author

ନାଟ୍ୟରଥି ଗୋବିନ୍ଦ ଶୂରଦେଓଙ୍କ ୧୪୧ତମ ଜୟନ୍ତୀ ପାଳିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ଓଡ଼ିଶାର ଅନ୍ୟତମ ବରପୁତ୍ର, ବହୁମୁଖୀ ପ୍ରତିଭା,ମହାନ ନାଟ୍ୟକାର ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ନାଟ୍ୟରଥି ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ୧୪୧ତମ ଜନ୍ମ ଜୟନ୍ତୀ ‘ମୈତ୍ରୀ ଯୁବ ସଂସଦ’, ‘ନାଟ୍ୟଧାରା ‘ ଏବଂ ‘ସଙ୍ଗୀତଧାରା’ର ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଜି ପ୍ରତ୍ୟୁଷରେ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ନାଟ୍ୟରଥିଙ୍କ ପ୍ରତିମୂର୍ତ୍ତିରେ ଧୂପ, ପୁଷ୍ପ ଏବଂ ମାଲ୍ୟାର୍ପଣ କରାଯିବା ସହିତ ସ୍ବର୍ଗତ ନାଟ୍ୟରଥିଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା […]

ବିଜାପୁର ଏନ୍‌କାଉଣ୍ଟରରେ ୨ ନକ୍ସଲ ନିପାତ

ଛତିଶଗଡ଼ର ବିଜାପୁରରେ ଏନ୍‌କାଉଣ୍ଟର । CRPF ଓ ନକ୍ସଲ ମଧ୍ୟରେ ଏନକାଉଣ୍ଟରରେ ଦୁଇ ନକ୍ସଲ ନିହତ ହୋଇଛନ୍ତି । ଦାନ୍ତେୱାଡା-ବିଜାପୁର ସୀମାନଙ୍କ ଇନ୍ଦ୍ରାବତୀ ଜଙ୍ଗଲରେ ଏନକାଉଣ୍ଟର ହୋଇଥିବା ସୂଚନା । ଘଟଣାସ୍ଥଳରେ ଗୁଳି ବିନିମୟ ଜାରି ।ଆହୁରି ମାଓବାଦୀ ନିହତ ହୋଇଥିବା ସନ୍ଦେହ କରାଯାଉଛି । ଅତ୍ୟାଧୁନିକ ହତିଆର ସାଗ୍ରୀ ସାଙ୍ଗକୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ସୂଚନା ।

ଦେଓମାଳିରେ ରାତି କାଟିବା ମନା,ପରିବେଶ ସ୍ବଚ୍ଛ ରଖିବା ପାଇଁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ।

‘ଦେଓମାଳି’ ରେ କଟକଣା ଲାଗୁ କଲା କେରାପୁଟ ଜିଲ୍ଲା ପ୍ରଶାସନ । ପ୍ରାକୃତିକ ପରିବେଶକୁ ସ୍ବଚ୍ଛ ରଖିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି । ଓଡ଼ିଶାର ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଦେଓମାଳିରେ ରାତି ୮ରୁ ଭୋର ୫ଟା ଯାଏଁ ପର୍ଯ୍ୟଟକଙ୍କ ଗତିବିଧି ଉପରେ କଟକଣା ଲାଗୁ କରାଯାଇଛି।ଏହାପୂର୍ବରୁ ସିନେ ନିର୍ମାତା ରାଜାମୌଲି ଦେଓମାଳିରେ ସୁଟିଂ ସମୟରେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପ୍ରଂଶସା କରିଥିଲେ । ଏହାସହ ପର୍ଯ୍ୟଟକ ମାନେ ଏହି ମନୋରମ ପର୍ଯ୍ୟଟନସ୍ଥଳୀକୁ କିଭଳି ପ୍ରଦୂଷିତ କରୁଛନ୍ତି ତାହାର […]

ମାଟ୍ରିକ୍‌ ଆଡମିଟ୍‌ କାର୍ଡରେ ଭୁଲ ଥିଲେ କରିପାରିବେ ସଂଶୋଧନ

୨୦୨୫ରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଆଡମିଟ୍ କାର୍ଡରେ ଯଦି କୌଣସି ତ୍ରୁଟି ରହି ଯାଇଛି ତେବେ ତୁରନ୍ତ ସଂଶୋଧନ କରିବାର ସୁଯୋଗ ରହିଛି ।୧୭ରୁ ୨୫ ତାରିଖ ଚାଲିବ ସଂଶୋଧନ ପ୍ରକ୍ରିୟା।ସ୍କୁଲ୍‌ କର୍ତ୍ତୃପକ୍ଷ ନିଜ ନିଜ ଛାତ୍ରଛାତ୍ରୀଙ୍କ ଆଡମିଟ୍‌ କାର୍ଡରେ ଆବଶ୍ୟକ ସଂଶୋଧନ ପାଇଁ ଆସନ୍ତା ୧୭ ତାରିଖରୁ ୨୫ ତାରିଖ ମଧ୍ୟରେ ରିପୋର୍ଟ ପ୍ରଦାନ କରିପାରିବେ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ମାଟ୍ରିକ ପରୀକ୍ଷା ପୂର୍ବରୁ ଆଡମିଟ୍‌ କାର୍ଡ ସଂଶୋଧନ ପାଇଁ ସୁଯୋଗ […]

