ଦୀର୍ଘ ୮ ବର୍ଷ ପରେ ହେବ ଛାତ୍ର ସଂସଦ ନିର୍ବାଚନ । କ୍ୟାମ୍ପସ୍ ଇଲେକ୍ସନ ପାଇଁ ତାରିଖ ଘୋଷଣା । ଆସନ୍ତା ଅକ୍ଟୋବର ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସୂଚନା ଅନୁଯାୟୀ କଲେଜ ପକ୍ଷରୁ ଆସନ୍ତା ୭ ତାରିଖ ଦିନ ବିଜ୍ଞପ୍ତି ପ୍ରକାଶ ପାଇବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ଆସିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
