ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କର ଆଜି କାର୍ଯ୍ୟକାଳ ସମାପ୍ତ ହେଉଛି । ବିଶେଷ କରି ସେ ତାଙ୍କର କଥା ଆଦେଶ କିମ୍ବା ନିଷ୍ପତ୍ତିରେ ଶୁଣାଇଥାନ୍ତି । ତାଙ୍କ କାର୍ଯ୍ୟକାଳରେ ସେ ଏଭଳି କିଛି ବୟାନ ଦେଇନାହାଁନ୍ତି, ଯାହାକୁ ନେଇ ବିବାଦ କି ଚର୍ଚ୍ଚା ହୋଇଛି । ମୁଖ୍ୟ ବିଚାରପତି ଖାନ୍ନାଙ୍କ ବ୍ୟକ୍ତିତ୍ୱ ତାଙ୍କ ପୂର୍ବବର୍ତ୍ତୀ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଚନ୍ଦ୍ରଚୂଡ଼ ଖୋଲାଖୋଲି ଭାବରେ ତାଙ୍କର ମତାମତ ପ୍ରକାଶ କରିଥିଲେ, […]
ବର୍ଡରରେ ସ୍ବାମୀ, ଆଖିବୁଜିଲେ ସ୍ତ୍ରୀ ଏତେ ବଡ଼ ଦୁନିଆରେ ଏକା ହୋଇଗଲା ୧୫ ଦିନର ଶିଶୁ କନ୍ୟା । ବୁର୍ଲା ଭୀମସାରରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଯବାନ ଦେବରାଜ ଗଣ୍ଡଙ୍କ ସ୍ତ୍ରୀ ଲିପି ଗଣ୍ଡ । ବୁର୍ଲା ଭିମସାରରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମଲ୍ଟି ଅର୍ଗାନ ଫେଲିୟର ହେବା ପରେ ତାଙ୍କର ମୃତ୍ୟୁଘଟିଥିବା ଜଣାପଡିଛି । ଖବର ଅନୁଯାୟୀ, ଏପ୍ରିଲ ୨୮ ତାରିଖରେ ବୁର୍ଲା ଭିମସାରରେ ଏକ ଶିଶୁ କନ୍ୟାକୁ ଜନ୍ମ […]
ରାଜଧାନୀରେ ଆମ ବସ୍ ସେବା ଠପ୍ । ସୁରକ୍ଷା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ବସ୍ କଣ୍ଟକ୍ଟର ଓ ଡ୍ରାଇଭର । ଯାହାଫଳରେ ରାଜଧାନୀ ଭୁବନେଶ୍ବରରେ ଆମ ବସ୍ ସେବା ଠପ୍ ହୋଇଛି । ସୁରକ୍ଷା ଦେଲେ ଗାଡ଼ି ଚଳାଇବୁ କହିଲେ ଆନ୍ଦୋଳନକାରୀ। ବିନା କାରଣରେ ଲୋକେ ମାଡ଼ ମାରିବାରୁ ପ୍ରତିବାଦ ହୋଇଛି। ବସ୍ ସେବା ଠପ୍ ପାଇଁ ଯାତ୍ରୀମାନେ ଅସୁବିଧାର ଶିକାର ହୋଇଛନ୍ତି।ମାଷ୍ଟରକ୍ୟାଣ୍ଟନରେ ଥିବା ଆମ ବସ୍ ଡିପୋରେ ସବୁ ବସ୍ ରଖି ଆନ୍ଦୋଳନ ଚାଲିଛି […]
ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ ଦୋରାଗୁଡା ପଂଚାୟତ କୋପାଗୁଡା ଗାଁର ରାଜୁ ଖେମୁଡୁ, କୁଞ୍ଜ ଖେମୁଡୁ ଓ କ୍ରିଷ୍ଣା ଖେମୁଡୁ ।ରବିବାର ନିଜ ଭଉଣୀ ଘରକୁ ଶବ ଦାହ କାର୍ଯ୍ୟରେ ଯୋଗଦେବା ପାଇଁ ଆନ୍ଧ୍ରପ୍ରଦେଶ ସିଲେରୁ ଯାଇଥିଲେ ୩ ଭାଇ । ସେଠାରେ ଭିଣୋଇ ଓ ଶଳାମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତି ତର୍କ ହୋଇଥିଲା । ତେବେ ରାତିରେ […]
ପାକିସ୍ତାନର ଦୋମୁହାଁ ନୀତି । ଯୁଦ୍ଧ ବିରାମ ପରେ ବି ପୁଣି ସାମ୍ବାରେ ଦେଖାଗଲା ଡ୍ରୋନ। ଭାରତୀୟ ସେନା ପକ୍ଷରୁ ସମସ୍ତ ଡ୍ରୋନକୁ ନଷ୍ଟ କରାଯାଇଥିବା ନେଇ ଜାତୀୟ ଗଣମାଧ୍ୟମ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିସାରିବାର କିଛି ଘଣ୍ଟା ପରେ ପଞ୍ଜାବର ଜଳନ୍ଧର ଓ ଜାମ୍ମୁ ସାମ୍ବା ଆକାଶରେ ପାକିସ୍ତାନୀ ଡ୍ରୋନ୍ ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ପଞ୍ଜାବର ହୋସିଆରପୁରରେ ୮ଟି ବିସ୍ଫୋରଣର […]
ମେଷ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ବୃଷ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ମିଥୁନ: […]
ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ । ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଜଷ୍ଟିସ୍ ଶ୍ରୀପଦଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । କର୍ଣ୍ଣାଟକ ହାଇକୋର୍ଟରୁ ବଦଳି ହୋଇ ଆସିଛନ୍ତି ଜଷ୍ଟିସ ଶ୍ରୀପଦ ।ଆଜିର ଶପଥ ଗ୍ରହଣ ଉତ୍ସବରେ ଓଡ଼ିଶା ହାଇକୋର୍ଟର ସମସ୍ତ ବିଚାରପତି, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପୋଲିସ କମିଶନର, କଟକ ଡିସିପିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ଆଇନଜୀବୀମାନେ […]
ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ସଫଳତା । ନକଲି ନୋଟ୍ ଦେଇ ଜିନିଷ କିଣିବା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ । ଏହାସହିତ ମୁଖ୍ୟ ଅଭିଯୁକ୍ତର ଘରେ ଚଢାଉ କରି ୨ଲକ୍ଷ ୭୨ ହଜାର ଟଙ୍କା ଜବତ ହୋଇଛି । ଗ୍ରାମାଞ୍ଚଳ ଥାନା ଆନନ୍ଦବଜାରର ଏକ ଷ୍ଟେସନାରୀ ଦୋକାନରେ ଜଣେ ଯୁବକ ଶନିବାର ସାମଗ୍ରୀ କିଣି ଏକ ୨୦୦ ଟଙ୍କା ନୋଟ ଦେଇଥିଲେ l ଉକ୍ତ ନୋଟ୍ ଜାଲ ଥିବା ଜାଣିପାରି ପାଖ ଦୋକାନୀଙ୍କ ସହାୟତାରେ ଉକ୍ତ […]