ରେକର୍ଡ ବ୍ରେକ କରୁଛି ସୁନା ଦର | ଏପ୍ରିଲରେ ୧ ଲକ୍ଷ ଛୁଇଁବ

ଖରାପ ହେବାରେ ଲାଗିଛି ଆମେରିକା ଓ ଚୀନ୍ ମଧ୍ୟରେ ବିବାଦ । ଆଉ ଟାରିଫ୍ ଓ୍ୱାରକୁ ନେଇ ବିଶ୍ୱରେ ବି ଉତ୍ତେଜନା ଦେଖିବାକୁ ମିଳିଛି । ଖାସ୍‌ କରି ସୁନା ଉପରେ ପଡିଛି ପ୍ରଭାବ ।ବିଶେଷଜ୍ଞଙ୍କ ମତରେ, ଆଗାମୀ ଦିନରେ ସୁନାର ମୂଲ୍ୟ ଆହୁରି ବୃଦ୍ଧି ପାଇପାରେ। ଏହାର ଅର୍ଥ ହେଉଛି ଯେ ଖବ୍‌ଶୀଘ୍ର ଦିଲ୍ଲୀରେ ସୁନାର ମୂଲ୍ୟ ୧ ଲକ୍ଷ ଟଙ୍କାରେ ପହଞ୍ଚିପାରେ। ଅପରପକ୍ଷେ ଦେଶର ଫ୍ୟୁଚର୍ସ ବଜାରରେ ମଧ୍ୟ ସୁନା ମୂଲ୍ୟରେ ବୃଦ୍ଧି ଦେଖାଯାଉଛି। […]

ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି କିନ୍ନର ଅର୍ଚ୍ଚିତା ବିଷୋୟୀ ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଫାଶୀଗୁଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ଘର ଭିତରୁ କିନ୍ନର ଦଣ୍ଡନାଚୁଆର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ଅର୍ଚ୍ଚିତା ବିଷୋୟୀ । ସେ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି |ସୂଚନା ଥାଉକି, ଶୁକ୍ରବାର ରାତିରେ ଫାଶୀଗୁଡା ଗାଁରେ ଚାଲିଥିବା ଦଣ୍ଡନାଚରେ ସେ ଅଭିନୟ କରିଥିଲେ । ରାତିରେ ଫାଶୀଗୁଡା ଗାଁରେ ଏକ ଘରେ ବିଶ୍ରାମ ନେଇଥିଲେ । […]

ଖୁବଶୀଘ୍ର ପୁରୀରୁ କୋଣାର୍କକୁ ରେଳ ଚଳାଚଳ କରିବ।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ସନ୍ଧ୍ୟାରେ ପୁରୀ ରେଳ ଷ୍ଟେସନରେ ଚାଲୁରହିଥିବା ପୁନର୍ବିକାଶ କାର୍ଯ୍ୟର ନିରୀକ୍ଷଣ କରିଛନ୍ତି । ଅମୃତ ଷ୍ଟେସନ ଯୋଜନା ଅଧୀନରେ ସମଗ୍ର ଓଡ଼ିଶାରେ ପ୍ରମୁଖ ରେଳ ଭିତ୍ତିଭୂମିକୁ ଆଧୁନିକୀକରଣ କରିବା ପାଇଁ ଭାରତୀୟ ରେଳର ପ୍ରତିବଦ୍ଧତାର ଏକ ଅଂଶ ଭାବେ ପୁରୀ ରେଳ ଷ୍ଟେସନର ପୁନର୍ବିକାଶର କାର୍ଯ୍ୟ ଅନ୍ତର୍ଭୁକ୍ତ । ତେବେ ଖୁବଶୀଘ୍ର ପୁରୀରୁ କୋଣାର୍କକୁ ରେଳ ଚଳାଚଳ କରିବ। ଏଥିପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଆସନ୍ତା ୧୨ […]

ଝାରସୁଗୁଡ଼ାରେ ଦୁଇ ଦୁଷ୍କର୍ମ ଅଭିଯୁକ୍ତ ପୁଲିସ ଗୁଳିରେ ଆହତ

ଝାରସୁଗୁଡ଼ାରେ ଦୁଇ ଅପରାଧୀଙ୍କୁ ପୋଲିସ ବେଲପାହାଡ଼-ଝାରସୁଗୁଡ଼ା ରାସ୍ତାରେ ଏନ୍‌କାଉଣ୍ଟର କରିଛି । ଯେଉଁଥିରେ ଦୁଇ ଅପରାଧୀଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । । ଦୁଇ ଅଭିଯୁକ୍ତ ହେଲେ ଶେଖ ଆସିଫ ଓ ଅଭିଷେକ ବାରିକ । ସେମାନଙ୍କୁ ଧରିବା ପାଇଁ ଯାଇଥିବା ବେଳେ ପୋଲିସ ଉପରକୁ ଏମାନେ ଆକ୍ରମଣ କରିଥିଲେ। ପୋଲିସର ପାଲଟା ଗୁଳିରେ ଦୁଇ ଅଭିଯୁକ୍ତ ଆହତ ହୋଇଛନ୍ତି । ଉଭୟଙ୍କୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି […]

