ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪-୨୫ ପ୍ରଦାନ । ଝାରସୁଗୁଡା, ଖୋର୍ଦ୍ଧା ଓ ଜଗତସିଂହପୁରକୁ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର । ୩ ଜଣ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ସୋନପୁରରର ଲକ୍ଷ୍ମଣ ଭୋଇ, ସୁନ୍ଦରଗଡର ଅମୁଲ୍ୟ ପ୍ରଧାନ ପୁରସ୍କୃତ ହୋଇଛନ୍ତି । ବଲାଙ୍ଗୀର ଧ୍ରୁବ ଚରଣ ବେହେରା ପୁରସ୍କୃତ ହୋଇଛନ୍ତି । ଢେଙ୍କାନାଳ , ଜଗତସିଂହପୁର ଓ ଅନୁଗୁଳକୁ ପୁରସ୍କୃତ ହୋଇଛନ୍ତି । ୧୦ ବ୍ଲକ ଶିକ୍ଷାଧିକାରୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ଅନ୍ୟପଟେ […]
ଶାରଦୀୟ ପୂଜା ମଣ୍ଡପ ଓ ଗେଟ ଅନୁମତି ପାଇଁ କଟକ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ବ୍ୟବସ୍ଥା । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ୱତନ୍ତ୍ର ଏସଓପି ଜାରି କରିଛି କଟକ ଜିଲ୍ଲା ପ୍ରଶାସନ । ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ମଣ୍ଡପ ଓ ଗେଟ ପାଇଁ ଆବେଦନ କରିବେ ସମସ୍ତ ପୂଜା ମଣ୍ଡପ । ଗେଟ୍, ପେଣ୍ଡାଲ, ବିଦ୍ୟୁତ ସବୁ ପାଇଁ ଆଜିଠୁ ପୂଜା କମିଟି ଆବେଦନ କରିବେ । ଆବେଦନର ୩ ଦିନ ପରେ ଯାଞ୍ଚ କରି […]
ବୟସ ଜାଲିଆତି ପ୍ରସଙ୍ଗରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏଣିକି ବୟସ ଜାଲିଆତି କଲେ ଖୁବ୍ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ। ନିଜର ଭୋଟର କାର୍ଡ ଜାଲିଆତି କରି ବୟସ ବଢାଉଛନ୍ତି । ଭୋଟର କାର୍ଡ ଯାଞ୍ଚ ପାଇଁ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଅଯୋଗ୍ୟ ଆବେଦନକାରୀଙ୍କୁ ରେକିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯିଏ ଭତ୍ତା ପାଇବାକୁ ଯୋଗ୍ୟ ତାଙ୍କୁ ଚିହ୍ନଟ କରାଯାଇ ଭତ୍ତା ଦିଆଯିବ। ଅଯୋଗ୍ୟ ହିତାଧିକାରୀଙ୍କ ଉପରେ କଡ଼ା […]
ଆଜିକାଲି ଚୀନ୍ ପାକିସ୍ତାନ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ମନେ ହେଉନାହିଁ। । କାରଣ ପାକିସ୍ତାନ ତାର ପୁରୁଣା ରେଳ ନେଟୱାର୍କର ଉନ୍ନତି ପାଇଁ ଚୀନ୍ ପରିବର୍ତ୍ତେ ଏସୀୟ ବିକାଶ ବ୍ୟାଙ୍କ (ADB) ଠାରୁ ସାହାଯ୍ୟ ନେବାକୁ ନିଷ୍ପତ୍ତି ନେଇଛି।କରାଚୀ-ରୋହରୀ ରେଳ ସେକ୍ସନକୁ ଉନ୍ନତ କରିବା ପାଇଁ ପାକିସ୍ତାନ ADB ଠାରୁ ୨ ବିଲିୟନ ଡଲାର ଋଣ ମାଗିଛି ଏହା ସେହି ML-1 ପ୍ରକଳ୍ପ, ଯାହାକୁ ଥରେ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର (CPEC) ର ସବୁଠାରୁ ବଡ଼ ଏବଂ […]
