ରାଜ୍ୟରେ କାର୍ଯ୍ୟକାରୀ ହେବ ହୋମ୍ ଷ୍ଟେ ପ୍ରତିଷ୍ଠା ଯୋଜନା । ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବ ଏହି ଯୋଜନା ।ଅଧିସୂଚିତ ଗ୍ରାମ ପଞ୍ଚାୟତରେ ନୂତନ ଗୃହ ନିବାସ ୟୁନିଟ୍ ପ୍ରତିଷ୍ଠା କରିବା ପାଇଁ ଯୋଗ୍ୟ ହିତାଧିକାରୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ । ଏହି ଯୋଜନା ଅଧୀନରେ ପ୍ରାୟ ୪୫୦ ନୂତନ ଗୃହନିବାସ ୧୮୦୦ ଶଯ୍ୟା ପାଇଁ ଯୋଜନା ଅଧିସୂଚିତ ପଞ୍ଚାୟତର ଯେକୌଣସି ବାସିନ୍ଦା, 18 ବର୍ଷରୁ ଅଧିକ ବୟସର, […]
ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପୂର୍ବାହ୍ନ ୧୧ଟା ୧୦ ମିନିଟ୍ ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ୧୧ଟା ୨୫ରେ ଅମଲିପାଲି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରେ ପ୍ରଧାନମନ୍ତ୍ରୀ ପୂର୍ବ ନିର୍ଦ୍ଧାରଣ ଅନୁସାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ ଏବଂ ଲୋକାର୍ପଣ କରିବେ। ଏହାପରେ ଅପରାହ୍ନ ୧୨ଟା ୪୫ମି.ରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଜନସାଧାରଣ, ମହିଳା, ଛାତ୍ରୀଛାତ୍ର, ଯୁବବର୍ଗଙ୍କ ସମେତ ପ୍ରାୟ ୬୦ହଜାର ଜନସମାବେଶ […]
ମେଷ: ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ବୃଷ: ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ମିଥୁନ: […]
କଟକ ଦଶହରା ଭସାଣି ପାଇଁ କମିଶନରେଟ ପୋଲିସର ଟ୍ରାଫିକ କଟକଣା । ୩ ତାରିଖ ସକାଳ ୭ରୁ ୪ ତାରିଖ ଭସାଣି ଶେଷ ହେବା ଯାଏଁ କଟକଣା । ଉପର ବାଲିଯାତ୍ରା ପଡିଆ ସମେତ ୧୫ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ରହିଛି ।ଏହାକୁ ଦୃଷ୍ଟିରେ ରଖ୍ ଯାନବାହନ ଗୁଡ଼ିକର ସୁନିୟନ୍ତ୍ରୀତ ଚଳାଚଳ ତଥା ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ଉଦ୍ଦେଶ୍ୟରେ ଓଡିଶା ଅର୍ବାନ୍ ପୁଲିସ ଆକ୍ଟ୨୦୦୩ ର ଧାରା ୨୮(ଓଡ଼ିଶା ଆକ୍ଟ, ୨୦୦୭ ର ଧାରା ୮)ଏବଂ […]
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଞ୍ଚାୟତ ଡାଟା ଏଣ୍ଟ୍ରି ଅପରେଟର । ଖୋର୍ଦ୍ଧା ବାଣପୁର ନୀଳାଦ୍ରିପ୍ରସାଦ ପଞ୍ଚାୟତ ଡାଟା ଏଣ୍ଟ୍ରି ଅପରେଟର ରାକେଶ କୁମାର ସାହୁ। ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ। ବର୍ତ୍ତମାନ ଭିଜିଲାନ୍ସ ଟିମ ପ୍ରଥମେ ନିଳାଦ୍ରୀପ୍ରସାଦ ପଞ୍ଚାୟତ ପରେ ବାଣପୁର ବ୍ଲକ କାର୍ଯ୍ୟାଳୟରେ ଅଭିଯୁକ୍ତ ରାକେଶ ଙ୍କୁ ନେଇ ଜେରା କରୁଥିବା ସୂଚନା ମିଳିଛି l ସୂଚନା ଥାଉକି ରାକେଶ ଗତ ଏକ ବର୍ଷ ହେବ ବାଣପୁର ବ୍ଲକ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଦୁଇଜଣ ଛାତ୍ର ଆନ୍ତଃମହାବିଦ୍ୟାଳୟ ସ୍ତରୀୟ ଯୋଗ ପ୍ରଶିକ୍ଷଣ ପ୍ରତିଯୋଗିତାରେ ଯୋଗଦାନ କରି ଚମ୍ପିୟାନ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର, ଭୁବନେଶ୍ୱର ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପକ୍ଷରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ ରସାୟନ ବିଭାଗର ଛାତ୍ର କୃଷ୍ଣ ଚନ୍ଦ୍ର ଜାନୀ ବ୍ୟକ୍ତିଗତ ଭାବେ ଚମ୍ପିୟାନ ହୋଇଛନ୍ତି। ସେହିପରି ଅନ୍ୟତମ ପ୍ରତିଯୋଗୀ ହିସାବରେ ଯୁକ୍ତ ୩ ବାଣିଜ୍ୟ […]
