author

ଔପନିବେଶୀୟ ଶିକ୍ଷା ଢାଞ୍ଚାରେ ପରିବର୍ତ୍ତନ ଆଣିବ ଜାତୀୟ ଶିକ୍ଷାନୀତି (ଏନ୍. ଇ. ପି) -୨୦୨୦: ଉଚ୍ଚଶିକ୍ଷା ମନ୍ତ୍ରୀ

ରାୟଗଡ଼ା, ୪/୭ ଆଜି ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା , ଖେଳ ଓ ଯୁବସେବା , ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରି , ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ୍ କୁମାର, ମହାବିଦ୍ୟାଳୟ ପରିଚାଳନା କମିଟି ସଭପତି ତଥା ଅତିରିକ୍ତ […]

ମେଣ୍ଟ ନୁହେଁ ଏକାକୀ ଲଢିବ ଥାଲାପତି ବିଜୟଙ୍କ ପାର୍ଟି ଟିଭିକେ

୨୦୨୬ ତାମିଲନାଡ଼ୁ ନିର୍ବାଚନକୁ ନେଇ ଟିଭିକେ(ତାମିଲଗା ଭେଟ୍ଟ୍ରି କାଝାଗମ୍‌) ଦଳ ଶୁକ୍ରବାର ବଡ଼ ଘୋଷଣା କରିଛି। ଅଭିନେତା ଥଲପତି ବିଜୟ ହୋଇଛନ୍ତି ଦଳର ମୁଖ୍ୟମନ୍ତ୍ରୀ ଚେହେରା। ଚେନ୍ନଇରେ ବସିଥିବା ଟିଭିକେ ଦଳୀୟ ବୈଠକରେ ଅଭିନେତାରୁ ରାଜନେତା ପାଲଟିଥିବା ଜୋସେଫ୍‌ ବିଜୟ ଚନ୍ଦ୍ରଶେଖର ଓରଫ୍‌ ଥଲପତି ବିଜୟଙ୍କୁ ୨୦୨୬ ତାମିଲନାଡ଼ୁ ନିର୍ବାଚନ ପାଇଁ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରାଯାଇଛି। ଗତବର୍ଷ ପ୍ରଥମାର୍ଦ୍ଧରେ ଲୋକପ୍ରିୟ ଅଭିନେତା ବିଜୟ ଟିଭିକେ ଦଳ ଗଠନ କରିଥିଲେ । ସମଗ୍ର ରାଜ୍ୟରେ ଥିବା […]

ପ୍ରଥମ ମହିଳା ଭାବେ ନୌସେନାର ଯୁଦ୍ଧ ବିମାନ ଉଡ଼ାଇବେ ଆସ୍ଥା

ପ୍ରଥମ ଥର ପାଇଁ ଜଣେ ମହିଳା ଭାରତୀୟ ନୌସେନାରେ ଜଣେ ଫାଇଟର ପାଇଲଟ ହୋଇଛନ୍ତି। ସବ-ଲେଫନାଣ୍ଟ ଆସ୍ଥା ପୁନିଆଙ୍କୁ ନୌସେନାରେ ଜଣେ ଫାଇଟର ପାଇଲଟ କରାଯାଇଛି। ସେ ଏପରି କରିବାରେ ପ୍ରଥମ ମହିଳା। ଦେଶ ସୁରକ୍ଷାରେ ନୌସେନାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିରେ ଆସ୍ଥାଙ୍କ ଦାୟିତ୍ୱ ଆହୁରି ବଢିଯିବ। ଆସ୍ଥାଙ୍କୁ ଫାଇଟର ପାଇଲଟ ନିଯୁକ୍ତ କରାଯିବା ନେଇ ନୌସେନା ସୋସିଆଲ ମିଡିଆ ପୋଷ୍ଟରେ ସୂଚିତ କରିଛି। ପୋଷ୍ଟରେ ନେଭି ଉଲ୍ଲେଖ କରିଛି ଯେ ‘ନାଭାଲ ଏଭିଏସନରେ ଏକ ନୂଆ […]

