author

ଆଜିର ରାଶିଫଳ(୨୦ ଅଗଷ୍ଟ, ୨୦୨୫)

ମେଷ: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ। ବୃଷ: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମିଥୁନ: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। […]

ଖୁବଶୀଘ୍ର ପିଲା ଜନ୍ମ କରିବ ରୋବୋଟ୍ !

ପ୍ରଯୁକ୍ତିବିଦ୍ୟାର ଏହି ଯୁଗରେ ସବୁକିଛି ସମ୍ଭବ। ଚୀନର ବୈଜ୍ଞାନିକମାନେ ଏଭଳି ଏକ ରୋବୋଟ୍‌ ନିର୍ମାଣ ଦିଗରେ କାର୍ଯ୍ୟ କରୁଛନ୍ତି। ଏହି ରୋବୋଟ୍‌ ଗର୍ଭଧାରଣ କରିପାରିବ। ଏହାର ପ୍ରଥମ ପୋଟୋଟାଇପ ୨୦୨୬ରେ ଲଞ୍ଚ କରାଯିବ। ଭ୍ରୁଣକୁ କୃତ୍ରିମ ଗର୍ଭାଶୟରେ ରଖାଯିବ। ଏକ ପାଇପ ଜରିଆରେ ଭ୍ରୁଣଟି ଆବଶ୍ୟକ ପୋଷକ ତତ୍ତ୍ଵ ଗ୍ରହଣ କରିବ। ଏହି ପ୍ରକ୍ରିୟା ଗର୍ଭଧାରଣଠାରୁ ଆରମ୍ଭ କରି ସନ୍ତାନ ଜନ୍ମ ପର୍ଯ୍ୟନ୍ତ ଜାରି ରହିବ। ତେବେ ଡିମ୍ବାଣୁ ଏବଂ ଶୁକ୍ରାଣୁ ମଧ୍ୟରେ ପ୍ରଜନନ ପ୍ରକ୍ରିୟା କିପରି […]

ଯୁକ୍ତ-୨ ଖାଲି ସିଟ୍ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ତାରିଖ ଘୋଷଣା

ଓଡ଼ିଶାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (ଡିଏଚଏସଇ) ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏକାଦଶ ଶ୍ରେଣୀର ଖାଲି ଆସନ ପୂରଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଇ-ଆଡ଼ମିଶନର କାର୍ଯ୍ୟସୂଚୀ ଘୋଷଣା କରିଛି।ସୋମବାର ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ଘୋଷଣା କରାଯାଇଥିବା ପ୍ରଥମ ଚୟନ କଟ-ଅଫ୍ ତାଲିକା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୪,୩୫,୦୯୨ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩,୮୬,୪୬୪ ଜଣଙ୍କୁ ମନୋନୀତ କରାଯାଇଛି। ଯେଉଁଥିରୁ ୨.୪୭ ଲକ୍ଷ ଛାତ୍ରଛାତ୍ରୀ କଳା ଷ୍ଟ୍ରିମ୍‌ରେ, ୨୪,୫୬୦ ଜଣ ବାଣିଜ୍ୟ ଷ୍ଟ୍ରିମ୍‌ରେ ଏବଂ ୧.୦୭ […]

ଶିଶୁ ବାଟିକା ପିଲାଙ୍କୁ ମାଗଣାରେ ମିଳିବ ୟୁନିଫର୍ମ ,ଜୋତା ଓ ମୋଜା

ରାଜ୍ୟ ସାରା ସ୍କୁଲରେ ଶିଶୁ ବାଟିକାର ଛାତ୍ରଛାତ୍ରୀମାନଙ୍କୁ ମାଗଣା ୟୁନିଫର୍ମ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ, ୩,୧୦,୮୩୯ ଜଣ ନାମ ଲେଖାଇଥିବା ପିଲାଙ୍କୁ ୟୁନିଫର୍ମ, ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ, କ୍ୟାପ୍ ଏବଂ ପରିଚୟପତ୍ର ମିଳିବ। ଏଥିପାଇଁ ବାଲ୍ ବାଟିକା ତଥା ଶିଶୁ ବାଟିକା ପିଲା ପିଛା ଖର୍ଚ୍ଚ ହଜାରେ ଟଙ୍କା ବିଭାଗ ବହନ କରିବ । ରାଜ୍ୟର ୪୫ ହଜାର ପ୍ରାଥମିକ ସ୍କୁଲରେ ଶିଶୁ ବାଟିକା […]

ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ଶ୍ରୀ ଗିରିଶ ଏସ ଏନ, ଆଇ,ଏ, ଏସ୍, ପ୍ରଥମେ