ଆରମ୍ଭ ହେଲାଣି ପାର୍ବଣ। ଆସନ୍ତା ୨୯ ତାରିଖ ସୋମବାରରୁ ହାଇକୋର୍ଟର ଦଶହରା ଅବକାଶ ଆରମ୍ଭ ହେଉଛି। ଶୁକ୍ରବାର ଶେଷ କାର୍ଯ୍ୟ ଦିବସ । ଅକ୍ଟୋବାର ୮ରେ ଅଦାଲତ ଖୋଲିବ । ଏହି ଛୁଟି ସମୟ ମଧ୍ୟରେ ଜରୁରି ମାମଲାର ଶୁଣାଣି ପାଇଁ ଆସନ୍ତା ୨୯ ତାରିଖ, ଅକ୍ଟୋବର ୧ ତାରିଖ ଓ ୬ ତାରିଖରେ ଅବକାଶକାଳୀନ ଅଦାଲତ ବସିବ ।
ଦ୍ୱାଦଶ ପରୀକ୍ଷା ପ୍ରସ୍ତୁତି ପାଇଁ ବ୍ୟବହାର ହେବ ଏଆଇ ଟେକ୍ନୋଲୋଜି । ଘରେ ବସି ଏଆଇ ମାଧ୍ୟମରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ନିଜ ଦକ୍ଷତା ଜାଣିହେବ । ବିଭିନ୍ନ ମଡ୍ୟୁଲର ପ୍ରଶ୍ନ ରଖିବ ଏଆଇ । , ଉତ୍ତର ଦେବେ ପରୀକ୍ଷାର୍ଥୀ । ଏଥିରେ ପିଲାମାନେ ଅଧ୍ୟାୟ ଆଧାରିତ ଅଭ୍ୟାସ ମଡ୍ୟୁଲ, ମକ୍ ପରୀକ୍ଷା ପ୍ରସ୍ତୁତି କରିପାରିବେ। JEE, NEET, CLAT ଭଳି ପରୀକ୍ଷା ପ୍ରସ୍ତୁତି ମଧ୍ୟ କରିପାରିବେ।
ଆସନ୍ତା ମାସ ୭ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୫ରେ ଶେଷ ହେବ କାର୍ତ୍ତିକ ବ୍ରତ । କେଉଁ ଜିଲ୍ଲାରୁ କେବେ ହବିଷ୍ୟାଳି ବ୍ରତ ପାଳନ ନିମନ୍ତେ ଆସିବେ ସେନେଇ ଚୂଡ଼ାନ୍ତ ତାଲିକା ପ୍ରଶାସନ ପ୍ରସ୍ତୁତ କରିଛି । ପ୍ରାୟ ୨୬୪୪ ଜଣ ସରକାରୀ ନିର୍ଦ୍ଧାରିତ ପୋଟାଲରେ ଆବେଦନ କରିଥିବା ବେଳେ ଯାଞ୍ଚ ପ୍ରକ୍ରିୟାରେ ପ୍ରାୟ ୨୦୦ ଜଣ ବାଦ୍ ପଡ଼ିଛନ୍ତି । ସେପଟେ ହବିଷ୍ୟାଳି ଶିବିରରେ ବ୍ରତଧାରୀଙ୍କ ଉତ୍ତମ ଯତ୍ନ ଓ ସୁରକ୍ଷା ପ୍ରଭୃତି କାର୍ଯ୍ୟର […]
କିଛିଦିନ ତଳେ ଲେହ-ଲଦାଖରେ ହୋଇଥିବା ହିଂସା ଘଟଣାରେ ସୋନମ୍ ବାଙ୍ଗଚୁକଙ୍କୁ ଗିରଫ କରାଯାଇଛି । ଏହି ହିଂସାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି ।ଲଦାଖ ଡିଜିପି ଏସ.ଡି. ସିଂହ ଜାମଓ୍ବାଲଙ୍କ ନେତୃତ୍ଵରେ ଲଦାଖ ପୁଲିସର ଏକ ଟିମ ସୋନମଙ୍କୁ ଗିରଫ କରିଛି। ଏହା ପରେ ଜରୁରିକାଳୀନ ଭିତ୍ତିରେ ଲେହରେ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ କରିଦେଇଛି। ଏହା ସହିତ ବ୍ରଡବ୍ୟାଣ୍ଡ ସ୍ପିଡ୍ ହ୍ରାସ କରିଦିଆଯାଇଛି।ଏହାସହ ସୋନମଙ୍କ ବେସରକାରୀ ସଂଗଠନକୁ […]
ହୋଟେଲ ରୁମରେ ଶୋଇଥିଲେ ନକଲି ଡିଏସପି ବାବୁ । ଅଚାନକ ହୋଟେଲ ରୁମ୍ କବାଟ ଠକ୍ ଠକ୍ କଲେ ଦଳେ ପୋଲିସ୍ । ଯାହାଙ୍କୁ ଦେଖି ନିଦ ଭାଙ୍ଗିଗଲା ନକଲି ପୋଲିସ ବାବୁଙ୍କର । କିଛି ଆଉ କରିପାରିଲେନି କି ନିଜକୁ ବଞ୍ଚାଇପାରିଲେନି କାହିଁକିନା ହଠାତ୍ ଚଢ଼ାଉ କରିଥିଲା ପୋଲିସ । ସିଧା ଯାଇ ଶୋଇଥିବା ଅବସ୍ଥାରେ ହିଁ ଥାନାରେ ହାଜର କରିଦେଲେ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଝାଡ଼ଖଣ୍ଡର ରାହୁଲ ସିଂ ରଣାୟତ୍ତ । […]
ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓସିଏସ)-୨୦୨୩ର ରେଜଲ୍ଟ ପ୍ରକାଶ ପାଇଛି । ଚଳିତ ଥର ୩୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ୧୪୪ ମହିଳା ଚୟନ ହୋଇଛନ୍ତି । ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ୯ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି । ଗତ ଏପ୍ରିଲ ମାସରେ ମେନ୍ ପରୀକ୍ଷା ହୋଇଥିଲା । ସେହିପରି ଏଇ ମାସ ୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ପର୍ସନାଲ ଟେଷ୍ଟ ହୋଇଥିଲା […]
