ବହୁ ଚର୍ଚ୍ଚିତ କନେଷ୍ଟବଳ ଶୁଭମିତ୍ରା ହତ୍ୟା ଘଟଣାରେ ଅଭିଯୁକ୍ତ ଦୀପକ ରାଉତଙ୍କୁ ଜେରା କରୁଛି ପୁଲିସ । ଝାରପଡା ଜେଲରେ ଖୁଣ୍ଟୁଣୀ ଥାନା ପୁଲିସ ଦୀପକକୁ ଶୁଭମିତ୍ରା ଓ ଅପର୍ଣ୍ଣା ପ୍ରିୟଦର୍ଶିନୀ ହତ୍ୟାକାଣ୍ଡ ଘଟଣାରେ ପଚରାଉଚରା କରୁଥିବା ସୂଚନା ମିଳିଛି ।ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ କାହିଁକି ଦେଇଥିଲା ଦୀପକ ସେନେଇ ଦୀପକକୁ ଜେରା କରିଛି ପୋଲିସ। କୋର୍ଟଙ୍କ ନିର୍ଦ୍ଦେଶରେ ଝାରପଡା ଜେଲରେ ୩ଘଣ୍ଟା ଧରି ଦୀପକକୁ ପଚରାଉଚରା କରିଥିଲା ପୋଲିସ। ଜେରା […]
ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ସୋମବାର ନାମାଙ୍କନ ଶେଷ ହୋଇଛି। ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୧୧ ଜଣ ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସ୍ବାଧୀନ ପ୍ରାର୍ଥୀ ମାନେ ହେଲେ ଆଶ୍ରୟ ମହାନନ୍ଦ, ଇ.ଚକ୍ରାନ୍ତ ଜେନା, ପୁରୁଷୋତ୍ତମ ବେହେରା, କମଲ କୁମାର ଛତ୍ରିଆ, ଭୁବନଲାଲ ସାହୁ, ଲୋଚନ ମାଝୀ, ଭୁଜବଳ ଆଡ଼ବଙ୍ଗ, କିଶୋର କୁମାର ବାଗ, ଭକ୍ତ ବନ୍ଧୁ ଧରୁଆ, ନୀତା ବାଗ ଏବଂ ଲକ୍ଷ୍ମୀ କାନ୍ତ ତାଣ୍ଡି। […]
ନୟାଗଡ଼,(ଓଡ଼ିଶା ଦର୍ପଣ) : ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ ଅଲ ଓଡ଼ିଶା ଚେସ ଆସୋସିଏସନର ମିଳିତ ଆନୁକୂଲ୍ୟ ତଥା କେସି କ୍ଳବର ପ୍ରତ୍ୟକ୍ଷ ସହଯୋଗରେ ଚାଲିଥିବା ନୟାଗଡ଼ ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ-୨୦୨୫ ଉଦଯାପିତ ହୋଇଯାଇଛି। ଏଥିରେ ଜୁନିଅର ବିଭାଗରେ ସ୍ୱୟଂ ପ୍ରକାଶ ସାହୁ ସର୍ବାଧିକ ପଏଣ୍ଟ ପାଇ ଚାମ୍ପିୟନ ହୋଇଥିବା ବେଳେ ସିନିଅର ବିଭାଗରେ ଦାସ ଜିତେନ୍ଦ୍ର କୁମାର ଚମ୍ପିୟାନ ହୋଇଛନ୍ତି। ଦୁଇଦିନିଆ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬ ରାଉଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଉଥିଲା। […]
ମେଷ:-ଅନେକ ଦିନରୁ ଚେଷ୍ଟା କରୁଥିବା କାମରେ ଆଜି ସଫଳତା ମିଳିବ।ସାହସିକ ପଦକ୍ଷେପ ନେଇ ପ୍ରସଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି। ବୃଷ:-ଆଜି ଧାର୍ମିକ ଅନୁଷ୍ଠାନରେ କିମ୍ବା ବନ୍ଧୁବର୍ଗଙ୍କ ସକାଶେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଭ୍ରମଣ ହେତୁ ମନ ପ୍ରଫୁଲ୍ଲ ରହିବ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ । […]
