author

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇଥିଲେ ଜ୍ୟୋତି ମଲହୋତ୍ରା

୨୦୨୪ ସେପ୍ଟେମ୍ବରରେ ପୁରୀ ଆସିଥିଲେ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା । ଜ୍ୟୋତିଙ୍କୁ ଶ୍ରୀମନ୍ଦିର, ପୁରୀ ବେଳାଭୂମି ଆଦି ବିଭିନ୍ନ ସ୍ଥାନକୁ ବୁଲାଇ ନେଇଥିଲେ ପୁରୀ ଝିଅ ପ୍ରିୟଙ୍କା ସେନାପତି । ଆଉ ଏହି ସମୟରେ ଏକ ସାଂଘାତିକ ସତ ସାମ୍ନାକୁ ଆସିଛି । ପୁରୀ ଆସିଥିବା ସମୟରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇ ଅଟକ ଥିଲେ ଜ୍ୟୋତି ମଲହୋତ୍ରା ।ଆଉ ପ୍ରିୟଙ୍କାଙ୍କ ଅନୁରୋଧରେ ଜ୍ୟୋତିଙ୍କୁ ଛାଡ଼ିଥିଲା ପୁରୀ ପୁଲିସ । ଅନ୍ୟପଟେ ପାକ୍ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ […]

ଆଜି ସରିବ ଯୁକ୍ତ ତିନି ଆବେଦନ ସମୟ

ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ୨୦୨୫-୨୬ ଶିକ୍ଷାବର୍ଷରେ ସ୍ନାତକ(+୩)ରେ ନାମଲେଖା ପାଇଁ ଆବେଦନ ଆଜି ଶେଷ ହେବ। ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ଛାତ୍ରଛାତ୍ରୀ ପାଠ ପଢିବେ। ମେ’ ୨୧ ଏବଂ ୨୨ ଦୁଇଦିନ ଆବେଦନ ପତ୍ର ଏଡିଟ୍‌ କରିବାର ସୁଯୋଗ ପାଇବେ ଆବେଦନକାରୀ। +୨ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ପରବର୍ତ୍ତୀ ସମୟରେ ମାର୍କସିଟ୍‌ ଦାଖଲ, ମେଧା ତାଲିକା ସହ ଅନ୍ୟ ତାରିଖ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯିବ। […]

ନୟାଗଡ଼ରେ ଯୁବକଙ୍କୁ ଆକ୍ରମଣ କରି ବାଇକ ଜାଳିଦେଲେ ଦୁର୍ବୃତ୍ତ ।

ନୟାଗଡ଼ରେ ଯୁବକଙ୍କୁ ଆକ୍ରମଣ କରି ବାଇକ ଜାଳିଦେଲେ ଦୁର୍ବୃତ୍ତ । ବୋଲେରୋରେ କିଛି ଦୁର୍ବୃତ୍ତ ଆସି ଦଶପଲ୍ଲା ସାକେଣି ନିକଟରେ ଯୁବକଙ୍କୁ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଘଟଣା ସ୍ଥଳରେ ବାଇକଟି ସମ୍ପୂର୍ଣ୍ଣ ଜଳିଯାଇଛି ।। ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଆହତ ଜଣକ ଦଶପଲ୍ଲା ଥାନା ଖଣ୍ଡପଡ଼ା ଗ୍ରାମର ଜଟିଆ ବେହେରା ବୋଲି ଜଣାପଡିଛି । ଜଟିଆ ଦୁଇ ଜଣ ସାଙ୍ଗଙ୍କ ସହ […]

