ରାୟଗଡ଼ା()- ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ଆଜି ଖୋଲାଯାଇଛି। ମନ୍ଦିରରେ ଥିବା ୯ ଟି ଦାନହୁଣ୍ଡି ହୁଣ୍ଡି ଖୋଲାଯାଇ ଗଣତି କରାଯାଇ। ହୁଣ୍ଡିରୁ ନଗଦ ନଗଦ ୧ କୋଟି ୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା ସହିତ ୩୮ ଗ୍ରାମ ସୁନା ଓ ୨୫୦୫ ଗ୍ରାମ ରୂପା ବାହାରିଥିବା ଜଣାପଡ଼ିଛି। ଏଥିସହିତ ବିଭିନ୍ନ ପ୍ରକାର ୫ ଟି ଦେଶର ୧୨ ଟି ବିଦେଶୀ ନୋଟ ମଧ୍ୟ ବାହାରିଛି। ବିଦେଶରେ ରହୁଥିବା […]
ରଥ ଉପରେ ଠାକୁରଙ୍କ ଅଧରପଣା ନୀତି ସମ୍ପର୍ଣ୍ଣ ହୋଇଛି । ପାର୍ଶ୍ୱ ଦେବାଦେବୀ ଓ ଅନ୍ୟାନ୍ୟ ଚଣ୍ଡୀ ଚାମୁଣ୍ଡାଙ୍କୁ ଶାନ୍ତି କରିବା ପାଇଁ ଅଧରପଣା କରାଯାଇ ଅଧର ହାଣ୍ଡିକୁ ରଥ ଉପରେ ଭଙ୍ଗାଯାଇଛି ।ତେବେ ଆଜିର ଏହି ନୀତି ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବାକୁ ଥିବାରୁ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ଆଗମନ ଦୃଷ୍ଟିରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଘୋଷଯାତ୍ରାର ୧୨ ଦିନର ଏହି ଲୀଳାଖେଳ ଶେଷ ପରେ ଶ୍ରୀଜିଉମାନେ ମଙ୍ଗଳବାର ସନ୍ଧ୍ୟାରେ ନୀଳାଦ୍ରି […]
ମୁଖ୍ୟମନ୍ତ୍ରୀଙ୍କ ଦ୍ବାଦଶ ଅଭିଯୋଗ ଶୁଶାଣି ଆଜି ଶେଷ ହୋଇଛି । ଭୁବନେଶ୍ବରରେ ୧୧ ଥର ଓ ସମ୍ବଲପୁରରେ ଥରେ ଅଭିଯୋଗ ଶୁଣାଣି ହୋଇଛି । ରାଜଧାନୀ ବାହାରେ ପୂର୍ବରୁ ଶୁଶାଣି ହୋଇଛି । ଆଗକୁ ଅନ୍ୟ ଜିଲ୍ଲାରେ ହେବ । ପ୍ରତିଥର ହଜାରେ ଲୋକଙ୍କ ଅଭିଯୋଗ ଶୁଶାଣି ପାଇଁ ବ୍ୟବସ୍ଥା କରାଯାଉଛି ।ଆସନ୍ତା ଦିନରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପାଇଁ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍ ଅଭିଯୋଗ ଶୁଣାଣି କରିବେ।
ଅଧିକ ଭିୟୁଜ ପାଇଁ ଜଗନ୍ନାଥଙ୍କୁ ବି ଛାଡିଲେନି । କଇଁଛ ପିଠିରେ ଜଗନ୍ନାଥଙ୍କ ଚିତ୍ର ଆଙ୍କି ସୋସିଆଲ ମିଡିଆରେ ଭିଡିଓ ଅପଲେଡ କଲେ । ଭିଡିଓ ଭାଇରାଲ ହେବା ପରେ ବିବାଦରେର ବରଗଡ଼ ଜିଲ୍ଲା ବିଜେପୁରର ୟୁଟ୍ଯୁବର ଆଶିଷ ମେହେର । ସେ ଇଣ୍ଡିଆନ୍ ଫ୍ଲାପ୍ ସେଲ୍ କଇଁଛ ପିଠିରେ ରଙ୍ଗ ଓ ତୂଳୀରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କି ଏକ ପୋଖରୀ ରେ ଛାଡୁଥିବାର ଦୃଶ୍ୟ ଭିଡିଓ ନିଜ ଫେସବୁକ ଆକାଉଣ୍ଟରେ ସେୟାର କରିଥିଲେ । ଏହାକୁ […]
ସରିଲା ରତ୍ନଭଣ୍ଡାର କାମ । ଉଭୟ ଭିତର ଓ ବାହାର କତ୍ନଭଣ୍ଡାର କାମ ଶେଷ ହୋଇଛି । ପାଖାପାଖି ୯୫ ଦିନ ସଂରକ୍ଷଣ ଓ ମରାମତି କାମ ଚାଲିଥିଲା । ୩୩୨ ଘଣ୍ଟାର ମରାମତି ଓ ସଂରକ୍ଷଣ କାମ ଚାଲିଥିଲା । ମୋଟ ୧୫ଟି ଷ୍ଟେନଲେସ୍ ଷ୍ଟିଲ ବକ୍ସ ବିମ୍ ଲଗାଯାଇଛି । ୫୨୦ ଛୋଟବଡ଼ ପଥର ବଦଳ କରାଯାଇଛି । ଛାତକୁ ୱାଟର ପ୍ରୁଫ୍ କରାଯାଇଛି । ଏବେ ଆଉ ପାଣି ଗଳିବ ନାହିଁ । […]
ଚାଇନାକୁ ପୁଣିଥରେ ବଡ଼ ଝଟକା ଲାଗିଛି। ସୋମବାର ଚାଇନା କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ତାଙ୍କ ୯୦ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ଏବଂ ଉତ୍ସବରେ ଭାରତୀୟ ଅଧିକାରୀଙ୍କ ଉପସ୍ଥିତିକୁ ନେଇ ଭାରତ ନିକଟରେ ପ୍ରତିବାଦ ଜଣାଉଛି।୧୪ଶ ଦଲାଇ ଲାମାଙ୍କ ବିଚ୍ଛିନ୍ନତାବାଦୀ ପ୍ରକୃତିକୁ ସ୍ଵୀକାର କରିବା ଆବଶ୍ୟକ। ଦଲାଇ ଲାମା ଚୀନରୁ ନିର୍ବାସିତ ହୋଇଛନ୍ତି। ସେ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ଜାରି ରଖିବା ସହିତ ଧର୍ମ ନାମରେ ଜିଜାଙ୍ଗ ପ୍ରଦେଶକୁ ଚୀନଠାରୁ ପୃଥକ […]
ଉତ୍ତର ପ୍ରଦେଶର ଗାଜିଆବାଦରେ, ଜଣେ ସଫ୍ଟୱେର୍ ଇଞ୍ଜିନିୟର ବୋହୂ ତାଙ୍କ ଶାଶୁଙ୍କୁ ନିର୍ମମ ଭାବରେ ପିଟିଛନ୍ତି। ଏହି ଘଟଣାଟି ଗାଜିଆବାଦର ଗୋବିନ୍ଦପୁରମ ପୋଲିସ ଷ୍ଟେଶନ ଅଞ୍ଚଳର। ଘଟଣାର ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଝିଅ ଏଭଳି ବୁଢ଼ି ଶାଶୁକୁ ମାଡ଼ ମାରୁଥିବା ବେଳେ ମା’ ଚୁପ୍ ରହି ଭିଡିଓ କରୁଥିବାରୁ ଦୃଶ୍ୟ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ଅଭିଯୁକ୍ତ ବୋହୂ ଓ ବୃଦ୍ଧ ଶାଶୁ କୌଣସି କଥାକୁ […]
ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା କରୁଥିବାରୁ ସ୍ବାସ୍ଥ୍ୟ ପରୀକ୍ଷା ପରେ ଡିସଚାର୍ଜ କରାଯାଇଛି ।ତେବେ ନବୀନ ଏବେ ଓଡ଼ିଶା ଫେରିବେ ନାହିଁ । ସେ ଏକ ସପ୍ତାହ ମୁମ୍ବାଇରେ ହିଁ ରହିବେ । କାରଣ ସେଠାରେ ତାଙ୍କର ଭିଜିଓ ଥେରାପି ଚାଲିବ । ଏହାପରେ ସେ ଓଡ଼ିଶା ଫେରିବେ । ସୂଚନାମୁତାବକ ସର୍ଭାଇକାଲ ଆର୍ଥ୍ରାଇଟିସ ସର୍ଜରୀ ପାଇଁ […]
ଟୋଲ୍ ଫ୍ରି’ ନମ୍ବରରେ ହୋଇଥିବା ଅଭିଯୋଗ ଆଧାରରେ ସମ୍ୱଲପୁର ରାଇରଖୋଲର ବିଭିଓ ଡ. ଶୁଭ ପ୍ରକାଶ ସୋରେନ ଏବଂ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ମହେଶ୍ୱର ସାହୁଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଜଣେ ହିତାଧିକାରୀଙ୍କ କୁକୁଡ଼ା ଫାର୍ମର ସବସିଡି ଟଙ୍କା ପ୍ରଦାନ ପାଇଁ ୫,୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଦୁର୍ନୀତି ନିବାରଣ ଟିମ୍ ତାଙ୍କୁ ଧରିଛି । ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ‘ଗୋ-ସୁଗମ’ ଯୋଜନାର ଜଣେ ହିତାଧିକାରୀ, ଏପ୍ରିଲ୍ ୨୦୨୫ ରେ ବ୍ରଏଲର […]
ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ। ପୁଲିସ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ଜଣ ହାର୍ଡକୋର ମାଓବାଦୀ।ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ବିଜିଏନ ସଙ୍ଗଠନର ଡିଭିଜନାଲ କମିଟି ମେମ୍ବର ମାଦେ ବେତି ଓରଫ ଚମ୍ପା, କେକେବିଏନ ସଙ୍ଗଠନର ଏରିଆ କମିଟି ମେମ୍ବର ରାଜୁ ଦୋଡି ଓରଫ ଅଜୟ ଏବଂ ଆଡମୋ ମାଧବୀ ଓରଫ ମଞ୍ଜୁ। ଚମ୍ପା ୨୦୦୯ରୁ ମାଓ ସଙ୍ଗଠନରେ ସାମିଲ ହୋଇଥିବା ବେଳେ ଅଜୟ ୨୦୧୬ ଏବଂ ମଞ୍ଜୁ ୨୦୧୧ରେ ସାମିଲ ହୋଇଥିଲେ। […]
ମଙ୍ଗଳବାର ସକାଳ ୬ଟା ପରେ ମୁଣ୍ଡଳୀରେ ବନ୍ୟାଜଳ ପହଞ୍ଚିବ । ୪.୫୦ ଲକ୍ଷ କ୍ୟୁସେକ୍ ଜଳ ମୁଣ୍ଡଳୀ ଆସିବ ।ରାଜ୍ୟରେ ଏବେ ବନ୍ୟା ସ୍ଥିତି ନାହିଁ କାରଣ ଆଗାମୀ କିଛି ଦିନ ଯାଏଁ ବର୍ଷା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି । ସେ କହିଛନ୍ତି ଯେ, ହୀରାକୁଦର ୨୦ଟି ଗେଟ୍ ଦେଇ ୨.୯୫ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଆଗାମୀ ଦିନରେ ବର୍ଷା ହେଲେ, ଅଧିକ […]
ନନ୍ଦନକାନନରେ ଖୁସିଖବର। ଏଠାରେ ଜନ୍ମ ନେଲେ ଆଉ ୧୧ ହଳଦିଆ ଆନାକୋଣ୍ଡା। ଗତ ୨୯ରେ ଜନ୍ମ ନେଇଥିଲେ ୭ ହଳଦିଆ ଆନାକୋଣ୍ଡା ଶାବକ। ଏହାକୁ ମିଶାଇ ନନ୍ଦନକାନନରେ ହେଲେ ୨୫ ହଳଦିଆ ଆନାକୋଣ୍ଡା।ଚଳିତ ସପ୍ତାହରେ ଏହା ଦ୍ବିତୀୟ ପ୍ରଜନନ। ୨୦୧୯ ଅକ୍ଟୋବରରେ ମାଡ୍ରାସ୍ କୁମ୍ଭୀର ବ୍ୟାଙ୍କ ଟ୍ରଷ୍ଟ ପକ୍ଷରୁ ନନ୍ଦନକାନନକୁ ଆନାକୋଣ୍ଡା ଅଣାଯାଇଥିଲା । ଶେଷଥର ୨୦୨୨ରେ ନନ୍ଦନକାନନରେ ୯ଟି ଆନାନୋଣ୍ଡା ଜନ୍ମ ନେଇଥିଲେ । ପୁଣି ୩ ବର୍ଷ ପରେ ଏମାନଙ୍କ ବଂଶ ବୃଦ୍ଧି ପାଇଛି […]
