author

ବାହୁଡ଼ା, ସୁନାବେଶରେ ଭିଡ଼ ନିୟନ୍ତ୍ରଣ ପାଇଁ ଭକ୍ତଙ୍କ ଫୋନରେ ମିଳିବ ଟ୍ରାଫିକ ତଥ୍ୟ।

ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ପୁରୀ ପୁଲିସ ପ୍ରଶାସନ ପକ୍ଷରୁ ସହରରେ ଟ୍ରାଫିକ କଟକଣା ଜାରି କରାଯାଇଛି।  ଚଳିତ ରଥଯାତ୍ରାରେ ଦଳଚକଟା  ଟ୍ରାଜେଡି ପାଇଁ ରାଜ୍ୟ ପୁଲିସ ଢ଼େର୍‌  ବଦନାମ ମୁଣ୍ଡାଇଥିଲା । ବାହୁଡ଼ା ଓ  ସୁନାବେଶରେ ଟ୍ରାଫିକ୍‌ ସୁପରିଚାଳନା  ପାଇଁ ପୁଲିସ ସବୁ ଜୋର୍‌ ଲଗାଇଛି ।  ବଲ୍କ ମେସେଜ୍‌ ଭଳି ଅଭିନବ ଉପାୟରେ  ଟ୍ରାଫିକ୍‌ ଭିଡ଼ ପରିଚାଳନା ପାଇଁ  ଯୋଜନା କରିଛି । ପୁଲିସ ପକ୍ଷରୁ ପୁରୀ  ସମେତ ଖୋର୍ଦ୍ଧା, କଟକ, […]

ଭୁବନେଶ୍ୱରକୁ ପଣସର ମୁଖ୍ୟ ପେଣ୍ଠସ୍ଥଳ କରିବାକୁ ରାଜ୍ୟ ସରକାର ଯୋଜନା 

ଭୁବନେଶ୍ୱରକୁ ପଣସର ମୁଖ୍ୟ ପେଣ୍ଠସ୍ଥଳ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଏଥିପାଇଁ  ରାଜଧାନୀ ଉପକଣ୍ଠ ଡେରାସ ପାଶ୍ୱର୍ବର୍ତ୍ତୀ  ଅଞ୍ଚଳରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ  ମୋଟ ୫ ହେକ୍ଟର ଜମିରେ ୨ ହଜାର  ଉନ୍ନତମାନର ପାଲୁର-୧ ପ୍ରଜାତିର ପଣସ ଗଛ ଲାଗିଛି । ସେହିପରି  ଖଣ୍ଡଗିରି ଓ ଏକାମ୍ର ଉଦ୍ୟାନରେ  ମଧ୍ୟ ୫୦ଟି ଲେଖାଏଁ ସଙ୍କର ଓ  ସିଦ୍ଦୁ ଜାତୀୟ ପଣସ ଗଛ ଲାଗିଛି । ଏବର୍ଷ ଏହି ସବୁ ସ୍ଥାନରେ ପଣସ  ଫଳିଛି […]

ଆତ୍ମସମର୍ପଣ ପରେ ଜଗନ୍ନାଥ ପ୍ରଧାନ ଗିରଫ, ଲାଗିଛି ୧୧ଟି ଦଫା

BMC ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଜେଲ୍ ଗଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଡିସିପି ଅଫିସରେ ଆତ୍ମସମର୍ପଣ କରିବା ପରେ ପୋଲିସ ଗିରଫ କରିଛି । ତେବେ ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ଷଷ୍ଠ ଅଭିଯୁକ୍ତ ଭାବେ ଜଗନ୍ନାଥ ପ୍ରଧାନ ଗିରଫ ହୋଇଛନ୍ତି । ଏବେ ଝାରପଡ଼ା ଜେଲରେ ଜଗନ୍ନାଥ ପ୍ରଧାନ ଅଛନ୍ତି। ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ୧୧ଟି ଦଫା ଲାଗିଛି । ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଦଫା- ୩୩୩ […]

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା, ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା

ରାଜ୍ୟରେ ଆହୁରି ୩ ଦିନ ପ୍ରବଳ ବର୍ଷା । ୭ ତାରିଖ ଯାଏଁ ଲାଗି ରହିବ ବର୍ଷା । ଉତ୍ତର ଓଡ଼ିଶା ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତିନି ଦିନ ଯାଏ ବର୍ଷା ସମ୍ଭାବନା ରହିଛି ।ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକରେ ହାଲୁକାରୁ ମଧ୍ୟମ ବର୍ଷା ସହିତ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାସହ ପବନର ବେଗ ୩୦ରୁ ୫୦ କିଲୋମିଟର ପ୍ରତି […]