କରୋନାର ନୂଆ ପ୍ରଜାତି ଜେଏନ୍-଼ଡଟ୍-ଓ୍ୱାନ୍ କାୟା ବିସ୍ତାର କଲାଣି।

୨୦୧୯ର କରୋନା ଭାଇରସ ରୋଗ (କୋଭିଡ-୧୯) ପୁନରାଗମନ କରୁଥିବା ଜଣାପଡ଼ୁଛି, ଏସିଆର ଦୁଇ ବଡ଼ ସହର ହଂକଂ ଏବଂ ସିଙ୍ଗାପୁରରେ ମାମଲାରେ ନାଟକୀୟ ବୃଦ୍ଧି ଦେଖାଦେଇଛି। ମେ ୧୨ ତାରିଖରୁ ୧୬୪ଟି ନୂଆ ମାମଲା ରିପୋର୍ଟ ହେବା ସହିତ ଭାରତରେ ମଧ୍ୟ ମାମଲା ବୃଦ୍ଧି ପାଉଛି। ଭାରତରେ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇସାରିଲେଣି। ଯାହାକୁ ନେଇ ଚିନ୍ତାରେ ପଡିଲେଣି ବିଶେଷଜ୍ଞ।ବର୍ତ୍ତମାନ ଭାରତରେ ୨୫୭ଟି ସକ୍ରିୟ କୋଭିଡ-୧୯ ମାମଲା ରହିଛି, ଯେଉଁଥିରେ କେରଳ, ମହାରାଷ୍ଟ୍ର ଏବଂ ତାମିଲନାଡୁ […]

ସାଇବର ଅପରାଧୀଙ୍କୁ ଧରିବା ପାଇଁ ଆରମ୍ଭ ହେଲା ଏକ ନୂତନ ଇ-ଜିରୋ ଏଫଆଇଆର ପଦକ୍ଷେପ

ସାଇବର ଅପରାଧୀଙ୍କୁ ଧରିବା ପାଇଁ ଇ-ଜିରୋ ଏଫଆଇଆର ଆରମ୍ଭ କଲେ କେନ୍ଦ୍ର ସରକାର। କେନ୍ଦ୍ର ଗୃହମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଭାରତୀୟ ସାଇବର ଅପରାଧ ସମବାୟ କେନ୍ଦ୍ର ଅପରାଧୀଙ୍କ ଗତିବିଧିକୁ ଧରିବା ଓ ରୋକିବା ପାଇଁ ନୂଆ ଇ-ଜିରୋ ଏଫଆଇଆର ପ୍ରଣାଳୀ ଆରମ୍ଭ କରିଛନ୍ତି । ଏହି ସୁବିଧା ଦ୍ବାରା ରାଷ୍ଟ୍ରୀୟ ସାଇବର ଅପରାଧ ରିପୋର୍ଟ ପୋର୍ଟାଲ ଏବଂ ହେଲ୍ପ-ଲାଇନ୍ ନମ୍ବର ୧୯୩୦ରେ ରୁଜୁ ହୋଇଥିବା ଅପରାଧ ଗୁଡ଼ିକ ସିଧାସଳଖ ଏଫଆଇଆରରେ ପରିବର୍ତ୍ତନ ହୋଇପାରିବ। ପ୍ରାରମ୍ଭିକ ଭାବରେ, ଏହି […]

ଭରତପୁର ପୋଲିସ- ସେନା ଅଧିକାରୀ ବିବାଦ ମାମଲା: ୪ ପୋଲିସଙ୍କ ଉପରୁ ହଟିଲା ନିଲମ୍ବନ

ଖଣ୍ଡଗିରି ଭରତପୁର ଥାନାରେ ମେଜର୍‌ ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ନିଲମ୍ବିତ ହୋଇଥିବା ୪ ଜଣ ପୋଲିସ କର୍ମଚାରୀଙ୍କ ଉପରୁ ନିଲମ୍ବନ ହଟାଇ ଦିଆଯାଇଛି । ହେଲେ ଏହି ଘଟଣାରେ ନିଲମ୍ବିତ ତତ୍କାଳୀନ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ଉପରୁ ନିଲମ୍ବନ ଆଦେଶ ହଟିନାହିଁ ।ସୂଚନାଯୋଗ୍ୟ ଯେ, ଗତବର୍ଷ ସେପ୍ଟେମ୍ବର ୧୪ ତାରିଖ ଶନିବାର ବିଳମ୍ବିତ ରାତିରେ ମେଜର ଓ ତାଙ୍କ ବାନ୍ଧବୀ କାର୍‌ରେ ଯାଉଥିବା ବେଳେ କିଛି ରୋଡ୍ ରୋମିଓ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । […]

ଯୁବତୀଙ୍କୁ ଅଟୋରେ ଘରେ ଛାଡ଼ିଦେବାକୁ କହି ଗଣଦୁଷ୍କର୍ମ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ଆସିଛି ଲଜ୍ଜାଜନକ ଘଟଣା । ଯାହାକୁ ସମସ୍ତଙ୍କ ଚକିତ କରିଦେଇଛି । ଜଣେ ଯୁବତୀଙ୍କୁ ଭଡ଼ା ଘରେ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଥିଲା । ଏହାପରେ ପୋଲିସ ତଦନ୍ତ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ।ଅଭିଯୋଗ ଅନୁଯାୟୀ, ଗତ ୧୧ ତାରିଖ ଦିନ ମେଡିସିନ କିଣିବାକୁ ବାଲିଗୁଡା ସହରକୁ ଆସିଥିଲେ ଯୁବତୀ । ମେଡିସିନ କିଣି ସାରିବା ପରେ ଯୁବତୀ ଜଣକ ଅଟୋରେ ଯାଉଥିଲେ । ଡ୍ରାଇଭର ଜଣକ ଗାଁକୁ ନେବା […]

ଏକ୍ସପାଇରି ଦ୍ରବ୍ୟ ବିକି ଲକ୍ଷେ ଟଙ୍କା ତଣ୍ଡ ଗଣିଲେ ବିଶାଲ ମାର୍ଟ କର୍ତ୍ତୃପକ୍ଷ

ରାୟଗଡ ତା ୧୯/୦୫ (ନିପ୍ର) ଏକ୍ସପାଇରି ଦ୍ରବ୍ୟ ବିକିବା ସହ ନିଜର ବଡିମା ଦେଖାଇ ଲକ୍ଷେ ଟଙ୍କା ତଣ୍ଡ ଗଣିଲେ ବିଶାଲ ମାର୍ଟ କର୍ତ୍ତୃପକ୍ଷ। ସୂଚନା ମୁତାବକ ଗତ ୧୪ ତାରିଖ ଦିନ ଜଣେ ଗ୍ରାହକ ସଂଗ୍ରାମ ପଟ୍ଟନାୟକ ୨୭୨ ଟଙ୍କା ଦେଇ ୧୦୦୦ ଗ୍ରାମର ଆଳୁ ଭୂଜିଆ କ୍ରୟ କରିଥିଲେ। କିନ୍ତୁ ତାହା ଘରକୁ ଯିବା ପରେ ଏକ୍ସପାଇରି ହୋଇଥିବା ଜାଣିଥିଲେ । ଏହାକୁ ନେଇ ଉକ୍ତ ଗ୍ରାହକ ବିଶାଲ ମାର୍ଟର ଟିମ୍ ଲିଡର ସନ୍ଦୀପ […]

ଆଜିର ରାଶିଫଳ(୨୦ ମଇ, ୨୦୨୫)

ମେଷବାଣିଜ୍ୟ, ବ୍ୟବସାୟ ରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ । ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ । ହୃତଧନ ଫେରିପାଇବେ । ଆୟ ଅପେକ୍ଷା ବ୍ୟୟ କମ୍‌ ରହିବ । ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ବୃଷ ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବାଣିଜ୍ୟ, […]

