author

ଆଜିର ରାଶିଫଳ(୨୧ ଏପ୍ରିଲ, ୨୦୨୫)

ମେଷ : ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ। ବୃଷ : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା […]

ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ନୂତନ ଅଧିକାର ମିତ୍ରଙ୍କୁ ନେଇ ତାଲିମ୍ ଶିବିର

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନ୍‌ସେବା ପ୍ରାଧିକରଣ ଅଧ୍ଯକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ଜିଲ୍ଲା କୋର୍ଟ ପରିସର ସମ୍ମିଳନୀ କକ୍ଷରେ ନୂତନ ଭାବେ ନିଯୁକ୍ତ ହୋଇଥ‌ିବା ଅଧିକାର ମିତ୍ରମାନଙ୍କୁ ନେଇ ଏକ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଏଡିଜେ କମ୍ ସ୍ପେଶିଆଲ କୋର୍ଟ ପୋକ୍‌ସୋ ମାନସ କୁମାର ପଣ୍ଡା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବା ବେଳେ ସ୍ବାଗତ ଭାଷଣ ଦେଇଥିଲେ ସଚିବ ଅଞ୍ଜଳି ମଛଖଣ୍ଡ । ଶ୍ରୀମତୀ ମଛଖଣ୍ଡ […]

ମଇ୨୦ ସାଧାରଣ ଧର୍ମଘଟ ପାଇଁ ନୟାଗଡ଼ରେ ଟ୍ରେଡୟୁନିଅନ କନଭେନସନ୍

ନୟାଗଡ଼,(ଓଡ଼ିଶା ଦର୍ପଣ):କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ମଇ୨୦ ସାଧାରଣ ଧର୍ମଘଟକୁ ସଫଳ କରିବାପାଇଁ ଏପ୍ରିଲ ୨୦ରେ ନୟାଗଡ଼ ଶିକ୍ଷକ ଭବନ ଠାରେ ସିଆଇଟିୟୁର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଶ୍ରମିକ ସଂଗଠନର ପ୍ରତିନିଧି ମାନେ ମିଳିତ ହୋଇ ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରିଥିଲେ ! କେନ୍ଦ୍ର ସରକାର ଯେଭଳିଭାବେ ଶ୍ରମିକ ଆଇନକୁ ବାତିଲ କରି ଶ୍ରମିକ ବିରୋଧୀ ଶ୍ରମକୋଡ୍ ପ୍ରଚଳନ କରୁଛନ୍ତି, ଘରୋଇକରଣ ଓ ଠିକାକରଣକୁ ବ୍ୟାପକ କରି ଶ୍ରମକ୍ଷେତ୍ରକୁ କର୍ପୋରେଟ […]

ରେଳ ଷ୍ଟେସନ ସଫେଇ ଏବଂ ଆବର୍ଜନା ପୋଡ଼ି

ନୟାଗଡ଼,(ଓଡ଼ିଶା ଦର୍ପଣ): ପରିବେଶକୁ ସ୍ୱଚ୍ଛ,ସୁନ୍ଦର ଓ ପରିଷ୍କାର ରଖିବା ଲକ୍ଷ୍ୟ ନେଇ ନୟାଗଡ଼ ଜିଲ୍ଲାର ଅଗ୍ରଣୀ ନାଗରିକ ଅନୁଷ୍ଠାନ ‘ନୟାଗଡ଼ ନାଗରିକ ମଞ୍ଚ’ ପକ୍ଷରୁ  ନୟାଗଡ଼ ଟାଉନ ରେଳ ଷ୍ଟେସନ ଏବଂ ଏହାର ପରିସରକୁ ସଫେଇ କରାଯିବା ସହିତ ସଂଗୃହିତ ଆବର୍ଜନା ଗୁଡ଼ିକରେ ଅଗ୍ନି ସଂଯୋଗ କରି ନଷ୍ଟ କରାଯାଇଛି । ରେଳ ଷ୍ଟେସନ ପରିସର ତଥା ରେଳ ଧାରଣାରେ ମଧ୍ୟରେ ପଡ଼ିଥିବା ପ୍ଲାଷ୍ଟିକ ପାଣି ବୋତଲ,ପାଉଚ, ଜରି,କାଗଜ ଟୁକୁରା ତଥା ବିଭିନ୍ନ ଆବର୍ଜନା ଗୁଡ଼ିକୁ ଡଷ୍ଟବିନ […]

ଆଜିର ରାଶିଫଳ(୨୦ ଏପ୍ରିଲ, ୨୦୨୫)

ମେଷବାଣିଜ୍ୟ, ବ୍ୟବସାୟ ରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ । ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ । ହୃତଧନ ଫେରିପାଇବେ । ଆୟ ଅପେକ୍ଷା ବ୍ୟୟ କମ୍‌ ରହିବ । ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ । ବୃଷ ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । […]

ପୁଣି ମାଓଡମ୍ପ ଉଦ୍ଧାର କଲେ ଯବାନ୍‌

ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ଜଂଗଲରୁ ସୁରକ୍ଷାକର୍ମୀ ମାଓ ଡମ୍ପକୁ ଉଦ୍ଧାର କରିଛନ୍ତି। ଜିଲ୍ଲାର ମର୍କରାଜଗୁଡା ନିକଟସ୍ଥ ଜଙ୍ଗଲରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏକ ନକ୍ସଲଙ୍କର ଏକ ବଡ ବଙ୍କରକୁ ଉଦ୍ଧାର କରିଥିଲେ। ମାଟି ତଳେ ଦୁଇଟି ବନ୍ଧୁକ ଓ ବହୁ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖିଥିଲେ ମାଓବାଦୀ । ଯବାନଙ୍କୁ ଟାର୍ଗେଟ କରିବାକୁ ଲୁଚାଇ ରଖିଥିଲେ । ଗୁଇନ୍ଦା ସୂଚନା ଆଧାରରେ ମାଓ ଡମ୍ପ ଠାବ କରିଥିଲେ ବିଏସଏଫ ଯବାନ ।ସେହିପରି […]

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ପେନର ରାଷ୍ଟ୍ରଦୂତ

ଆଜି ଲୋକସେବା ଭବନ ଠାରେ ଭାରତରେ ଅବସ୍ଥାପିତ ସ୍ପେନର ରାଷ୍ଟ୍ରଦୂତ ଜୁଆନ୍ ଆଣ୍ଟୋନିଓ ମାର୍ଚ ପୁଜୋଲ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ବାଣିଜ୍ୟ, ଶିଳ୍ପ ଓ ସାଂସ୍କୃତିକ ସମ୍ପର୍କ ସୁଦୃଢ କରିବା ଉପରେ ଦେଇଛନ୍ତି ଗୁରୁତ୍ୱ ଆରୋପ।ସ୍ପେନର ରାଷ୍ଟ୍ରଦୂତ କହିଥିଲେ ଯେ, ରିନିୱେବଲ୍ ଏନର୍ଜି, ମେଟାଲର୍ଜି, ବୟନଶିଳ୍ପ ଏବଂ ଅଟୋମୋବାଇଲ ଭଳି ପ୍ରମୁଖ କ୍ଷେତ୍ରରେ ଓଡିଶା ଓ ସ୍ପେନ ମଧ୍ୟରେ ଅଧିକ ସହଯୋଗ ହୋଇପାରିବ । ଆଲୋଚନାରୁ ଜଣା ଯାଇଛି ଯେ, […]

ମାଦକ ଦ୍ରବ୍ୟ ସହିତ ମୋବାଇଲକୁ ନିଶାମୁକ୍ତ ଭାବେ ପାଳିଲେ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ

ନୟାଗଡ଼, (ଓଡିଶା ଦର୍ପଣ): ଶନିବାର ଭଳି ଆଜିର ଦିନକୁ କିଛି ନିଆର ଢଙ୍ଗରେ ପାଳିବା ପାଇଁ ନୟାଗଡ଼ ଜିଲ୍ଲା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ସହଯୋଗରେ ଓଡ଼ଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କ ର ଛାତ୍ର ଛାତ୍ରୀମାନେ ମାଦକ ଦ୍ରବ୍ୟ ସହିତ ମୋବାଇଲକୁ ନିଶାମୁକ୍ତ ଭାବେ ପାଳନ କଲେ। ନୟାଗଡ଼ ଜିଲ୍ଲା ଓ ରୋହିବାଙ୍କ ଶାଖା ତରଫରୁ  ବ୍ରହ୍ମା କୁମାରୀ କଳ୍ପନା ଭଉଣୀ, ମିନି ଭଉଣୀ, ଶାନ୍ତି ଭଉଣୀ, ବ୍ରହ୍ମା କୁମାର […]

