author

ଝିଅ ଜନ୍ମ ହେଲେ ମା’କୁ ମିଳିବ ୧୨ ହଜାର, ପୁଅ ଜନ୍ମ ହେଲେ ମିଳିବ ୧୦ ହଜାର ଟଙ୍କା ।

ଓଡ଼ିଶା ରାଜ୍ୟ ମନ୍ତ୍ରୀମଣ୍ଡଳୀ ରାଜ୍ୟର ‘ମମତା’ ଯୋଜନାକୁ କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (PMMVY)’ ସହିତ ସମନ୍ୱିତ ଭାବେ ‘ମମତା-PMMVY’ ନାମରେ କୋ-ବ୍ରାଣ୍ଡିଂ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ଅନୁମୋଦନ ପ୍ରଦାନ କରିଛି।ଝିଅ ଜନ୍ମ ହେଲେ ମା’କୁ ମିଳିବ ୧୨ ହଜାର, ପୁଅ ଜନ୍ମ ହେଲେ ମିଳିବ ୧୦ ହଜାର ଟଙ୍କା ।ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବୃଦ୍ଧିପ୍ରାପ୍ତ ପ୍ରୋତ୍ସାହନ: ପୂର୍ବରୁ ଅଙ୍ଗନବାଡ଼ି କର୍ମୀ (AWW) ଏବଂ ଅଙ୍ଗନବାଡ଼ି ସହାୟିକା (AWH) ମାନେ ପ୍ରୋତ୍ସାହନ ରାଶି ଭାବେ […]

ନୂଆ ସଂରକ୍ଷଣ ଲାଗୁ କଲେ ଓଡିଶା ସରକାର| ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୫ପ୍ରତିଶତ ସଂରକ୍ଷଣ ।

ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ୬ଟି ପ୍ରସ୍ତାବକୁ କ୍ୟାବିନେଟ୍‌ରେ ମଞ୍ଜୁରି ଦିଆଯାଇଛି । ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଲାଗୁ ନେଇ ନିଷ୍ପତ୍ତି ହୋଇଛି । ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗ (SEBC) ର ଛାତ୍ରଛାତ୍ରୀଙ୍କ ପାଇଁ ନାମ ଲେଖାରେ ୧୧.୨୫% ଆସନ ସଂରକ୍ଷଣ ଲାଗୁ କରାଯିବ। ଏହି ନୀତି ଚଳିତ ଶିକ୍ଷାବର୍ଷ ୨୦୨୫–୨୬ ରୁ ରାଜ୍ୟର ସରକାରୀ ବିଶ୍ବବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ରଚଳନ କରାଯିବ। ଏହି ସଂରକ୍ଷଣ ବ୍ୟବସ୍ଥା […]

ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ଜଣେ ଯୁବକ ମୃତ ।

ନରେନ୍ଦ୍ର ପୁଷ୍କରିଣୀରେ ଅଘଟଣ । ଯୁବକ ଜଣଙ୍କ ଗାଧୋଉଥିବାବେଳେ ବୁଡି ଯାଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ତାଙ୍କୁ ୧ ଘଣ୍ଟା ଖୋଜା ଖୋଜି କରିବା ପରେ ଉଦ୍ଧାର କରାଯାଇଛି । ମୃତଦେହ ନ ମିଳିବା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଚାପ ଖେଳାଯିବ ନାହିଁ ବୋଲି କୁହାଯାଉଥିଲା । ତେବେ ଅସୁସ୍ଥ ଯୁବକଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଦୀଘାକୁ ଜଗନ୍ନାଥ ଧାମ କହିବା ପଛରେ ସବୁ ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି।

ଦୀଘାକୁ ‘ଜଗନ୍ନାଥ ଧାମ’ କରିବା ନେଇ ପଶ୍ଚିମବଙ୍ଗ ସରକାରଙ୍କ ବିବାଦ ବଢ଼ିବାରେ ଲାଗିଛି । ଦୀଘାକୁ ‘ଜଗନ୍ନାଥ ଧାମ’ କରିବା ପଛରେ ଇସ୍କନର ସମ୍ପୃକ୍ତି ନେଇ ଅଙ୍ଗୁଳି ଉଠାଇ ଗଜପତି ଦିବ୍ୟସିଂହ ଦେବ ମାୟାପୁର ଇସ୍କନ ଗଭର୍ଣ୍ଣିଂବଡି ସୋସାଇଟି ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଥିଲା। ଏବେ ଏହି ଲେଖିଥିବା ଚିଠିର ଆସିଛି ଉତ୍ତର।ମାୟାପୁର ସୋସାଇଟି ଅଧ୍ୟକ୍ଷ ଚିଠି ଲେଖି ଗଜପତିଙ୍କୁ ଦେଇଥିବା ଉତ୍ତରରେ ଦିଦିଙ୍କ ମିଛ ଧରାପଡ଼ିଛି। ଏଥିସହ ରାମକୃଷ୍ଣଙ୍କ ସମ୍ପୃକ୍ତିକୁ ଆହୁରି ଖୁଲାସା କରିଛି। ଚିଠିରେ ଇସ୍କନ […]

ଅସିତ ମହାପାତ୍ର ORERAର ନୂଆ ଅଧ୍ୟକ୍ଷ

ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣ(ORERA)ରେ ଗୁରୁତ୍ଵପୂର୍ଣ୍ଣ ନେତୃତ୍ଵ ପରିବର୍ତ୍ତନ ହୋଇଛି। ଅସିତ ମହାପାତ୍ର ORERAର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ନୂତନ ନିଯୁକ୍ତି ତାଙ୍କ କାର୍ଯ୍ୟଭାର ଗ୍ରହଣ କରିବା ତାରିଖରୁ କାର୍ଯ୍ୟକାରୀ ହେବ। ଏନେଇ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି। ଏହା ବ୍ୟତୀତ ସରକାର ରାଜେନ୍ଦ୍ର ମିଶ୍ର ଏବଂ ଶ୍ୟାମ ସୁନ୍ଦର ଦାଶଙ୍କୁ ଓରେରାର ସଦସ୍ୟ ଭାବରେ ନିଯୁକ୍ତ କରିଛନ୍ତି।ଏହି […]

ପ୍ରତି ଗାଁରେ ଗଠନ ହେବ ‘ଦିବ୍ୟାଙ୍ଗ ଶକ୍ତି ଗ୍ରୁପ’ ।

ଏବେ ଗାଁ ଗଣ୍ଡାରେ ରହୁଥିବା ଦିବ୍ୟାଙ୍ଗମାନେ କାମ କରିପାରିବେ । ଦିବ୍ୟାଙ୍ଗଙ୍କୁ ସୁହାଇଲା ଭଳି ଅନୁକୂଳ କାମ ପଞ୍ଚାୟତ ପକ୍ଷରୁ ବ୍ୟବସ୍ଥା କରାଯିବ । ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବା ମନରେଗାରେ ମିଳିବ ଭିନ୍ନକ୍ଷମଙ୍କ ସ୍ବାର୍ଥକୁ ଅଗ୍ରାଧିକାର । ଦିବ୍ୟାଙ୍ଗଙ୍କୁ ଘର ପାଖରେ କାମ ସହ ଯୋଗାଇ ଦିଆଯିବ ଜବକାର୍ଡ । ମହିଳା ଦିବ୍ୟାଙ୍ଗଙ୍କ ପିଲାଙ୍କ ଦେଖାରଖା ପାଇଁ କରାଯିବ କ୍ରେଚ ସୁବିଧା । ଜଣେ ଦିବ୍ୟାଙ୍ଗ ମହିଳା ରହି ନେବେ ପିଲାମାନଙ୍କ […]

ବାତ୍ୟା ଖବରକୁ ଖଣ୍ଡନ କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)।

ଗତ କିଛିଦିନ ଧରି ବାତ୍ୟା ନେଇ ବିଭିନ୍ନ ଗଣମାଧ୍ୟମ ଖବର ପ୍ରସାରିତ କରୁଥିଲେ । ଆଜି ଏହା ଉପରୁ ପରଦା ହଟାଇଛି ଜାତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ।ଏବେ ବାତ୍ୟାର ସୂଚନା ନଥିବା ସ୍ପଷ୍ଟ କଲା ପାଣିପାଗ ବିଭାଗ । ବାତ୍ୟା ହେବା ନେଇ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛି ।ମେ ୧୩ ତାରିଖରେ ଆଣ୍ଡାମାନ ସାଗର ଉପରେ କେବଳ ଏକ ଘୂର୍ଣ୍ଣିବଳୟ ଉପସ୍ଥିତି ବିଷୟରେ ରିପୋର୍ଟ କରାଯାଇଥିଲା, ଘୂର୍ଣ୍ଣିଝଡ଼ ନୁହେଁ। ପାଣିପାଗ ଦୃଷ୍ଟିରୁ ଦୁଇଟି […]

ଅର୍ଚ୍ଚନା ନାଗଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

ଅର୍ଚ୍ଚନା ନାଗ ପାଇଁ ପୁଣି ବଢ଼ିଲା ଅଡ଼ୁଆ । ଓକିଲାତି ପାଇଁ ଲାଇସେନ୍ସ ନେବା ସମୟରେ ସେ, ତାଙ୍କ ବିରୋଧରେ ଥିବା ଫୌଜଦାରୀ ମାମଲା ସମ୍ପର୍କରେ ତଥ୍ୟ ନଦେବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ।ଅର୍ଚ୍ଚନା ୨୦୨୪ ସେପ୍ଟେମ୍ବର ୨ ତାରିଖରେ ଆଇନଜୀବୀ ଭାବେ ନାମ ଲେଖାଇବା ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କ ଆବେଦନପତ୍ର ଯାଞ୍ଚ କରିବା ପରେ ପରିଷଦ ଜାଣିପାରିଛି ଯେ, ସେ ନିଜ ବିରୋଧରେ […]

ଭାରତରେ ବ୍ୟାନ୍‌ ହେଲା ଗ୍ଲୋବାଲ୍‌ ଟାଇମ୍ସ ଓ ତୁର୍କୀର ସରକାରୀ ସୋସିଆଲ ମିଡ଼ିଆ ଟିଆଇଟି

ପାକିସ୍ତାନ ପରେ, ଭାରତ ଏବେ ଚାଇନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତ-ପାକିସ୍ତାନକୁ ନେଇ ଚୀନ୍ ପ୍ରଚାର ପ୍ରସାର କରିବାରୁ ବିରତ ହେଉନାହିଁ ଚୀନ୍‌ । ଭାରତ ବିରୋଧରେ ପ୍ରଚାର ପାଇଁ ଚୀନ୍ ଗ୍ଲୋବାଲ୍ ଟାଇମ୍ସକୁ ବ୍ୟବହାର କରୁଥିଲା । ସେଥିପାଇଁ ଭାରତରେ ବ୍ୟାନ୍‌ ହେଲା ଗ୍ଲୋବାଲ୍‌ ଟାଇମ୍ସ । ଗ୍ଲୋବାଲ୍‌ ଟାଇମ୍ସର ଏକ୍ସ ଆକାଉଣ୍ଟ ବ୍ୟାନ୍‌ । ମିଛ ଓ ବିଭ୍ରାନ୍ତିକର ଖବର ପାଇଁ ନିଆଯାଇଛି କାର୍ଯ୍ୟାନୁଷ୍ଠାନ ।ଗ୍ଲୋବାଲ ଟାଇମ୍ସ ହେଉଛି ଚାଇନାର ମୁଖପତ୍ର। ଏହା […]

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ପ୍ରାକ୍‌ ବାତ୍ୟା ପ୍ରସ୍ତୁତି ବୈଠକ

ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।୨୦୧୯ ମସିହା ମଇ ମାସରେ ଗ୍ରୀଷ୍ମକାଳୀନ ବାତ୍ୟା ‘ଫନୀ’ର ଅଭିଜ୍ଞତାକୁ ଭିତ୍ତି କରି ରାଜ୍ୟରେ ଗ୍ରୀଷ୍ମକାଳୀନ ବାତ୍ୟା ପରିଚାଳନା ନେଇ ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତୁତି ସଂପର୍କରେ ଆଲୋଚନା ହୋଇଥିଲା । ସ୍ଥାନୀୟ ଲୋକସେବା ଭବନସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ସମୀକ୍ଷା କରି ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ପରିପ୍ରେକ୍ଷୀରେ ସମସ୍ତ ପ୍ରକାର ପ୍ରସ୍ତୁତି […]

ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖୁବ୍‌ ଉତ୍ତେଜନା ଚାଲିଛି। ଇତିମଧ୍ୟରେ, ବିଏସଏଫ ଯବାନ ପିକେ ସାହୁ ସ୍ବଦେଶକୁ ଫେରି ଆସିଛନ୍ତି। ପାକିସ୍ତାନ ତାଙ୍କୁ ଭାରତକୁ ଫେରାଇ ଦେଇଛି। ପିକେ ସାହୁ ୨୩ ଏପ୍ରିଲରେ ଭୁଲବଶତଃ ପାକିସ୍ତାନ ସୀମାରେ ପ୍ରବେଶ କରିଥିଲେ। ଏହା ପରେ ତାଙ୍କୁ ପାକିସ୍ତାନୀ ସେନା ଗିରଫ କରିଥିଲା। ୨୧ ଦିନ ପରେ ପିକେ ସାହୁଙ୍କୁ ମୁକ୍ତ କରାଯାଇଛି।ଗତ ୨୧ ଦିନ ଭିତରେ ପିକେ ସ’ଙ୍କୁ ଛାଡ଼ିବା ପାଇଁ ବିଏସ୍‌ଏଫ୍‌ ଅଧିକାରୀମାନେ ଅନେକ ଥର ଫ୍ଲାଗ୍‌ […]

ଖୁବ୍‌ ଶୀଘ୍ର ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ

ଖୁବ୍‌ ଶୀଘ୍ର ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ସମସ୍ତ ପ୍ରକ୍ରିୟା ଚାଲିଛି, ଆଶା ଖୁବ୍‌ଶୀଘ୍ର ଫଳ ପ୍ରକାଶ ପାଇବ।ପ୍ରକାଶଥାଉକି, ଏପ୍ରିଲ ୨ ତାରିଖରୁ ଖାତା ଦେଖା ଆରମ୍ଭ ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଖାତାଦେଖା ପାଇଁ ନିଯୁକ୍ତ କରାଯାଇଥିଲା ।ମେ ୧୫ ତାରିଖ ସୁଦ୍ଧା ସଠିକ ସମୟରେ ପରୀକ୍ଷାଫଳ ବାହାରିବା ନେଇ ଲକ୍ଷ୍ୟ ରଖାଯାଇଥିଲା । ଆଜି […]