author

ଓଡ଼ିଶା ଆସୁଛନ୍ତି ମହାମହିମ; ନିୟୋଜିତ ହେବେ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ।

ରାଷ୍ଟ୍ରପତିଙ୍କ ଭୁବନେଶ୍ବର ଗସ୍ତ ନେଇ କମିଶନରେଟ୍ ପୋଲିସର ପ୍ରସ୍ତୁତି ଜୋରଦାର ରହିଛି। ରାଷ୍ଟ୍ରପତିଙ୍କ ଭୁବନେଶ୍ବର ଗସ୍ତ ପାଇଁ ନିୟୋଜିତ ହେବେ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ। ରାଜଭବନ ସମେତ ବିଭିନ୍ନ ଟ୍ରାଫିକ୍ ପୋଷ୍ଟରେ ସୁରକ୍ଷା ବ୍ୟବସ୍ଥା ରହିବ। ଆସନ୍ତାକାଲି କମିଶରନରେଟ୍‌ ପୋଲିସ ପକ୍ଷରୁ କାରକେଡ୍ ରିହର୍ସଲ୍ କରାଯିବ । ଏନେଇ ସୂଚନା ଦେଲେ ଭୁବନେଶ୍ବର ଡିସିପି ଜଗମୋହନ ମୀନା । ୮ ଜଣ ଡିସିପି ରାଙ୍କ ଅଫିସର ନିୟୋଜିତ, ୧୧ ଜଣ ଅତିରିକ୍ତ ଡିସିପି, ୩୧ ଜଣ […]

ଶନିବାର ପୁଣି ବଢିଛି ସୁନା ଦାମ୍‌

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା, ୯୯, ୭୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୧ ,୪୦୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୯, ୭୧୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୧ ହଜାର ୪୦୦ ଟଙ୍କାକୁ ପହଞ୍ଚିଛି ।୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୭୪, ୭୯୦ ଟଙ୍କା ରହିଛି […]

ଏହି କାରଣ ପାଇଁ ପେଟ୍ରୋଲ ଢାଳି ନିଜକୁ ଜାଳିଦେଲେ ଛାତ୍ରୀ

ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ ।  ଏଫଏମ ମହାବିଦ୍ୟାଳୟର ଗେଟ ସମ୍ମୁଖରେ ଅଭାବନୀୟ ଘଟଣା ଘଟିଛି ।  ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଛାତ୍ରୀ ବି ଗୁରୁତର ଅଛନ୍ତି ।ଗୁରୁତର ଅବସ୍ଥାରେ ଉଭୟ ବାଲେଶ୍ବର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ସୂଚନା ମୁତାବକ, ଛାତ୍ରୀଙ୍କୁ କଲେଜରେ ଜଣେ ଅଧ୍ୟାପକ ଦୁର୍ବ୍ୟବହାର କରିଥିଲେ। ଏହାକୁ ବିରୋଧ କରିବା ସହ କଲେଜ ଅଧ୍ୟକ୍ଷଙ୍କୁ ମଧ୍ୟ ଜଣାଇଥିଲେ । କିନ୍ତୁ ଅଧ୍ୟାପକଙ୍କ ବିରୋଧରେ କିଛି ପଦକ୍ଷେପ ନିଆଗଲାନାହିଁ । […]

ଭୁବନେଶ୍ବରରେ ପହଞ୍ଚିଲେ ନବୀନ ପଟ୍ଟନାୟକ

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ଓଡ଼ିଶା ଫେରିଛନ୍ତି। ମୁମ୍ବାଇର କୋକିଳା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଅସ୍ତ୍ରୋପଚାର ହେବା ପରେ ଆଜି ଭୁବନେଶ୍ବର ଫେରିଛନ୍ତି।ସ୍ୱାଗତ ପାଇଁ ବିଜେଡିର ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୨୨ ତାରିଖରେ ମୁମ୍ବାଇ ଯାଇଥିଲେ । ସର୍ଭାଇକାଲ ଆର୍ଥ୍ରାଇଟ୍ସ ଚିକିତ୍ସା ପାଇଁ ବିଜେଡି ମୁଖିଆ ମୁମ୍ବାଇ ଯାଇଥିଲେ । ତାଙ୍କ ଅନୁପସ୍ଥିତିରେ ଦଳ କେମିତି ଠିକ ଭାବେ ଚାଲିବ ସେନେଇ […]