ଆନ୍ଦୋଳନରୁ ଓହରିଲା OAS ସଂଘ

ଜଗା ପ୍ରଧାନଙ୍କ ଗିରଫ ସହ ଆନ୍ଦୋଳନ ପ୍ରତ୍ୟାହାର କଲା OAS ସଂଘ । ଏନେଇ ସୂଚନା ଦେଇଛନ୍ତି OAS ସଂଘ ସଭାପତି ଜ୍ୟୋତି ମିଶ୍ର । ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଗତ ୩ ଦିନ ହେଲା ଆନ୍ଦୋଳନ କରୁଥିଲା ସଂଘ । ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଅଡ଼ି ବସିଥିଲା । ରାଜ୍ୟ ସରକାରଙ୍କ ଉପରେ ଭରସା ଥିଲା ବୋଲି ସଂଘ କହିଛି । ତେବେ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ […]

ଲଗାଣ ବର୍ଷା ପାଇଁ ପରିବା ବଜାରରେ ମହଙ୍ଗା ମାଡ଼

ଲଗାଣ ବର୍ଷା ପାଇଁ ପ୍ରଭାବିତ ହୋଇଛି ପରିବା ବଜାର। ଆବଶ୍ୟକ ଅନୁସାରେ ପରିବା ଆସି ପାରୁନାହିଁ । ଆଉ ଯାହା ଆସୁଛି ସେସବୁ ପଚି ସଢି ଯାଉଛି। ଯାହା ଫଳରେ ଆକାଶ ଛୁଆଁ ହୋଇଛି ପନି ପରିବା ଦର। ବଜାରରେ ଏବେ ପୋଟଳ 70 ଟଙ୍କାକୁ ବାଇଗଣ 80 , ବିଲାତି 50କୁ କାଙ୍କଡ଼ 80 , ଜହ୍ନି 60 , କଖାରୁ 50 , କଲରା 80 ଟଙ୍କା ରହିଛି । କଟକରେ ବି ସମାନ […]

କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ନିମନ୍ତେ “ଶବରୀ ସାଂସ୍କୃତିକ ଭବନ” ଉଦଘାଟନ

ଭୁବନେଶ୍ୱରସ୍ଥ ଆଇଆରସି ଭିଲେଜ ଠାରେ କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ନିମନ୍ତେ “ଶବରୀ ସାଂସ୍କୃତିକ ଭବନ” ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି। ଏହି ସ୍ୱଳ୍ପ ରହଣି ସ୍ଥାନର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ଏଥିସହିତ, ଏହି ଶବରୀ ଭବନର ସମସ୍ତ ଆବଶ୍ୟକୀୟ ନିର୍ମାଣ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ଗଣଶିକ୍ଷାମନ୍ତ୍ରୀ ତଥା ଶବରୀ ସାଂସ୍କୃତିକ […]

ଘାନା ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ମୋଦୀଙ୍କ ତାରକସୀ ପର୍ସ ଉପହାର

ଘାନା ଗସ୍ତରେ ଯାଇଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘାନା ରାଷ୍ଟ୍ରପତିଙ୍କ ପତ୍ନୀ ଲୋର୍ଡିନା ମାହାମାଙ୍କୁ ଏକ ମୂଲ୍ୟବାନ ଉପହାର ଦେଇଛନ୍ତି । ଏହି ଉପହାରର ଓଡ଼ିଶା ସହ ଏକ ସମ୍ପର୍କ ରହିଛି । ଉପହାରଟି ହେଉଛି କଟକରେ ନିର୍ମିତ ଏକ ଚମତ୍କାର ରୁପା ତାରକସୀ କାର୍ଯ୍ୟ ହୋଇଥିବା ପର୍ସ। ରୁପା ତାରକସୀ ହସ୍ତଶିଳ୍ପ ପାଇଁ ସାରା ବିଶ୍ୱରେ କଟକର ପ୍ରସିଦ୍ଧି ରହିଛି। ଏଠାକାର କାରିଗରମାନେ ୫୦୦ ବର୍ଷରୁ ଅଧିକ ସମୟ ଧରି ନିଖୁଣ ରୁପା ତାରକସୀ […]

ସବୁ ପଞ୍ଚାୟତରେ ଗଠନ ହେବ ସମବାୟ ସମିତି-ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ସହ ସବୁ ରାଜ୍ୟର ସମବାୟ ମନ୍ତ୍ରୀଙ୍କ ବୈଠକ ହୋଇଛି। ଜାତୀୟ ସ୍ତରରେ ଅନୁଷ୍ଠିତ ଏହି ବେଅଠକରେ ଓଡ଼ିଶାରୁ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗ ଦେଇଥିଲେ। ତେବେ ଦିଲ୍ଲୀରୁ ଫେରି ସୂଚନା ଦେଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ମନ୍ତ୍ରୀଙ୍କ କହିବା ଅନୁଯାୟୀ, ରାଜ୍ୟର ସବୁ ପଞ୍ଚାୟତରେ ଗଠନ ହେବ ସମବାୟ ସମିତି। ସବୁ ସମବାୟ ସମିତିରେ ହେବ ମଲ୍ଟିପୁଲ୍ ବ୍ୟବସାୟ। ସମିତିରେ LPG ଗ୍ୟାସ୍ […]

ଜମି ବିବାଦ ଓ ଅବୈଧ ସମ୍ପର୍କ ପାଇଁ ନିଜ ଶାଶୁଙ୍କୁ ଜଘନ୍ୟ ଭାବେ ହତ୍ୟା କଲା ବୋହୁ

ଉତ୍ତରପ୍ରଦେଶର ଝାନ୍ସୀ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଜମି ବିବାଦ ଓ ଅବୈଧ ସମ୍ପର୍କ ପାଇଁ ଜଣେ ବୋହୁ ନିଜ ଶାଶୁଙ୍କୁ ଜଘନ୍ୟ ଭାବେ ହତ୍ୟା କରିଛି। ପୁଲିସ୍ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ପୂଜା ଜାଦବ ଓ ତାଙ୍କ ଭଉଣୀ କମଲା ଏବଂ କମଲାଙ୍କ ପ୍ରେମିକ ଅନିଲ ବର୍ମାଙ୍କୁ ଗିରଫ କରିଛି। ପୂଜାଙ୍କ ଶାଶୁଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଲା ପୂଜାଙ୍କର ଭୟଙ୍କର ଅପରାଧର କାହାଣୀ ।୫ ବର୍ଷ ପୂର୍ବରୁ […]

ବିଜେପି ବିଧାୟକଙ୍କ ଗାଡିରେ ଚୋରା ଗଞ୍ଜେଇ ଓ ମଦ ଚାଲାଣ !ଏନେଇ କୌଣସି କେସ୍ ଵି ହୋଇନି : ବିଜେଡି

ତିନି ଦିନ ତଳେ ଭୁବନେଶ୍ୱର ନାଲକୋ ଛକରେ ବାରିପଦା ବିଧାୟକଙ୍କ ଗାଡ଼ି ଦୁର୍ଘଟଣା ହୋଇଥିଲା। ସେଥିରୁ ମଦ ଓ ଗଞ୍ଜେଇ ବାହାରିଥିଲା। ହେଲେ ଏ ଯାଏଁ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇନି। ଏହି ଗାଡ଼ିରେ ବିଧାୟକଙ୍କ ପୁଅ ଓ ତାଙ୍କ ପାଞ୍ଚ ଜଣ ସହଯୋଗୀ ଥିଲେ। ଆଜି ଶଙ୍ଖ ଭଵନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଉପବାଚସ୍ପତି ଶ୍ରୀ ସାନନ୍ଦ ମାର୍ଣ୍ଡି କହିଥିଲେ, ରାଜଧାନୀ ଭୁବନେଶ୍ୱରର ଜନଗହଳି ପୂର୍ଣ୍ଣ ନାଲକୋ ଛକରେ […]

ତେଲେଙ୍ଗାନା ବିସ୍ଫୋରଣ; ଏବେ ବି 5 ଓଡ଼ିଆ ଶ୍ରମିକ ନିଖୋଜ

ତେଲେଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲାର କେମିକାଲ କାରଖାନାରେ ହୋଇଥିବା ବିସ୍ଫୋରଣରେ 5 ଓଡ଼ିଆ ନିଖୋଜ । ତେଲେଙ୍ଗାନା ବିସ୍ଫୋରଣରେ ଏବେ ବି 5 ଓଡ଼ିଆ ଶ୍ରମିକଙ୍କର ମିଳୁନି ପତ୍ତା । ଗଞ୍ଜାମରୁ 2 ଜଣ, ନବରଙ୍ଗପୁରରୁ 2 ଜଣ ଏବଂ କଟକରୁ ଜଣେ ନିଖୋଜ ଥିବା ସୂଚନା । ଘଟଣାସ୍ଥଳରେ ନିଖୋଜଙ୍କର ପରିବାର ବର୍ଗ ଉପସ୍ଥିତ ଅଛନ୍ତି । ନିଖୋଜ 5 ଜଣ ହେଲେ ନବରଙ୍ଗପୁର ଜିଲ୍ଲାର ଚଇତୁ ଭତ୍ରା ଓ ରମେଶ ଗୌଡ଼, ଗଞ୍ଜାମ ଜିଲ୍ଲାର ପ୍ରଶାନ୍ତ […]