ଯାଜପୁରରେ ବ୍ୟାପୁଛି ଝାଡ଼ାବାନ୍ତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ଥିତି ଗମ୍ଭୀର ରହିଛି। ଏଭଳି ସ୍ଥିତିରେ କାର୍ଯ୍ୟରେ ଅବହେଳା ଲାଗି ଜଣେ ଡାକ୍ତରଙ୍କୁ ସସପେଣ୍ଡ କରାଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି । ଏବେ ସେ ଯାଜପୁର ସଦର ମହକୁମାରେ ରହିବେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ନନେଇ କୁଆଡେ ଯାଇପାରିବେ ନାହିଁ। ତେବେ ସେ ହେଲେ ଡା. ହେମନ୍ତ କୁମାର ମହାରଣା। ତାଙ୍କ ବିରୁଦ୍ଧରେ ଏକ ଶୃଙ୍ଖଳାଗତ […]
ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବ୍ୟାପୁଛି ଝାଡ଼ାବାନ୍ତି । ଶୁକ୍ରବାର ସ୍କୁଲ ଖୋଲୁଥିବାରୁ ସରକାରଙ୍କୁ ଚିନ୍ତା ଘାରିଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଡାଇରିଆ ପ୍ରବଣ ୩ ଜିଲ୍ଲାର ସ୍ଥିତି ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ନେବେ ଜିଲ୍ଲାପାଳ ।ମଧ୍ୟାହ୍ନ ଭୋଜନରେ ପିଲା ମାନଙ୍କୁ ଗରମ ଖାଦ୍ୟ ଦିଆଯିବ। ଏବଂ ଫୁଟା ପାଣି ପିଇବାକୁ ପିଲା ମାନଙ୍କୁ ନିର୍ଦେଶ ରହିଛି। ସ୍କୁଲରେ ଥିବା ପାଣି ଟାଙ୍କିକୁ ସଫା କରିବା ଉପରେ ମଧ୍ୟ ଗୁରୁତ୍ଵ […]
ଭୋଟରମାନେ ଯେଭଳି ଶୀଘ୍ର ଫଟୋ ପରିଚୟ ପତ୍ର ପାଇପାରିବେ, ସେ ନେଇ ନିର୍ବାଚନ କମିଶନ ଭୋଟରମାନଙ୍କୁ ପରିଚୟ ପତ୍ର ପଠାଇବା କାର୍ଯ୍ୟ ଦ୍ରୁତ ଗତିରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣିକି ଭୋଟର ପରିଚୟ ପତ୍ର (ଇପିଆଇସି) ୧୫ ଦିନ ମଧ୍ୟରେ ଭୋଟରଙ୍କୁ ପହଞ୍ଚାଇ ଦିଆଯିବ, ଯାହା ପୂର୍ବରୁ ଲାଗୁଥିବା ସମୟକୁ ପ୍ରାୟ ଅଧା କରିଦେଇଛି। ଅଧିକାରୀମାନେ ଜଣାଇଛନ୍ତି ଯେ ଏହା ପୂର୍ବରୁ ଭୋଟର ଫୋଟୋ ପରିଚୟ ପତ୍ର (ଇପିଆଇସି) ଭୋଟରଙ୍କୁ ପହଞ୍ଚାଇବାକୁ ଏକ ମାସରୁ ଅଧିକ ସମୟ […]
ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ବିରଳ ତେଲିଆ ମାଛ । ଦାମିକିଆ ମାଛ ଦେଖିବା ପାଇଁ ଲାଗିଲା ଲୋକଙ୍କ ଗହଳି । କାହିଁକି ନା ଗୋଟେ ମାଛର ଓଜନ ପାଖାପାଖି ୨୦ କିଲୋରୁ ଅଧିକ ।୨ ମାସର ସାମୁଦ୍ରିକ କଟକଣା ହଟିବା ପରେ ଏବେ ସମୁଦ୍ରରୁ ମାଛ ଧରା ଆରମ୍ଭ ହୋଇଛି। ତେବେ ଲଘୁଚାପ ଜନିତ ବର୍ଷା ପାଇଁ ଓଡ଼ିଶାରେ ମାଛ ଧରା ବନ୍ଦ ରହିଛି। ମାତ୍ର ପଶ୍ଚିମବଙ୍ଗର ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇ ବେଶ ମାଲାମାଲ ହୋଇଥିବା […]
