କଂଗ୍ରେସର ବରିଷ୍ଠ ନେତା ତଥା ଦେଶର ପୂର୍ବ ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କର ଦେହାନ୍ତ ହୋଇଛି । 91 ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଜି ସକାଳ 6ଟା 30 ସମୟରେ ଲାତୁରର ଦେବରରେ ପରଲୋକ ହୋଇଥିବା ଜଣାପଡିଛି ।ଶିବରାଜ ପାଟିଲ ଚାକୁରକର ଲୋକସଭାର ବାଚସ୍ପତି ଥିଲେ ଏବଂ ଅନେକ କେନ୍ଦ୍ର ମନ୍ତ୍ରୀ ପଦରେ ରହିଥିଲେ । ତାଙ୍କ ରାଜନୈତିକ କ୍ୟାରିୟର ସମୟରେ, ସେ ଦେଶ ପାଇଁ ଅନେକ ମର୍ଯ୍ୟାଦାଜନକ ପଦବୀରେ ରହିଥିଲେ […]
ମେଷଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ବୃଷଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍ ସନ ଲାଗି […]
କଟକ ଝୋଲା ସାହିରୁ ବିପୁଳ ଚାଇନିଜ ମାଞ୍ଜା ସୂତା ଜବତ। ଚଢ଼ାଉ କରି ଜବତ କଲା ସିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡ୍। ଚାଇନିଜ ମାଞ୍ଜା ସୂତାକୁ ପ୍ରଶାସନ ବ୍ୟାନ କରିଥିବା ବେଳେ ବେଆଇନ ବିକ୍ରି କରୁଥିବା ଦୋକାନ ଓ ଗୋଦାମ ଉପରେ ଚଢ଼ାଉ କରି ଜବତ କରିଛି ସିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡ୍। ମକର ସଂକ୍ରାନ୍ତି ପାଖେଇ ଆସୁଥିବାରୁ କର୍ତ୍ତୃପକ୍ଷ ସତର୍କ ଅଛନ୍ତି। ଦଳ ଏବେ ଏହି ବିପୁଳ ପରିମାଣର ବିପଦପୂର୍ଣ୍ଣ ସୂତା କେଉଁଠାରୁ ଆସିଛି ତାହା ଜାଣିବା ପାଇଁ […]
ସ୍ମୃତି ମନ୍ଧାନା ତାଙ୍କ ବିବାହ ବାତିଲ କରିବା ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ କହିଥିଲେ ଯେ କ୍ରିକେଟ୍ ତାଙ୍କର ସବୁଠାରୁ ଭଲ ପ୍ରେମ । ସେ ଆମାଜନ ସମ୍ଭାବ ସମ୍ମିଳନୀରେ ଯୋଗ ଦେଇଥିଲେ ଏବଂ କହିଥିଲେ ଯେ ଭାରତୀୟ ଜର୍ସି ପିନ୍ଧିବା ତାଙ୍କର ସବୁଠାରୁ ବଡ଼ ପ୍ରେରଣା। ସେ ବିଶ୍ୱକପ୍ ବିଜୟକୁ ବର୍ଷ ବର୍ଷର କଠିନ ପରିଶ୍ରମ ଏବଂ ସଂଘର୍ଷର ପୁରସ୍କାର ଭାବରେ ବର୍ଣ୍ଣନା କରିଥିଲେ।ସେ କହିଥିଲେ ଯେ ପିଲାଦିନରୁ ତାଙ୍କର ସ୍ୱପ୍ନ ବିଲକୁଲ୍ ସ୍ପଷ୍ଟ […]