ୟୁପିଆଇ ଟ୍ରାଞ୍ଜାକସନକୁ ନେଇ ଜବଲପୁର ରେଳ ଷ୍ଟେସନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯାହାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ୟୁପିଆଇ ଟ୍ରାଞ୍ଜାକସନ ଫେଲ୍ ହେବାରୁ ଷ୍ଟେସନରେ ଜଣେ ସିଙ୍ଗଡା ବ୍ୟବସାୟୀ ଯାତ୍ରୀଙ୍କ କଲାରକୁ ଭିଡି ଧରିବା ସହ ଛାଡି ନଥିଲେ ।ଭିଡିଓ ଭାଇରାଲ ହେବା ପରେ ବିକ୍ରେତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ଏବଂ ତାଙ୍କୁ ହେପାଜତକୁ ନିଆଯାଇଛି ବୋଲି ଜଣେ ରେଳ ଅଧିକାରୀ କହିଛନ୍ତି । […]
ଜନ୍ମମାଟି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜାଠାରୁ ତିନି ଦିନ ଧରି ଅର୍ଥାତ ବୁଧବାର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କେନ୍ଦୁଝରରେ ରହିବେ । ଅପରାହ୍ନ ରାଇକଳା ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରି ସେଠାରୁ ସଡ଼କ ପଥରେ ନିଜ ଗାଁ ରାଇକଳା ଗସ୍ତ କରିଛନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଗସ୍ତ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କେନ୍ଦୁଝରରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି ।ଦୀପାବଳୀ ଅବସରରେ ନିଜ ଗାଁ […]
ସବୁଥର ପରି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସୈନିକମାନଙ୍କ ସହିତ ଦୀପାବଳି ପାଳନ କରିଥିଲେ। ଏଥର, ପ୍ରଧାନମନ୍ତ୍ରୀ ମୋଦି ଗୋଆ ଏବଂ କରୱାର ଉପକୂଳରେ ଅବସ୍ଥିତ INS ବିକ୍ରାନ୍ତକୁ ଦୀପାବଳି ପାଳନ କରିବା ପାଇଁ ବାଛିଥିଲେ। ମୋଦି ଏହି ଅବସରରେ କହିଛନ୍ତି, ଭାରତୀୟ ସେନା, ବାୟୁସେନା ଏବଂ ଭାରତୀୟ ନୌସେନା ମଧ୍ୟରେ ସମନ୍ୱୟ ପାକିସ୍ତାନକୁ ଅପରେସନ ସିନ୍ଦୂରରେ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା । ସେନା ଶକ୍ତିଶାଳୀ ହେବା ପାଇଁ ଆତ୍ମନିର୍ଭଳଶୀଳ ହେବା ଜରୁରୀ । ଗତ […]
ଦୀପାବଳି ପୂର୍ବରୁ ବିଗିଡ଼ିଲାଣି ଅନୁଗୁଳ ସହରର ବାୟୁର ମାନ । ଅନୁଗୁଳ ପାଲଟିଛି ରାଜ୍ୟର ସବୁଠୁ ଅଧିକ ବାୟୁ ପ୍ରଦୂଷିତ ସହର । କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ , ଗତକାଲି ଏୟାର କ୍ୱାଲିଟି ଇଣ୍ଡେକ୍ସରେ ୨୨୯ AQI ସହ ରାଜ୍ୟର ଏକମାତ୍ର ସହର ଭାବେ ଅନୁଗୁଳର ବାୟୁର ମାନ ପୁଅର ବା ଖରାପ ସ୍ତରରେ ରହିଛି । ସେହିପରି ଭୁବନେଶ୍ୱରରେ ମଧ୍ୟ ଶନିବାର ସନ୍ଧ୍ୟା ୬ଟାରେ ୧୩୬, ୧୭ ତାରିଖରେ […]