‘ରାଜ୍ୟରେ ବାଂଲାଦେଶୀ ହଟାଇବା ପ୍ରକ୍ରିୟା ଆରମ୍ଭ-ଆଇନ ମନ୍ତ୍ରୀ

ବାଂଲାଦେଶୀ ପ୍ରବାସୀମାନଙ୍କ ଉପରେ ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଓଡ଼ିଶା ସରକାର ସୋମବାର ଦିନ ରାଜ୍ୟରେ ଏପରି ଅଣ ନାଗରିକଙ୍କୁ ଚିହ୍ନଟ ପାଇଁ ପଦକ୍ଷେପ ନେଇଛନ୍ତି। ଡିଆଇଜି ପିନାକ ମିଶ୍ରଙ୍କ ତତ୍ତ୍ୱାବଧାନରେ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚର ଏକ ସ୍ପେଶାଲ୍ ଟାକ୍ସ ଫୋର୍ସ (ଏସଟିଏଫ୍)କୁ ନୋଡାଲ୍ ଏଜେନ୍ସି ଭାବରେ ନିଯୁକ୍ତ କରାଯାଇଛି।ରାଜଧାନୀରେ କେତେ ବାଂଲାଦେଶୀ ଅଛନ୍ତି ତାର ଚିହ୍ନଟ ହେବ। ପ୍ରତିଥାନା ଅଞ୍ଚଳରେ କେତେ ଅନୁପ୍ରବେଶକାରୀ ରହୁଛନ୍ତି ତାହାର ତଥ୍ୟ ବାହାର କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ଵର […]

ପହଲଗାଓଁ ଆକ୍ରମଣ ପରେ ପାକ୍ ଦୂତାବାସକୁ କେକ୍ ନେଇ ଯାଉଥିବା ବ୍ୟକ୍ତିଙ୍କ ସହ ଜ୍ୟୋତିଙ୍କର ରହିଛି ସମ୍ପର୍କ

ପହଲଗାଓଁ ଆକ୍ରମଣ ପରେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସରେ କେକ୍‌ କଟାଯାଇଥିଲା। ଏହାକୁ ନେଇ ସେତେବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଦୂତାବାସକୁ କେକ୍‌ ନେଇ ଯାଉଥିବା ବ୍ୟକ୍ତିଙ୍କୁ ଜନସାଧାରଣ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଘେରିଯାଇ ନାନା ପ୍ରଶ୍ନ କରିଥିଲେ। ଏବେ ତଦନ୍ତରୁ ଜଣାପଡ଼ିଛି ଯେ ସେହି ବ୍ୟକ୍ତି ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଘନିଷ୍ଠ ବୋଲି ଜଣାପଡ଼ିଛି। ଜ୍ୟୋତିଙ୍କ ଏକ ପୁରୁଣା ଭିଡିଓରେ ସେହି ବ୍ୟକ୍ତି ନଜର ଆସିଛନ୍ତି। ଉକ୍ତ ବ୍ୟକ୍ତିଙ୍କ ସହିତ ଜ୍ୟୋତିଙ୍କ ସମ୍ପର୍କ ରହିଛି। […]

ଶ୍ରୀ ଲିଙ୍ଗରାଜ ମନ୍ଦିର ଉପରେ ଉଡିଲା ଡ୍ରୋନ

ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିଲା ଡ୍ରୋନ ।ସୋମବାର ଅପରାହ୍ନ ୫ଟା ୧୫ରୁ ୫ଟା ୩୦ ପର୍ଯ୍ୟନ୍ତ ଏହି ଡ୍ରୋନ୍‌ ଉଡ଼ିଥିବା ଦେଖିବାକୁ ମିଳିଛି।ଡ୍ରୋନ ଉଡ଼ିବା ନେଇ ଡିଜିପିଙ୍କ ପୂର୍ବରୁ କଟକଣା ରହିଥିଲା । ଏହା ସତ୍ତ୍ବେ ମଧ୍ୟ ଉଡ଼ିଛି ଡ୍ରୋନ୍‌। ଏ ନେଇ ପୋଲିସକୁ ମନ୍ଦିର ସେବାୟତ ଅବଗତ କରାଇଛନ୍ତି । ଘଟଣାର ତଦନ୍ତ ଚାଲିଛି ।