author

ରାଜ୍ୟରେ ଛାତ୍ରୀଙ୍କୁ ସୁରକ୍ଷା ଯୋଗାଇବ ‘ଶକ୍ତିଶ୍ରୀ’

ଛାତ୍ରୀଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ପାଇଁ ଆସିଲା ନୂଆ ସ୍କିମ୍ । ଶକ୍ତି ଶ୍ରୀ ଯୋଜନା ଆଣିବେ ସରକାର । ଏହାଦ୍ବାରା ଛାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର ।ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ହାତକୁ ନିଆଯିବ। ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ କାର୍ଯ୍ୟ କରିବ। ଏଥିପାଇଁ ଏକ ୬ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ। ଶକ୍ତିଶ୍ରୀ ମୋବାଇଲ ଆପ୍ ମଧ୍ୟ କାର୍ଯ୍ୟ କରିବ। ଯଦି […]

ହଜାରି ବରାଡ ମରି ବି ଅମର

ନୟାଗଡ଼,(ଓଡ଼ିଶା ଦର୍ପଣ): ଶରଣକୁଳ ନିକଟ କଟରାଝରୀ ଗ୍ରାମରେ ମୃତ ଗ୍ରାମ ମୁଖିଆ ହଜାରି ବରାଡଙ୍କ ଏକାଦଶାହ ଅବସରରେ ବରିଷ୍ଠ ବାମପନ୍ଥୀ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ! ହଜାରି ବରାଡ ଜୀବଦ୍ଦଶାରେ ନିଜ ମୃତ୍ୟୁ ପରେ ତାଙ୍କ ଶରୀର କଟକ ବଡ଼ ଡ଼ାକ୍ତରଖାନାକୁ ହସ୍ତାନ୍ତର କରି ଡାକ୍ତରୀ ଛାତ୍ର ଛାତ୍ରୀଙ୍କ ଗବେଷଣାରେ ଲାଗିବା ପାଇଁ ଇଛାପତ୍ର ସଂପାଦିତ କରିଥିଲେ ଓ ତାଙ୍କର ଏକମାତ୍ର ପୁତ୍ର ପବିତ୍ର ଇନ୍ଦ୍ରଜିତ ପିତାଙ୍କ ଶେଷ […]

ଡ୍ରାଗନ ଫଳ ଚାଷ “ମା ନନ୍ଦ ଗଣ୍ଡl ” ସ୍ୱୟଂ ସହାୟକ ଗୋଷ୍ଠୀ ହେବାର ସ୍ୱବାଲମ୍ବି ଆଶା ଉଜ୍ଜଳ

ରାୟଗଡ:-ତା. ୧୯/୦୭/୨୫-ରମାନାଗୁଡା ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ ଅଟେ , ଏଠାକାର ଚାଷୀ ମାନଙ୍କର ଆୟ ବହୁତ ସ୍ୱଳ୍ପ ଅଟେ। ଏଥିପାଇଁ ଏହି ଅଞ୍ଚଳରେ ଉଚ୍ଚ ଆୟ ସମ୍ପନ୍ନ ପାଇଁ ରାଜ୍ୟ ସରକାରଙ୍କ ଓଡିଶା ଜୀବିକା ମିଶନ (OLM) ତରଫରୁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଥିଲା । ତାମଧ୍ୟରୁ ଗୋଗୁପlଡୁ ଗ୍ରାମ ପାଞ୍ଚାୟତର ଗୋଟା ଗ୍ରାମରେ ଥିବା ‘ମା ନନ୍ଦ ଗଣ୍ଡା’ ସ୍ୱୟଂ ସହାୟକ ଗୋଷ୍ଠି ସଭ୍ୟାମାନେ (ଓଡିଶା ଜୀବିକା ମିଶନ) ର ଅଧିକ ମୂଲ୍ୟ […]

ବଳଙ୍ଗା ଅଞ୍ଚଳ ଘଟଣା: ଅତ୍ୟନ୍ତ ଦୁଃଖିତ କହିଲେ ରାଜ୍ୟ ବିଜେପି ସଭାପତି

ପିପିଲିର ବଳଙ୍ଗାରେ ନାବାଳିକା ଜଳିଯିବା ଘଟଣାରେ ଅତ୍ୟନ୍ତ ଦୁଃଖିତ କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ନାବାଳିକାଙ୍କ ଉପରେ ଏଭଳି ଅତ୍ୟାଚାର ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ଆମ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ନେଇ କାର୍ଯ୍ୟାନୁଷ୍ଠାନ ନେବେ । ନ୍ୟାୟ ସୁନିଶ୍ଚିତ କରିବା ଆମର ପ୍ରଥମ ଦାୟିତ୍ୱ । ଅପରାଧୀ ଯେପରି ଦୃଷ୍ଟାନ୍ତମୂଳକ ଦଣ୍ଡ ପାଆନ୍ତୁ ଆମେ ଚେଷ୍ଟା କରିବୁ । ଏମ୍ସରେ ଚିକିତ୍ସିତ ନାବାଳିକାଙ୍କ ଆଶୁ ଆରୋଗ୍ୟ କାମନା କରୁଛି […]

ପୀଡ଼ିତାଙ୍କ ଅବସ୍ଥା ସଙ୍କଟାପନ୍ନ- AIIMS ନିର୍ଦ୍ଦେଶକ

ବଳଙ୍ଗା ପୀଡ଼ିତାଙ୍କ ସ୍ଥିତିକୁ ନେଇ ଭୁବନେଶ୍ବର ଏମ୍ସ ମୁଖ୍ୟ ଡାକ୍ତର ଆଶୁତୋଷ ବିଶ୍ବାସ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ତଥ୍ୟ । କହିଛନ୍ତି, ଝିଅର ଅବସ୍ଥା ସଙ୍କଟାପନ୍ନ ରହିଛି । ତା ଶରୀରର ୭୫ ଭାଗ ପୋଡ଼ିଯାଇଛି । ତେବେ ଶ୍ବାସନଳୀ ଏବଂ ଅନ୍ୟ ଅର୍ଗାନ ଗୁଡ଼ିକ କାର୍ଯ୍ୟ କରୁଛି କି ନା ତା ଉପରେ ଡାକ୍ତରୀ ଟିମ୍ ନଜର ରଖିଛି । ତେବେ ଆସନ୍ତା ୪୮ରୁ ୭୨ ଘଣ୍ଟା ଗୁରୁତ୍ବପୂର୍ଣ୍ଣ ।ଭେଣ୍ଟିଲେଟରରେ ନାହାନ୍ତି, ICUରେ ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି […]

ପିପିଲିର ବଳଙ୍ଗାରେ ନାବାଳିକା ଜଳିଯିବା ଘଟଣାରେ ପ୍ରଭାତୀ ପରିଡ଼ାଙ୍କ ବାସଭବନକୁ ଟମାଟୋ ମାଡ଼

ପୁରୀ ଜିଲା ବଳଙ୍ଗା ଥାନା ବାୟାବର ଗାଁରେ ଜଣେ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ନାବାଳିକା ଜଣକ ଗୁରୁତର ଅବସ୍ଥାରେ ଭୁବନେଶ୍ୱର AIIMS ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହୋଇପଡିଥିବା ଅଭିଯୋଗ କରି ଭୁବନେଶ୍ବରରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରଭାତୀ ପରିଡ଼ାଙ୍କ ବାସଭବନକୁ ଟମାଟୋ ମାଡ଼ ମଧ୍ୟ କରାଯାଇଛି । ମହିଳା କଂଗ୍ରେସ କର୍ମୀ ଏହି ଟମାଟୋ ମାଡ଼ କରିଛନ୍ତି । ହେଲେ […]

ନୋଟିସ ଜାରି କଲା AIIMS; ହସ୍ପିଟାଲ ପରିସରରେ ଅଯଥା ଗହଳି କରିବାକୁ ମନା

ନିମାପଡ଼ା ବଳଙ୍ଗାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ନାବାଳିକା ପୋଡ଼ିଯିବା ଘଟଣା । ପୀଡ଼ିତାଙ୍କ ଶରୀର 70% ଜଳିଯାଇଥିବା ଏମ୍‌ସର ସୂଚନା । ଗୁରୁତର ନାବାଳିକା ବର୍ଣ୍ଣ ୟୁନିଟ୍‌ରେ ଚିକିତ୍ସାଧୀନ ରହିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ସେପଟେ ଘଟଣାସ୍ଥଳରେ ପହଞ୍ଚି ଫରେନସିକ ଟିମ୍ ଓ ଡଗ ସ୍କ୍ବାଡ ଯାଞ୍ଚ କରିଛି । ପୁରୀ ଏସପି ପିନାକ ମିଶ୍ର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।। ବର୍ଣ୍ଣ […]

ଅପରାଧୀମାନେ ସାହସୀ ହୋଇଛନ୍ତି। ଦଣ୍ଡର ଭୟ ନାହିଁ-ବିରୋଧୀ ଦଳ ନେତା

ବଳଙ୍ଗା ବାୟାବରରେ ନାବାଳିକାଙ୍କୁ ଜାଳିଦେବା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏଭଳି ଘଟଣା ଅତ୍ୟନ୍ତ ଉଦବେଗଜନକ ଓ ନିନ୍ଦନୀୟ । ଦିନ ଦିପହରରେ ହତ୍ୟା ଉଦ୍ୟମ ଘଟିଲା । FM କଲେଜ ଘଟଣାର କିଛି ଦିନ ପରେ ଏପରି ଘଟଣା ଘଟିଛି । ମାସେ ପୂର୍ବରୁ ଗୋପାଳପୁରରେ ଗଣଦୁଷ୍କର୍ମ ଘଟଣା ଘଟିଥିଲା। ଏଭଳି ଘଟଣା ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଟିଚାଲିଛି । ମହିଳା ସୁରକ୍ଷା ନେଇ ବିରୋଧୀ ରାସ୍ତାକୁ […]

