ଖପାରଖାଇରୁ ଉଦ୍ଧାର ବାଘ ଛୁଆ ସୁରକ୍ଷିତ; ବାଘୁଣୀ ଯମୁନା ଏନକ୍ଲୋଜରକୁ ସ୍ଥାନାନ୍ତର

କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ରେଞ୍ଜର ଖପାରଖାଇ ଗ୍ରାମରୁ ଉଦ୍ଧାର ହୋଇଥିବା ବାଘ ଛୁଆଟି ସୁରକ୍ଷିତ ରହିଛି । ଶିମିଳିପାଳ ଅଭୟାରଣ୍ୟର ଫରେଷ୍ଟ୍ କ୍ୟାମ୍ପସରେ ତାହାର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ଚାଲିଛି । ଉକ୍ତ ବାଘ ଛୁଆଟିକୁ ବାଘୁଣୀ ଯମୁନା ରହୁଥିବା ଏନକ୍ଲୋଜରକୁ ସ୍ଥାନାନ୍ତରିତ କରାଯାଇଛି ।ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୨୪ ତାରିଖ ସନ୍ଧ୍ୟାରେ ଠାକୁରମୁଣ୍ଡା ବନଖଣ୍ଡ ଖପରଖାଇ ଗାଆଁରେ ପଶିଥିଲା ମହାବଳ। ଜଣଙ୍କ ଘରେ ପଶି ଯିବାରୁ ସାହସ କରି ଗାଆଁ ଲୋକେ ବାହାରପଟୁ କବାଟ ବନ୍ଦ କରି ବନ ବିଭାଗକୁ ଖବର ଦେଇଥିଲେ। ଉଦ୍ଧାରକାରୀ ଦଳ ଗତରାତିରୁ ଦୀର୍ଘ ୧୫ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରି ଶେଷରେ ମହାବଳଟିକୁ ଉଦ୍ଧାର କରି ଠାକୁରମୁଣ୍ଡା ବନ୍ୟପ୍ରାଣୀ ରେଞ୍ଜ୍ ଅଫିସକୁ ନେଇଥିଲେ।ଏବେ ୭ ଦିନର ଚିକିତ୍ସା ପରେ ବାଘଟି ଦେହରେ ବଳ ଫେରିଛି। ଏବେ ସ୍ୱାଭାବିକ ଭାବରେ ଖାଇବା ପିଇବା ସହିତ ସମ୍ପୂର୍ଣ୍ଣ ସୁସ୍ଥ ହେଲାଣି। ତେଣୁ ଗତକାଲି ବାଘ ଛୁଆଟିକୁ ଯମୁନା ରହୁଥିବା ବଡ଼ ଏନାକ୍ଲୋଜରରେ ଛଡ଼ାଯାଇଛି।ସେପଟେ ତା’ଠାରୁ ସଂଗ୍ରହ ହୋଇଥିବା ରକ୍ତ ଓ ମଳ ନମୁନା ଓୟୁଏଟିକୁ ପରୀକ୍ଷା ନିମନ୍ତେ ପଠା ଯାଇଥିଲା । ରିପୋର୍ଟ ଆସିବା ପରେ କୌଣସି ରୋଗ ବା ସଂକ୍ରମଣ ନଥିବା ଦେଖା ଯାଇଛି ।

ଅଧିକ ପଢନ୍ତୁ