ଆୟୁଷ୍ମାନ କାର୍ଡର କାର୍ଯ୍ୟକାରିତା ବାଧକ ସାଜିଛି ସଫ୍ଟଓ୍ୱେର ଇସ୍ୟୁ

ଏବେ ରାଜ୍ୟରେ ନୂଆ କରି ଲାଗୁ ହୋଇଛି ଆୟୁଷ୍ମାନ କାର୍ଡ। ଆଉ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା। ହେଲେ ଏବେ ଏହି କାର୍ଡର କାର୍ଯ୍ୟକାରିତା ବେଳେ ସଫ୍ଟଓ୍ୱେର ସମସ୍ୟା ଦେଖିବାକୁ ମିଳିଛି।ହେଲ୍‌ଥ କେୟାର ପ୍ରୋଭାଇଡର୍ସ ରାଜ୍ୟ ସମ୍ପାଦକ ନିଲାଞ୍ଜନା ମୁଖାର୍ଜୀ ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଟିପି ଜେନେରେଟ ଟାଇମ ଆଉଟ ସମୟ ୧୦ ମିନିଟକୁ କମିଛି। ପରିବାରର ପ୍ରତି ହିତାଧିକାରୀଙ୍କ କାର୍ଡ ଅଲଗା ରହିଛି। […]

ଯାଜପୁରରେ ବେଆଇନ ସେବାଶ୍ରମ ଉପରେ ପ୍ରଶାସନ ଓ ପୁଲିସ ଚଢ଼ାଉ କରିଛି।

ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅଳୁକୁଣ୍ଡରେ ବିନା ପଞ୍ଜିକରଣରେ ବେଆଇନ ଭାବେ ଚାଲିଥିବା ବଳଦେବଜୀୟୁ ସେବା ଆଶ୍ରମରୁ ପିଲାଙ୍କୁ ଉଦ୍ଧାର କଲା ଶିଶୁ ସୁରକ୍ଷା ବିଭାଗ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏସଡିପିଓ, ଶିଶୁ ସୁରକ୍ଷା ଅଧିକାରୀଙ୍କ ସହାୟତାରେ ୪ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି।ସେବାଶ୍ରମ ଉପରେ ପ୍ରଶାସନ ଓ ପୁଲିସର ଚଢ଼ାଉ |ବିଞ୍ଝାରପୁରର ଅଳକୁଣ୍ଡସ୍ଥିତ ସେବାଶ୍ରମର ୨୦୨୩ରୁ ସରିଛି ପଞ୍ଜିକରଣ । ୨୦୨୩ ମସିହାରୁ ଏହି ସେବାଶ୍ରମର ପଞ୍ଜିକରଣ ଅବଧି ସରିଥିବା ବେଳେ ବେଆଇନ ଭାବେ ପୁଅଝିଅଙ୍କୁ ରଖିଥିବାର […]

ଲାଞ୍ଚ ନେଇ ଧରାପଡ଼ିଲେ ସମ୍ବଲପୁର ଜିଲା ମାନେଶ୍ବର ଅତିରିକ୍ତ ତହସିଲଦାର।

ଲାଞ୍ଚ ନେଇ ଧରାପଡ଼ିଲେ ସମ୍ବଲପୁର ଜିଲା ମାନେଶ୍ବର ଅତିରିକ୍ତ ତହସିଲଦାର। ମାନେଶ୍ବର ଅତିରିକ୍ତ ତହସିଲଦାର ଭୁବନାନନ୍ଦ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି। ଜମିର କିସମ ପରିବର୍ତ୍ତନ ପାଇଁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଛି ଭିଜିଲାନ୍ସ । ଚାଷ ଜମିକୁ ଘରବାଡି କିସମରେ ପରିବର୍ତ୍ତନ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଜମି ମାଲିକ ୬ ହଜାର ଟଙ୍କା ଦେବା ସମୟରେ ଭିଜିଲାନ୍ସ ମାଡି ବସିଛି । ତାଙ୍କ ନିକଟରୁ […]

ପୁଣି ଥରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଅଞ୍ଚଳରେ ଘଟଣା ଘଟିଛି । ପୁଣି ଥରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଜଣା ପଡିଛି । ଘଟଣା ଜଣାପଡିବା ପରେ ଆଜି ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହଯୋଗରେ ରାୟଗଡା ଶିଶୁ କଲ୍ୟାଣ କମିଟି ନିକଟରେ ନାବାଳିକାକୁ ହାଜର କରାଯାଇଛି। ଆଉ ଯାହା ଦ୍ୱାରା ନାବାଳିକା ଷଷ୍ଠ ଶ୍ରେଣୀ ଛାତ୍ରୀ ଜଣକ ଗର୍ଭବତୀ ହୋଇଛନ୍ତି ସେ ପିଲାବି ନାବାଳକ। ଆଉ ସେହି ନାବାଳକ ଅଭିଯୁକ୍ତକୁ ଧରିଛି CWC। ଅଭିଯୁକ୍ତ […]