ନନ୍ଦନକାନନ ପାଇଁ ଖୁସି ଖବର । 33 ବର୍ଷ ପରେ ନନ୍ଦନକାନନରେ ଜନ୍ମ ନେଲା 5ଟି ଇଗୁଆନା । ଏଠାରେ ଥିବା ସରୀସୃପ ପାର୍କରେ ଆଜି ପାଞ୍ଚଟି ଇଗୁଆନା ଜନ୍ମଗ୍ରହଣ କରିଛନ୍ତି ।ଏହାକୁ ମିଶାଇ ନନ୍ଦନକାନନରେ ଇଗୁଆନ ସଂଖ୍ୟା ୧୭ରେ ପହଂଚିଛି । ୩ଟି ଶାବକ ସୁସ୍ଥ ଥିବା ବେଳେ ସେମାନଙ୍କୁ ସରୀସୃପ ଉଦ୍ୟାନର ଖୁଆଡ଼ରେ ସ୍ଵତନ୍ତ୍ର ଯତ୍ନ ନିଆଯାଉଛି । ଅନ୍ୟ ଦୁଇଟି ଶାବକଙ୍କୁ ଶିଶୁ ଲାଳନପାଳନ କେନ୍ଦ୍ରରେ ରଖାଯାଇଛି।ଏହି ପ୍ରାଣୀ ଉଦ୍ୟନରେ ଇଗୁଆନା ଶେଷ […]
ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଥିବାବେଳେ ସାରା ଓଡ଼ିଶାରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଆସନ୍ତା ୫ଦିନ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିବ |ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁରର ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ବରଗଡ଼, ସୋନପୁର, ଦେବଗଡ଼, ଅନୁଗୁଳ, ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବ ।୨୦ ତାରିଖ (ଶୁକ୍ରବାର) ଠାରୁ ବର୍ଷା […]
ମୟୂରଭଞ୍ଜ ଜିଲ୍ଲାରେ ବୁଧବାର ରାତିରେ ଏକ ଏଭଳି ଘଟଣା ରାଜ୍ୟରେ ଘଟିଛି।ବାରିପଦା ସହରର ରାଜବାସା ଅଞ୍ଚଳରେ ଚାରି ଜଣ ଦୁର୍ବୃତ୍ତ ଜଣେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ସ୍ୱାମୀ ଏ ସମ୍ପର୍କରେ ବାରିପଦା ସଦର ଥାନାରେ ଏକ ମାମଲା ଦାଏର କରିଛନ୍ତି।ଏତଲା ଆଧାରରେ ବାରିପଦା ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, ରାତିରେ ଦୁର୍ବୃତ୍ତମାନେ ମହିଳାଙ୍କୁ ତାଙ୍କ ଘରୁ ଅପହରଣ କରି ନିକଟସ୍ଥ ଏକ ଘରକୁ ଜୋର ଜବରଦସ୍ତ […]
ପକ୍ଷୀ ମାଡ଼ର ଶିକାର ହେଲା ଇଣ୍ଡିଗୋ ବିମାନ, ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ୧୮୦ ଯାତ୍ରୀଙ୍କ ଜୀବନ । ବୁଧବାର ଅପରାହ୍ନରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କୋଲକାତା ଯାଉଥିବା ଇଣ୍ଡିଗୋ ବିମାନରେ ପକ୍ଷୀ ମାଡ଼ ହୋଇଥିଲା ।ସୂଚନା ଅନୁଯାୟୀ, ବୁଧବାର ଅପରାହ୍ଣ ୪ଟା ୨୦ରେ ଇଣ୍ଡିଗୋ ବିମାନ ୬ଇ-୬୭୧୭ ବିମାନ ରନ୍ୱେରେ ଉଡ଼ାଣ ଆରମ୍ଭ କରୁକରୁ ଏକ ବଡ଼ ପକ୍ଷୀ ବିମାନର ସାମନା ଭାଗରେ ମାଡ଼ ହୋଇଥିଲା। ଏପରିକି ବିମାନର ସମ୍ମୁଖ କାଚରେ […]