ଟେସଲା ଜୁଲାଇ ୧୫ରେ ଭାରତରେ ଏହାର ପ୍ରଥମ ଷ୍ଟୋର ଆରମ୍ଭ କରିବ

ଏଲନ ମସ୍କଙ୍କ ଇଲେକ୍ଟ୍ରିକ କାର୍‌ କମ୍ପାନି ଟେସଲା ଜୁଲାଇ ୧୫ରେ ଭାରତରେ ଏହାର ପ୍ରଥମ ଷ୍ଟୋର ଆରମ୍ଭ କରିବାକୁ ଯାଉଛି। ଏହି ଷ୍ଟୋର ମୁମ୍ବାଇରେ ଖୋଲିବ। ଏହି ଷ୍ଟୋର ଲୋକଙ୍କ ପାଇଁ ଏକ ଏକ୍ସପିରିଏନ୍ସ ସେଣ୍ଟର ଭାବରେ ମଧ୍ୟ କାମ କରିବ। ଅର୍ଥାତ ଏଠାରେ ଗାଡ଼ି ବିକ୍ରି ସହ ଲୋକେ ଟେସଲାର ଟେକ୍ନୋଲୋଜି ଏବଂ ଫିଚର୍ସକୁ ମଧ୍ୟ ଦେଖିପାରିବେ। କମ୍ପାନୀ ତା’ର ଭାରତ-କେନ୍ଦ୍ରୀୟ ଏକ୍ସ ହ୍ୟାଣ୍ଡେଲରେ ଏକ ଟିଜର ପୋଷ୍ଟ କରି କହିଛି, “ଶୀଘ୍ର ଆସୁଛି”। ଏହି […]

ଛତିଶଗଡରେ ଆତ୍ମସମର୍ପଣ କଲେ ୨୨ ମାଓବାଦୀ ।

ଛତିଶଗଡରେ ଆତ୍ମସମର୍ପଣ କଲେ ୨୨ ମାଓବାଦୀ । ବସ୍ତର ଆଇଜି ଓ ନାରଣପୁର ଜିଲ୍ଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ ମାଓବାଦୀଙ୍କ ମଧ୍ୟରେ ୧୪ ପୁରୁଷ ଓ ୮ ମହିଳା । ସରକାରଙ୍କ ନିକଟରେ ଆତ୍ମସମର୍ପଣ ପାଇଁ ୩୭ ଲକ୍ଷ ଟଙ୍କା ଇନାମୀ ରଖାଯାଇଥିଲା । ସରକାରଙ୍କ ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ । ଏନେଇ ବସ୍ତର IG ସୁନ୍ଦର ରାଜ ପି […]

୧୫ ଜୁଲାଇରୁ YouTubeର ବଦଳିଯିବ ନିୟମ, ଏହି କଣ୍ଟେଣ୍ଟ କ୍ରିଏଟରଙ୍କୁ ମିଳିବନି ଟଙ୍କା

YouTube ବହୁତ ଦିନ ଧରି ଏକ ଗମ୍ଭୀର ସମସ୍ୟା ଦେଇ ଗତି କରୁଛି। AI ସାହାଯ୍ୟରେ ତିଆରି ଖରାପ ଏବଂ ସ୍ପାମ ଭିଡିଓ ଏବେ YouTubeରେ ଗଦାଗଦା ଦେଖିବାକୁ ମିଳୁଛି। ଏହି ଭିଡିଓଗୁଡ଼ିକ କେବଳ ପ୍ଲାଟଫର୍ମର ଗୁଣବତ୍ତା ହ୍ରାସ କରୁନାହିଁ, ବରଂ ସଚ୍ଚୋଟ ଭାବରେ କାମ କରୁଥିବା ୟ୍ୟୁଟ୍ୟୁବର୍‌ଙ୍କ ରୋଜଗାରକୁ ମଧ୍ୟ ପ୍ରଭାବିତ କରୁଛି। ଏବେ YouTube ଏପରି ବିଷୟବସ୍ତୁ ଉପରେ କଠୋରତା ଦେଖାଇବାକୁ ନିଷ୍ପତ୍ତି ନେଇଛି।୧୫ ଜୁଲାଇ, ୨୦୨୫ ଠାରୁ, YouTube YouTube ପାର୍ଟନର୍ ପ୍ରୋଗ୍ରାମ […]

ଅହମ୍ମଦାବାଦ ବିମାନ ଦୁର୍ଘଟଣା : ଜଣାପଡ଼ିଲା ସତ !

