ବେଆଇନ ନିଶାମୁକ୍ତ ହେବ ଓଡ଼ିଶା । ପ୍ରଥମ ଥର ପାଇଁ ଅବକାରୀ ବିଭାଗ ପକ୍ଷରୁ ନିଶା ନିରୋଧ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ସବୁ ବିଭାଗର ମିଳିତ ଉଦ୍ୟମରେ ହେବ ଏହି ଅଭିଯାନ ଆରମ୍ଭ ହେବ । ସବୁ ଗାଁରେ ସଚେତନତା କାର୍ଯ୍ୟକ୍ରମ କରାଯିବ । ଆସନ୍ତା ୩୧ ମେ’ରୁ ଜୁନ୍ ୨୬ ମାସେବ୍ୟାପୀ ପାଳନ ହେବ ନିଶା ନିବାରଣ କାର୍ଯ୍ୟକ୍ରମ । ମେ’ ୩୧ରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ବର୍ଷରେ ତିନି […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଚୟନ ବା ୟାଟ୍ସରେ ବିଜୟୀ ହୋଇଥିବା ଏନଏସି ହାଇସ୍କୁଲର ଛାତ୍ର ପ୍ରିୟ ରଞ୍ଜନ ମିଶ୍ର ଏବଂ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର ଚର୍ଚ୍ଚିତ ଆହ୍ୱାନ ରାଜ୍ୟ ସରକାର ଏବଂ ଟାଟା ଷ୍ଟିଲ ପକ୍ଷରୁ ଆଜିଠାରୁ ୫ଦିନିଆ ଇସ୍ରୋ ପରଦର୍ଶନରେ ବେଙ୍ଗାଲୁର ଗସ୍ତ କରିଛନ୍ତି । ତାଙ୍କ ସହିତ ଏନଏସି ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀ ଗାଇଡ ଶିକ୍ଷୟିତ୍ରୀ ଭାବେ ଯୋଗଦାନକରିଛନ୍ତି । ସୂଚନା ଯୋଗ୍ୟ ଗତ ଫେବୃଆରୀ […]
ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗା ଯାଇଥିବା ମଠ ମନ୍ଦିରଗୁଡ଼ିକୁ ପୁନର୍ବାସ କରିବେ ଓଡ଼ିଶାର ବିଜେପି ସରକାର। ଏନେଇ ନୀତିଗତ ନିଷ୍ପତ୍ତି ନିଆଯାଇଛି। ଖାଲି ସେତିକି ନୁହେଁ, ଇତିମଧ୍ୟରେ ୧୯ଟି ମଠକୁ ପୁନର୍ବାସ ପାଇଁ ପ୍ରକ୍ରିୟା ଆରମ୍ଭ ମଧ୍ୟ ହୋଇଛି।ଗୋଟିଏ ସ୍ଥାନରେ ମଠଗୁଡ଼ିକର ବିଜେସ୍ଥଳୀ ସ୍ଥାପନ ହେବ । ଗୋଟିଏ ସ୍ଥାନରେ ବିଜେସ୍ଥଳୀ ରହିଲେ ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା ହେବ । ଏନେଇ ଦେବୋତ୍ତର କମିଶନରଙ୍କ ସହ ଦୁଇ ଥର ବୈଠକ ହୋଇଛି ।
ରାଜ୍ୟରେ ଖୁବ୍ଶୀଘ୍ର ଲାଗୁହେବ ନୂଆ ଅବକାରୀ ନୀତି। ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଜୁନ୍ ୧୫ରୁ ୨୦ ଭିତରେ ଏହି ନୂଆ ଆଇନ ଆସିବ।ବରିଷ୍ଠ ଅଧିକାରୀ ଏ ନେଇ ସମୀକ୍ଷା କରୁଥିବା କହିଲେ ମନ୍ତ୍ରୀ । ୪ଟି କମିଟି ବିଭିନ୍ନ ରାଜ୍ୟକୁ ଯାଇ ଅନୁଧ୍ୟାନ କରୁଛନ୍ତି ।ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ସରିଛି। ଅବକାରୀ ସଚିବଙ୍କ ନେତୃତ୍ବରେ ଏକ ଟିମ୍ କିଛି ଦିନ ଭିତରେ ଆନ୍ଧ୍ରପ୍ରଦେଶ ଯିବେ। ଗତ ମାର୍ଚ୍ଚ ମାସରେ […]
ଚଳିତ ଥର ରଥଯାତ୍ରା ପାଇଁ ସରକାରୀ ସହାୟତା । ରାଜ୍ୟର ବିଭିନ୍ନ ସ୍ଥାନରେ ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ଆର୍ଥିକ ସହାୟତା କରିବ ରାଜ୍ୟ ଆଇନ ବିଭାଗ । ଏ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ଆର୍ଥିକ ସହାୟତା କରିବ ଆଇନ ବିଭାଗ । ଦେବୋତ୍ତର ଆୟୋଗ ଅଧୀନରେ ଥିବା ଜଗନ୍ନାଥ ମନ୍ଦିରକୁ ଏହି ସହାୟତା ମିଳିବ । ସହାୟତା ପାଇଁ ଅନେକ […]
ଭତ୍ତା ଟଙ୍କା ପାଇଁ ୮୦ ବର୍ଷୀୟ ଜଣେ ବୃଦ୍ଧ ରାସ୍ତାରେ ଘୁଷୁଡ଼ି ଘୁଷୁଡ଼ି ପଞ୍ଚାୟତ ଅଫିସ୍କୁ ଯିବା ଭଳି ଏକ ଅପ୍ରୀତିକର ଘଟଣା ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ବୃଦ୍ଧଜଣଙ୍କ ହେଲେ, କେନ୍ଦ୍ରାପଡ଼ା ବ୍ଲକ୍ ଅନ୍ତର୍ଗତ କୋର ପଞ୍ଚାୟତ, କୋର ଗ୍ରାମର ଶ୍ରୀଧର ସାହୁ। ସେ ପଞ୍ଚାୟତ କାର୍ଯ୍ୟାଳୟ ଅଭିମୁଖେ ଯାଉଥିବା ଦୃଶ୍ୟ ଦେଖିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପଞ୍ଚାୟତ ଅଧିକାରୀ କାହିଁକି ଶ୍ରୀ ସାହୁଙ୍କ ଘରକୁ ଯାଇ ଭତ୍ତା […]
ପୁଣି କଡ ଲେଉଟାଲାଣି କରୋନା । ସାରା ଦେଶରେ ମାଡିଚାଲିଲାଣି ଭୂତାଣୁ । ଗତ କିଛି ବର୍ଷର ବ୍ୟବଧାନ ପରେ ପୁଣି ଫେରିଛି ଭାଇରସ । ଦେଶରେ ଏପର୍ଯ୍ୟନ୍ତ ୨୫୪ ଜଣ ସକ୍ରିୟ ମାମଲା ଚିହ୍ନଟ ହୋଇଛନ୍ତି। ଏବେ ଏହି ବିପଦ ଦେଶର ରାଜଧାନୀ ଦିଲ୍ଲୀକୁ ମଧ୍ୟ ବ୍ୟାପିଛି। ଗତକାଲି ଅର୍ଥାତ୍ ୨୨ ମଇରେ ଦିଲ୍ଲୀ-ଏନସିଆରେ ୩ ଜଣ ସକ୍ରିୟ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସମସ୍ତ ତିନି ରୋଗୀଙ୍କୁ ଆଇସୋଲେଟ୍ କରାଯାଇଛି। କରୋନା ସଂକ୍ରମିତ ଲୋକଙ୍କୁ […]
ମେ ୨୭ ପରିବର୍ତ୍ତେ ୨୬ରେ ସାବିତ୍ରୀ ଛୁଟି । ମେ ୨୬ରେ ସାବିତ୍ରୀ ଅମାବାସ୍ୟା ଛୁଟି ଘୋଷଣା ।୨୬ ତାରିଖରେ ସମସ୍ତ ସରକାରୀ ଅଫିସ୍ ଛୁଟି । ରାଜ୍ୟ ସରକାର ଛୁଟି ବଦଳାଇବା ପାଇଁ ନେଲେ ବଡ଼ ନିଷ୍ପତ୍ତି । ତେବେ ପୁରୀ ମୁକ୍ତି ମଣ୍ଡପ ସହିତ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଓ ପଞ୍ଜିକା ଗଣନକାରୀ ଅନୁଷ୍ଠାନ ମାନଙ୍କ ସହିତ ଯୋଗାଯୋଗ ପରେ ଏହା ଜଣାଯାଇଛି ଯେ, ୨୬ ତାରିଖରେ ହିଁ ସାବିତ୍ରୀ ଅମାବାସ୍ୟା ପାଳନ କରାଯିବ […]