ଏମ୍ସ ଭୁବନେଶ୍ବର ଅର୍ଥୋପେଡ଼ିକ୍ ବିଭାଗ ଦ୍ୱାରା କରାଯାଇଥିବା ଉଲ୍ଲେଖନୀୟ ଚିକିତ୍ସା ସଫଳତା ଜଣେ ଯୁବକଙ୍କ ଜୀବନରେ ଖୁସି ଆଣିଦେଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ୩୭ ବର୍ଷୀୟ ଯୁବକ ବିଶ୍ୱ ଭୂଷଣ ରାଉତ ପ୍ରାୟ ୨୦ ବର୍ଷ ଧରି ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗରେ ପୀଡ଼ିତ ଥିଲେ। ମାତ୍ର ଏମ୍ସ ଭୁବନେଶ୍ବର ଅର୍ଥୋପେଡିକ୍ ବିଭାଗ ପକ୍ଷରୁ ତାଙ୍କର ତିନୋଟି ଜଟିଳ ଅସ୍ତ୍ରୋପଚାର ପରେ, ସେ ଏକ ନୂତନ ଜୀବନ ଲାଭ କରିଛନ୍ତି |ଶ୍ରୀ ରାଉତଙ୍କ ମେରୁଦଣ୍ଡ ଏବଂ ଉଭୟ […]
ଧନୁଯାତ୍ରା ଅନୁଦାନ ରାଶି ବଢାଇଲେ ସରକାର। ଧନୁଯାତ୍ରା ପାଇଁ ୧ କୋଟିକୁ ବଢିଲା ଅନୁଦାନ ରାଶି। ପୂର୍ବରୁ ଅନୁଦାନ ରାଶି ୧୦ ଲକ୍ଷ ଟଙ୍କା ଥିଲା। ୨ ଶହ କଳାକାରଙ୍କୁ ୧୦ ହଜାର ଲେଖାଏଁ ଅନୁଦାନ ରାଶି ପ୍ରଦାନ କରାଯିବ। ସୂଚନାଯୋଗ୍ୟ, ବରଗଡ଼ ଧନୁଯାତ୍ରା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ରାଶି ଘୋଷଣା କରାଯାଇଥିଲା । ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ […]
କଳାହାଣ୍ଡି ଭବାନୀପାଟଣା ବାଦିଲି ଗାଁରେ କଙ୍ଗାରୁ କୋର୍ଟ । ବୃଦ୍ଧଙ୍କୁ ଚପଲ ମାଳ ପିନ୍ଧାଇ ଚଲେଇ ଚଲେଇ ନେଲେ, ଲଣ୍ଡା କଲେ ।ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି । ବାଦଲି ଗାଁର ୱାର୍ଡ ନମ୍ୱର୧୩ ଚଞ୍ଚରାପଡ଼ାରେ ଗତ ୭ ତାରିଖ ସକାଳେ ଜଣେ ମହିଳା ପାଣି ଆଣିବା ପାଇଁ ଯାଇଥିଲେ । ଗାଁର ଜଣେ ବୃଦ୍ଧ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଘଟଣା ସମ୍ପର୍କରେ ପରିବାର ଲୋକ ଗ୍ରାମବାସୀଙ୍କୁ ଜଣାଇବା […]
ଭଦ୍ରକ ସହରର ବାଇପାସ୍ ଛକ ନିକଟସ୍ଥ ଏକ ଔଷଧ ଦୋକାନରୁ ମଦ ଜବତ ହୋଇଛି। ଭଗବାନ ଗଣେଶଙ୍କ ନାମରେ ନାମିତ ଔଷଧ ଦୋକାନରୁ ମଦ ବାହାରୁଛି, ଯାହା ବୁଦ୍ଧିଜୀବୀଙ୍କୁ ହତବାକ୍ କରିଛି। ସୂଚନା ମୁତାବକ ଉକ୍ତ ଦୋକାନର ଲାଇସେନ୍ସ ଅବଧି ସରିଯାଇଥିଲା । ଡାଟା ବେସ୍ ଯାଞ୍ଚ କରିବା ପରେ ଡ୍ରଗ୍ସ ଇନ୍ସପେକ୍ଟର ଜାଣିଥିଲେ। ସେଥିପାଇଁ ଦୋକାନରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଦୋକାନରୁ ମଦ ବୋତଲ ବାହାରିଥିଲା । ଡ୍ରଗ୍ସ ବିଭାଗ ପକ୍ଷରୁ ପୋଲିସକୁ […]