ଅହମ୍ମଦାବାଦରେ ଏୟାର ଇଣ୍ଡିଆ ଡ୍ରିମଲାଇନର ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଉଡ଼ାଣ ଆରମ୍ଭ ହେବା ମାତ୍ରେ ବନ୍ଦ ହୋଇଯାଇଥିଲା ଉଭୟ ଇଞ୍ଜିନ୍ । ଜୁନ୧୨ ତାରିଖରେ, ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନଟି ଅହମ୍ମଦାବାଦରେ ଉଡ଼ାଣ ଭରିବାର କିଛି ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରତୀୟ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ AAIB ଏହି ଦୁର୍ଘଟଣା ଉପରେ ଏକ ପ୍ରାଥମିକ ରିପୋର୍ଟ […]

ଆଉ ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ

ସୁନ୍ଦରଗଡ଼ ଏମ୍‌ପି ଜୁଏଲ ଓରାମ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଆଉ ନିର୍ବାଚନ ଲଢ଼ିବେନି ବୋଲି ଜୁଏଲ ଓରାମ କହିଛନ୍ତି। ଯୁବପିଢ଼ିଙ୍କ ପାଇଁ ରାଜନୀତି ବାଟ ଖୋଲିବା ସକାସେ ଜୁଏଳ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି । ନିଜ ରାଜନୈତିକ କ୍ୟାରିୟରରେ ଜୁଏଲ୍ ୧୦ ଥର ନିର୍ବାଚନ ଲଢ଼ିଛନ୍ତି । ସେ ୮ ଥର ଏମପି ଏବଂ ୨ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଗତ ନିର୍ବାଚନ ପ୍ରଚାର ସମୟରେ ଜୁଏଲ ଓରାମ ଆଗାମୀ […]

ଆକାଶମାର୍ଗରୁ ଆକାଶମାର୍ଗକୁ ଲକ୍ଷ୍ୟଭେଦ ହୋଇ ପାରୁଥିବା ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଡିଆରଡିଓ ଏବଂ ଭାରତୀୟ ବାୟୁସେନାର ମିଳିତ ଉଦ୍ୟମରେ ସ୍ବଦେଶୀ ରେଡିଓ ଫ୍ରିକ୍ୱେନ୍ସି ସିକର୍‌ ଲାଗିଥିବା ଏହି କ୍ଷେପଣାସ୍ତ୍ରକୁ ସୁ-୩୦ ଏମ୍‌କେ-ଆଇ ଯୁଦ୍ଧ ବିମାନରୁ ପରୀକ୍ଷଣ କରାଯାଇଛି।ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଆକାଶମାର୍ଗରେ ନିର୍ଦ୍ଧାରିତ ଲକ୍ଷ୍ୟକୁ ଧାର୍ଯ୍ୟ ସମୟରେ ଧ୍ୱଂସ କରିଥିବା ଜଣାପଡ଼ିଛି।‘ଅସ୍ତ୍ର’ରେ ଡିଆର୍‌ଡିଓ ଦ୍ୱାରା ବିକଶିତ କରାଯାଇଥିବା ଅତ୍ୟାଧୁନିକ ରେଡିଓ ଫ୍ରିକ୍ବେନ୍‌ସି ସିକର୍ ସହିତ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ପ୍ରଣାଳୀର ସଫଳ ପ୍ରୟୋଗ କରାଯାଇଛି। ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ ରେଞ୍ଜର ଟ୍ରାକିଂ ଉପକରଣ ମାଧ୍ୟମରେ କ୍ଷେପଣାସ୍ତ୍ରର ଗତି, […]

ଆଜି ୧୩ ଜିଲ୍ଲାକୁ ଅଧିକ ବର୍ଷା ହୋଇପାରେ

ରାଜ୍ୟରେ ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା। ଆଜି ଉପକୂଳ ଏବଂ ଉତ୍ତର ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନବରଙ୍ଗପୁର, ମାଲକାନଗିରି, ନୂଆପଡ଼ା ଓ କୋରାପୁଟରେ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ରବିବାରରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଅଧିକ ବର୍ଷା ସମ୍ଭାବନା […]

ଓଡ଼ିଶାରେ ବାର୍ଡ ଫ୍ଲୁ ସଂକ୍ରମଣ ସ୍ପଷ୍ଟ- ସଂକ୍ରମିତ ଅଞ୍ଚଳରୁ ୬ ହଜାର ୫୦୦ କୁକୁଡ଼ା ମାରିବ ପ୍ରଶାସନ

ଓଡ଼ିଶାରେ ବାର୍ଡ ଫ୍ଲୁ ସଂକ୍ରମଣ ସ୍ପଷ୍ଟ ହୋଇଛି । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ । ନମୁନା ପରୀକ୍ଷଣ ପରେ ସାମ୍ନାକୁ ଆସିଛି ରିପୋର୍ଟ । ଭୋପାଳ ସ୍ଥିତ NIHSADରୁ ରିପୋର୍ଟ ଆସିଥିବା ସୂଚନା ।ଡେଲାଙ୍ଗ ସଂକ୍ରମିତ ଅଞ୍ଚଳରୁ ୬ ହଜାର ୫୦୦ କୁକୁଡ଼ା ମାରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ସଂକ୍ରମଣ ହୋଇଥିବା ସ୍ଥାନ ଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ କଡ଼ା ନଜର ରଖାଯିବ । ଡେଲାଙ୍ଗ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର […]