ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଶାସକ ଦଳର ବିଧାୟକମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି ।ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଚାଲିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୬୬ ବିଧାୟକ ଉପସ୍ଥିତ ରହିଛନ୍ତି । ରାଜ୍ୟ ସଭାପତିମନମୋହନ ସାମଲ ଉପସ୍ଥିତ ଅଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ଏକ ମାସ ଧରି ଚାଲିଥିବା ସେବା ପକ୍ଷ ନେଇ ଆଲୋଚନା କରାଯାଉଛି । ଏହି ବୈଠକରେ ସରକାରଙ୍କ ଆଗାମୀ ଆଭିମୁଖ୍ୟ ନେଇ ହୋଇପାରେ ଚର୍ଚ୍ଚା ଆଲୋଚନା। ପଞ୍ଚାୟତ ପୌର ନିର୍ବାଚନ ପୂର୍ବରୁ ଜନପ୍ରତିନିଧିଙ୍କୁ ନେଇ ପ୍ରସ୍ତୁତ ହୋଇପାରେ ରୋଡ଼ମ୍ୟାପ | ବୈଠକରେ ଶାସକ ଦଳର ଆଗାମୀ ଆଭିମୁଖ୍ୟ ସମ୍ପର୍କରେ ନିଆଯିବ ନିଷ୍ପତ୍ତି ।