ନୟାଗଡ଼,(ଓଡ଼ିଶା ଦର୍ପଣ ): ଶରଣକୁଳ ନାରାୟଣ ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଗୁରୁବାର ବିଦ୍ୟାଳୟ କ୍ରୀଡା ପ୍ରାଙ୍ଗଣରେ ଉଦଘାଟିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ରଶ୍ମି ରଞ୍ଜନ ମିଶ୍ର ଲଡ଼ୁବାବାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି କ୍ରୀଡା ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ଆସି ଖେଳ ପଡିଆରେ ପହଂଚିବା ପରେ ପ୍ରଧାନ ଶିକ୍ଷକ ଶ୍ରୀ ମିଶ୍ର କ୍ରୀଡା ପତାକା ଉତ୍ତୋଳନ କରିଥିଲେ l କ୍ରୀଡା ଶିକ୍ଷକ ଦାମୋଦର ସାହୁଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀ […]
ଜବରଦଖଲକାରୀଙ୍କୁ ତ୍ରାହି ନାହିଁ । ଜବରଦଖଲ ଜମିକୁ ଦଖଲକୁ ନେବେ ସରକାର ।ପ୍ରଭାବଶାଳୀ ଜମି ଜବରଦଖଲକାରୀଙ୍କୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଚେତାବନୀ ଦେଇଛନ୍ତି । କହିଛନ୍ତି, ସମୟ ଅଛି ଜମି ଫେରାଅ, ନହେଲେ ଉଚ୍ଛେଦ ଖର୍ଚ୍ଚ ଟଙ୍କା ବି ଆଦାୟ ହେବ । ଜବରଦଖଲକାରୀଙ୍କ ଡାଟାବେସସ ପ୍ରସ୍ତୁତ ପାଇଁ ତଗସିଲଦାରଙ୍କୁ ନିର୍ଦ୍ଦେଶ ରହିଛି । ଆବଶ୍ୟକତା ପାଇଁ ଭୂମିହୀନ ଗରିବ ଜବରଦଖଲ କରିଥିଲେ ପାଇବେ ୪ ଡିସିମିଲ । ପ୍ରଭାବଶାଳୀ ଜବରଦଖଲକାରୀ ଏବେ ବି ସମୟ […]
ପୁରୀ ଜିଲ୍ଲାର ୩ ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍ରେ ରୂପାନ୍ତର କରାଯିବ । ଏନେଇ ପ୍ରଶାସନିକ ପଦକ୍ଷେପ ନିଆଯାଇଛି । ଏହା ହେଉଛି ଅସ୍ତରଙ୍ଗର ପୀରଜାହାନିଆ ବେଳାଭୂମି, ପୁରୀର ବେଲେଶ୍ୱର ବେଳାଭୂମି ଓ ଫୁଲପାଟଣା ପର୍ଯ୍ୟଟନ ବେଳାଭୂମି (ବାଲିଗୁଆଳି ଠାରୁ ସୈକତ ନିବାସ ବେଳାଭୂମି ପର୍ଯ୍ୟନ୍ତ) । ଏନେଇ ଆଗ୍ରହୀ ସଂସ୍ଥାଙ୍କ ଠାରୁ ଡିପିଆର୍ (ଡିଟେଲ ପ୍ରୋଜେକ୍ଟ ରିପୋର୍ଟ) ଆହ୍ୱାନ କରିଛି ପୁରୀ ବନଖଣ୍ଡ କାର୍ଯ୍ୟାଳୟ । ଆସନ୍ତା ୧୫ ତାରିଖ ଆବେଦନର ଶେଷ ସମୟ ରହିଛି […]
ଗୁଜରାଟ ହାଇକୋର୍ଟରେ ଏକ ଅଜବ ବିବାବ ବିଚ୍ଛେଦ ମାମଲା ସାମ୍ନାକୁ ଆସିଛି । ପତି-ପତ୍ନୀଙ୍କ ମଧ୍ୟରେ ଫାଟ ସୃଷ୍ଟି କଲା ପିଆଜ, ରସୁଣ । ବିବାହର ୨୨ ବର୍ଷ ପରେ ଗୁଜରାଟର ଏକ ଦମ୍ପତି ସମ୍ପର୍କ ତୁଟାଇ ପରସ୍ପରଠାରୁ ଅଲଗା ହୋଇଛନ୍ତି।ମହିଳା ଜଣକ ସ୍ବାମୀନାରାୟଣ ଦୀକ୍ଷା ନେଇଥିବାରୁ ପିଆଜ, ରସୁଣ ଖାଇବାକୁ ମନା କରିଦେଇଥିଲେ। ଏହି ବିବାଦ ଏପରି ଘନେଇଲା ଯେ, ମାମଲା ଅଦାଲତକୁ ଯାଇଥିଲା। ଗୁଜରାଟ ହାଇକୋର୍ଟ ଫାମିଲି କୋର୍ଟ ରାୟକୁ ବଳବତ୍ତର ରଖି ବିଚ୍ଛେଦ […]
