ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ନିଷ୍ପତ୍ତି ଜିଲ୍ଲାପାଳମାନେ ନେବେ। ଏ ନେଇ ସୂଚନା ଦେଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୂରେଶ ପୂଜାରୀ। ସେ କହିଛନ୍ତି ଯେ, ଏସଓପି ବାହାରେ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ ଅଧିକୃତ କରାଯାଇଛି।ଆବଶ୍ୟକ ପଡିଲେ ସେମାନେ ସମ୍ପୃକ୍ତ ଜିଲ୍ଲାର ସ୍କୁଲ ବନ୍ଦ ନିଷ୍ପତ୍ତି ନେଇପାରିବେ ବୋଲି ସୁରେଶ ପୂଜାରୀ କହିଛନ୍ତି । ଯେଉଁ ଜାଗାରେ ନିର୍ଦ୍ଦିଷ୍ଟ ତାପମାତ୍ରାଠାରୁ ଅଧିକ ତାପମାତ୍ରା ବଢିବ, ସେଠାରେ ଜିଲ୍ଲାପାଳ ସ୍ୱତନ୍ତ୍ର ନିଷ୍ପତ୍ତି ନେଇପାରିବେ । ଆଗୁଆ […]
୨୪ରେ ମିଳିବ ନୂଆ ରାସନ କାର୍ଡ । ଗୁରୁବାର ନୂଆ ରାସନ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ପଞ୍ଚାୟତିରାଜ ଦିବସ ଅବସରରେ ରାଜ୍ୟରେ ବଣ୍ଟା ଯିବ ନୂଆ ରାସନ କାର୍ଡ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏଯାବତ ପ୍ରାୟ ୨୫ ଲକ୍ଷ ଇ-କେୱାଇସି କରି ନାହାନ୍ତି କହିଲେ ମନ୍ତ୍ରୀ । ସେମାନଙ୍କୁ ଯାଞ୍ଚ କରିବା ପାଇଁ ଅଫିସରମାନଙ୍କୁ ଫିଲ୍ଡ ଭିଜିଟ କରି ରିପୋର୍ଟ ଦେବାକୁ […]
ପୁରୀ ଜିଲ୍ଲା ସାତଶଙ୍ଖ ବଜାର ନିକଟରେ ରତ୍ନ ଚୀରା ନଦୀରୁ ମାଛ ଜାଲରେ ଫସିଲା ୮ ଫୁଟ ଅଜଗର ସାପ । ସକାଳୁ ମାଛ ଜାଲରେ ଅଜଗର ପଡ଼ିଥିବା ଦେଖି ଲୋକେ ଜାଲକୁ ଭିଡ଼ି କୂଳକୁ ଆଣିଥିଲେ । ଏହାପରେ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲପ ଲାଇନ ସଦସ୍ୟ ପହଂଚି ସାପକୁ ଉଦ୍ଧାର କରିଥିଲେ । ଏପଟେ ଉଦ୍ଧାର ପରେ ଭୁବନେଶ୍ୱର OUT କୁ ନେଇ ଛଡ଼ାଯିବ ବୋଲି ସୂଚନା । […]
ସୁନ୍ଦରଗଡରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା । ଖବର ଅନୁସାରେ, ନାବିଳିକା ଜଣକ ଏକୋଇଶିଆ ଭୋଜି ଖାଇ ସାଙ୍ଗ ସହିତ ଫେରୁଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି ।ଏହି ଗଣଦୁଷ୍କର୍ମରେ ୩ ଯୁବକଙ୍କ ସଂପୃକ୍ତି ଥିବା ଅଭିଯୋଗ କରାଯାଇଛି।ସୂଚନାମୁତାବକ ୩ ଜଣ ସାଙ୍ଗ ଜଙ୍ଗଲ ରାସ୍ତାରେ ଆସୁଥିବାବେଳେ ୩ଜଣ ଯୁବକ ସେମାନଙ୍କୁ ଜୋର ଜବରଦସ୍ତ କରିଥିଲେ। ସେମାନଙ୍କ ହାବୁଡରୁ ୨ଜଣ ନାବାଳିକା ଖସି ପଳାଇ ଆସିବାରେ ସଫଳ ହୋଇଥିଲେ। ତେବେ ଜଣେ ନାବାଳିକୁ […]
ପୋପ୍ ଫ୍ରାନ୍ସିସ୍ଙ୍କ ବିୟୋଗ ଘଟଣାରେ ରାଜ୍ୟ ପାଳିବ ୩ ଦିନିଆ ଶୋକ । ଆଜି ଓ ଆସନ୍ତାକାଲି ଶୋକ ଦିବସ ପାଳିବେ ରାଜ୍ୟ ସରକାର ।ସେହିଭଳି ଶେଷକୃତ୍ୟ ଦିନ ମଧ୍ୟ ରାଜ୍ୟରେ ପାଳନ ହେବ ଶୋକ ଦିବସ ବୋଲି ସୂଚନା ଦିଆଯାଇଛି।ଗତକାଲି ୮୮ ବର୍ଷ ବୟସରେ ଭାଟିକାନ ସିଟିରେ ପୋପ ଫ୍ରାନସିସଙ୍କ ନିଧନ ହୋଇଥିଲା । ୨୦୧୩ର ପୋପ ବେନେଡିକ୍ସ ଷୋଡ଼ଶ ଏହି ପବିତ୍ର ପଦବୀରୁ ଇସ୍ତଫା ଦେବା ପରେ ଜର୍ଜ ମାରିଓ ବର୍ଗୋଗ୍ଲିଓ(ପୋପ ଫ୍ରାନସିସ) ୨୬୬ […]
ଆଜି ପବିତ୍ର ଶ୍ରବଣା ମକର ନକ୍ଷତ୍ର। ଏହି ଅବସରରେ ରାତିରେ ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ରାମାଭିଷେକ ନୀତି। ଏହା ସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଚଳିତବର୍ଷ ପାଇଁ ଶେଷ ହେବ। ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ନକ୍ଷତ୍ର ଦିଅଁ ଭିତରକୁ ବିଜେ କରିବେ । ଏହାପରେ ନକ୍ଷତ୍ର ବନ୍ଦାପନା କରାଯାଇ ନକ୍ଷତ୍ର ବେଢାକୁ ଦିଅଁ ବିଜେ କରିବେ । ଜୟବିଜୟ ଦ୍ୱାରରେ ଭୋଗ ଓ ବନ୍ଦାପନା ନୀତି ସରିବା ପରେ […]
ସୋମବାର ଦେଶର ଫ୍ୟୁଚର୍ସ ମାର୍କେଟ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ମୂଲ୍ୟ ରେକର୍ଡସ୍ତର ଛୁଇଁଛି। ୧୦ ଗ୍ରାମ ସୁନା ମୂଲ୍ୟ ୯୯ ହଜାର ୮୦୦ ଟଙ୍କା ଛୁଇଁଛି । ଜିଏସଟି ମିଶିଲା ପରେ ଦର ଲକ୍ଷେ ପାର କରିଛି । ଚୀନ-ଆମେରିକା ବାଣିଜ୍ୟ ଯୁଦ୍ଧ, ବିଶ୍ବର ଅର୍ଥନୈତିକ ଅସ୍ଥିରତା ଯୋଗୁ ସୁନା, ରୁପା ଦର ଆକାଶଛୁଆଁ ହୋଇଛି । ପ୍ରଥମ ଥର ପାଇଁ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୯୯ ହଜାର ୮୦୦ ଟଙ୍କା […]
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସୋମବାର ଦିନ ବ୍ୟାଙ୍କଗୁଡ଼ିକୁ 10 ବର୍ଷରୁ ଅଧିକ ବୟସର ନାବାଳକ ପିଲାମାନଙ୍କୁ ସ୍ୱାଧୀନ ଭାବରେ ସଞ୍ଚୟ ଆକାଉଣ୍ଟ ଖୋଲିବା ଏବଂ ପରିଚାଳନା କରିବାକୁ ଅନୁମତି ଦେବାକୁ ଅନୁମତି ଦେଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ବ୍ୟାଙ୍କ ନାବାଳକଙ୍କ ଜମା ଆକାଉଣ୍ଟ ଖୋଲିବା ଏବଂ ପରିଚାଳନା ପାଇଁ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରିଛି ।ସେହିପରି ବ୍ୟାଙ୍କ ଗୁଡିକ ନିଜସ୍ୱ ରିସ୍କ ମ୍ୟାନେଜମେଣ୍ଟ ନୀତି ଅନୁଯାୟୀ ନାବାଳକଙ୍କୁ ଅତିରିକ୍ତ ବ୍ୟାଙ୍କିଂ ସୁବିଧା ମଧ୍ୟ ପ୍ରଦାନ […]