ନାବାଳିକା ପୋଡି ଘଟଣା, ଅଧା କିରୋସିନି, ଚୁଡି ଜବତ-ଏସ୍‌ପି

ବଳଙ୍ଗା ଛାତ୍ରୀ ପୋଡି ଘଟଣାରେ ଛାତିଥରା କଥା କହିଲେ ପ୍ରତ୍ୟକ୍ଷଦର୍ଶୀ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଝିଅଟି ଜଳନ୍ତା ଅବସ୍ଥାରେ ଦୌଡି ଦୌଡି ଯାଇ ଆମ ଘରେ ପହଞ୍ଚିଥିଲା । ପୀଡିତା ଜଣଙ୍କ ହାତ ଯୋଡି କହିଲା ମୋତେ ବଞ୍ଚାଇ ଦିଅ ଓ ତଣ୍ଟି ଶୁଖିଯାଉଛି ପାଣି ଟିକେ ଦିଅ । ପୂରା ଶରୀର ପୋଡ଼ି ଯାଇଛି, ନିଆଁ ଲିଭାଇ ଡ୍ରେସ୍‌ ପିନ୍ଧାଇଲି । ମୁହଁକୁ ରୁମାଲ ପକାଇ ୩ ଦୁର୍ବୃତ୍ତ ବାଇକ୍‌ରେ ନେଇ ଆସିଥିଲେ କହିଲା । […]

+୨ ଛାତ୍ରୀଙ୍କୁ ଜାଳିଦେବାକୁ ଉଦ୍ୟମ ଘଟଣା ।ଏମ୍ସରେ ଚିକିତ୍ସାଧୀନ ଛାତ୍ରୀଙ୍କୁ ଭେଟିଲା କଂଗ୍ରେସ ଓ ବିଜେଡି ଟିମ୍

+୨ ଛାତ୍ରୀଙ୍କୁ ଜାଳିଦେବାକୁ ଉଦ୍ୟମ ଘଟଣା । ଏମ୍ସରେ ପହଞ୍ଚିଲେ କଂଗ୍ରେସ ଓ ବିଜେଡି। ଲେଖାଶ୍ରୀଙ୍କ ନେତୃତ୍ବରେ BJDର ୪ ଜଣିଆ ଟିମ୍‌ କଂଗ୍ରେସର ବରିଷ୍ଠ ନେତା ମଧ୍ୟ ଏମ୍ସରେ ପହଞ୍ଚିଛନ୍ତି। ସୁର ରାଉତରାୟ ଓ ଜୟଦେବ ଜେନା ମଧ୍ଯ ଏମ୍‌ସରେ ଉପସ୍ଥିତ ଅଛନ୍ତି। ସୂଚନାମୁତାବକ ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗା ବାଇଆ ବରର ଜଣେ ଯୁକ୍ତ-୨ ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ । ସାଇକେଲ ରେ ସାଙ୍ଗ ଘରକୁ ଯାଉଥିବା ସମୟରେ ବାଟରେ ୩ […]

ପ୍ରମୋସନ ପାଇଁ ଧରାଧରି ଚଳିବ ନାହିଁ: ଦେଓ ରଞ୍ଜନ ସିଂ

ଅଫିସରଙ୍କୁ ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ କଡା ଜବାବ । ପ୍ରମୋସନ ପାଇଁ ଧରାଧରି ଚଳିବ ନାହିଁ କହିଲେ ଦେଓ ରଞ୍ଜନ ସିଂ ।ଏଥର ପ୍ରଦର୍ଶନ ଆଧାରରେ ରାଜସ୍ୱ ଅଧିକାରୀଙ୍କ ସିସିଆର୍‍ ଲେଖା ଯିବ । ପ୍ରଦର୍ଶନକୁ ୧ରୁ ୫ଭିତରେ ରେଟିଂ କରାଯାଇଛି । ସେହି ଅନୁସାରେ ପ୍ରମୋସନ ମିଳିବ । ଏହାସହିତ ଏଆଇ ଜରିଆରେ ଅଫିସରଙ୍କ କାର୍ଯ୍ୟର ତର୍ଜମା କରାଯିବ । ଅଫିସରମାନ ଭାବୁଛନ୍ତି ଯେ ସେମାନେ ଭଲ କାମ କରୁଛନ୍ତି ହେଲେ […]

ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିଲେ ଜେଲ, ସମୟ ପୂର୍ବରୁ କାହିଁକି ଚାକିରି ଛାଡ଼ିଲେ ଏହି IRS ଅଧିକାରୀ ?

ଭାରତୀୟ ରାଜସ୍ୱ ସେବା (IRS) ଅଧିକାରୀ କପିଲ ରାଜ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ୧୬ ବର୍ଷ ସେବା କରିବା ପରେ ସେ ଇସ୍ତଫା ଦେଇଛନ୍ତି କପିଲ ରାଜ । କପିଲ ରାଜ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୨ ଜଣ ମୁଖ୍ୟମନ୍ତ୍ରୀଙ୍କୁ ଜେଲ ପଠାଇଥିଲେ। ଭାରତୀୟ ରାଜସ୍ବ ସେବା (IRS)ର ୨୦୦୯ ବ୍ୟାଚ ଅଧିକାରୀ କପିଲ ରାଜ ପ୍ରାୟ ୧୬ ବର୍ଷ ସେବା ପରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ […]