author

ଆଜିର ରାଶିଫଳ(୧୨ ଏପ୍ରିଲ, ୨୦୨୫)

ମେଷ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ବୃଷ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ମିଥୁନ: […]

ଆୟୁଷ୍ମାନ ଭାରତରେ ମାତ୍ର ୩ କୋଟି ୫୧ ଲକ୍ଷ ହିତାଧିକାରୀ ସାମିଲ ହେବା ଦୁର୍ଭାଗ୍ୟଜନକ ।

ରାଜ୍ୟରେ ଲାଗୁ ହୋଇଛି ଆୟୁଷ୍ମାନ ଭାରତ ଯୋଜନା। ମଙ୍ଗଳବାର କଟକରୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା।ତେବେ ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି। ଏହି ଯୋଜନାକୁ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି। ମଙ୍ଗଳବାର ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ଼ ସାମନ୍ତସିଂହାର ରଥଯାତ୍ରା ପୂର୍ବରୁ ସାଢେ […]

ଆୟୁଷ୍ମାନ ଭାରତ ଯୋଜନା ଶୁଭାରମ୍ଭକୁ ଯିବା ବେଳେ ଦୁର୍ଘଟଣା

ଆୟୁଷ୍ମାନ ଯୋଜନା କାର୍ଯ୍ୟକ୍ରମକୁ ଯିବା ବେଳେ ଦୁର୍ଘଟଣା । ଆଠଗଡ-ମୁଣ୍ଡଳୀ ରାସ୍ତାର ଛତାବର ଛକରେ ବସକୁ ଧକ୍କା ଦେଲା ଟ୍ରକ୍ । ଫଳରେ ବସରେ ଥିବା ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ପୋଲିସ ଏବଂ ଅଗ୍ନିଶମ ସେବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ଆହତମାନେ ସମସରପୁର ପଞ୍ଚାୟତର ବୋଲି ଜଣାପଡିଛି। ସେମାନଙ୍କୁ ଚିକିତ୍ସା ପାଇଁ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଥିବା ବେଳେ ୧୦ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।ଆଜିଠାରୁ […]

ପାରାଦୀପରେ ମାଛଧରା ବୋଟରୁ ଗୁଆ ଜବତ

ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ପକ୍ଷରୁ ପାରାଦୀପ ସମୁଦ୍ରରୁ ବିପୁଳ ପରିମାଣର ଗୁଆ ଜବତ କରାଯାଇଛି।। ବୋଟ୍‌କୁ ଭାରତୀୟ ଜଳ ସୀମାର ପଶ୍ଚିମବଙ୍ଗ ଓ ବାଙ୍ଗାଦେଶ ବର୍ଡର ନିକଟରୁ ଜବତ କରିଛି କୋଷ୍ଟଗାର୍ଡ । ବୋଟ୍‌ର ନାମ ମା’ ବାସନ୍ତୀ ହୋଇଥିବା ବେଳେ, ବୋଟ୍‌ରେ ଅଛନ୍ତି ୧୪ ଜଣ ବ୍ୟକ୍ତି । ତଲାସୀ ସମୟରେ ଜାହାଜରୁ ପ୍ରାୟ ୪୫୦ ବସ୍ତା ଗୁଆ ମିଳିଥିଲା। ପ୍ରତ୍ୟେକ ବସ୍ତାର ଓଜନ ପ୍ରାୟ ୫୦-୬୦ କିଲୋଗ୍ରାମ ଥିଲା ବେଳେ ମୋଟ ଓଜନ […]

କୁମ୍ଭୀର ମାଛ ଖାଇଯାଇଥିବାରୁ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଅଂଚଳବାସୀ ।

ପୋଖରୀରୁ ଉଦ୍ଧାର ହେଲା ୧୦ ଫୁଟର ବଉଳା କୁମ୍ଭୀର । ଖାଇଗଲା ଲକ୍ଷାଧିକ ଟଙ୍କାର ମାଛ । କୁମ୍ଭୀର ଧରିବାକୁ ଆସି ନାକେଦମ ହେଲେ ବନ କର୍ମଚାରୀ । ଏକାଧିକ ଥର ଉଦ୍ୟମ ପରେ ସ୍ବତନ୍ତ୍ର ଟିମ୍‌ ଏହି କୁମ୍ଭୀରକୁ ଉଦ୍ଧାର କରିଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ପେଣ୍ଠ ଗାଁରେ ଥିବା ପୋଖରୀରୁ ଦୀର୍ଘ ଦିନ ହେବ ଏହି କୁମ୍ଭୀର ଟି ମାଛ ଖାଇବାପାଇଁ ପଶିଥିଲା ।ଅନ୍ୟପଟେ କୁମ୍ଭୀରଟି ପୋଖରୀ ମଧ୍ୟରେ ପଶି ପୋଖରୀରୁ […]

ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାରର ଭାୟାବହତା ପ୍ରତି ସଚେତନତା

ନୟାଗଡ଼, (ଓଡ଼ିଶା ଦର୍ପଣ):ଦିନକୁ ଦିନ ପଲିଥିନ ଓ ପ୍ଲାଷ୍ଟିକ ଜାତ ଦ୍ରବ୍ଯର ବ୍ୟବହାର ଏ ମଣିଷ ଏତେ ମାତ୍ରାରେ ବୃଦ୍ଧି କରି ଚାଲିଛି ଯେ ନିଜର ଓ ନିଜର ପରବର୍ତ୍ତୀ ପିଢ଼ିର କ୍ଷତିର ଭୟାବହତା ନିଜେ ଜାଣି ମଧ୍ୟ ଭୁଲ ପରେ ଭୁଲ କରିଚାଲିଛି। ଏ ପଲିଥିନ ଓ ପ୍ଲାଷ୍ଟିକ କ୍ୟାନ୍ସର ରୋଗ ବୃଦ୍ଧି ସହିତ ଭୂତଳ ଜଳସ୍ତର ହ୍ରାସର କାରଣ ହେଉଛି ସେଥିପ୍ରତି ତିଳେ ମାତ୍ର ମନୁଷ୍ୟ ଦୃଷ୍ଟି ନିକ୍ଷେପ କରିପାରୁନାହିଁ। ଖାଲି ସେତିକି ନୁହେଁ […]

ରାୟଗଡ଼ ଜିଲ୍ଲାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ

ରାୟଗଡ଼, ୧୧.୦୪.୨୦୨୫- ଆଜି ରାୟଗଡ଼ ଜିଲ୍ଲାର ମୋଟ ୩୯ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନା ର ଶୁଭାରମ୍ଭ ହୋଇଯାଇଛି | ଆନୁଷ୍ଠାନିକ ଭାବେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା- ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନା ର ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ କଟକର ବାଲିଯାତ୍ରା ପଡିଆରେ ମାନ୍ୟବର କେନ୍ଦ୍ର […]

ଚକୋଲେଟ୍ ଭାବି ମୂଷା ମରା ଔଷଧ ଖାଇଦେଲେ ଅଙ୍ଗନବାଡି ପିଲା

ପୁଣି ଅଙ୍ଗନବାଡ଼ି କେନ୍ଦ୍ରରୁ ଆସିଲା ଅଭାବବନୀୟ ଘଟଣା। ମୂଷା ମରା ଔଷଧ ଖାଇଦେଲେ ଅଙ୍ଗନବାଡ଼ିର ଛୋଟ ଛୋଟ ପିଲା। ଏହି ମୂଷା ମରା ଔଷଧ ଖାଇ ଅଙ୍ଗନବାଡିର ପାଖାପାଖି ୬ ଜଣ ପିଲା ଅସୁସ୍ଥ ହୋଇ ପଡିଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଡାକ୍ତରଖାନାର ଶିଶୁ ୱାର୍ଡରେ ଶିଶୁମାନଙ୍କର ଚିକିତ୍ସା ଚାଲିଥିବା ବେଳେ ସେମାନେ ବିପଦମୁକ୍ତ ରହିଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି । ଏହି ଶିଶୁ ମାନଙ୍କ ମଧ୍ୟରେ ୨ ଜଣ ବାଳକ ଓ ୪ ଜଣ […]

ଯୁନିଫାଏଡ ଅଟୋମେସନ ବ୍ୟବସ୍ଥାକୁ ବିରୋଧ, ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ନୟାଗଡ଼,(ଓଡ଼ିଶା ଦର୍ପଣ): ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଯୁନିଫାଏଡ ଅଟୋମେସନ ବ୍ୟବସ୍ଥାକୁ ବିରୋଧ କରି ନୟାଗଡ଼ ଜିଲ୍ଲା ମିଳିତ  ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ଶିକ୍ଷମନ୍ତ୍ରୀ ଏବଂ ଗଣଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ନରେ  ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ, ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ(ପିଷ୍ଟା),ଆଲୋଷ୍ଟା, ଏକ୍ସ କ୍ୟାଡର ଶିକ୍ଷକ ସଂଘ ଆଦି ପକ୍ଷରୁ ଶିକ୍ଷକ ମାନେ ଜିଲ୍ଲା […]

ମାଲିକ ସଂଘ ଯାହା ନିଷ୍ପତି ନେବ ମାନି ନେବି।ମାଲିକଙ୍କୁ ଅଗ୍ରମୀ ଟଙ୍କା ଫେରାଇଲି- ପୀୟୂଷ

ଅପେରା ସୂର୍ଯ୍ୟ ମନ୍ଦିର ଓ ସିଂହବାହିନୀ ମାଲିକଙ୍କୁ ଅଗ୍ରୀମ ଟଙ୍କା ଫେରାଇଲେ ଅଭିନେତା ପୀୟୂଷ ତ୍ରିପାଠୀ । ଅଭିନେତା ଓ ମାଲିକଙ୍କୁ ନେଇ ଜାରି ବିବାଦ ଭିତରେ ଶୁକ୍ରବାର ଯାତ୍ରା ମାଲିକ ମହାସଂଘର ବୈଠକ ବସିଥିଲା ।ଏମିତିକି କିଛି ଦିନ ବିବାଦ ପରେ ଜଣେ ହାସ୍ୟ ଅଭିନେତାଙ୍କୁ ଯାତ୍ରା ମାଲିକ ସଂଘ ତରଫରୁ ବ୍ୟାନ କରାଯାଇଛି । ଅପରପକ୍ଷେ ଜଲିଉଡ ହାଇପେଡ ଆକ୍ଟର ପୀୟୂଷ ତ୍ରିପାଠୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଥିଲା । ତେବେ ପୀୟୂଷ […]

ଜିଲ୍ଲାରେ ୩ଜଣ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ ଯୋଗଦାନ, ଶିକ୍ଷକ ସଂଗଠନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ନୟାଗଡ଼,(ଓଡ଼ିଶା ଦର୍ପଣ): ରାଜ୍ୟ ସରକାର ନୟାଗଡ଼ ଜିଲ୍ଲାରେ ୩ଜଣ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିଯୁକ୍ତି ଦେଇଥିବା ବେଳେ ଆଜି ସେମାନେ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ସେମାନଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ ଜଣାଇଥିବା ବେଳେ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ଅନୁରୂପ ଭାବେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପ୍ରକାଶଥାଉ କି କେନ୍ଦ୍ରାପଡ଼ା ବ୍ଲକ  ଶିକ୍ଷାଧିକାରିଣୀ ଗୀତାଞ୍ଜଳି ସାହୁ, ଟାଙ୍ଗୀ ବ୍ଲକ ଶିକ୍ଷାଧିକାରିଣୀ  ବନଲତା ବେହେରା ଏବଂ ଖୋର୍ଦ୍ଧା ବ୍ଲକ ଶିକ୍ଷାଧିକାରିଣୀ ସନ୍ଧ୍ୟାରାଣୀ ରାଉତ […]

ଓଡଗାଁରେ ପାଚିକା ସହାୟିକାଙ୍କ ବିକ୍ଷୋଭ

ନୟାଗଡ଼,(ଓଡ଼ିଶା ଦର୍ପଣ):ମଧ୍ୟାହ୍ନ ଭୋଜନ ପାଚିକା ସହାୟିକାଙ୍କ ବାର ଦଫା ଦାବି ନେଇ ଓଡଗାଁ ବ୍ଲକର ଶତାଧିକ ବିଦ୍ୟାଳୟ ପାଚିକା ବ୍ଳକ ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ ଡାକରାରେ ୧୧ଏପ୍ରିଲରେ ଏକ ଶୋଭାଯାତ୍ରାରେ ବାହାରି ସି.ଆଇ.ଟି.ୟୁ.ପରିଚାଳିତ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ୟୁନିଅନର ସଦସ୍ୟା ମାନେ ଓଡଗାଁ ବଜାର ପରିକ୍ରମା କରି ଶ୍ରମିକ ନେତା ଗୋଲକବିହାରୀ ମୁଦୁଲିଙ୍କ ଅଧ୍ୟକ୍ଷତାରେ ବି.ଇ.ଓ.ଅଫିସ୍ ସମ୍ମୁଖରେ ସଭା କରି ସରକାରୀ କର୍ମଚାରୀର […]