କୁନି ପୁଅକୁ ବିକିଦେଲା ମା’ । ଯାଜପୁରରୁ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ।ଯାଜପୁର ଟାଉନ ଥାନା ବଡସୁଆର ପଂଚାୟତ ତୋଟାସାହିର ପ୍ରଶାନ୍ତ ପରିଡ଼ାଙ୍କ ପତ୍ନୀ ପୂଜା ପରିଡା ନିଜ ପୁଅକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି । ୪ ବର୍ଷ ପୂର୍ବେ ସ୍ବାମୀ ପ୍ରଶାନ୍ତଙ୍କ ସହ ଝଗଡ଼ା କରି ବାପଘରକୁ ଯାଇଥିଲେ ପୂଜା । ଗଲାବେଳେ ସାଙ୍ଗରେ ୩ ବର୍ଷର ପୁଅକୁ ନେଇ ଚାଲିଯାଇଥିଲେ । ହେଲେ ଏବେ ୪ ବର୍ଷ ପରେ ପୁଣି ଫେରିଲା […]
ଭିଜିଲାନ୍ସ ଶୁକ୍ରବାର ନୂଆପଡ଼ା ଆର ଆଣ୍ଡ ବି ଡିଭିଜନ ଅଧୀନରେ ଖରିଆରରେ କାର୍ଯ୍ୟରତ ଜୁନିଅର ଇଞ୍ଜିନିୟର ସୁଶାନ୍ତ କୁମାର ସେଠୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି (ଡିଏ) ଠୁଳ ଅଭିଯୋଗରେ ତଦନ୍ତ ଆରମ୍ଭ କରିଛି। ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଚଢାଉ । ପୁରୀ, ଭୁବନେଶ୍ବର ଓ ନୂଆପଡ଼ାରେ ରେଡ୍ କରୁଛି ଭିଜିଲାନ୍ସ । ଭୁବନେଶ୍ବରର ୫ଟି ସ୍ଥାନରେ ଚାଲିଛି ଚଢ଼ାଉ । ଗଙ୍ଗୋତ୍ରିନଗରରେ ଥିବା ୩ ମହଲା ଘର, ବ୍ରହ୍ମେଶ୍ବରପାଟଣା ବ୍ରିଟ କୋଲୋନୀରେ ଥିବା ସମ୍ପର୍କୀୟଙ୍କ […]
କଫ୍ ସିରଫ ଚୋରି କରି ଏଏସଆଇ ନିଲମ୍ବିତ । ନୂତନ ଭାବେ ଏଏସଆଇକୁ ପଦୋନ୍ନତି ପାଇଥିବା ସମ୍ବଲପୁର ଟାଉନ ଥାନାର ଏଏସଆଇ ବିଦ୍ୟୁତ ପଣ୍ଡା ନିଲମ୍ବିତ ।ସେ ମାଲଖାନାରୁ ଜବତ ୨ ପେଟି କଫ୍ ସିରପ ଚୋରି କରିଥିଲେ। କିଛି ଦିନ ତଳେ କନଷ୍ଟେବଳରୁ ଏଏସ୍ଆଇକୁ ପଦୋନ୍ନତି ପାଇଥିଲେ ବିଦ୍ୟୁତ୍।ସୂଚନା ଅନୁଯାୟୀ, ଟାଉନ ପୋଲିସ ପକ୍ଷରୁ ପ୍ରାୟ ୧୫ ହଜାର କଫ ସିରପ ଜବତ କରି ଥାନା ମାଲଖାନାରେ ରଖା ଯାଇଥିଲା । ASI ବିଦ୍ୟୁତ ପଣ୍ଡା […]
ପାଚିଲା ଆମ୍ବରେ ବିଷ । ଖୋଲାଖୋଲି ଭାବେ ଆମ୍ବରେ ମିଶୁଛି କ୍ୟାଲସିୟମ୍ କାର୍ବାଇଡ । ଆମ୍ବ ଓ କଦଳୀ ଭଳି ଫଳ ପଚାଇବା ପାଇଁ କ୍ୟାଲସିୟମ କାର୍ବାଇଡ୍ ବ୍ୟବହାର ଉୁପରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ରୋକ୍ ଲଗାଯିବା ସତ୍ତ୍ବେ ବ୍ୟବସାୟୀମାନେ ଖୋଲାଖୋଲି ଭାବେ ଏହି ବିଷାକ୍ତ ରାସାୟନିକ ପଦାର୍ଥ ବ୍ୟବହାର କରୁଛନ୍ତି ।ଗ୍ରାହକମାନଙ୍କୁ ଏ ବିଷୟରେ ଅଧିକ ସଚେତନ ହେବା ଆବଶ୍ୟକ । ଅନେକ ଜଣ କୃତ୍ରିମ ଭାବରେ ପାଚିଲା ଫଳ ଏବଂ ପ୍ରାକୃତିକ(natural) ଭାବରେ […]
