ପାଖେଇ ଆସୁଛି ରଥଯାତ୍ରା। ପୁରୀକୁ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ହେବ। ବିଶ୍ବପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଡାଇରିଆକୁ ନେଇ ଏବେ ଚିନ୍ତା ବଢିବାରେ ଲାଗିଛି । ଉଠା ଦୋକାନୀ ଓ ଛୋଟ ହୋଟେଲ ଗୁଡ଼ିକ ଖାଦ୍ୟ ପ୍ରସ୍ତୁତିରେ ପରିଷ୍କାର ପରିଚ୍ଛନ୍ନତା ରଖନ୍ତି ନାହିଁ। ଯଦି ଦୂଷିତ ଜଳ ଓ ଖାଦ୍ୟ ପାଇଁ ଡାଇରିଆ ବ୍ୟାପେ ତେବେ ପରିସ୍ଥିତି ଅଣାୟତ୍ତ ହେବାର ସମ୍ଭାବନା ରହିଛି। ଏଣୁ ତୁରନ୍ତ ପୁରୀ ଜିଲା ପ୍ରଶାସନ ଡାଇରିଆ ମୁକାବିଲା ପାଇଁ […]
ଭୁବନେଶ୍ୱର ମହାନଗର ନିଗମ ପୁରା ପ୍ରସ୍ତୁତ। ଲଗାତର ଭାବେ ଭୁବନେଶ୍ୱରରେ ଜଣ୍ଡିସ ଓ ଡାଇରିଆ ବ୍ୟାପିଥିବା ଅଞ୍ଚଳରେ ପଦକ୍ଷେପ ନେଉଛି ବିଏମ୍ସି । ଯାହା କିଛି ସମସ୍ୟା ଥିଲା, ତାହା ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବିଏମ୍ସି ମେୟର ସଲୋଚନା ଦାସ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ସବୁ ସ୍ଥାନରେ ଜଣ୍ଡିସ କିମ୍ବା ଡାଇରିଆ ବ୍ୟାପିଛି ସେହି ସ୍ଥାନରେ ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି ଖାଦ୍ୟ ନିରାପତ୍ତା […]
ଯାଜପୁରରୁ ଆରମ୍ଭ ହୋଇଥିବା ଏହି ଝାଡାବାନ୍ତି ସ୍ଥିତି ଧୀରେ ଧୀରେ ଅନେକ ଜିଲ୍ଲାରେ ଦେଖାଯାଇଛି। ଏପର୍ଯ୍ୟନ୍ତ ରାଜ୍ୟରେ ଡାଇରିଆରେ ୨୧ ଜଣଙ୍କ ମୃତ୍ୟୁ ହେଲାଣି। ରାଜ୍ୟରେ ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସମୀକ୍ଷା ବୈଠକ ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି, ସରକାର ଆକ୍ସନ ମୋଡ୍ରେ ଅଛନ୍ତି । ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ ଭିସି ମାଧ୍ୟମରେ ବୈଠକରେ ଉପସ୍ଥିତ ଥିଲେ । […]
ଭାଷା ବିବାଦ ମଧ୍ୟରେ ଏକ ବିସ୍ଫୋରକ ବୟାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି ଯେ ଯେଉଁମାନେ ଇଂରାଜି କହୁଛନ୍ତି , ସେମାନେ ଖୁବ୍ ଶୀଘ୍ର ଲଜ୍ଜିତ ହେବେ।ପୂର୍ବତନ ଆଇଏଏସ ଅଧିକାରୀ ଆଶୁତୋଷ ଅଗ୍ନିହୋତ୍ରୀଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ମୈଁ ବୁନ୍ଦ ସ୍ବୟଂ, ଖୁଦ ସାଗର ହୂଁ’ ଉନ୍ମୋଚନ କରି ଅମିତ ଶାହା କହିଛନ୍ତି, ଭାରତରେ ଖୁବଶୀଘ୍ର ଏପରି ଏକ ସମାଜ ସୃଷ୍ଟି ହେବ। ଏଥିରେ ଇଂରାଜୀ ଭାଷାଭାଷୀମାନେ ନିଜକୁ ଲଜ୍ଜିତ ଅନୁଭବ କରିବା […]