ଆଜିଠାରୁ ଭୁବନେଶ୍ୱର ନିଉ ରେଳ ଷ୍ଟେସନରୁ ବାହାର ରାଜ୍ୟର ମୁଖ୍ୟ ମୁଖ୍ୟ ରେଳ ଷ୍ଟେସନକୁ ସିଧାସଳଖ ଭାବରେ ସେବା ଯୋଗାଇଛି ରେଳ ସେବା।ଭୁବନେଶ୍ଵରନିଉ ରେଳ ଷ୍ଟେସନରୁ ତିନୋଟି ପ୍ରମୁଖ ଏକ୍ସପ୍ରେସ ଟ୍ରେନର ଯାତ୍ରା ଆରମ୍ଭ କରାଯାଇଛି । କୋଣାର୍କ ଏକ୍ସପ୍ରେସ (ମୁମ୍ବାଇ ରୁଟ୍), ବିଶାଖା ଏକ୍ସପ୍ରେସ (ସିକନ୍ଦରାବାଦ ରୁଟ୍) ଏବଂ ବିଶାଖାପାଟନମ୍ ଇଣ୍ଟରସିଟି ଏକ୍ସପ୍ରେସ୍ ଏବେ ଭୁବନେଶ୍ଵର ନ୍ୟୁ ଷ୍ଟେସନରୁ ସେବା ଆରମ୍ଭ ଏବଂ ଶେଷ କରିବ। ଭୁବନେଶ୍ଵର ରେଳ ଷ୍ଟେସନରେ ବିଶେଷ ଭାବରେ ଯାତ୍ରୀଙ୍କ ଭିଡ […]
ଯାଜପୁର ଜିଲ୍ଲାର ଜଣେ ଯୁବକ ଅନଲାଇନ୍ ଗେମ୍ ଖେଳି ସର୍ବସ୍ୱାନ୍ତ ହେଲେ ଯୁବକ । ଚାଲିଗଲା ୯୧ ଲକ୍ଷ । ଅନଲାଇନରେ ଗେମ୍ ଖେଳୁଥିବାବେଳେ ଟେଲିଗ୍ରାମରେ ଆସିଲା ଲୋଭନୀୟ ଲିଙ୍କ । ଆଉ କ୍ଲିକ୍ କରିବାମାତ୍ରେ ଯୁବକ ଫଶିଯାଇଥିଲେ ଚକ୍ରବ୍ୟୁହରେ । ସେଥିରୁ ବାହାରିବା ତ ଯେମିତି ଅସମ୍ଭବ ଥିଲା । ପାଞ୍ଚ ଶହରୁ ହଜାରେ, ହଜାରେରୁ ଲକ୍ଷେ, ପୁଣି ଲକ୍ଷ ଲକ୍ଷ କରି ୯୧ ଲକ୍ଷ । ଏକ ଘରୋଇ ସଂସ୍ଥାରେ ଅନଲାଇନ୍ ଗେମ୍ ଖେଳି […]
ପିପିଲି ଥାନା ଅଂଚଳରେ ଗୋଟିଏ ୮ ବର୍ଷୀୟା କୁନି ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଜଣେ ବୟସ୍କ ବ୍ୟକ୍ତିଙ୍କୁ ପିପିଲି ପୋଲିସ ଅଟକ ରଖିଛି ।ଅଭିଯୋଗ ପରେ ପିପିଲି ପୋଲିସର ତନାଘନା । ଘଟଣାର ତଦନ୍ତ ଚଳାଇଛି ପୋଲିସର ସ୍ୱତନ୍ତ୍ର ଟିମ୍ । ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ବଙ୍ଗାଲି ଫେରିବାଲା ବୋଲିସ ସୂଚନା ।କିଛିଦିନ ହେବ ଫେରିବାଲା ପିପିଲିରେ ରହି ବେପାର କରୁଥିଲା । ବାରମ୍ବାର ପିପିଲି ଓ ଡେଲାଙ୍ଗ ଥାନା ଅଞ୍ଚଳରେ […]
ନୟାଗଡ଼,(ଓଡ଼ିଶା ଦର୍ପଣ) : ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ନିର୍ଦ୍ଦେଶଙ୍କରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ଓ ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ନୟାଗଡ଼ ଖେଳପଡ଼ିଆର ମୁଖ୍ୟ ପ୍ରବେଶ ପଥର ପାଚେରୀ କଡ଼ରୁ ହରିପୁର ଗ୍ରାମର ବୃଦ୍ଧା ନୟନୀ ମହାରଣା(୬୨)ଙ୍କୁ ଉଦ୍ଧାର କରି ତ୍ରିନାଥ ଛକଠାରେ ଅବସ୍ଥିତ ଆଶ୍ରୟସ୍ଥଳିରେ ଆଶ୍ରସ୍ଥଳର ମ୍ୟାନେଜର ବର୍ଷାରାଣି ନେପାକ୍ଙ୍କ ହେପାଜତରେ ଛାଡିଛନ୍ତି। ପ୍ରକାଶଥାଉ କି କୌଣସି ସୂତ୍ରରୁ ଖବରପାଇ ସଚିବ, ଅଞ୍ଜଳି ମଛଖଣ୍ଡ ତୁରନ୍ତ କାର୍ଯ୍ୟାନୁଷ୍ଠାନ […]