ଓଏଏସ୍ ଅଧିକାରୀଙ୍କର ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି 

ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ୩୦ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀ(ଏସ୍‌ଏଜି)ଙ୍କୁ ସ୍ବତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେଥିମଧ୍ୟରୁ ୨୮ଜଣ ଅଧିକାରୀଙ୍କୁ ନିଜ ସ୍ଥାନରେ ପୁନଃ ଅବସ୍ଥାପିତ କରାଯାଇଥିବା ବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ସନ୍ତୋଷ କୁମାର ନାୟକଙ୍କୁ ପଦୋନ୍ନତି ପରେ ମାର୍କଫେଡ୍‌ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ସେହିପରି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ରଙ୍କୁ ପଦୋନ୍ନତି ପରେ ଶିଳ୍ପ ବିଭାଗ ସ୍ବତନ୍ତ୍ର ସଚିବ […]

ଭିଜିଲାନ୍ସ ପଞ୍ଝାରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ଧରିଲା ଭିଜିଲାନ୍ସ। କାର୍‌‌ରେ ଟଙ୍କା ନେଇ ଯିବାବେଳେ ଗୋବିନ୍ଦପାଲିଠାରେ ଧରିଛି ଭିଜିଲାନ୍ସ ଟିମ୍ । ତାଙ୍କ ନିକଟରୁ ନଗଦ ୫.୦୭ ଲକ୍ଷ ଟଙ୍କା ମିଳିଥିଲା।ଏନେଇ ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏହା ପରେ ଭିଜିଲାନ୍ସ ଟିମ୍ ଯନ୍ତ୍ରୀଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଥିଲା। ଚଢାଉ ବେଳେ ପବିତ୍ର ମୋହନଙ୍କ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର, ଡମଣା ସ୍କୋୟାର, ନନ୍ଦଦେବୀ ଆପାର୍ଟମେଣ୍ଟରୁ ୧୩ ଲକ୍ଷ ୫୦ ହଜାର ଟଙ୍କା […]

ରଥଯାତ୍ରା ପୂର୍ବରୁ ସରିବ ରତ୍ନଭଣ୍ଡାର କାର୍ଯ୍ୟ

ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ମରାମତି କାମ ପ୍ରାୟ ସରିଛି । ସେହିପରି ବାହାର ରତ୍ନଭଣ୍ଡାର ମରାମତି କାମ ବି ପ୍ରାୟ ସରିବା ଉପରେ । ମହାପ୍ରଭୁଙ୍କ ଆଗାମୀ ରଥଯାତ୍ରା ପୂର୍ବରୁ ଏଏସଆଇ ରତ୍ନଭଣ୍ଡାର ମରାମତି କାମ ଶେଷ କରିବ ବୋଲି ଆଶା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ଭିତର ରତ୍ନ ଭଣ୍ଡାର ମରାମତି କାମ ପ୍ରାୟ ସରିଆସିଲାଣି। କେବଳ ଚଟାଣ ନବୀକରଣ ବାକି ରହିଛି। ମହାପ୍ରଭୁଙ୍କ ଇଚ୍ଛା ଅନୁସାରେ ସବୁ […]

ଦାଦାର କଟାମୁଣ୍ଡ ଧରି ଫାଣ୍ଡିରେ ପୁତୁରାର ଆତ୍ମସମର୍ପଣ ।

କେନ୍ଦୁଝର ଜିଲ୍ଲା ସଦର ଥାନା ତଲକଇଁସାରି ଗାଁରେ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁତୁରାର ଟାଙ୍ଗିଆ ଚୋଟରେ ଗଲା କକାର ଜୀବନ । ହତ୍ୟା ପରେ କଟା ମୁଣ୍ଡକୁ ଧରି ଶୁଆକାଟି ଫାଣ୍ଡିରେ ପହଞ୍ଚିଲା ପୁତୁରା । ପୋଲିସ ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଛି । ସୂଚନାମୁତାବକ ଜମି ବାଡ଼ି ବିବାଦ ନେଇ ଉଭୟ ପରିବାର ମଧ୍ୟରେ ଦୀର୍ଘଦିନ ଧରି କଳହ ଲାଗିରହିଥିଲା । ଆଜି ସକାଳେ ପୁଣି ଜମିବାଡ଼ି ବିବାଦ ନେଇ […]