ପରିବେଶ ସୁରକ୍ଷା ପାଇଁ ଆଗକୁ ଇ-ବସ୍କୁ ଅଧିକ ପ୍ରଚଳନ କରିବାକୁ ସରକାର ଯୋଜନା କରୁଛନ୍ତି । ରାଜ୍ୟରେ ହଜାରେ ଇ-ବସ୍ର ଆବଶ୍ୟକତା ରହିଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଆଗକୁ ରାଜ୍ୟ ସରକାର ୨୦୦ଟି ଇ- ବସ ଆଣିବେ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଓଡିଶାକୁ ୪୦୦ ଇ-ବସ ପ୍ରଦାନ କରିବେ । ଏବେ ୨୫ଟି ଇ- ବସ ଆସୁଛି, ଯାହା ସମ୍ବଲପୁର କୁ ପ୍ରଦାନ କରାଯିବ । ପରେ […]
ଜାଲରେ ପଡ଼ିଲା ଦୁଇ କୁଇଣ୍ଟାଲ ଓଜନର ସାର୍କ ମାଛ । ମାଛ ଦେଖିଵାକୁ ପର୍ଯ୍ୟଟକଙ୍କ ଭିଡ଼ । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ମୋହନା ଆନ୍ତର୍ଜାତିକ ମତ୍ସ୍ୟ ଅବତରଣ କେନ୍ଦ୍ର ଠାରେ ୨ କୁଇଣ୍ଟାଲ ଓଜନର ଏକ ସାର୍କ ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ଧରା ପଡିଥିବା ଦେଖିଵାକୁ ମିଳିଛି ।ଏହି ସାର୍କ ମାଛର ଓଜନ ୨ କୁଇଣ୍ଟାଲ ଓଜନର ହେବ ବୋଲି କୁହାଯାଉଛି । ଦୀଘା ସଲଗ୍ନ ସମୁଦ୍ରରେ ମତ୍ସ୍ୟଜୀବୀ ମାନଙ୍କ ଟ୍ରଲର ଜାଲରେ ଏହି ମାଛଟି ପଡିଥିଲା […]
ଦିଲ୍ଲୀ ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ ସମାରୋହ ଆୟୋଜିତ ହୋଇଛି। ଗୁରୁ ଦିବସରେ ୪୫ ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ ମିଳିଲା ଜାତୀୟ ଶିକ୍ଷକ ସମ୍ମାନ-୨୦୨୫। ମାଲକାନଗିରିର ବସନ୍ତ ରଣା ଓ କୋରାପୁଟର ତରୁଣ ଦାଶ ହେଲେ ସମ୍ମାନିତ। ରାଷ୍ଟ୍ରପତି ଶିକ୍ଷକ ତରୁଣ କୁମାର ଦାସଙ୍କ ସମେତ ମୋଟ ୪୫ ଜଣଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପୁରଷ୍କାର, ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ […]
ଅନୁଗୋଳ କୋର୍ଟରେ ଜଣେ ମହିଳା ସ୍ବାମୀ ଓ ତାର ଦୁଇ ସନ୍ତାନକୁ ଛାଡି ତାଙ୍କ ପ୍ରେମିକଙ୍କ ସହ ବିବାହ କରି ପ୍ରେମିକ ଘରକୁ ଚାଲି ଯାଇଛନ୍ତି । ସୂଚନା ଅନୁସାରେ, କିଶୋରନଗର ଥାନା ଅଞ୍ଚଳର ଜଣେ ମହିଳା ୧୩ ବର୍ଷ ତଳେ ବିବାହ କରିଥିଲେ। ବିବାହ ପରେ ସେମାନଙ୍କ ବୈବାହିକ ଜୀବନ ଠିକ୍ଠାକ୍ରେ ଚାଲିଥିଲା। ସେମାନଙ୍କର ଦୁଇଟି ସନ୍ତାନ ରହିଛି। ଏପଟେ ପ୍ରାୟ ୫ ବର୍ଷ ତଳେ ନିଜ ଗାଁର ଅନ୍ୟ ଜଣେ ଯୁବକଙ୍କ ସହ ତାଙ୍କର […]
ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ପାରାଦୀପ ବନ୍ଦରରରେ ଏକ ଜାହାଜରୁ ଦୁଇ ଜଣ କ୍ରିୟୁ ସଦସ୍ୟ ଖସିପଡିଥିବା ସୂଚନା ମିଳିଛି । ଜଣେ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି, ଅନ୍ୟ ଜଣେ ନିଖୋଜ । ବନ୍ଦରର ୫ ନମ୍ବର ଗେଟ୍ ନିକଟରେ ଥିବା ପିଆଇସିଟି ବର୍ଥରେ ଅଘଟଣ ଘଟିଛି । ଉଦ୍ଧାର କାର୍ଯ୍ୟରେ CISF, ମେରାଇନ ପୋଲିସ, ସ୍କୁବା ଡ୍ରାଇଭର ଓ କୋଷ୍ଟଗାର୍ଡ ନିୟୋଜିତ ଅଛନ୍ତି । ଜାହାଜ ବର୍ଥ ଛାଡ଼ିବା ପରେ ସିଡ଼ି କାଢୁଥିଲେ ଜାହାଜ କର୍ମଚାରୀ । […]
ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ନକଲି ସୁନା ବିସ୍କୁଟ କାରବାର ଅଭିଯୋଗ । ଏହାର ଚେର ଗଞ୍ଜାମ, କେନ୍ଦ୍ରାପଡା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲମ୍ବିଛି।ନକଲି ସୁନା ଦେଖାଇ ଫସାଇଲେ । ବିଶ୍ବାସ ଜନ୍ମାଇ ଗଞ୍ଜାମର ଜଣେ ବେପାରୀଙ୍କଠାରୁ ୧୬ଲକ୍ଷ ଲୁଟିଲେ । ଅଭିଯୋଗ ପରେ ୪ ଜଣଙ୍କୁ ଗିରଫ କରିଛି ପୁଲିସ । ସେମାନଙ୍କ ନିକଟରୁ ୬୮ ହଜାର ଟଙ୍କା ଓ ୨ଟି ବାଇକ୍ ଜବତ କରାଯାଇଛି ।ସୂଚନା ମୁତାବକ, ନୀଳଗିରି ଏନଏସିରେ ଜଣେ ଯୁବକ […]
ଆସନ୍ତା ୮ ତାରିଖବେଳକୁ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଆସନ୍ତା ୧୩ ତାରିଖବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହାର ପ୍ରଭାବ ନେଇ ଏବେଠାରୁ କୌଣସି ଆକଳନ କରାଯାଇନି ।ଗତ ୨୪ ଘଣ୍ଟାରେ ୧୮ଟି ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବାବେଳେ ଆଉ ୪ଦିନ ରାଜ୍ୟକୁ ବିଜୁଳି ଘଡ଼ଘଡି ସହ ବର୍ଷା […]
ମହାନଦୀରେ ବନ୍ୟା ଆଶଙ୍କା । ହୀରାକୁଦ ପାଣି ଛାଡିବା ପରେ ନଦୀରେ ଅଢେଇ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେଥିପାଇଁ ୧୦ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି SRC । ହୀରାକୁଦ ଜଳଭଣ୍ଡାରକୁ ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବେଶ କରୁଛି। ହୀରାକୁଦ ଜଳଭଣ୍ଡାରର ସ୍ଥିତିକୁ ନଜର ରଖି ଆଜି ସକାଳେ ପୁଣି ଚାରିଟି ଗେଟ୍ ଖୋଲି ଦିଆଯାଇଛି। ହୀରାକୁଦ ଜଳଭଣ୍ଡାର ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ଏହାଫଳରେ ଏବେ ମୋଟ୍ ୨୦ଟି […]
