author

ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ରାମ ମନ୍ଦିରରେ ପ୍ରଦୀପ ପ୍ରଜ୍ୱଳନ

ସର୍ଭିକାଲ ଆଥ୍ରାଇଟିସ ଚିକିତ୍ସା ପାଇଁ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗତକାଲି ମୁମ୍ବାଇ ଯାଇ ନବୀନ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଆସନ୍ତାକାଲି ସକାଳେ ତାଙ୍କର ଅସ୍ତ୍ରୋପଚାର ହେବ ବୋଲି ଜଣାପଡିଛି । ଅନ୍ୟପଟେ ଆଜି ସଂଧ୍ୟାରେ ଭୁବନେଶ୍ୱର ରାମ ମନ୍ଦିର ପ୍ରାଙ୍ଗଣରେ ଭୁବନେଶ୍ୱର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସଂଯୋଜନାରେ ବରିଷ୍ଠ ନାଗରିକମାନଙ୍କ ଦ୍ୱାରା ନବୀନ ପଟ୍ଟନାୟକଙ୍କ ଆଶୁ […]

ମଝି ଆକାଶରେ ସରିଗଲା ବିମାନର ଇନ୍ଧନ, ପାଇଲଟ୍ ଦେଇଥିଲେ MAY DAY କଲ୍

ମଝି ଆକାଶରେ ବିମାନରୁ ସରିଗଲା ଇନ୍ଧନ। ଫଳରେ ବାଧ୍ୟହୋଇ ପାଇଲଟ ବିମାନକୁ ଜରୁରୀ ଅବତରଣ କରାଇଛନ୍ତି। ଗତ ଗୁରୁବାରର ଏହି ଘଟଣା ଏବେ ସାମ୍ନାକୁ ଆସିଛି।ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାୟ ଗୋଟିଏ ସପ୍ତାହ ପରେ ଅନ୍ୟ ଏକ ବିମାନର ପାଇଲଟ୍ MAYDAY କଲ୍ କରିଛନ୍ତି। ଇଣ୍ଡିଗୋର ଗୌହାଟୀ-ଚେନ୍ନାଇ ବିମାନର ପାଇଲଟ୍ ଏହି ଜରୁରୀକାଳୀନ କଲ୍ କରିଥିଲେ।ସୂଚନା ଅନୁଯାୟୀ, ଉଡାଣ ପରେ ପାଇଲଟ୍ ବିମାନରେ ଇନ୍ଧନର ଅଭାବ ଦେଖିଥିଲେ, ଯାହା ପରେ ସେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି)କୁ […]

ସମର୍ପଣ ବୃଦ୍ଧାଶ୍ରମରେ ବିଶ୍ବ ଯୋଗ ଦିବସ ପାଳନ

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ସହର ନିକଟସ୍ଥ ଲେଖନପୁର ଠାରେ ଗଢିଉଠିଥିବା ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅନୁଷ୍ଠାନ ତରଫରୁ ବିଶ୍ବଯୋଗ ଦିବସ ପାଳନ ହୋଇ ଯାଇଛି। ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ତଥା ସିନିୟର ବିଭାଗ ବିଚାରପତି  ଅଞ୍ଜଳୀ ମଛଖଣ୍ଡଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନସେବା ପ୍ରାଧିକରଣର ସାମାଜିକକର୍ମୀ ପ୍ରଫୁଲ କୁମାର ବେହେରା, ମମତା ବେହେରା ଓ ଜିନୁ ସାହୁ ଯୋଗଦେଇଥିଲା ବେଳେ ଯୋଗଗୁରୁ ଭାବେ ସମାଜସେବୀ ତଥା ଆଇନଜୀବୀ କାମାକ୍ଷା ପ୍ରସାଦ ଦାସ […]

ପୁଣି ବଢିଲା ସୁନା ଦାମ୍‌ । 

ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର ।୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୦,୭୫୦ ଟଙ୍କା ରହିଛି । ଗତକାଲି ୧,୦୦,୪୮୦ ଟଙ୍କା ଥିଲା । ଏଥିରେ ୨୭୦ ଟଙ୍କା ବୃଦ୍ଧି ହୋଇଛି ।୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୨,୩୫୦ ଟଙ୍କା ରହିଛି । ଗତକାଲି ୯୨,୧୦୦ ଟଙ୍କା ଥିଲା । ଏଥିରେ ୨୫୦ ଟଙ୍କା ବୃଦ୍ଧି ହୋଇଛି । ୧୮ କ୍ୟାରେଟ୍‌ ସୁନା ଦାମ୍‌ […]

MIT ର ବଡ଼ ଖୁଲାସା; ମନୁଷ୍ୟର ମସ୍ତିଷ୍କକୁ ପ୍ରଭାବିତ କରୁଛି ଏଆଇ

ଏମ୍‌ଆଇଟିର ବଡ଼ ଖୁଲାସା । ଦିନକୁ ଦିନ ଏଆଇ ଉପରେ ନିର୍ଭରଶୀଳ ହେଉଛି ସାରା ବିଶ୍ୱ । ଚାଟ୍‌ ଜିପିଟି ଭଳି କିଛି ଏଆଇ ଆପ୍‌ ମଣିଷକୁ ଦିନକୁ ଦିନ ଅକାମୀ କରିବାରେ ଲାଗିଛି । ଆଧୁନିକତାର ଏହି ଯୁଗରେ ପ୍ରଯୁକ୍ତିବିଦ୍ୟା ନିସନ୍ଦେହରେ କାମକୁ ସହଜ କରିଦେଇଛି ଏବଂ ଏଆଇ ଲଞ୍ଚ ହେବା ପରେ, ଘଣ୍ଟା ଘଣ୍ଟାର ସବୁଠାରୁ କଷ୍ଟକର କାମ ମଧ୍ୟ ଏବେ କିଛି ସେକେଣ୍ଡରେ ସମାପ୍ତ ହେଉଛି । ଚାଟ ଜିପିଟି ଭଳି ଏଆଇ […]

ମା’ ଛେଉଣ୍ଡ ଭାଇ-ଭଇଣୀକୁ ନିର୍ଯାତନା ଦେଉଥିଲେ ଜେଜେମା’।

ମାଆ ମରିଯିବା ପରେ ନାତି ନାତୁଣୀଙ୍କୁ ନିର୍ଯାତନା ଦେଉଥିଲେ ଜେଜେମା’। ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରସ୍ଥିତ ରସୁଲଗଡ ଜିଜିପି କଲୋନୀରେ। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ଖେଳିଯାଇଛି । ଦୁଇ ଶିଶୁ ଦୀର୍ଘ ଦିନରୁ ନିର୍ଯାତିତ ହୋଇଆସୁଥିବା ବେଳେ ସ୍ଥାନୀୟ ଲୋକ ଦୁଇ ଶିଶୁଙ୍କୁ ଉଦ୍ଧାର କରି ମଞ୍ଚେଶ୍ବର ଥାନାକୁ ନେଇଆସିଛନ୍ତି । ସୂଚନା ଅନୁଯାୟୀ ନାତି ନାତୁଣୀଙ୍କ ଜେଜେମା’ କୋଳେଇ ନେବା ବଦଳରେ  ଅମାନୁଷିକ ନିର୍ଯାତନା ଦେଉଥିଲେ। ଘର […]

କାଲି ଶୁଭାରମ୍ଭ ହେଲା ! ଆଜି ଖରାପ୍ ହେଲା ନୂଆ ବିଦ୍ୟୁତ ଚାଳିତ ବସ୍‌

କଟକ ବାଦାମବାଡ଼ି ବଜାର କୋଲକାତା ସମ୍ମୁଖରେ ପୁଣି ଏକ ବ୍ୟାଟେରୀ ଚାଳିତ ନୂଆ ଆମ ବସ୍ ଖରାପ ହୋଇ ଠିଆ ହେଲା। ଗତ କାଲି ନୁଆ ଗାଡ଼ି ଶୁଭାରମ୍ଭ ହେଲା, ଆଜି ରାସ୍ତା କୁ ଆସୁ ଆସୁ ଖରାପ । ଅନ୍ୟପଟେ କଟକ ସତୀ ଚୌରା ଅଞ୍ଚଳରେ ନୂଆ ଆମ ବସ୍ ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାସ୍ତାରେ ବସ୍ ପଛକୁ ଲାଗିଲା ଲମ୍ବା ଭିଡ ।  ସୁଚନାଯୋଗ୍ୟ ଯେ ମାନ୍ୟବର ପ୍ରଧାନମନ୍ତ୍ରୀ କ୍ୟାପିଟାଲ ରିଜିଅନ ଅର୍ବାନ […]

ବାଲୁକା କଳାରେ ଯୋଗ କରି ସୁସ୍ଥ ରହିବାର ବାର୍ତ୍ତା ପ୍ରଦାନ କଲେ ସୁଦର୍ଶନ ପଟ୍ଟନାୟକ

ଆଜି ଅର୍ନ୍ତଜାତୀୟ ବିଶ୍ଵ ଯୋଗ ଦିବସ। ପ୍ରତ୍ୟେକ ବ୍ୟକ୍ତି ଦିନକୁ ଦୁଇ ଘଣ୍ଟା ଯୋଗ ଓ ପ୍ରାଣାୟାମ କଲେ ସୁସ୍ଥ ଓ ସାତଜ ଜୀବନ ଯାପନ କରିହେବ ବୋଲି ଯୋଗ ପ୍ରଶିକ୍ଷକମାନେ ମତ ଦିଅନ୍ତି।ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗାସନର ଚିତ୍ର ନିର୍ମାଣ କରିଛନ୍ତି ।  ଏଥିସହ ଯୋଗର ବିଭିନ୍ନ ମୁଦ୍ରାକୁ ଅତି ସୁନ୍ଦର ଭାବେ ବାଲୁକାକଳାରେ ସ୍ଥାନ ଦେଇଛନ୍ତି । ଏହି ବାଲୁକା କଳା ଦ୍ବାରା ପ୍ରତ୍ୟେକ […]

ପୋଖରୀ ଭିତରୁ ଆସୁଛି ବିକଟାଳ ଶବ୍ଦ । ଲୋକେ ଭୟଭୀତ।

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଙ୍କୁରି ଗ୍ରାମରେ ଆଶ୍ଚର୍ଯ୍ୟଜନକ ଘଟଣା । ଗ୍ରାମର ପୋଖରୀ ଭିତରୁ ବାହାରୁଛି ଅଜବ ଶବ୍ଦ । ମେସିନ ଚାଲିବା ଶବ୍ଦ ସହ ଘୁ ଘୁ ଗର୍ଜନ ଶବ୍ଦରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ।ଯାହାକୁ ନେଇ ଗାଁ ଲୋକେ ଭୟଭୀତ । ଘଣ୍ଟାଏ କି ଦୁଇ ଘଣ୍ଟାଏ ନୁହେଁ, ରାତି ୧୨ଟାରୁ ଚାଲିଛି ଏଭଳି ଭୟଙ୍କର ଗର୍ଜନ ।ପୋଖରୀରେ ପାଣି ବି କମ୍ ରହିଛି କେବଳ ଅନାବନା ଗଛ ରହିଛି । ହେଲେ ପୋଖରୀ […]

ଅହମ୍ମଦାବାଦ ପ୍ଲେନ କ୍ରାସରେ DGCAର କଡ଼ା କାର୍ଯ୍ୟାନୁଷ୍ଠାନ-୩ କ୍ରୁ ମେମ୍ବରଙ୍କୁ ବହିଷ୍କାର ପାଇଁ ନିର୍ଦ୍ଦେଶ 

