author

ଯବାନ ପିନ୍ଧିବେ ଯାଜପୁର ରାକ୍ଷୀ । ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା

ଆସୁଛି ଆସୁଛି ସ୍ନେହ ଓ ବନ୍ଧନର ପର୍ବ ରକ୍ଷାବନ୍ଧନ । ସେଥିପାଇଁ ଗାଁରୁ ସହର ହୋଇଉଠିଛି ଚଳଚଞ୍ଚଳ । ଦେଶ ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ବୀର ସୈନିକଙ୍କ ପାଇଁ ନିଜ ହାତରେ ରାକ୍ଷୀ ପ୍ରସ୍ତୁତ କରି ପଠାଇଲେ ଛାତ୍ରଛାତ୍ରୀ । ଦେଶ ପ୍ରେମର ଏଭଳି ଝଲକ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଜେନାପୁର ଅଂଚଳରେ । ସ୍ଥାନୀୟ ଚଉଷଠିପଡ଼ା ନୋଡାଲ ସ୍କୁଲର ଛାତ୍ରଛାତ୍ରୀଙ୍କ ଏଭଳି ପ୍ରୟାସକୁ ବେଶ ପ୍ରଶଂସା କରାଯାଇଛି ।ଯବାନ ମାନେ […]

କଟକରେ ନିର୍ମାଣ ହେବ ରୌପ୍ୟ ତାରକସି ସର୍ବ ସାଧାରଣ ସୁବିଧା କେନ୍ଦ୍ର

କଟକରେ ୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ରୌପ୍ୟ ତାରକସି ସର୍ବ ସାଧାରଣ ସୁବିଧା କେନ୍ଦ୍ର । ଆଜି ଏହାର ଶିଳାନ୍ୟାସ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏଠାରେ ପ୍ରଶିକ୍ଷଣ ଓ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଦେଖିବା ପାଇଁ ଏକ ସୁନ୍ଦର ତାରକସି ଗ୍ୟାଲେରୀ ରହିବ । ଅନ୍ୟପଟେ ଏହି ଉତ୍କର୍ଷ ତାରକସୀ କେନ୍ଦ୍ର ନିର୍ମାଣ କାମ ଓଡିଶା ପୋଲିସ ହାଉସିଂ କର୍ପୋରେସନ ନେଇଛି ଯାହାକୁ ବର୍ଷେ ଭିତରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । […]

ପୂର୍ବତନ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଦେହାନ୍ତ

ଜମ୍ମୁ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ ହୋଇଛି । ଆରଏମଏଲ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ହୋଇଥିବା ସୂଚନା ମିଳିଛି । ୭୯ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ୧୯୪୬ ଜୁଲାଇ ୨୪ରେ ଉତ୍ତରପ୍ରଦେଶର ବାଗପତରେ ଜନ୍ମଗ୍ରହଣ କରିଥିବା ମଲିକ ୨୦୧୮-୨୦୧୯ ମସିହାରେ ଜମ୍ମୁ-କାଶ୍ମୀର, ୨୦୧୯-୨୦୨୦ରେ ଗୋଆ ଏବଂ ୨୦୨୦-୨୦୨୨ ପର୍ଯ୍ୟନ୍ତ ମେଘାଳୟର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ଜମ୍ମୁ-କାଶ୍ମୀର ରାଜ୍ୟପାଳ କାର୍ଯ୍ୟକାଳରେ ଅନୁଚ୍ଛେଦ ୩୭୦ ରଦ୍ଦ ହୋଇଥିଲା। […]

ମାଳିସାହିର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସଚଳ ହେଉ

ନୟାଗଡ଼, (ଓଡ଼ିଶା ଦର୍ପଣ): ନୂଆଗାଁ ତହସିଲର ମାଳିସାହି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବାରେ ଅହେତୁକ ବିଳମ୍ବ ଘଟୁଥିବାରୁ ଅସନ୍ତୋଷ ଓ କ୍ଷୋଭ ପ୍ରକାଶ କରି ସିପିଆଇ ଏମ୍ ନେତା ତଥା ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ବିଶ୍ଵନାଥ ମହାପାତ୍ର ଏଥିପାଇଁ ଜନଆନ୍ଦୋଳନ ଗଢି ତୋଳିବା ପାଇଁ ଆହ୍ଵାନ ଦେଇଛନ୍ତି। ସରକାରୀ ନିଷ୍ପତ୍ତି ପରେ ମାଳିସାହି ଗ୍ରାମରେ ରାଜସ୍ବ ବିଭାଗ ପକ୍ଷରୁ ଏକ ପୂର୍ଣ୍ଣାଙ୍ଗ ଅଫିସ କୋଠା ଦୀର୍ଘ ଦିନ ହେଲା ଗଢାସରି ତାଲାପଡି ରହିଛି, ଅଥଚ ମାଳିସାହି […]

ସୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷା

ସୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷା ନିଯୁକ୍ତ ହେଲେ । ବବିତା ପାତ୍ର ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ନିଯୁକ୍ତ ହେଲେ । ୩ ବର୍ଷ ପାଇଁ ନିଯୁକ୍ତି ଦେଲେ ରାଜ୍ୟ ସରକାର । ନିଯୁକ୍ତି ନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।୨୦୨୪ ମସିହାରେ ମହିଳା କମିଶନ ଆୟୋଗକୁ ଭଙ୍ଗ କରିଥିଲେ ରାଜ୍ୟ ସରକାର । ଏହାପରଠାରୁ ପ୍ରାୟ ବର୍ଷେ ହେବ ଖାଲି ପଡିଥିଲା ମହିଳା କମିଶନ […]

ଓଡ଼ିଶା ରାଜ୍ୟ ଏଡିଇଓ ସଂଘ ଗଠିତ,ପ୍ରଭାତ ତିୱାରୀ ସଭାପତି, ସଂଗ୍ରାମ ସିଂହ ସମ୍ପାଦକ

ଭୁବନେଶ୍ବର, (ଓଡିଶା ଦର୍ପଣ):- ସମଗ୍ର ରାଜ୍ୟରେ ଥିବା ହିସାବ ରକ୍ଷକ ତଥା ତଥ୍ୟ ନିକ୍ଷେପଣ ପରିଚାଳକ (ଏଡିଇଓ)ମାନଙ୍କୁ ନେଇ ବିଶ୍ୱ ବନ୍ଧୁତ୍ୱ ଦିବସ ଅବସରରେ ନୂତନ ଭାବେ ଓଡ଼ିଶା ରାଜ୍ୟ ଏଡିଇଓ ସଂଘ (ଓସା) ଗଠନ କରାଯାଇଛି । ଭୁବନେଶ୍ୱରସ୍ଥିତ ଅଶୋକ ନଗର ଠାରେ ଥିବା ହୋଟେଲ ଆର୍ଯ୍ୟ ପ୍ୟାଲେସ୍‌ର ସମ୍ମିଳନୀ କକ୍ଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲା ସଭାପତି ଓ ସମ୍ପାଦକମାନଙ୍କୁ ନେଇ ନୂତନ ରାଜ୍ୟ ସଂଘର କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା । ସର୍ବସମ୍ମତି […]

ଲିଫ୍ଟ ଭିତରେ ଇଭେଣ୍ଟ ହୋଷ୍ଟ ଯୁବକଙ୍କୁ ମାଡ଼

ଲିଫ୍ଟ ଭିତରେ ଇଭେଣ୍ଟ ହୋଷ୍ଟଙ୍କୁ ପିଟି ପିଟି ଲହୁଲୁହାଣ କଲେ ଯୁବକ। ବିଧା ଗୋଇଠା ସହ ମରଣାନ୍ତକ ଆକ୍ରମଣ ପରେ ଘଟଣା ସ୍ଥଳରୁ ଫେରାର ହୋଇଛନ୍ତି ହୋଷ୍ଟ । ଘଟଣା ଘଟିଛି ନନ୍ଦନକାନନ ଥାନା ଅଧୀନସ୍ଥ ରଘୁନାଥପୁରରେ ଥିବା ରୟାଲ ଆର୍କେଡ ଲିଫ୍ଟ ଭିତରେ । ପୀଡ଼ିତଙ୍କ ନାମ ଯଯାତି ପାରେଖ ହୋଇଥିବା ବେଳେ ଅଭିଯୁକ୍ତର ନାମ ଅଶ୍ୱତ୍ ବୋଲି ଜଣାପଡ଼ିଛି।ଗତ ୩ ତାରିଖ ରାତି ପ୍ରାୟ ୧୨ଟା ବେଳେ ରୟାଲ ଆର୍କେଡର ଷଷ୍ଠ ମହାଲାରେ ଥିବା […]

ତୁଳସୀ ଗଣନାଟ୍ୟ ମାଲିକଙ୍କ ଠାରୁ ନେଇଥିବା ଅଗ୍ରୀମ ଟଙ୍କାକୁ ଫେରାଲେ ନରି ପଣ୍ଡା

ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁଙ୍କ ସହ ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡାଙ୍କ ବିବାଦର ଏକ ପ୍ରକାର ସମାଧାନ ହୋଇଛି। ନରି ନେଇଥିବା ୧୦ ଲକ୍ଷ ଟଙ୍କାକୁ ବାଲିଚନ୍ଦ୍ରପୁର ଥାନା ଅଧିକାରୀଙ୍କ ଜରିଆରେ ଫେରାଇଛନ୍ତି। ତୁଳସୀ ଗଣନାଟ୍ୟରେ ଆଗାମୀ ଯାତ୍ରା ସିଜିନ୍‌ରେ କାମ କରିବା ପାଇଁ ଯାତ୍ରା କଳାକାର ନରି ପଣ୍ଡା ଅଗ୍ରୀମ ଟଙ୍କା ନେଇଥିଲେ । ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳଙ୍କ ଠାରୁ ନରି ପଣ୍ଡା ୧୦ […]

ଅପାରଗ ବାବୁଙ୍କ ତଥ୍ୟ ମାଗିଲେ ସରକାର

କେଉଁ ବିଭାଗରେ କେତେ ଅପାରଗ ଅଧିକାରୀ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ତାହାର ତଥ୍ୟ ମାଗିଲେ ରାଜ୍ୟ ସରକାର। ଏ ନେଇ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ କରାଯାଇଛି ଚିଠି । ୭ ତାରିଖ ସୁଦ୍ଧା ସମସ୍ତ ସଥ୍ୟ ସରକାରଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏହାକୁ ନେଇ ସବୁ ବିଭାଗରେ ଏବେ ଘଣ୍ଟାଚକଟା ଆରମ୍ଭ ହୋଇଯାଇଛି। ବିଭାଗରେ କେତେ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି, ସେନେଇ […]

ରାଜ୍ୟରେ ବନ୍ଦ ହେବ ମହାପ୍ରୟାଣ, ଆରମ୍ଭ ହେବ ନୂଆ ଶବବାହନ ସେବା

ରାଜ୍ୟରେ ଏବେ କାର୍ଯ୍ୟକାରୀ ହେଉଥିବା ‘ମହାପ୍ରୟାଣ’ ଯୋଜନା ମାଗଣା ନୁହେଁ। କିଛି ଜିଲ୍ଲାରେ ଏହା ରେଡ୍‌କ୍ରସ ଦ୍ଵାରା ପରିଚାଳିତ ହେଉଥିବା ବେଳେ ଆଉ କିଛି ଜିଲ୍ଲାରେ ଏହା ଜିଲ୍ଲାପାଳଙ୍କ ଅଧୀନରେ ରହିଛି । ଏହା ବ୍ୟବସ୍ଥିତ ନ ଥିବାରୁ ମହାପ୍ରୟାଣକୁ ସଂପୂର୍ଣ୍ଣ ବନ୍ଦ କରାଯିବ, ନୂଆ ଶବ ବାହନ ବ୍ୟବସ୍ଥା କିଭଳି ଢଙ୍ଗରେ ପରିଚାଳିତ ହେବ ସେଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା । ନୂଆ ବ୍ୟବସ୍ଥାରେ ଶବ ପରିବହନ ପାଇଁ ଜିଲ୍ଲାମାନଙ୍କୁ […]

ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲା: ରିମାଣ୍ଡ ଆବେଦନ କଲା କ୍ରାଇମ୍‌ବାଞ୍ଚ

ଏଫ୍‌ଏମ୍‌ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ କ୍ରାଇମବ୍ରାଞ୍ଚ ରବିବାର ବିଳମ୍ବିତ ରାତିରେ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ୱାଳ ଓ ଅଣଛାତ୍ର ଶୁଭ୍ରସମ୍ବିତ ନାୟକ୍ରଙ୍କୁ ଗିରଫ କରିଛି । ଉଭୟଙ୍କ ଜାମିନ ନାମଞ୍ଜୁର ହେବାରୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହି ୨ଜଣଙ୍କ ଗିରଫ ପରେ ଟିମ୍‌ ହାତରେ ଆହୁରି ଲମ୍ବା ତାଲିକା ଥିବା ଶୁଣିବାକୁ ମିଳୁଛି । ପୀଡ଼ିତାଙ୍କ ଆତ୍ମାହୁତି ପୂର୍ବର ଏକ ସିସିଟିଭି ଫୁଟେଜ ପଦାକୁ ଆସିଛି। ଆତ୍ମାହୁତି ପୂର୍ବରୁ ପୀଡ଼ିତା […]

ଦୁଇ ଶିଶୁଙ୍କୁ ଗୋଟିଏ ସିଲିଣ୍ଡରରୁ ଅକ୍ସିଜେନ୍ ଦେବା ଘଟଣା, ତଦନ୍ତ ପାଇଁ ନିର୍ଦ୍ଦେଶ

୨୦୨୨ ମସିହାରେ ଗୋଟିଏ ସିଲିଣ୍ଡରରୁ ତିନିଶିଶୁଙ୍କୁ ଅକ୍ସିଜେନ୍‌ ପ୍ରଦାନ ଘଟଣା ଏମ୍‌କେସିଜି ବଡ଼ଡାକ୍ତରଖାନାକୁ ଚର୍ଚ୍ଚାକୁ ଆଣିଥିଲା। ୩ ବର୍ଷ ପରେ ଆଜି ଗୋଟିଏ ଅକ୍ସିଜେନ୍‌ ସିଲିଣ୍ଡରରୁ ଦୁଇ ନବଜାତକଙ୍କୁ ଅକ୍ସିଜେନ୍‌ ଦିଆଯିବା ଘଟଣା ସାମ୍‌ନାକୁ ଆସିଛି। ତେବେ ଦକ୍ଷିଣାଞ୍ଚଳ ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କେଉଁ ପରିସ୍ଥିତିରେ ଏଭଳି ହେଲା, ତାହାର ତଦନ୍ତ ହେବ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆରଡିସି କହିଛନ୍ତି । ଏକ ବଡ଼ ଡାକ୍ତରଖାନା ହୋଇ ବି କେମିତି […]