ମୁନିଗୁଡ଼ା:ତା୧୩-୬ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ସୁଭଦ୍ରା ଉଦ୍ଧବ ମଙ୍ଗଳ ଭବନ ପରିସରରେ ଆଜି ପୂର୍ବାହ୍ନରେ ମୁନିଗୁଡ଼ା ପ୍ରେସ କ୍ଲବର ଏକ ସ୍ବତନ୍ତ୍ର ଅଧିବେଶନ ସଭାପତି ରାଜୀବ ଲୋଚନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି।କାର୍ଯ୍ୟକ୍ରମରେ ପ୍ରେସ କ୍ଲବ ଉପ ସଭାପତି ମନୋରଞ୍ଜନ ଦଳାଇ,ସମ୍ପାଦକ ନନ୍ଦକିଶୋର ପଟ୍ଟନାୟକ,ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ସାମ୍ବାଦିକ ସଂଘ ରାୟଗଡ଼ା ଜିଲ୍ଲାର ଉପସଭାପତି ଶିମାଞ୍ଚଳ ପଣ୍ଡା,ଉପଦେଷ୍ଟା ରାମଚନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସିନ ରହିଥିଲେ।ପ୍ରଥମେ ଉତ୍କଳ ସାମ୍ବାଦିକ ସଂଘର ସଂପାଦକ ସ୍ବର୍ଗତ ରାଜିବଲୋଚନ […]
ପୁରୀ ଜିଲ୍ଲା ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା। ୩୦ ଯାତ୍ରୀ ଓ ୧୫ଟି ଗାଡ଼ିକୁ ନେଇ ଉକ୍ତ ଡଙ୍ଗାଟି ଯାଉଥିଲା। ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାଉଥିଲା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସି ରହିଥିବା ସୂଚନା ମିଳିଛି।ସାତପଡ଼ାରୁ ଆଜି ଅପରାହ୍ଣ ୪ଟା ୪୫ରେ ଏକ ଘରୋଇ ଯାତ୍ରୀବାହୀ ଡଙ୍ଗା ଜହ୍ନିକୁଦା ଘାଟ ଅଭିମୁଖେ ବାହାରିଥିଲା। ଏହି ଡଙ୍ଗାରେ ୮ ଜଣ ମହିଳାଙ୍କ ସମେତ ୩୦ ଜଣ ଯାତ୍ରୀ ଥିଲେ। ଏଥି ସହିତ ଡଙ୍ଗାରେ […]
ଯାଜପୁର ଛଡା ଭଦ୍ରକ ଓ କେନ୍ଦୁଝରରୁ ଆସିଛି ଝାଡ଼ାବାନ୍ତି ବ୍ୟାପିବା ଖବର । ଭଦ୍ରକରେ ପହଞ୍ଚିଛି ସ୍ୱାସ୍ଥ୍ୟ ବିଭାଗର ଟିମ । କେନ୍ଦୁଝରରେ ଝାଡ଼ାବାନ୍ତି ବ୍ୟାପିବା ଘଟଣାର ଯାଞ୍ଚ କରାଯାଉଛି । ତେବେ ପାଣିରୁ ଝାଡ଼ାବାନ୍ତି ବ୍ୟାପି ଥିବା ସନ୍ଦେହ କରୁଛି ସ୍ବାସ୍ଥ୍ୟ ବିଭାଗ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ସୋଲମପୁର ବିରୋଳି ସ୍ଵାସ୍ଥ୍ୟକେନ୍ଦ୍ର ଅଧିନ ଦାଣ୍ଡକୁଳ ଓ ତିଖିଲିଆ ଗ୍ରାମରେ ୧୦ରୁ ୧୨ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଦୁଇ ଗୁରୁତରଙ୍କୁ କଟକ […]
ଓଡିଶାର ଗଣ ପର୍ବ ରଜ । ପ୍ରତିବର୍ଷ ଓଡ଼ିଶାର ଘରେଘରେ ପାଳନ ହୁଏ ରଜ । ଦୋଳି ଲାଗେ, ଘରେ ପିଠା ପଣା ହୁଏ । ଝିଅ ମାନେ ନୂଆ ପୋଷାକ ପିନ୍ଧିଥାନ୍ତି । ଆଉ ବେଶ ଆନନ୍ଦ ଉଲ୍ଲାସର ସହ ରଜ ପର୍ବକୁ ପାଳନ କରାଯାଇଥାଏ । ତେବେ ରାତି ପାହିଲେ ରଜ । ଆଜି ହେଉଛି ସଜବାଜ । ପହିଲି ରଜର ପହିଲି ସ୍ପର୍ଶରେ ପୁଲକ୍କିତ ହୋଇଉଠିବ ଧରା । ରଜକୁ ନେଇ ଉତ୍ସବମୁଖର […]