ଲାଞ୍ଚ ନେଇ ଧରାପଡିଲେ ପୋଲିସ ବାବୁ । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଚନ୍ଦନପୁର ଥାନା ଏଏସଆଇ ପ୍ରଭାତ କୁମାର ପ୍ରଧାନ। ଏକ ଜମି ବିବାଦ ମାମଲାରେ ଅଭିଯୋଗକାରୀ ଓ ତାଙ୍କ ଭାଇଙ୍କୁ ସାହାଯ୍ୟ କରିବା ପାଇଁ ଏଏସଆଇ ପ୍ରଧାନ ୧୫,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏହି ମାମଲାରେ ସେ ନିଜେ ତଦନ୍ତକାରୀ ଅଧିକାରୀ ଥିଲେ।ଧରାପଡିବା ପରେ ପ୍ରଭାତଙ୍କ ଦୁଇଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ଅଭିଯୋଗକାରୀ ଏ […]
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ IT ରେଡ୍ । ୨୦ରୁ ଅଧିକ ସ୍ଥାନରେ ଆୟକର ବିଭାଗ ଚଢାଉ କରିଛି । ସମ୍ବଲପୁର, ଝାରସୁଗୁଡ଼ା, ଭୁବନେଶ୍ବରରେ IT ରେଡ୍ । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଚଢାଉରେ ସାମିଲ ।ତେବେ ଆୟକର ଠକେଇ ନେଇ ଅଭିଯୋଗ ହେବା ପରେ ୨୦ରୁ ଅଧିକ ସ୍ଥାନରେ ଇଡି ଏହି ରେଡ ଚଳାଇଛି। ବିଭିନ୍ନ ସ୍ଥାନରେ ଇଡିର ୨୦ଟି ଟିମକୁ ଏହି ରେଡରେ ସାମିଲ କରାଯାଇଛି।ଭୋର ୫ ଟାରୁ ଚଢାଉ କରୁଛି ଆୟକର […]
ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ AI ଭିଡିଓ ପୋଷ୍ଟ କରି ବନ୍ଧା ହେଲେ ରାୟଗଡ଼ାର ଯୁବକ କିଶୋର କୌଶଲ୍ୟ। କିଶୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କ୍ରାଇମବ୍ରାଞ୍ଚ ସାଇବର ସେଲ୍ । ଅଭିଯୁକ୍ତ କିଶୋର କୌଶଲ୍ୟାଙ୍କୁ ଭାରତୀୟ ନ୍ୟାୟ ସଂହିତା (BNS)ର ସଂଖ୍ୟା ୭୮, ୭୯, ୨୯୪, ୨୯୬, ୩୩୬(୨), ୩୩୬(୪), ୩୪୦(୨) ଓ ୩୫୬(୨) ଧାରା, ଆଇଟି ଆକ୍ଟ ୨୦୦୦ର ସଂଖ୍ୟା ୬୬-C, ୬୭ ଓ ୬୭-A ଧାରା, ଏବଂ ୧୯୮୬ର ଅଶ୍ଳୀଳ ମହିଳା ପ୍ରତିନିଧିତ୍ୱ (ନିଷେଧ) […]
ମେଷ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ବୃଷ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ମିଥୁନ: […]