ତା:୧୯-୦୮-୨୦୨୫ରିଖ ଦିନ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ଶ୍ରୀ ଗିରିଶ ଏସ ଏନ, ଆଇ,ଏ, ଏସ୍, ପ୍ରଥମେ ରାୟଗଡ଼ା ଠାରେ ଥିବା ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରି ତାଲିମ ନେଉଥିବା ପିଲା ଙ୍କ ସହ କଥା ବାର୍ତ୍ତା କରିଥିଲେ ଏବଂ ଜିଲ୍ଲା ନିଯୁକ୍ତି ଅଧିକାରୀ ଙ୍କୁ ନିଯୁକ୍ତି ପାଇଲା ପରେ ପିଲା ଙ୍କ ତଥ୍ୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତତ୍ ପରେ ବିଷମକଟକ ବ୍ଲକ କୁ […]

ବନ୍ଦ ହେବ ଭୁବନେଶ୍ଵର-ଦୁବାଇ ବିମାନ ସେବା

ବନ୍ଦ ହୋଇଯିବ ଭୁବନେଶ୍ଵର-ଦୁବାଇ ବିମାନ ସେବା। ଇଣ୍ଡିଗୋ ପକ୍ଷରୁ ଭୁବନେଶ୍ଵର-ଦୁବାଇ ବିମାନ ସେବାକୁ ବନ୍ଦ କରି ଦିଆଯିବ। ଆସନ୍ତା ଅକ୍ଟୋବର ୨୪ ତାରିଖରୁ ଏହି ରୁଟରେ କମ୍ପାନୀ ଏହାର ସେବା ବନ୍ଦ କରିବା ନେଇ ସୂଚନା ମିଳିଛି। ଏହି ରୁଟରେ ଆଉ ଯାତ୍ରା ସୁବିଧା ପାଇବେନି ଯାତ୍ରୀ।ଏଥିସହ ଏହି ରୁଟ୍‌ରେ ଇଣ୍ଡିଗୋ ବିମାନ ସପ୍ତାହକୁ ତିନି ଥର ଚଳାଚଳ କରୁଥିଲା । ‘ଏରୋରୁଟ୍‌ସ’ର ସଂଶୋଧିତ ବିମାନ ନିର୍ଘଣ୍ଟ‌ରେ ଇଣ୍ଡିଗୋର ଭୁବନେଶ୍ବର-ଦୁବାଇ ରୁଟ୍‌ର ନାମ ନଥିବାରୁ କମ୍ପାନି ଏହି […]

ପାର୍ବଣରେ ଜୋର ଜବରଦସ୍ତି ଆଦାୟ କରି ପାରିବେନି ଚାନ୍ଦା

ପାର୍ବଣରେ ଜୋର ଜବରଦସ୍ତି ଆଦାୟ କରି ପାରିବେନି ଚାନ୍ଦା । ବିଶୃଙ୍ଖଳା କଲେ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ। କଟକ ଶାରଳା ଭବନରେ ଗଣେଶ ପୂଜା ପ୍ରସ୍ତୁତି ବୈଠକରେ ସୂଚନା ଦେଇଛନ୍ତି କଟକ କମିଶନରେଟ ପୋଲିସ । ଚଳିତ ବର୍ଷ ସହରରେ ପ୍ରାୟ ୧୨ଶହ ମଣ୍ଡପରେ ବିଘ୍ନ ବିନାସକଙ୍କ ପୂଜା ଆୟୋଜିତ ହେବ । ଭସାଣ ଉତ୍ସବକୁ ୩ଟି ପର୍ଯ୍ୟାୟରେ କରିବା ପାଇଁ କମିଶନରେଟ୍ ପୋଲିସ୍ ଓ ମହାନଗର ନିଗମ ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ କଟକ ସହରରେ […]

ଭୁବନେଶ୍ବର-କଟକ ରିଙ୍ଗ ରୋଡକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି, ଯାହା ଦେଶର ଭିତ୍ତିଭୂମି ଏବଂ ସଂଯୋଗୀକରଣକୁ ଏକ ନୂତନ ଦିଗଦର୍ଶନ ଦେବ। ଭୁବନେଶ୍ବର-କଟକ ରିଙ୍ଗ ରୋଡକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ୬ଲେନ ବିଶିଷ୍ଟ ୧୧୧ କିମି ବାଇପାସ ନିର୍ମାଣ ହେବ । ଏଥିପାଇଁ ୮୩୦୭ କୋଟି ଟଙ୍କା ବ୍ୟୟ ଅଟକଳ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ ମିଳିଛି ।ଏହି କ୍ୟାପିଟାଲ ରିଜିୟନ […]

ସିପି ରାଧାକ୍ରିଷ୍ଣନଙ୍କୁ ଟକ୍କର ଦେବେ ସୁଦର୍ଶନ ରେଡ୍ଡୀ

ବିରୋଧୀ ଦଳ ତଣ୍ଡା ଇଣ୍ଡି ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି. ସୁଦର୍ଶନ ରେଡ୍ଡୀ। ଇଣ୍ଡି ମେଣ୍ଟ ବୈଠକରେ ମଙ୍ଗଳବାର ସୁଦର୍ଶନଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଛି।ବି ସୁଦର୍ଶନ ରେଡ୍ଡୀଙ୍କ ଜନ୍ମ ୮ ଜୁଲାଇ ୧୯୪୬ ମସିହାରେ ହୋଇଥିଲା । ସେ ଭାରତର ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏବଂ ଗୋଆର ପ୍ରଥମ ଲୋକାୟୁକ୍ତ ଥିଲେ । ସୁଦର୍ଶନ ରେଡ୍ଡୀ ଆନ୍ଧ୍ରପ୍ରଦେଶର ରଙ୍ଗା ରେଡ୍ଡୀ ଜିଲ୍ଲାର ଆକୁଲା ମୈଲାରାମ ଗାଁରେ ଏକ କୃଷକ ପରିବାରରେ […]

ଲୋକପ୍ରିୟ ଅଭିନେତା ଅଚ୍ୟୁତ୍ ପୋତଦାରଙ୍କ ପରଲୋକ 

ପରଲୋକରେ ବହୁଚର୍ଚ୍ଚିତ ଫିଲ୍ମ ୩ ଇଡିୟଟ୍ସ ଫିଲ୍ମର ପ୍ରଫେସର। ୯୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଲୋକପ୍ରିୟ ଅଭିନେତା ଅଚ୍ୟୁତ୍ ପୋତଦାର। ଚିକିତ୍ସାଧୀନ ଅବସ୍ଥାରେ ଥାଣେର ଜୁପିଟର ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି।୧୮ ଅଗଷ୍ଟରେ ତାଙ୍କୁ ମୁମ୍ବାଇର ଥାନେ ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଅଭିନେତା ଜଣକ ବୟସ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଥିଲେ ଏବଂ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ ।ଅଚ୍ୟୁତଙ୍କ ମୃତ୍ୟୁ […]

ଦାଦାବଟି ପାଇଁ ସେବାୟତଙ୍କୁ ମାଡ଼ ମରାଯିବା ଘଟଣା

ଦାଦାବଟି ପାଇଁ ସେବାୟତଙ୍କୁ ମାଡ଼ ମରାଯିବା ଘଟଣା ସାମ୍ନାକୁ ଆସିଛି।ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ସମ୍ମୁଖରେ ଅଘଟଣ । ଗୁରୁତର ଆହତ ହେଉଛନ୍ତି ପ୍ରତାପ ମହାପାତ୍ର । ଦୋକାନରେ ବସିଥିବା ସମୟରେ  ୨ ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ସେବାୟତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।ଘଟଣା ନେଇ ଅଭିଯୋଗ ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଟାଉନ ଥାନା ପୁଲିସ ।

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ କାଳୀୟ ଦଳନ ବେଶ

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ କାଳୀୟ ଦଳନ ବେଶ । ଆଜି ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କାଳୀୟଦଳନ ବେଶ ଓ ଧେନୁକାସୁର ବଧ ପ୍ରସ୍ତାବ ଅନୁଷ୍ଠିତ ହେବ ।ସାତ ଫଣା ଥାଇ କାଳୀୟନାଗ ଉପରେ ଶ୍ରୀଜଗନ୍ନାଥ ନୃତ୍ୟ କରୁଥିବା ଭଙ୍ଗିରେ ଦର୍ଶନ ଦେବେ । କାଳୀୟ ନାଗ ଠାକୁରଙ୍କ ଶ୍ରୀଅଙ୍ଗକୁ ଆବୃତ କରିଥିବ। କାଳିନ୍ଦୀ ହ୍ରଦର ଭୟାବହ କାଳୀୟ ସର୍ପକୁ ଶ୍ରୀକୃଷ୍ଣ ଦଳି ଦମନ କରିଥିଲେ । ଏହି ଆଖ୍ୟାୟିକା ସ୍ମୃତିରେ ବଡ଼ଦେଉଳରେ ମହାପ୍ରଭୁଙ୍କ […]