୮ ତାରିଖରେ ମିଳିବ ରାଜ୍ୟ ବିଜେପିକୁ ନୂଆ ମୁଖିଆ

ରାଜ୍ୟ ବିଜେପିକୁ ମିଳିବ ନୂଆ ମଙ୍ଗୁଆଳ। ତେଣୁ ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ପୁନଃ ପ୍ରକ୍ରିୟା ଆରମ୍ଭ। ଆସନ୍ତା ୬ରେ ପ୍ରକାଶ ପାଇବ ବିଜ୍ଞପ୍ତି। ଆଉ ୭ ତାରିଖରେ ନାମାଙ୍କନ ଭରିବେ ସଭାପତି ଆଶାୟୀ ପ୍ରାର୍ଥୀ।ଜୁଲାଇ ୮ରେ ରାଜ୍ୟ ସଭାପତି ପାଇଁ ଭୋଟ୍‌ ହେବ। ଏନେଇସହ ନିର୍ବାଚନ ଅଧିକାରୀ ଯତୀନ ମହାନ୍ତି ସୂଚନା ଦେଇଛନ୍ତି। ତେବେ ବିଜେପିର ସାଂଗଠନିକ ନିର୍ବାଚନ ପାଇଁ ୨୦୨୪ରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏବେ ଏହାର ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟ ସଭାପତି […]

ପୁରୀ ପୌରପାଳିକା ହେବ ମହାନଗର ନିଗମ

ପୁରୀ ଆଉ ପୌରାଞ୍ଚଳ ମାନ୍ୟତାରେ ରହିବ ନାହିଁ । ଏଣିକି ମହାନଗର ନିଗମ ହେବ ଜଗନ୍ନାଥ ଧାମ ପୁରୀ । ପବିତ୍ର ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି । ପୁରୀ ସହରକୁ ନୂଆ ଢାଞ୍ଚାର ଆବଶ୍ୟକତା ରହିଛି । କ୍ରମବର୍ଧିତ ଜନସଂଖ୍ୟା ଓ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି । ପୁରୀ ପୌରପାଳିକା ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ଅସମର୍ଥ ହେବ । ନିକଟବର୍ତ୍ତୀ ପଞ୍ଚାୟତଗୁଡିକ ସହରର ଅଂଶବିଶେଷ ହେବ […]

ଆସନ୍ତା ୨୦ରେ ସ୍ପେସାଲ୍‌ ଓଟିଇଟିଲ

ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଶିକ୍ଷୟିତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେସାଲ୍‌ ଓଟିଇଟି) ଆସନ୍ତା ୨୦ ତାରିଖରେ ହେବ । ପୂର୍ବ ବର୍ଷ ଅପେକ୍ଷା ଏଥର ବହୁ ଅଧିକ ଆବେଦନକାରୀ ଥିବାରୁ ପରୀକ୍ଷା ପରିଚାଳନା ବୋର୍ଡ ପାଇଁ ଆହ୍ୱାନମୂଳକ ହେବ ବୋଲି କୁହାଯାଉଛି । ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ସ୍ପେସାଲ୍‌ ଓଟିଇଟି ନିଜ ବ୍ଲକ ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକରେ ହେଲେ ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ରହିବ ନାହିଁ ବୋଲି ଆଶଙ୍କା ଥିବାରୁ କେବଳ ଜିଲ୍ଲା ମୁଖ୍ୟାଳୟରେ […]

ତେଲେଙ୍ଗାନା ଟ୍ରାଜେଡିରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୧୦ ଲକ୍ଷ

ତେଲେଙ୍ଗାନାର ଫାର୍ମାସିଟିକାଲ କମ୍ପାନି ବିସ୍ପୋରଣରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ମୃତକଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବାକୁ ଘୋଷଣା କରାଯାଇଛି । ଏହାସହ ରାଜ୍ୟ ସରକାରଙ୍କ ଏକ ଅଧିକାରୀ ଦଳ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି । ତେବେ ତେଲେଙ୍ଗାନା ମେଡାକରେ ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିଲା ସେଥିମଧ୍ୟରୁ ୪୦ […]

ରଥଯାତ୍ରାରେ ଶରଧାବାଲି ଦଳଚକଟାର ଭିଡିଓ ମାଗିଲେ ଅନୁ ଗର୍ଗ

ପୁରୀ ଶରଧାବାଲିରେ ଘଟିଥିବା ଦଳଚକଟା ସମୟର ଭିଡିଓ କିମ୍ବା ତଥ୍ୟ ଯାହା ପାଖରେ ଅଛି ଦେବାକୁ ଜନସାଧାରଣଙ୍କୁ ଅପିଲ କରାଯାଇଛି। ଶରଧାବାଲି ଦଳାଚକଟାର ତଦନ୍ତକାରୀ ଅଧିକାରୀ ଅନୁ ଗର୍ଗଙ୍କ ଏହି ଅପିଲ କରିଛନ୍ତି। ଲୋକଙ୍କ ପାଖରେ ତଥ୍ୟ ଏବଂ ଭିଡିଓ ଥିଲେ puritragedy.inquiry@odisha.gov.in ମେଲ୍‌ରେ ପଠାଇବାକୁ ଅନୁରୋଧ କରିଛନ୍ତି।ଅନେକ ଲୋକ ଦଳାଚକଟା ସମୟରେ ଭିଡ଼ିଓ କରିଥିଲେ। ଯାହାକି ତଦନ୍ତରେ ସହାୟତା କରିବ। ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛି। କିଛି ଲୋକଙ୍କୁ ପଚରା ଉଚରା କରିଛି। ଆଗକୁ […]

