
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ର ପ୍ରଗତିଶୀଳ ନାଟ୍ୟମଞ୍ଚ ‘ ତୃତୀୟ ନୟନ ‘ପକ୍ଷରୁ ଚଳିତ ନଭେମ୍ବର ୧୫ ତାରିଖରେ ପଠାଣି ସାମନ୍ତ ଅଡିଟୋରିୟମରେ କମ୍ରେଡ ବିଶ୍ଵନାଥ ମହାପାତ୍ରଙ୍କ ରଚିତ ନାଟକ ‘କୁଆଁରୀ କୋଠି’ ମଞ୍ଚସ୍ଥ କରିବାକୁ ଅନୁଷ୍ଠାନର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସ୍ଥିର କରାଯାଇଛି ! ନାଟ୍ୟକାର ଗଦାଧର ନନ୍ଦଙ୍କ ନିର୍ଦ୍ଦେଶନାରେ ଏହି ନାଟକ ଦର୍ଶକ ମାନଙ୍କ ପାଇଁଁ ବେଶ୍ ଉପଭୋଗ୍ୟ ହେବ ବୋଲି କଳାକାରମାନେ ଆଶାପୋଷଣ କରିଛନ୍ତି ! ଅକ୍ଟୋବର ୪ ସନ୍ଧ୍ୟାରେ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପ୍ରବୀଣ କଳାକାର ମିଷ୍ଟର କାଳିଆ, ଅନ୍ତର୍ଯ୍ୟାମୀ ମହାନ୍ତି, ପ୍ରଦୀପ୍ତ ଡାକୁଆ, ସୁଦର୍ଶନ ରାଉତ, ନିରଞ୍ଜନ ସାହୁ, ପ୍ରତାପ ସାହୁ, ଗୋପୀନାଥ ସେଠୀ, ସଞ୍ଜୟ ପରିଡା, ମିଷ୍ଟର ରବି, ରାଜେଶ୍ କୁମାର ପ୍ରମୁଖ ଉପସ୍ଥିତ ଥିଲେ।
