ପୁଣି ବଦଳିଲା ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର। ଜୁଲାଇ ୨୫ ସୁଦ୍ଧା ଶେଷ ହେବ ଶିକ୍ଷକଙ୍କ ବଦଳି। ଜୁନ ୭ ବଦଳି ଆବେଦନର ଶେଷ ତାରିଖ। ଓସେପାକୁ ଚିଠି ଲେଖିଲା ଡିଇଇଓ। ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ ବଦଳି ପାଇଁ ଆବେଦନ ପାଇଁ ମିଳିଛି ଅନୁମତି। ଜୁନ ୭ ତାରିଖ ଭିତରେ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ। ଜୁନ୍ ୯ରୁ ୧୬ ଭିତରେ ଭେରିଫିକେସନ ହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି […]
ଜୁନ୍ ୩ ତାରିଖକୁ ‘ବିଶ୍ୱ ସାଇକଲ ଦିବସ’ ଭାବରେ ପାଳନ କରାଯାଏ । କୁନି କୁନି ପିଲା ତଥା ଯୁବଗୋଷ୍ଠୀଙ୍କୁ ସାଇକଲ ଚାଳନା ପାଇଁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ମିଳିତ ଜାତିସଂଘର ସାଧାରଣ ସଭା ଜନ ସଚେତନତା ସୃଷ୍ଟି କରିବା ପାଇଁ ୨୦୧୮ରେ ‘ବିଶ୍ୱ ସାଇକଲ ଦିବସ’ ପାଳନ କରିବା ଆରମ୍ଭ କରିଥିଲା। ପିଲାଟି ଯେତେବେଳେ ବଡ ହୁଏ ତାର ପ୍ରଥମ ସାଥୀ ପାଲଟିଯାଏ ଏହି ଶୂନଗାଡି । ବାରମ୍ୱାର […]
ପାକିସ୍ତାନରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ସୋମବାର ଅର୍ଥାତ୍ ଗତକାଲି ବିଳମ୍ବିତ ରାତିରେ କରାଚୀର ମାଲିର ଜେଲର କାନ୍ଥ ଭାଙ୍ଗି ବହୁ ସଂଖ୍ୟକ କଏଦୀ ଖସି ପଳାଇଥିଲେ । ପଳାୟନ କରିଥିବା କଏଦୀଙ୍କ ସଂଖ୍ୟା ୨୦୦ ରୁ ଅଧିକ ବୋଲି କୁହାଯାଉଛି । ଅଧିକାରୀଙ୍କ ଅନୁଯାୟୀ, କରାଚୀରେ ହୋଇଥିବା ଭୂକମ୍ପ ସମୟରେ ମାଲିର ଜେଲର କାନ୍ଥ ଫାଟି ଯାଇଥିଲା, ଯାହା ଯୋଗୁ ଅନେକ କଏଦୀ କ୍ଷତିଗ୍ରସ୍ତ ହୋଇଥିବା କାନ୍ଥ ଭାଙ୍ଗି ଖସି ପଳାଇବାରେ ସଫଳ […]
କରୋନା ଦିନକୁ ଦିନ ବ୍ୟାପିବାରେ ଲାଗିଛି । ଉପରମୁହାଁ ହେଲାଣି କରୋନା ଗ୍ରାଫ୍ । ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ପାର୍ । ୨୪ ଘଣ୍ଟାରେ ୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ୪୦୨୬ରହିଛି କରୋନା ଆକ୍ଟିଭ କେସ । ସୂଚନାମୁତାବକ JN.1 ପ୍ରକାରର ସବୁଠାରୁ ବଡ଼ ସମସ୍ୟା ହେଉଛି ଏହା ଲୋକଙ୍କ ମଧ୍ୟରେ ବହୁତ ଶୀଘ୍ର ବ୍ୟାପିଥାଏ । […]
ମଦ୍ୟପ ବାପାର ନୃଶଂସ କାଣ୍ଡ । ୭ ମାସର ଶିଶୁକନ୍ୟାକୁ କଚାଡି ମାରିଲା ବାପା। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା କଣ୍ଟାପାଳ ଗାଁରେ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହରୁ ଶିଶୁକନ୍ୟାକୁ ମାରିଥିବା ଜଣାପଡିଛି ।ସୂଚନାନୁଯାୟୀ, ସ୍ୱାମୀ କାମଧନ୍ଦା ନକରି ଘରେ ବସୁଥିଲା ତେବେ ଗତକାଲି ଉଭୟ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡା ଲାଗିଥିଲା । ଏହି ସମୟରେ ୭ ମାସର ଶିଶୁକୁ ସେଠାରେ ଜହ୍ଲାଦ ବାପା କଚାଡ଼ି ମାରିଦେଇଛି । ଏହାପରେ ସ୍ଥାନୀୟ ଲୋକେ ଉଠିଆସି […]
ହୀରାକୁଦ ଜଳଭଣ୍ଡାରରୁ ହଟିଲା କଟକଣା । ପର୍ଯ୍ୟଟକଙ୍କ ପାଇଁ ଏହି କଟକଣା ହଟିଛି । ବର୍ତ୍ତମାନ ନିଷିଦ୍ଧାଞ୍ଚଳ ଛାଡ଼ି ବାକି ସ୍ଥାନ ବୁଲିପାରିବେ ପର୍ଯ୍ୟଟକ । ଅପରେସନ ସିନ୍ଦୂର ପାଇଁ ଲାଗିଥିଲା ଏହି କଟକଣା ।ଏହି କଟକଣା ହଟିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୂଚନାମୁତାବକ ଅପରେସନ ସିନ୍ଦୂର ସମୟରେ ହୀରାକୁଦ ଜଳଭଣ୍ଡାର ସୁରକ୍ଷା ନେଇ ଏହି ପଦକ୍ଷପ ନିଆଯାଇଥିଲା |
“ପ୍ରିୟ ଜେଜେବାପା ପ୍ରଣାମ। ମୋତେ ସବୁବେଳେ ଆପଣଙ୍କ ସହ ମିଶିବାକୁ ଇଛା ହେଉଥିଲେ ମଧ୍ୟ ଏଭଳି ସୁଯୋଗ ମୋତେ ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ। ମୁଁ ଯେତେବେଳେ ଗଣମାଧ୍ୟମରେ ଆପଣଙ୍କ ସଂପର୍କରେ ପଢେ ମୋତେ ବହୁତ ଗର୍ବ ଲାଗେ। ଏଥିସହ ମନରେ ଭୟ ଓ ଆତଙ୍କ ମଧ୍ୟ ଖେଳିଯାଏ। ଆଉ ବର୍ତ୍ତମାନର ଘଟଣା ଯେଭଳି ରହିଛି ତାକୁ ଦେଖି ବହୁତ ଦୁଃଖି ହେଉଛି। ଆପଣ କେମିତି ଅଛନ୍ତି ଜେଜେବାପା। ମୁଁ ଆପଣଙ୍କ ବହୁତ ଭଲ ପାଉଛି। ତେଣୁ […]
ଗତ ଦୁଇ ସପ୍ତାହ ହେବ ତାତି ଉଭାନ୍ ଥିଲା । ମୌସୁମୀ ଆଗମନରେ ପୂରା ରାଜ୍ୟରେ ମେଘ ବର୍ଷିଥିଲା । ମୌସୁମୀର ଶୀତଳ ସ୍ପର୍ଶରେ ପୂରା ଓଡ଼ିଶା ଥଣ୍ଡା ପଡ଼ିଥିଲା । କିନ୍ତୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଉ ଆଗଉନି। ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନକୁ ଛୁଇଁଛି । ଆଗାମୀ ୫ରୁ ୭ ଦିନ ଯାଏ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ । ତାତି ବଢିବା ସହ ଗରମ ଓ ଗୁଳୁଗୁଳି ଅସ୍ତବ୍ୟସ୍ତ […]
ରାୟଗଡ଼ା. ତା.୨/୦୬: ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟାୱରୀ ଆଜି ଓରମାସ ପକ୍ଷରୁ ଖୋଲାଯାଇଥିବା ‘ଆମ ଗାଁ ଆମ୍ବ ପସରାକୁ ଉଦଘାଟନ କରିଛନ୍ତି lସ୍ଥାନୀୟ ଜନଜାତି ଜଗତ କେନ୍ଦ୍ର ସମ୍ମୁଖ ଠାରେ ଆୟୋଜିତ ଏହି ଉଦଘାଟନ କାର୍ଯ୍ୟକ୍ରମରେ ବନ ଖଣ୍ଡିୟ ଅଧିକାରୀ ଶ୍ରୀ ସଚିନ ଆନ୍ନା ସାହେବ ଓ଼ହଲେ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ, ରାୟଗଡ ଶ୍ରୀ ରମେଶ କୁମାର ଜେନା, ସମ୍ମନ୍ୱିତ ଆଦିବାସୀ ଉନ୍ନୟନ […]
ବ୍ରହ୍ମପୁର ଏମକେସିଜିରେ ରାଗିଂ ଅଭିଯୋଗ ସାମ୍ନାକୁ ଆସିଛି । ୨ ହାଉସ୍ ସର୍ଜନଙ୍କୁ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ ଜରିମାନା କରାଯାଇଛି ।ରେଗିଂ କରିଥିବା ଦୁଇ ହାଉସ ସର୍ଜନଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା । ଏଣ୍ଟି ରେଗିଂ କମିଟିର ବୈଠକରେ ହେଲା ନିଷ୍ପତ୍ତି । ଗତ ମେ ମାସ ୧୨ ତାରିଖରେ ଜଣେ ଏମବିବିଏସ ଚତୁର୍ଥ ବର୍ଷର ଛାତ୍ରଙ୍କୁ ରେଗିଂ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ମେ ୧୩ ତାରିଖରେ ଏମକେସିଜି ମେଡିକାଲ ଡିନଙ୍କୁ […]
ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)ର ଦୁଇ ଅଧିକାରୀଙ୍କୁ ସ୍ୱତନ୍ତ୍ର ସଚିବ ପଦବୀରେ ପଦୋନ୍ନତି ଦିଆଯାଇଛି। ସେହିପରି ଅନ୍ୟ ଦୁଇଜଣଙ୍କୁ ସୁପର ଆଡମିନିଷ୍ଟ୍ରେଟିଭ ଗ୍ରେଡ୍ (ଏସଏଜି) କୁ ଉନ୍ନୀତ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପୃଥକ ବିଜ୍ଞପ୍ତି ଜାରି କରିଛି। ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଓଡିଶା ଲୋକସେବା ଆୟୋଗଙ୍କ ପରାମର୍ଶ ଅନୁଯାୟୀ ଚୟନ ତାଲିକାର ଚୂଡ଼ାନ୍ତ ହେବା ପର୍ଯ୍ୟନ୍ତ, ନିମ୍ନଲିଖିତ ଓଏଏସ (ସୁପିରିଅର ପ୍ରଶାସନିକ ଗ୍ରେଡ୍) ଅଧିକାରୀମାନଙ୍କୁ O.R.S.P. ନିୟମ, 2OI7 […]
ନିଖିଲ ପବନ କଲ୍ୟାଣଙ୍କୁ ମିଳିଲା ନୂଆ ଦାୟିତ୍ୱ। ସେ ସେନସସ୍ ଅପରେସନର ନିର୍ଦ୍ଦେଶକର ଦାୟିତ୍ୱ ସମ୍ଭାଳିବେ। ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି ଡିଓପିଟି। ଜନଗଣନା ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି।ନିଖିଳ ପବନ କଲ୍ୟାଣ(ଓଡିଶା କ୍ୟାଡର-୨୦୧୨)ର ଜଣେ ଅଭିଜ୍ଞ ଆଇଏଏସ ଅଧିକାରୀ ଭାବେ ପରିଚିତ ଏବଂ ତାଙ୍କ ନେତୃତ୍ୱରେ ଓଡ଼ିଶାରେ ଜନଗଣନା ଏବଂ ନାଗରିକ ପଞ୍ଜୀକରଣ କାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ ହେବ ବୋଲି ଆଶା କରାଯାଉଛି।୨୦୨୫ ଡିସେମ୍ବର ୩୧ ଯାଏଁ ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ […]