ଆଜି ସାମାନ୍ୟ କମିଛି ସୁନା ଦର।

ଆଜି ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର । ତେବେ  ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ ୯୮,୭୩୦ ଟଙ୍କା ରହିଛି । ଗତକାଲି ୯୯,୩୩୦ ଟଙ୍କା ଥିଲା । ଏଥିରେ ୬୦୦ ଟଙ୍କା ହ୍ରାସ ହୋଇଛି । ସେହିପରି ୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୦,୫୦୦ ଟଙ୍କା ରହିଛି । ଗତକାଲି ୯୧,୦୫୦ ଟଙ୍କା ଥିଲା […]

ପୁରୀ ବିମାନବନ୍ଦର ନିର୍ମାଣ ରାସ୍ତାରେ ବାଧକ ସାଜିଲା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ।

ଅନିଶ୍ଚିତତା ଘେରରେ ପୁରୀ ବିମାନବନ୍ଦର । ଆପତ୍ତି ଉଠାଇଲା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ । ସ୍ଥଗିତ ରହିଲା ଜଙ୍ଗଲ ଜମି ଅଧିଗ୍ରହଣ ଅନୁମୋଦନ । ୫ହଜାର କୋଟିରୁ ଅଧିକ ଖର୍ଚ୍ଚରେ ଏହାର ନିର୍ମାଣ ହେବାକୁ ଥିବାବେଳେ ଏବେ ଏଥିରେ ରୋକ ଲାଗିଛି । ଜଙ୍ଗଲ ଜମି ସାଙ୍ଗକୁ ବିଦେଶୀ ପକ୍ଷୀ ଓ ଅଲିଭ୍‌ରିଡଲେଙ୍କ ସୁରକ୍ଷାକୁ ନଜରରେ ରଖି ଆପତ୍ତି ଉଠାଇଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ । ମେ ୫ ରେ ବିମାନବନ୍ଦର […]

ଆଜି ପୋଲିସ ଡିଜି ୱାଇ ବି ଖୁରାନିଆ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭିଡ ନିୟନ୍ତ୍ରଣ ତଦାରଖ କରିଛନ୍ତି ।

ପୁରୀ ଗୁଣ୍ଡିଚା ମନ୍ଦିରରେ ପୋଲିସ ଡିଜି । ଆଜି ନବମୀ ସନ୍ଧ୍ୟା ଦର୍ଶନ । ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ ।ଜନସମୁଦ୍ର ହୋଇଯାଇଛି ଶରଧାବାଲି। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ବଡ଼ଶଙ୍ଖ ଯାଏଁ ଲମ୍ବା ଲାଇନ୍। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିବେ । ସନ୍ଧ୍ୟା ୬ଟା ପରେ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାରରେ ସର୍ବସାଧାରଣ ପ୍ରବେଶ ବନ୍ଦ ରହିବ। ଆସନ୍ତାକାଲି ବାହୁଡା […]

୫ ଫୁଟର ଏକ ନାଗସାପ ସହ ୮ ଟି ନାଗଛୁଆ ଉଦ୍ଧାର

କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ଭୀମଦାଶପୁର ପଞ୍ଚାୟତର କୁସୁପୁର ଗାଁର ଦେବପ୍ରସାଦ ଦାସଙ୍କ ଘରୁ ୫ଫୁଟର ଏକ ନାଗଶାପ ସହ ୮ଟି ନାଗଛୁଆକୁ ଉଦ୍ଧାର କଲେ Snake Rescue ର ଶୁଭେନ୍ଦୁ ସ୍ୱାଇଁ ।ତାଙ୍କ ସିଡ଼ି ଘରର ଏକ କୋଣରେ ଏକ ନାଗସାପ ଓ ଛୁଆ ବୁଲୁଥିବା ଦେଖି ଭୟଭୀତ ହୋଇ ଯାଇଥିଲେ ପରିବାର ଲୋକେ । ଦୁଇ ଗୋଟି ନାଗଛୁଆକୁ ଦେବ ପ୍ରସାଦ ନିଜେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ । […]