କୃଷି କ୍ଷେତ୍ରରେ ନୂତନତ୍ୱ ସୃଷ୍ଟି କରିବା ପାଇଁ କେନ୍ଦ୍ର ସରକାର ମଇ ୨୯ରୁ ଏକ ପାନ୍-ଇଣ୍ଡିଆ ଅଭିଯାନ—‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ଆରମ୍ଭ କରିବ।ଆସନ୍ତା ମେ ମାସ ୨୯ ତାରିଖରୁ ୧୨ ଜୁନ ପର୍ଯ୍ୟନ୍ତ ଏହି ଅଭିଯାନ ସାରା ଦେଶରେ ଚାଲିବ । ଏହି ବିକଶିତ କୃଷି ସଂକଳ୍ପ ଅଭିଯାନ ଓଡ଼ିଶାର ଐତିହ୍ୟ ସହର ପୁରୀରୁ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଅଭିଯାନର ଶୁଭାରମ୍ଭ କରିବେ । କେନ୍ଦ୍ର କୃଷି ମନ୍ତ୍ରୀ […]
ଆଜିଠୁ ୭ ଦିନ ପର୍ଯ୍ୟନ୍ତ ବାଜା, ତୁରି, ମହୁରି ଶଙ୍ଖନାଦରେ କମ୍ପିବ ସହର । ଆରମ୍ଭ ହେବାକୁ ଯାଉଛି ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହେବ । ସାମିଲ ହେବେ ମାନବ, ଦାନଵ, ଦେବତା, ଅସୁର, ଭୁତ, କିନ୍ନର, ଗନ୍ଧର୍ବ ଆଦି ସମସ୍ତେ । ଭୋଳାବାବାଙ୍କ ବରଯାତ୍ରୀ ଶୋଭାଯାତ୍ରା ଓ ଯୁଗଳ ଦର୍ଶନ ଶୋଭାଯାତ୍ରା ହେବ । ଆଜି ଠୁ ଆରମ୍ବ ହେଉଛି ସମ୍ବଲପୁରର […]
ଦକ୍ଷିଣ ପଶ୍ଚିମ ମୌସୁମୀ ସୋମବାର ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପହଞ୍ଚିଛି । ଏଥିସହିତ ବିଗତ ୭୫ ବର୍ଷ ମଧ୍ୟରେ ମୁମ୍ବାଇକୁ ସବୁଠୁ ସଅଳ ପ୍ରବେଶ କରିଛି ମୌସୁମୀ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ଅନୁସାରେ, ସାଧାରଣତଃ ଜୁନ୍ ୧୧ ତାରିଖ ବେଳକୁ ମୌସୁମୀ ମୁମ୍ବାଇରେ ପହଞ୍ଚିଥାଏ । କିନ୍ତୁ ଚଳିତଥର ୧୬ ଦିନ ଆଗୁଆ ପହଞ୍ଚିଛି । ସେପଟେ ମୌସୁମୀ ପ୍ରଭାବରୁ ଭୋର୍ରୁ ମୁମ୍ବାଇ ସମେତ ପୂରା ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି […]
ଢେଙ୍କାନାଳ ବନଖଣ୍ଡ ମେରାମଣ୍ଡଳୀ ସେକ୍ସସନ ଅଧିନ ଗଉଡ଼ପଶି ଗାଁ ନିକଟରୁ ଏକ ୧୦ ଫୁଟ ଲମ୍ବର ଅଜଗର ସାପ ସହିତ ସାପ ଅଣ୍ଡା ଉଦ୍ଧାର ହୋଇଛି। ଅଜଗର ସାପର ଓଜନ ପ୍ରାୟ ୮ କେଜି ରହିଛି । ସମସ୍ତ ଅଣ୍ଡା ବନ ବିଭାଗ କର୍ମଚାରୀମାନେ ପହଞ୍ଚି ସେଗୁଡିକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଛନ୍ତି। ତେବେ ଉଦ୍ଧାର ହୋଇଥିବା ଅଣ୍ଡାକୁ କୃତ୍ରିମ ଉପାୟରେ ଫୁଟାଯିବା ନେଇ ଡିଏଫଓ ନିର୍ଦ୍ଦେଶ ଦେଇଛନ୍ତି।ଗତ ୨୫ ତାରିଖ ସନ୍ଧ୍ୟା ବେଳେ ସାପ ଉଦ୍ଧାର […]
