ଦକ୍ଷିଣ ପଶ୍ଚିମ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହା ସହିତ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୭.୬ କି.ମି. ଉଚ୍ଚରେ ରହି ଦକ୍ଷିଣ-ପଶ୍ଚିମ ଆଡକୁ ବ୍ୟାପିଛି। ଏହା ଆସନ୍ତା ୨ଦିନ ମଧ୍ୟରେ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଆଡକୁ ଗତି କରିବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଓଡିଶାରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବନୁମାନ କରିଛି।ଆଜି ନୂଆପଡା, ବରଗଡ଼ […]
ମାଲକାନଗିରି ଜିଲାର ଏକ ଦୁର୍ଗମ ଅଞ୍ଚଳରେ ଗ୍ରାମାଞ୍ଚଳର ଦୁର୍ବଳ ଭିତ୍ତିଭୂମିର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି।ଗାଁ ରାସ୍ତାର ଅବସ୍ଥା ଶୋଚନୀୟ ଯୋଗୁଁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଅଧା ବାଟରେ ଅଟକି ରହିବା ପରେ ଗର୍ଭବତୀଙ୍କୁ ଭାରରେ ବୋହିଛନ୍ତି ଗ୍ରାମବାସୀ। ୧୦ କିମି ବୋହି ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।ଘଟଣାଟି ରବିବାର ଅପରାହ୍ନରେ ଖାଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡ଼ା ପଞ୍ଚାୟତର ବୋନ୍ଦାଘାଟି ଅଞ୍ଚଳରେ ଘଟିଛି। ଭୋଜଗୁଡ଼ା ଗାଁର ବାସିନ୍ଦା ସୁନାଇ […]
ଏକ କାଳୀନ ଭାବେ ତିନି ତିନୋଟି ପୁତ୍ର ସନ୍ତାନ ପ୍ରସବ କଲେ କୁଟିଆ ଜନଜାତି ବର୍ଗର ଜଣେ ମହିଳା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର କୁଟିଆ କନ୍ଧ ଅଂଚଳ ଭାବେ ପରିଗଣିତ ବେଲଘର ଅଂଚଳରୁ ଆସିଛି ଏହିପରି ଏକ ଖବର ।କୁଟିଆ ଜନଜାତିର ଜଣେ ମହିଳା ରଂଜିତା ମାଝି (୨୬), ଦେଉଗାଡ଼ା ଗ୍ରାମର କଂସ ମାଝିଙ୍କ ସ୍ତ୍ରୀ, ବେଲଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାଭାବିକ ଭାବେ ଏକକାଳୀନ ତିନିଟି ସନ୍ତାନ (ପୁତ୍ର) ପ୍ରସବ କରିଛନ୍ତି।ସୂଚନା ଅନୁଯାୟୀ, ଗତ […]
ବରିଷ୍ଠ ଭାଜପା ନେତା ମନମୋହନ ସାମଲ ପୁଣି ଥରେ ଓଡ଼ିଶା ଭାଜପାର ରାଜ୍ୟ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସର୍ବସହମତିରେ ତାଙ୍କୁ ଚତୁର୍ଥ ଥର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିର୍ବାଚିତ କରାଯାଇଛି।ଗତ ନିର୍ବାଚନରେ ବିଜେପିର ସଫଳତା, ମେଣ୍ଟକୁ ଦୃଢ଼ ବିରୋଧ ଓ ଦଳ ବିରୋଧରେ ଗ୍ରହଣୀୟତା ସହିତ ସରକାରଙ୍କ ସହ ଉତ୍ତମ ସମନ୍ୱୟ ପାଇଁ ମନମୋହନଙ୍କୁ ଦଳ ରିପିଟ୍ କରିଛି ବୋଲି କୁହାଯାଉଛି । ତୃଣମୂଳସ୍ତରର ନେତାଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି […]
ଭିଜିଲାନ୍ସ ପଞ୍ଝାରେ ମେଡିକାଲ ଅଫିସର ଡାକ୍ତର ଶିବ ପ୍ରସାଦ ସେଠୀ। ଜଗତସିଂହପୁର ଜିଲା କୁଜଙ୍ଗ ସିଏଚସିର ମେଡିକାଲ ଅଫିସର ଏବଂ ତାଙ୍କ ସହଯୋଗୀ ସୂର୍ଯ୍ୟ ନାରାୟଣ ଚୌଧୁରୀ ପୋଷ୍ଟ ମର୍ଟମ୍ ରିପୋର୍ଟ ପ୍ରଦାନ ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ସେ ଜଣେ ଅଭିଯୋଗକାରୀଙ୍କ ଠାରୁ ତାଙ୍କ ମୃତ ପତ୍ନୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଦେବା ପାଇଁ ଲାଞ୍ଚ ମାଗିଥିଲେ । ଅନ୍ୟ କୌଣସି ଉପାୟ ନପାଇ, ଅଭିଯୋଗକାରୀ […]
ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ମାମଲାରେ ସେସନ୍ସ କୋର୍ଟରେ ଖାରବେଳନଗର ଥାନା ପୁଲିସ କେସ୍ ଡାଏରୀ (ସିଡି) ଦାଖଲ କରିଛି । ମାମଲାର ପ୍ରାଥମିକ ତଦନ୍ତ ସମ୍ପର୍କିତ ସମସ୍ତ ତଥ୍ୟ ସହିତ ଏହି ସିଡିରେ ୧୦ରୁ ଅଧିକଙ୍କୁ ସାକ୍ଷୀ ରଖାଯାଇଛି । ଆସନ୍ତା ୯ ତାରିଖରେ ଜାମିନ୍ ଆବେଦନ ଶୁଣାଣି ହେବ । ଅଭିଯୁକ୍ତ ଜଗା ବର୍ତ୍ତମାନ ବିଚରାଧୀନ କଏଦୀ ଭାବେ ଝାରପଡ଼ା ସ୍ୱତନ୍ତ୍ର କାରାଗାରର ୱାର୍ଡ ନଂ ୨୯ରେ ରହୁଛନ୍ତି । ତେବେ ଜଗନ୍ନାଥ ପ୍ରଧାନଙ୍କ […]
ବର୍ଷକ ପୂର୍ବେ ଦେଶର ପ୍ରଧାନ ବିଚାରପତି ଥିବାବେଳେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ନିଜ ମନ୍ତବ୍ୟ ଏବଂ ରାୟ ପାଇଁ ଗଣମାଧ୍ୟମରେ ଚର୍ଚ୍ଚିତ ରହିଥିଲେ। ତାଙ୍କୁ ଦିଆଯାଇଥିବା ସରକାରୀ ଘର ଖାଲି କରାଇବାକୁ ସୁପ୍ରିମକୋର୍ଟ ରବିବାର କେନ୍ଦ୍ର ସରକାରଙ୍କୁ ଜଣାଇବା ପରେ ସେ ପୁଣିଥରେ ଖବର ଶିରୋନାମା ମଣ୍ଡନ କରିବା ସହ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି। ଏବେ ପୁରା ପ୍ରକରଣରେ ପୂର୍ବତନ ପ୍ରଧାନ ବିଚାରପତି ନୀରବତା ଭାଙ୍ଗିଛନ୍ତି। ସେ ଏପର୍ଯ୍ୟନ୍ତ ସରକାରୀ ଘର ଖାଲି କରି ପାରିନଥିବାର କାରଣ […]
ଆଜି ହେଉଛି ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଶେଷ ଦିନ । ନବଦିନାତ୍ମକଯାତ୍ରା ସାରି ମହାପ୍ରଭୁ ନୀଳକନ୍ଦରକୁ ବାହୁଡ଼ିବେ ।ଘୋଷଯାତ୍ରାରେ ସାଙ୍ଗରେ ନେଇନଥିବାରୁ ଅଭିମାନୀନି ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ ପରେ ରତ୍ନ ସିଂହାସନକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି । ଏହି ଅବସରରେ ସମଗ୍ର ଓଡ଼ିଶାରେ ରସଗୋଲା ଦିବସ ପାଳନ କରାଯାଉଛି, ଯାହା କେବଳ ଏକ ମିଠା ନୁହେଁ, ବରଂ ଓଡ଼ିଆ ସଂସ୍କୃତି, ଐତିହ୍ୟ ଓ ଆବେଗର ପ୍ରତୀକ। ଓଡ଼ିଶାବାସୀଙ୍କ ପାଇଁ ରସଗୋଲା ଏକ ସ୍ୱାଦିଷ୍ଟ ଖାଦ୍ୟରୁ ଅଧିକ; ଏହା […]
ରାଜ୍ୟରେ ଆଜିଠୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ବସ୍, ଟ୍ରକର ଷ୍ଟିଅରିଂ ଧରିବେନି ୨ଲକ୍ଷ ଡ୍ରାଇଭର । ରାସ୍ତାରେ ଅଟୋରିକ୍ସା, କାର ଚଳାଚଳ ବି ବନ୍ଦ ରହିବ । ସ୍ୱତନ୍ତ୍ର ଆଇନ୍ ଦାବିରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଲା ଓଡିଶା ଡ୍ରାଇଭର ମହାସଂଘ । ତେବେ ଅଟୋ ଚାଳକଙ୍କୁ ଡ୍ରାଇଭର କଲ୍ୟାଣ ସଂଘରେ ସାମିଲ କରିବା, ୬୦ ବର୍ଷ ବୟସ ପରେ ପରେ ଡ୍ରାଇଭରଙ୍କୁ ଭତ୍ତା, ୧୦୦ କିଲୋମିଟର ଅନ୍ତରରେ ପାର୍କିଂ ଓ ଶୌଚାଳୟର ବ୍ୟବସ୍ଥା, ୧ ସେପ୍ଟେମ୍ବରକୁ […]
ମେଷ ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ହାତକୁ ନେଇଥିବା ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ସୁଭଫଳ ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବା ଲୋକ ଠାରୁ ଦୂରେଇ ରୁହନ୍ତୁ ବୃଷ : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ […]
ନୟାଗଡ଼, (ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଚ୍ଚଖଣ୍ଡଙ୍କ ନିର୍ଦ୍ଦେଶରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଚିକିତ୍ସା ସୁବିଧା ପାଇବାପାଇଁ ଅସହାୟ ଅବସ୍ଥାରେ ମହିଳା ଜଣକ ପଡି ପେଟ ରେ ଯନ୍ତ୍ରଣା ଅନୁଭବ କରୁଥିବା ସମୟରେ ଉଦ୍ଧାର କରି ନୟାଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି। ପ୍ରକାଶ ଥାଉ କି, ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଗଡିଆ ସାହି ଗାଁ ପ୍ରଦିପ ନାୟକ […]
ରାୟଗଡ’ତା :– ୦୭ /୦୭/୨୦୨୫ ରିଖରେ ପୂର୍ବାହ୍ନ ୧୧.୦୦ ଘଣ୍ଟିକା ସମୟରେରେ ରାୟଗଡ ବନଖଣ୍ଡ ଅନ୍ତର୍ଗତ ରାୟଗଡ଼ ବନାଞ୍ଚଳର ବାରିଝୋଲା ଗ୍ରାମ ନିକଟସ୍ଥ ନୂତନ ହନୁମାନ ମନ୍ଦିର ପାହାଡରେ ବନଖଣ୍ଡ ସ୍ତରୀୟ ୭୬ତମ ବନ ମହୋତ୍ସବ ସପ୍ତାହ – ୨୦୨୫ ପାଳନ ହୋଇଯାଇଅଛି । ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଅପ୍ପlଲ ସ୍ଵାମୀ କାଡ୍ରାକା , ମାନ୍ୟବର ବିଧାୟକ , ରାୟଗଡ ଯୋଗଦାନ କରି ଗଛଟିଏ ମାଆଙ୍କ ନାମରେ ରୋପଣ କାର୍ଯକ୍ରମର ଶୁଭାରମ୍ଭ […]