ମାଆ କାଳୀଙ୍କ ବିଶାଳ ବାଲୁକା କଳା। ବାଲୁକା କଳାରେ ଦୀପାବଳିର ଶୁଭେଛା ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପ୍ରାୟ ୧ହଜାର ମାଟି ଦୀପ ବ୍ୟବହାର କରିବା ସହ ମାଆ କାଳୀଙ୍କ ଏକ ସୁନ୍ଦର ପ୍ରତିକୃତି ନିର୍ମାଣ କରିଛନ୍ତି । ଏହି କଳାକୃତି ନିର୍ମାଣ ପାଇଁ ୬ ଟନ ବାଲି ବ୍ୟବହାର କରାଯାଇଛି । ଏହି ଆକର୍ଷଣୀୟ ବାଲୁକଳା ଦେଖିବାକୁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି ।ପ୍ରଦୂଷଣ ମୁକ୍ତ ପାଇଁ ସମସ୍ତେ ସବୁଜ ବାଣ […]
ଆସନ୍ତା ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୧୨ ଘଣ୍ଟାରେ ଲଘୁଚାପ ସୃଷ୍ଟି ହେବ । ୨୪ ଘଣ୍ଟା ମଧ୍ୟରେ ଅବପାତ ହେବ । କାଲିଠାରୁ ଆରମ୍ଭ ହୋଇପାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା । ଦକ୍ଷିଣ ଓଡିଶା ସମେତ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା ରହିଛି । ୩୦ରୁ ୪୦ କିଲୋମିଟର ବେଗରେ ପବନ […]
ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ସାମିଲ ଥିବା ଚାଷୀଙ୍କ ପାଇଁ ଖୁସି ଖବର । ପିଏମ୍ କିସାନର ୨୧ତମ କିସ୍ତି ଦୀପାବଳି ପୂର୍ବରୁ କିମ୍ବା ଦୀପାବଳିରେ ମିଳିବା ନେଇ ଆଶା କରାଯାଉଥିଲା । କିନ୍ତୁ ଏବେ ତାହା ମିଳିବନି । ନଭେମ୍ବର ପ୍ରଥମ ସପ୍ତାହରେ ପିଏମ୍ କିସାନର ୨୧ତମ କିସ୍ତି ଚାଷୀଙ୍କ ଖାତାକୁ ଆସିପାରେ । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।ତାରିଖ ଘୋଷଣା ହୋଇନଥିଲେ ବି ଦେଶର କିଛି ରାଜ୍ୟର […]
ଆଜି କାଳୀ ପୂଜା । ଉତ୍ସବମୁଖର ଗାଁଠୁ ସହର । ମନ୍ଦିରରୁ ମଣ୍ଡପ ସବୁଠି ବହୁ ଧୁମଧାମରେ ଚାଲିଛି ମା’ଙ୍କ ଆରାଧନା । ମା’ଙ୍କ ପାଦତଳେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରି ଶ୍ରଦ୍ଧାରେ ମା’ଙ୍କ ପୂଜାର୍ଚ୍ଚନା କରୁଛନ୍ତି ଶ୍ରଦ୍ଧାଳୁ । ଏହାରି ଭିତରେ କଟକର ବାଖରା ବାଦ୍ ପୂଜା ମଣ୍ଡପରୁ ସାମ୍ନାକୁ ଆସିଛି ମା’ଙ୍କର ନିଆରା ଦୃଶ୍ୟ । ମା’ ଏଠାରେ ଛିନ୍ନ ମସ୍ତା ଦେବୀ ରୂପେ ପୂଜା ପାଉଛନ୍ତି । ସାରା ଭାରତ ବର୍ଷ […]
