University of Management Sciences ପକ୍ଷରୁ ଶାସ୍ତ୍ରୀୟ ଭାଷାରେ ଏକ ଚାରି-କ୍ରେଡିଟ୍ ପାଠ୍ୟକ୍ରମ ଆରମ୍ଭ କରାଯାଇଛି |୩ମାସ ଧରି ଚାଲିବାକୁ ଥିବା ସପ୍ତାହନ୍ତ ୱାର୍କସପରେ ଏହାକୁ ବିକଶିତ କରାଯାଇଛି । ଯାହା ଛାତ୍ର ଓ ବିଦ୍ୱାନ ମାନଙ୍କ ଦ୍ୱାରା ବେଶ୍ ଆଦ୍ରୁତ ହୋଇଛି । କୋର୍ସ ବା ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ମହାଭାରତ ଟେଲିିଭିଜନ ଶୃଙ୍ଖଳାର ପ୍ରସିଦ୍ଧ ଥିମ୍ […]
ଆସନ୍ତା ଫେବୃଆରୀ 19ରୁ ଆରମ୍ଭ ହେବାକୁ ଥିବା ୨୦୨୬ ମାଟ୍ରିକ ପରୀକ୍ଷାକୁ ଏଥର ଶୁଙ୍ଖଲିତ ଢଙ୍ଗରେ ପରିଚାଳନା କରିବାକୁ କଡା ଆଭିମୁଖ୍ୟ ଗ୍ରହଣ କରିଛି ବୋର୍ଡ । ଆସାଧୁ ଉପାୟ ଅଵଲମ୍ବନ ନକରନ୍ତି ସେଥିପାଇଁ ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରିବାକୁ କଡା ନିର୍ଦ୍ଦେଶ ଦେଇଛି ବୋର୍ଡ । ଯେଉଁ କେନ୍ଦ୍ରରେ ସିସିଟିଭି ନଥିବ ସେଠାରେ ବୋର୍ଡ ପକ୍ଷରୁ ସିସିଟିଭି ଲଗାଯିବ । । ଏହି ସମସ୍ତ କ୍ୟାମେରାର ଫିଡ୍ […]
ବିଷାକ୍ତ ଖାଦ୍ୟ ଖାଇ ୫୦ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ । ସମସ୍ତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ବାଉଁଶପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।ସମସ୍ତ ଅସୁସ୍ଥ ଛାତ୍ରୀଙ୍କୁ ବନ୍ଧୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ସକାଳ ୮ଟା ବେଳକୁ ଖାଦ୍ୟରେ ଝିଟିପିଟି ପଡ଼ିଥିବା ନେଇ ଛାତ୍ରୀମାନେ ପ୍ରଧାନ ଶିକ୍ଷକଙ୍କୁ ଅଭିଯୋଗ କରିଥଲେ । ପ୍ରଧାନଶିକ୍ଷକ ତୁରନ୍ତ ମେଡିକାଲକୁ ଫୋନ କରିଥିଲେ । ବନ୍ଧୁଗାଁ ସ୍ବାସ୍ଥ୍ୟ […]
ରାୟଗଡ଼, – ରାୟଗଡ ସ୍ଥିତ ତଳଗୁମା ବଣଭୋଜି ସ୍ଥଳରେ ପ୍ରେସ ୟୁନିୟନ,ରାୟଗଡର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଶୁକ୍ରବାର ମହା ସମାରୋହରେ ଆୟୋଜିତ ହୋଇଯାଇଛି । ପ୍ରେସ ୟୁନିୟନ ରାୟଗଡ ସଭାପତି ଅମୂଲ୍ୟରତ୍ନ ସାହୁଙ୍କ ପୈାରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ୟୁନିୟନର ସାଧାରଣ ସଂପାଦକ ଶିବାଜୀ ଦାଶ ,ଉପଦେଷ୍ଠା ସୁରେଶ ଚନ୍ଦ୍ର ଦାଶଙ୍କ ସମେତ ସମସ୍ତ ସଦସ୍ୟବୃନ୍ଦ ଯୋଗ ଦେଇଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଅନୁଷ୍ଠିତ ବୈଠକରେ ୟୁନିୟନ ତରଫରୁ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା […]
ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ ବଡ଼ ହଙ୍ଗାମା । ମେସିଙ୍କୁ ଦେଖି ନପାରିବାରୁ ପ୍ରଶଂସକ ମାନଙ୍କ ମଧ୍ୟରେ ବଡ଼ ବିଶୃଙ୍ଖଳା ଦେଖା ଦେଇଛି ।ସୂଚନାରୁ ପ୍ରକାଶ, ଲିଓନେଲ୍ ମେସି କୋଲକାତାର ଲେକ୍ ସିଟିରେ ତାଙ୍କର ୭୦ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ପରେ ସେ ବଲିଉଡ୍ ଷ୍ଟାର ଶାହରୁଖ ଖାନ ଏବଂ ଆରପିଜିଏସ୍ ଗ୍ରୁପ୍ ମାଲିକ ସଞ୍ଜିବ ଗୋଏଙ୍କାଙ୍କୁ ଭେଟିଥିଲେ। ତା’ପରେ ସେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମକୁ ଯାଇଥିଲେ, ଯେଉଁଠାରେ ପ୍ରଶଂସକମାନେ ତାଙ୍କର […]