ସାଉଥ ସୁରପଷ୍ଟାର ମହେଶ ବାବୁଙ୍କୁ ଇଡିର ସମନ । ରିଅଲ-ଇଷ୍ଟେଟ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଇଡି ସମନ କରିଛି । ଏପ୍ରିଲ ୨୮ ତାରିଖ ପୂର୍ବରୁ ହାଇଦ୍ରାବାଦ ସ୍ଥିତି ଇଡି ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ । ଏହି ମନି ଲଣ୍ଡ୍ରିଂ ମାମଲାରେ ଜଡ଼ିତ କିଛି ସ୍ଥାନରେ ଚଢ଼ାଉ ବି କରାଯାଇଛି । ଏହାପରେ ମହେଶ ବାବୁଙ୍କୁ ସମନ ଜାରି କରାଯାଇଛି । PMLA ଅଧୀନରେ ତଦନ୍ତ ସମୟସୀମା ମଧ୍ୟରେ ରିଅଲ ଇଷ୍ଟେଟ ପ୍ରକଳ୍ପ […]
ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନଶକ୍ତି ପୁନର୍ଗଠନ ନେଇ ନିଆଯାଇଥିବା ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ଅଙ୍କୁଶ ଲାଗିଛି। ଚଳିତମାସ ୧୭ରେ ଏ ସଂକ୍ରାନ୍ତୀୟ ଏକ ଆବେଦନର ବିଚାରକରି ହାଇକୋର୍ଟ ବିଚାରପତି ଶଶିକାନ୍ତ ମିଶ୍ର ରାଜ୍ୟ ସରକାରଙ୍କ ମିଶନ ଶକ୍ତି ପୁନର୍ଗଠନ ସମ୍ପର୍କିତ ବିଜ୍ଞପ୍ତି ଉପରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅଙ୍କୁଶ ଲଗାଇଛନ୍ତି। କେନ୍ଦୁଝରର ସର୍ବ ଶକ୍ତି ମାୟୀ ମିଶନ ଶକ୍ତି ଫେଡେରେସନ ଏହି ପୁନର୍ଗଠନ ବିଜ୍ଞପ୍ତି ବିରୁଦ୍ଧରେ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ସେମାନେ ଯୁକ୍ତି ଦର୍ଶାଇଛନ୍ତି ଯେ […]
କଫି/ଚା’ ସକାଳୁ ଖାଲି ପେଟରେ ଏହାକୁ ପିଇବା ସ୍ବାସ୍ଥ୍ୟପ୍ରଦ ନୁହେଁ। ଯଦି କଫି/ଚା’ ପିଇବା ନିହାତି ଆବଶ୍ୟକ, ତା’ହେଲେ ପ୍ରଥମେ ପାଣି ପିଅନ୍ତୁ। ତା’ପରେ ଏହା ସହିତ ରୁଟି, ପରଟା କିମ୍ବା ବିସ୍କୁଟ୍ ଖାଇବାର ଅଭ୍ୟାସ କଲେ ଭଲ ହେବ। ସେହିପରି କେତେକେ ଫିଟ୍ନେସ୍ କିମ୍ବା ଓ୍ବେଟ୍ ଲସ୍ ପାଇଁ ସକାଳେ ସାଲାଡ୍ ଖାଇଥାନ୍ତି। ଏହା ବି ଶରୀର ପାଇଁ ଆଦୌ ଠିକ୍ ନୁହେଁ। କାରଣ ସାଲାଡ୍ ଖାଇବାର ସବୁଠୁ ଭଲ ସମୟ ହେଉଛି ଲଞ୍ଚ୍ ଟାଇମ୍।ସକାଳେ […]
ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ନିଆଁ ବର୍ଷୁଛି। ପାରଦ ୪୫ ଡିଗ୍ରୀ ସେଲସିୟସ୍ ଡେଇଁଛି, ଝାରସୁଗୁଡ଼ା (୪୫.୪ ଡିଗ୍ରୀ) ପାଲଟିଛି ଦେଶର ଦ୍ୱିତୀୟ ଉତ୍ତପ୍ତ ସହର । ୧୪ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି । ସେଥିରୁ ୧୧ଟି ସହରରେ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ଥିଲା । କାଳବୈଶାଖୀ ପ୍ରଭାବ ହ୍ରାସ ପାଇବା ପରେ ରାଜ୍ୟକୁ ପୁଣି ଫେରିଛି ତାତି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ପାରଦ ଉପର ମୁହାଁ ରହିଛି […]