ଏୟାର ଇଣ୍ଡିଆର ୩ ଅଧିକାରୀ ବହିଷ୍କୃତ। ଅହମ୍ମଦାବାଦ ବିମାନ ଦୁର୍ଘଟଣା ମାମଲା। ଦୁର୍ଘଟଣାର କିଛି ଦିନ ପରେ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏକ ବଡ଼ ଆକ୍ସନ ନେଇଛି। ଅହମ୍ମଦାବାଦ ଭୟଙ୍କର ବିମାନ ଦୁର୍ଘଟଣା ୩ ଜଣ ଅଧିକାରୀଙ୍କୁ ବହିଷ୍କାର କରିବାକୁ ଏୟାର ଇଣ୍ଡିଆକୁ DGCAର ନିର୍ଦ୍ଦେଶ। DGCA ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ଅଧିକାରୀମାନେ ଅନେକ ଗୁରୁତର ତ୍ରୁଟିରେ ଜଡିତ ଥିବା ଜଣାପଡିଛି । ଏହି ନିର୍ଦ୍ଦେଶ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର […]

କ୍ଷମା ମାଗିଲେ ଯାତ୍ରା ହାସ୍ୟ ଅଭିନେତା ଦୟାନିଧି ଉପାଧ୍ୟାୟ ।

କ୍ଷମା ମାଗିଲେ ଯାତ୍ରା ହାସ୍ୟ ଅଭିନେତା ଦୟାନିଧି ଉପାଧ୍ୟାୟ ।ଯାତ୍ରା କଳାକାର ଦୟା ଗତ ଖଣ୍ଡଗିରି ଯାତ୍ରା ମହାସମରରେ ଯାତ୍ରା ଗୁରୁମାନଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଝଡ଼ ସୃଷ୍ଟି ହୋଇଥିଲା । ଏହି ବିବାଦ ଧୀରେ ଧୀରେ ବଢ଼ିବାରେ ଲାଗିଥିଲା । ଯାତ୍ରା ଅଭିନେତା ଦୟା ମଧ୍ୟରାତ୍ରିରେ ଅପେରା ମାଷ୍ଟର ସଂଘ ସଭାପତି ବିଜୟ ଦାସଙ୍କ ଭଦ୍ରକ ସ୍ଥିତ ବାସଭବନରେ ପହଞ୍ଚି ତାଙ୍କୁ ଭୁଲ ମାଗିଛନ୍ତି ।ଗୁରୁମାନେ ଅକ୍ଷମ ଓ ଅଯୋଗ୍ୟ […]

୨୦୨୪ ଲୋକସଭା ନିର୍ବାଚନ: ପ୍ରଚାରରେ ସର୍ବାଧିକ ଖର୍ଚ୍ଚ କଲା ବିଜେପି

ବିଜେପି ୨୦୨୪ ଲୋକସଭା ନିର୍ବାଚନ ଜିତିବା ପାଇଁ ପାଖାପାଖି ୧୪୯୪ କୋଟି ଟଙ୍କା ଖର୍ଚ୍ଚ କରିଛି। ଯାହା ମୋଟ ନିର୍ବାଚନ ଖର୍ଚ୍ଚର ୪୪.୫୬% ବୋଲି କୁହାଯାଇଛି। ନିର୍ବାଚନ ସଂସ୍କାର ପାଇଁ କାର୍ଯ୍ୟ କରୁଥିବା ‘ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍’ (ଏଡିଆର) ଶୁକ୍ରବାର ଏହି ସୂଚନା ଦେଇଛି। ବିଜେପି ପଛକୁ ୬୨୦ କୋଟି ଟଙ୍କା ବ୍ୟୟ ସହ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି। କଂଗ୍ରେସ ମୋଟ ନିର୍ବାଚନ ଖର୍ଚ୍ଚର ୧୮.୫% ବ୍ୟୟ କରିଛି। ଏଡିଆର ରିପୋର୍ଟ ଅନୁଯାୟୀ, ୩୨ଟି […]