କେନ୍ଦ୍ରାପଡ଼ାରେ ଲଜ୍ଜା। ମହିଳା ଯୋଗ ଇନଷ୍ଟ୍ରକ୍ଟରଙ୍କୁ ଦୁଷ୍କର୍ମ ଅଭିଯୋଗ। ଘରେ ପଶି ଯୋଗ ଗୁରୁମା’ଙ୍କ ସର୍ବଶ୍ୱ ଲୁଟିନେଲା ଅଭିଯୁକ୍ତ। ନିଜକୁ ବଞ୍ଚାଇବାକୁ ଯେତେ ଚେଷ୍ଟା କଲେ ବି କିଛି ଲାଭ ହେଲା ନାହିଁ। ଶେଷରେ ଦୁଷ୍କର୍ମର ଶିକାର ହେଲେ ମହିଳା।ସୂଚନା ଅନୁସାରେ, ମହିଳା ଜଣକ ନିଜ ଘରେ ଏକୁଟିଆ ଶୋଇଥିବା ବେଳେ ଜଣେ ବ୍ୟକ୍ତି ଘର ଭିତରକୁ ପଶିଯାଇଥିଲେ । ମହିଳାଙ୍କୁ ମାରଣାସ୍ତ୍ର ଦେଖାଇ ତାଙ୍କୁ ମାରିଦେବାକୁ ଧମକ ଦେବା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି […]
ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ମଧ୍ୟରେ ହୋଇଥିଲା ସାକ୍ଷାତ । ରାଷ୍ଟ୍ରପତି ଟ୍ରମ୍ପ ହ୍ୱାଇଟ୍ ହାଉସରେ ମୁନିରଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ । ଭାରତ ସମେତ ସମଗ୍ର ବିଶ୍ୱ ମୁନିର ଓ ଟ୍ରମ୍ପଙ୍କ ମଧ୍ୟରେ ମଧ୍ୟାହ୍ନ ଭୋଜନ ଉପରେ ନଜର ରଖିଥିଲା। ତେବେ ହ୍ୱାଇଟ୍ ହାଉସ ସ୍ପଷ୍ଟ କରିଥକିଲା କି, ମୁନିରଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ କାହିଁକି ନିମନ୍ତ୍ରଣ କରାଯାଇଥିଲା। ହ୍ୱାଇଟ୍ […]
ରାଜ୍ୟରେ ଅଣାୟତ୍ତ ଡାଇରିଆ ସ୍ଥିତି । ଡାଇରିଆ ପ୍ରବଣ ୩ ଜିଲ୍ଲା ଉପରେ ଦିଆଯାଉଛି ଅଧିକ ଫୋକସ୍ । ଯାଜପୁର ଜିଲ୍ଲା ମଧ୍ୟ ଫୋକସ୍ରେ ରହିଛି । ଯାଜପୁର ଜିଲ୍ଲା ଧର୍ମଶାଳା ମେଡିକାଲରେ ପହଞ୍ଚି ସ୍ଥିତି ପରଖିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ହଇଜା ଝାଡାବାନ୍ତି ସମ୍ପର୍କରେ ରୋଗୀଙ୍କୁ ପଚାରି ବୁଝିଲେ ମନ୍ତ୍ରୀ । ପରେ ମେଡିକାଲ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ହଇଜା ସ୍ଥିତିକୁ ଗୁରୁତ୍ୱ […]
ଚିକିତ୍ସା ପାଇଁ ମୁମ୍ବାଇ ଯିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସର୍ଭିକାଲ୍ ଆଥ୍ରାଇଟିସ୍ ସମସ୍ୟାରେ ପୀଡ଼ିତ ହୋଇଛନ୍ତି ନବୀନ । ୨୨ ତାରିଖରେ ତାଙ୍କର ଚିକିତ୍ସା ମୁମ୍ବାଇସ୍ଥିତ କୋକିଲାବେନ-ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ହେବ । ନବୀନ ନିଜେ ‘ଏକ୍ସ’ ହ୍ୟାଣ୍ଡେଲରେ ଏନେଇ ସୂଚନା ଦେଇଛନ୍ତି । ଦଳମତ ନିର୍ବିଶେଷରେ ତାଙ୍କ ପ୍ରତି ସମସ୍ତଙ୍କର ସମ୍ମାନ ରହିଛି । ଦେଶର ଅନେକ ରାଜନୈତିକ ଦଳ ତାଙ୍କୁ ସମ୍ମାନ କରନ୍ତି । ନେତାମାନେ ତାଙ୍କ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁବନେଶ୍ବର ଗସ୍ତ ସମୟରେ ବ୍ୟାପକ ଜନସମାଗମ ଏବଂ ଟ୍ରାଫିକ୍ ଭିଡ଼ର ଆଶଙ୍କା କରି, ଓଡ଼ିଶା ସରକାର ଜୁନ୍ ୨୦ରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ପାଇଁ ଅଧା ଦିନ ଛୁଟି ଘୋଷଣା କରିଛନ୍ତି।ରାଜସ୍ବ ଓ ମାଜିଷ୍ଟ୍ରେରିଆଲ କୋର୍ଟ (କାର୍ଯ୍ୟନିର୍ବାହୀ) ଛୁଟି ରହିବ। ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୭ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ଅବସରରେ କାନାଡାର ଗଭର୍ଣ୍ଣର ଜେନେରାଲ ମେରୀ ସାଇମନଙ୍କୁ ଓଡ଼ିଶାର ପ୍ରସିଦ୍ଧ ରୂପା ତାରକସି (ସିଲଭର ଫିଲିଗ୍ରୀ) କଳାରେ ନିର୍ମିତ ଏକ ଚମତ୍କାର କ୍ଲଚ୍ ପର୍ସ ଉପହାର ଦେଇଛନ୍ତି। ଏହି ଉପହାର ଓଡ଼ିଶାର କଟକ ସହରରେ ହସ୍ତଶିଳ୍ପୀମାନଙ୍କ ଦ୍ୱାରା ନିର୍ମିତ, ଯାହା ରାଜ୍ୟର ୫୦୦ ବର୍ଷରୁ ଅଧିକ ପୁରାତନ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରୁଛି। ସେହିପରି କ୍ରୋଏସିଆ ରାଷ୍ଟ୍ରପତି ଜୋରାନ ମିଲାନୋଭିଚଙ୍କୁ ପଟ୍ଟଚିତ୍ର ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ […]
ଲକ୍ଷେ ଟଙ୍କା ପାର୍ ହୋଇ ସାରିଛି ସୁନା ଦର । ଏବେ ନିୟମିତ ବଢି ଚାଲିଛି ପୁଣି ଦାମ୍ । ଯାହା ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୦୧, ୦୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୨ ହଜାର ୬୫୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୦୧, ୦୮୦ […]
ଯାଜପୁରରେ ବ୍ୟାପୁଛି ଝାଡ଼ାବାନ୍ତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ଥିତି ଗମ୍ଭୀର ରହିଛି। ଏଭଳି ସ୍ଥିତିରେ କାର୍ଯ୍ୟରେ ଅବହେଳା ଲାଗି ଜଣେ ଡାକ୍ତରଙ୍କୁ ସସପେଣ୍ଡ କରାଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି । ଏବେ ସେ ଯାଜପୁର ସଦର ମହକୁମାରେ ରହିବେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ନନେଇ କୁଆଡେ ଯାଇପାରିବେ ନାହିଁ। ତେବେ ସେ ହେଲେ ଡା. ହେମନ୍ତ କୁମାର ମହାରଣା। ତାଙ୍କ ବିରୁଦ୍ଧରେ ଏକ ଶୃଙ୍ଖଳାଗତ […]