ମହାନଦୀ ପ୍ରସଙ୍ଗରେ ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଟାର୍ଗେଟ । ମହାନଦୀ ସଙ୍କଟର ସମାଧାନ କେବେ ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି ଯେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ, ଆପୋସ ସମାଧାନ ପାଇଁ ସର୍ତ୍ତାବଳୀ କଣ ରହିବ । ଏହା ସହ ସରକାର ମହାନଦୀ ଟ୍ରିବ୍ୟୁନାଲରୁ ଓହରି ଯିବେନି ତ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ।ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ମହାନଦୀ ଓଡ଼ିଶାର ଜୀବନ ସ୍ରୋତ। କିନ୍ତୁ ଗତ କିଛି ଦଶନ୍ଧି […]
ନୟାଗଡ଼ ଚିନି କଳ ପାଇଁ ପାଦ ବଢ଼ାଇଲେ ରାଜ୍ୟ ସରକାର ।ନୟାଗଡ଼ରେ ଚିନି କଳ ପ୍ରତିଷ୍ଠା ପାଇଁ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ଲେଖିଲେ ଚିଠି । ସେଥିରେ ମୁଖ୍ୟମନ୍ତ୍ରୀ ଚିନିକଳ ପ୍ରତିଷ୍ଠା କରିବାକୁ ଅମିତ ଶାହଙ୍କୁ ଅନୁରୋଧ କରିଛନ୍ତି।ମୁଖ୍ୟମନ୍ତ୍ରୀ ଆହୁରି ଲେଖିଛନ୍ତି ନୟାଗଡ଼ ଓ ଏହାର ଆଖପାଖ ଜିଲ୍ଲାରେ ପାଖାପାଖି ୨୦ ହଜାରରୁ ଅଧିକ ଆଖୁଚାଷୀ ଅଛନ୍ତି। ଦୀର୍ଘଦିନ ଧରି ସେମାନେ ଏକ ଚିନିକଳ ପ୍ରତିଷ୍ଠା ପାଇଁ ଦାବି କରିଆସୁଛନ୍ତି। […]
୧୩ ଡିସେମ୍ବର, ୨୦୦୧ । ଭାରତର ସାର୍ବଭୌମତ୍ୱର ପ୍ରତୀକ ଭାରତୀୟ ସଂସଦ ଉପରେ ହୋଇଥିଲା ହମଲା । ଏମିତି ଆତଙ୍କୀ ହମ୍ଲା ଯାହାକୁ କେବେ ଭୁଲିପାରିବେନି ଦେଶବାସୀ । ଏ ଅବସରରେ ସଂସଦ ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଅନ୍ୟ ବରିଷ୍ଠ ସାଂସଦ ମଧ୍ୟ ଉପସ୍ଥିତ ରହି ସଂସଦ ଆକ୍ରମଣରେ ସହିଦଙ୍କ ସ୍ମୃତିଚାରଣ କରାଯାଇଛି ।ସୂଚନା ଅନୁଯାୟୀ, ସଂସଦରେ ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ କିଛି ସମୟ ପୂର୍ବରୁ […]
ଶ୍ରୀମନ୍ଦିର ଛତିଶା ନିଯୋଗ ଓ ଶ୍ରୀମନ୍ଦିର ନୀତି ସବ୍ କମିଟି ବୈଠକରେ ପହିଲି ଭୋଗ ନୀତି ନିର୍ଘଣ୍ଟକୁ ଉଭୟ ଛତିଶା ନିଯୋଗ ଓ ନୀତି ସବ୍ କମିଟିର ଅନୁମୋଦନ ମିଳିଛି। ୧୬ ଡିସେମ୍ବରରୁ ୧୩ ଜାନୁଆରୀ ପର୍ଯ୍ୟନ୍ତ ପହିଲି ଭୋଗ ନୀତି ପାଇଁ ରାତ୍ରୀ ୨ଟା ଠାରୁ ଦ୍ଵାରଫିଟା, ରାତ୍ର ୧୧ଟା ସୁଦ୍ଧା ହେବ ରାତ୍ର ପହୁଡ଼ । ଜାନୁଆରୀ ୩ ତାରିଖରେ ଦେବାଭିଷେକ ପୂର୍ଣ୍ଣିମା ସୁନାବେଶ ନୀତି ହେବ।୧୪ ଜାନୁଆରୀ ୨୦୨୬ ମକର ସଂକ୍ରାନ୍ତି ନୀତି […]
ପୁଟିନଙ୍କୁ ଅପେକ୍ଷା କରି ହଟହଟା ହୋଇଛନ୍ତି ଶରିଫ । ଶେଷରେ ସବୁ ପ୍ରୋଟୋକଲ ଭାଙ୍ଗି ପୁଟିନଙ୍କ ନିକଟରେ ପହଞ୍ଚି ଅପଦସ୍ତ ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ତୁର୍କମେନିସ୍ତାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗ ଦେଇଥିଲେ । ଏହି ବୈଠକରେ ତୁର୍କୀର ରାଷ୍ଟ୍ରପତି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ପରେ ରୁଷ ରାଷ୍ଟ୍ରପତିଙ୍କୁ ଶରିଫ ଭେଟିବାର କାର୍ଯ୍ୟକ୍ରମ ଥିଲା । ପୁଟିନ ପ୍ରଥମେ ତୁର୍କୀ ରାଷ୍ଟ୍ରପତିଙ୍କ ସହ […]