ପଶ୍ଚିମ କେନ୍ଦ୍ରୀୟ ଓ ତା’ର ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ମଙ୍ଗଳବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ୨ଦିନରେ ଏହା ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାସହ ଏକ ଟ୍ରପ ଲାଇନ୍ ମଧ୍ୟ ସକ୍ରିୟ ହୋଇପାରେ। ଫଳରେ ୨୭ ତାରିଖରୁ ୩୦ ତାରିଖ ଯାଏ ୪ଦିନ ରାଜ୍ୟରେ ଭାରି ବର୍ଷା ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ସମ୍ବଲପୁରର ବୁର୍ଲାରେ ୬୪.୨ମିମି, କେନ୍ଦ୍ରାପଡ଼ା […]
ମେଷ ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବୃଷ-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର […]
ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା । ଚଳିତବର୍ଷ ସ୍ନାନ ଯାତ୍ରା, ରଥଯାତ୍ରା, ବାହୁଡା଼ଯାତ୍ରା ସହିତ ସମସ୍ତ ବ୍ୟଵସ୍ଥାବଳୀକୁ ଅନୁମୋଦନ । ଠାକୁରଙ୍କ ପହଣ୍ଡି କିଭଳି ଶୃଙ୍ଖଳିତ ହେବ ତା’କୁ ଗୁରୁତ୍ବ ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵରେ ଥିବା ଅଟାଳିକା ଗୁଡିକର ଏକ ଉଚ୍ଚତା ନିରୂପଣ କରାଯିବ। ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ତଥା ଧାଡ଼ି ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିରର ଭୂସମ୍ପତ୍ତି ସୁରକ୍ଷାକୁ ଗୁରୁତ୍ବ ଦିଆଯାଇଛି। ଗତବର୍ଷ ବଡ଼ […]
ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍ରେ ଏକ ବଡ଼ ଦୁର୍ଘଟଣା ଘଟିଛି । ବୌଦ୍ଧ ଅଡେଣିଗଡ଼ ନିକଟରେ ଟନେଲ୍ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ଟନେଲ ଭୁଶୁଡ଼ିବା ଫଳରେ ପ୍ରାୟ ୩୦ ମିଟର ଗାତ ସୃଷ୍ଟି ହୋଇଥିବା ଜଣାପଡ଼ିଛି ।ଟନେଲ ଭିତରେ କେତେଜଣ ଶ୍ରମିକ କାମ କରୁଥିଲେ ସେମାନଙ୍କୁ ଉଦ୍ଧାର କରାଗଲା ନା ନାହିଁ ତାହା ସ୍ପଷ୍ଟ କରୁନାହିଁ ଟନେଲ କାମ ହାତକୁ ନେଇଥିବା GIRL ଠିକା ସଂସ୍ଥା, ବଡ଼ ଅଘଟଣକୁ ଚପାଇବା ପାଇଁ ଠିକା କମ୍ପାନୀ […]
ରାଜଧାନୀରୁ ଭିଡ଼ ହ୍ରାସ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପ୍ଲାନ୍। ଅଣ୍ଡର ଗ୍ରାଉଣ୍ଡ ହେବ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ। ଭୁବନେଶ୍ବରରେ ମେଟ୍ରୋ ବ୍ରିଜ୍ ଉପର ବଦଳରେ ମାଟି ଭିତର ଦେଇ ଚଳାଚଳ କରିବାକୁ ଯୋଜନା କରୁଛନ୍ତି।ସେହିଭଳି ୨୦୨୭ ସୁଦ୍ଧା ଭୁବନେଶ୍ୱର ରିଙ୍ଗରୋଡ୍ କାମ ସରିବ ବୋଲି ମନ୍ତ୍ରୀ କହିଛନ୍ତି । ଭୁବନେଶ୍ୱରକୁ ଭିଡ଼ମୁକ୍ତ କରିବାକୁ ଅନେକ ଯୋଜନା ହୋଇଛି । ଇନର ରିଙ୍ଗରୋଡ୍, ଆଉଟର ରିଙ୍ଗରୋଡ୍, ଏଲିଭଟେଡ୍ କରିଡ଼ର, ଫ୍ଲାଏଓଭର ତିଆରି ପାଇଁ ଯୋଜନା ଅଛି […]
ଆଜି ସାରା ରାଜ୍ୟରେ ପାଳିତ ହୋଇଛି ସାବିତ୍ରୀ ବ୍ରତ । ସଧବା ନାରୀମାନେ ଏକାଠି ହୋଇ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ଏହାରି ଭିତରେ ବ୍ରତ ପାଳିଛନ୍ତି କିନ୍ନରମାନେ । ହେଲେ ତାଙ୍କ ସ୍ୱାମୀ କିଏ?ଭୁବନେଶ୍ୱର ପଳାସପଲ୍ଲୀରେ କିନ୍ନର ମାନେ ଏକାଠି ହୋଇ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି । ବଟ ବୃକ୍ଷ ତଳେ ବହୁ ସଂଖ୍ୟାରେ କିନ୍ନର ଏକାଠି ହୋଇ ପୂଜା କରିଛନ୍ତି ଶଙ୍ଖା ସିନ୍ଦୁରରୁ ନେଇ ଫଳମୂଳ ଓ ନୂଆ ବସ୍ତ୍ର ଦେଇ […]
ରାୟଗଡ ଜିଲ୍ଲା – ରାୟଗଡ ଟ୍ରକ ମାଲିକ ସଂଘ ଓ ନକେଟି ଭାସ୍କର ରାଓଙ୍କ ମଧ୍ୟରେ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି . ୟୁନିଅନ ର ଟଙ୍କା ହଡପ ! ବିବାଦ କୌଣସି ମୁହର୍ତ୍ତ ରେ ଉଗ୍ର ରୂପ ନେବାର ସମ୍ଭାବନା ରହିଛି . ନକ୍ସଲ ନାମରେ ଟଙ୍କା , ୟୁନିଅନ ନାମରେ ନିଜେ ଟ୍ରାନ୍ସପୋର୍ଟ ନେବା ! , ଦୀର୍ଘ ୪୦ ବର୍ଷରେ ଟ୍ରକ ୟୁନିଅନ ର ସବୁ ଟଙ୍କା ଉଭାନ ! ଭଳି […]
୨୬.୦୫.୨୫, ଆଜି ରାୟଗଡା ଜିଲ୍ଲା କାଶିପୁର ବ୍ଲକ ମାଣ୍ଡିବିଶି ପଞ୍ଚାୟତର କେନ୍ଦୁଗୁଡ଼ା ଗ୍ରାମରେ ଏକ ବିହନ ମେଳା ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ଶତାଧିକ ମହିଳା ଓ ପୁରୁଷ ଆଦିବାସୀ ଓ ଅନ୍ୟାନ୍ୟ ବର୍ଗର ଚାଷୀ ଏକାଠି ହୋଇ ନିଜ ନିଜ ଭିତରେ ପାରମ୍ପରିକ ଦେଶୀ ବିହନ ଅଦଳ ବଦଳ କରିଛନ୍ତି।ଆଦିବାସୀଙ୍କ ପାଇଁ ବିହନ କିଣା ବିକାର ଏକ ସାମଗ୍ରୀ ନୁହେଁ। ବିହନ ଆଦିବାସୀଙ୍କ ପାଇଁ ସଂସ୍କୃତି। ବିହନ ଆଦିବାସୀଙ୍କ ପରିଚୟ। ତେଣୁ ଆଦିବାସୀମାନେ ବିହନ କିଣାବିକା ନକରି […]