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଁଳାକଟା ଗାଁରେ ଘଟିଛି ଅଭାବନୀୟ ଘଟଣା । ସ୍ୱାମୀର ପରକୀୟା ପ୍ରୀତିକୁ ସ୍ତ୍ରୀ ବାରଣ କରିବାରୁ ତଣ୍ଟିଚିପି ହତ୍ୟା କଲା ପିଶାଚ ସ୍ୱାମୀ । ଯାହାକୁ ନେଇ ମୃତ ମହିଳାଙ୍କ ପରିବାର ଲୋକ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମୃତ ମହିଳା ଜଣଙ୍କ ପରଜଙ୍ଗ ଥାନା କୁମୁସି ପଞ୍ଚାୟତ ଅନ୍ତର୍ଗତ ଅଁଳାକଟା ଗାଁର ଅଞ୍ଜଳି ବେହେରା । ଅଞ୍ଜଳିଙ୍କ ବାପଘର କାମାକ୍ଷାନଗର ଥାନା ଜୟପୁରାକାଟେଣୀ ଗାଁରେ ହୋଇଥିବା ସୂଚନା। […]
ଜଳିଗଲା ପୁରା ପ୍ଲେନ୍ । ଜଳିଗଲେ ଶହ ଶହ ଯାତ୍ରୀ । ବିମାନର ଲୁହା ଖଣ୍ଡ ବିସ୍ଫୋରଣରେ ତରଳି ଗଲା । କିନ୍ତୁ ପ୍ଲେନରେ ଥିବା ଶ୍ରୀମଦ ଭାଗବତ ଗୀତା କିଛି ବି ହୋଇନି । ଅବିଶ୍ବସନୀୟ, ଅକଳ୍ପନୀୟ । ଏହାରି ଭିତରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି, ଯାହାକୁ ଜାଣିବା ପରେ ଆପଣଙ୍କର ଧର୍ମ ଉପରେ ବିଶ୍ବାସ ଅଧିକ ବଢ଼ିଯିବ । ଶ୍ରୀମଦ ଭାଗବତ ଗୀତାର ମହତ୍ତ୍ବ କଥା କିଏ ବା ନଜାଣେ । […]
ମଝି ରାସ୍ତାରେ ଖରାପ ହୋଇଗଲା ଆମ୍ବୁଲାନ୍ସ । ଚାଲିଗଲା ରୋଗୀଙ୍କ ଜୀବନ । ସୋସିଆଲ ମେଡିଆରେ ଭାଇରାଲ୍ ହେଲା ଭିଡିଓ । ସାଲେପୁର ପାଗା ଛକ ନିକଟରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ନିଶ୍ଚିନ୍ତକୋଇଲି ଜିଗ୍ନିପୁର ଗାଁର ପ୍ରଦ୍ୟୁମ୍ନ ଓରଫ୍ ଶିବୁ ଅସୁସ୍ଥ ହେବା ପରେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ପରିବାର ଲୋକେ । ଆମ୍ବୁଲାନ୍ସ ପହଞ୍ଚିବା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଉଥିଲା । କିନ୍ତୁ ପାଗା ଛକ ନିକଟରେ […]
ମାଓବାଦୀ ଅଭିଯାନ କ୍ଷେତ୍ରରେ ମାଲକାନଗିରି ପୋଲିସକୁ ଆଜି ଏକ ବଡ ସଫଳତା ମିଳିଛି। ଦୁଇ ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଦୁଇ ମାଓବାଦୀ ହେଉଛନ୍ତି କେସା କୱାସି ଓ ରାକେଶ ଓରଫ ସାନୁ କୁଞ୍ଜମ।ଏମାନେ ମାଓବାଦୀଙ୍କ ଏଓବି ଅର୍ଥାତ୍ ଆନ୍ଧ୍ର ଓଡିଶା ସ୍ପେଶାଲ ଜୋନାଲ କମିଟିର ସଦସ୍ୟ । ଗିରଫ ଦୁଇ ମାଓବାଦୀଙ୍କ ନିଜ ଘର ଛତିଶଗଡ ବିଜାପୁର ଜିଲ୍ଲାର ଗାଙ୍ଗାଲୁର ବୋଲି ଜଣାପଡିଛି । ସେମାନଙ୍କ ପାଖରୁ ଦୁଇଟି ରିଭଲଭର ସହ […]
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରକ୍ଷୀ ମାନଙ୍କ ଡ୍ୟୁଟି କଲ-ଅପ ଭତ୍ତା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଦୈନିକ ଡ୍ୟୁଟି କଲ-ଅପ ଭତ୍ତା ୬୧୨ ଟଙ୍କାରୁ ୬୨୩ ଟଙ୍କାକୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ଭତ୍ତା ପରିମାଣ ପିଛିଲା ଭାବେ ୨୦୨୫ ଜାନୁଆରୀ ପହିଲାରୁ ଲାଗୁ ହେବ।ସେହିପରି ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ ମାନଙ୍କୁ ରାଜ୍ୟ ସରକାରଙ୍କ ଭେଟି । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କ ଦୈନିକ […]
ପ୍ରତି ପଞ୍ଚାୟତରେ ଖୋଲିବ ଜନପୋଷଣ କେନ୍ଦ୍ର । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ- ଯୋଗାଣ ମନ୍ତ୍ରୀ କୃଷ୍ର ପାତ୍ର ।ସବସିଡି ଦରରେ ମିଳିବ ଚାଉଳ, ଅଟା, ଚିନି ଏବଂ ଲୁଣ ।ପାଇଲଟ୍ ପ୍ରକଳ୍ପ ଭାବେ ୫ଟି ପୋଷଣ କେନ୍ଦ୍ର ଖୋଲିବାକୁ ଯୋଜନା । ପରବର୍ତ୍ତୀ ସମୟରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଏହି ସବୁିଧା ଉପଲବ୍ଧ କରାଯିବା ନେଇ କହିଛନ୍ତି ମନ୍ତ୍ରୀ ।ମଧ୍ୟବିତ୍ତ ବର୍ଗ ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ଯୋଗ୍ୟତା ମାପଦଣ୍ଡ […]
ଆଜି ପୁଣି ବଢ଼ିଲା ସୁନା ଦର । ଆନ୍ତର୍ଜାତୀୟ ସ୍ତରରେ ସୁନାର ଦର ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଭାରତୀୟ ବଜାରରେ ଅନୁଭୂତ ହେଉଛି ।୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୧,୪୦୦ ଟଙ୍କାରେ ପହଞ୍ଚିଛି । ଗତକାଲି ଏହା ୯୯,୨୮୦ ଟଙ୍କା ଥିଲା । ଏଥିରେ ୨,୧୨୦ ଟଙ୍କା ବୃଦ୍ଧି ହୋଇଛି ।୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୨,୯୫୦ ଟଙ୍କା ହୋଇଛି । ଗତକାଲି ୯୧,୦୦୦ ଟଙ୍କା ଥିଲା । ଏଥିରେ […]
ବାଲି ମାଫିଆଙ୍କ ଦାଦାଗିରି । ରାତି ଅଧରେ ଜୁନିଅର ମାଇନିଂ ଅଫିସରଙ୍କୁ ଆକ୍ରମଣ । ବେଆଇନ ବାଲି ଖାଦାନରେ ଚଢଉ କରି ଫେରିବା ବେଳେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଚାଲନ୍ତି ନିକଟସ୍ଥ ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉତ୍ତୋଳନ ହେଉଥିବା ଖବର ପାଇ ଚଢାଉ କରିଥିଲେ ଜଳେଶ୍ବର ଜୁନିୟର ମାଇନିଂ ଅଫିସର ଜିତେନ୍ଦ୍ର ଦାସ । ଦୀର୍ଘ ଦିନ ଧରି ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ଆସୁଥିବା […]
