author

ସ୍କୁଲ ଗ୍ରେଡିଂ ସିଷ୍ଟମରେ ଜାତୀୟ ସ୍ତରରେ ୫ମ ସ୍ଥାନ ପାଇଛି ଓଡିଶା

ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ ପରଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (ପିଜିଆଇ-୨.୦) ରିପୋର୍ଟ ଅନୁଯାୟୀ, ସ୍କୁଲ ଗ୍ରେଡିଂ ସିଷ୍ଟମରେ ଓଡ଼ିଶା ଜାତୀୟ ସ୍ତରରେ ୫ମ ସ୍ଥାନ ହାସଲ କରିଛି। ପିଜିଆଇ-୨.୦ ଦୁଇଟି ବର୍ଗରେ ୭୩ଟି ସୂଚକ ମାଧ୍ୟମରେ ସ୍କୁଲ ଶିକ୍ଷାର ମୂଲ୍ୟାଙ୍କନ କରେ: ଫଳାଫଳ ଏବଂ ଶାସନ ଏବଂ ପରିଚାଳନା। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ସ୍କୁଲ ରୂପାନ୍ତରଣ ପ୍ରକ୍ରିୟାକୁ ମିଳିଛି ଜାତୀୟ ମାନ୍ୟତା । ରାଜ୍ୟର ପ୍ରାୟ ୭ହଜାର ସ୍କୁଲର ରୂପାନ୍ତରଣ କରିଥିଲେ […]

ଆସନ୍ତା ୬ ତାରିଖରେ ଖୋଲିବ ହୀରାକୁଦ ଗେଟ୍ ।

ଆସନ୍ତା ୬ ତାରିଖରେ ଖୋଲିବ ହୀରାକୁଦ ଗେଟ୍ । କାରଣ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଚଳିତ ବର୍ଷ ଶୀଘ୍ର ଗେଟ୍ ଖୋଲିବ ।ଏନେଇ ଡ୍ୟାମ ମୁଖ୍ୟ ଯନ୍ତ୍ରୀ ସୁଶୀଲ କୁମାର ବେହେରା ସୂଚନା ଦେଇଛନ୍ତି । ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ପୂଜାର୍ଚ୍ଚନା ପରେ ସକାଳ ୧୦ରେ ଖୋଲିବ ଗେଟ । ତେବେ ହୀରାକୁଦ ତଳ ମୁଣ୍ଡର ଜନସାଧାରଣଙ୍କୁ ସେହି ସମୟରେ ମହାନଦୀକୁ ନ ଯିବାପାଇଁ ସତର୍କ କଲେ କତୃପକ୍ଷ ।

ବାଗେଶ୍ବର ଧାମରେ ବଡ଼ ଧରଣର ଦୁର୍ଘଟଣା : ଟେଣ୍ଟ୍ ଭୁଶୁଡ଼ିବାରୁ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ମଧ୍ୟପ୍ରଦେଶର ଛତରପୁର ଜିଲାର ପ୍ରସିଦ୍ଧ ବାଗେଶ୍ୱର ଧାମ୍‌ ଆଶ୍ରମ ପରିସରରେ ବଡ଼ ଅଘଟଣ ଘଟିଛି। ବାବାଙ୍କ ଜନ୍ମଦିନ ଲାଗି ପ୍ରସ୍ତୁତି ଚାଲିଥିବା ବେଳେ ଏକ ତମ୍ବୁ ଭୁଶୁଡ଼ି ପଡ଼ିବା ଯୋଗୁ ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି। ସେହିଭଳି ଅନ୍ୟ ୩ରୁ ୪ ଜଣ ଆହତ ହୋଇଛନ୍ତି। । ଏହି ଘଟଣା ସକାଳ ପ୍ରାୟ ୭ ଟା ସମୟରେ ଆଳତି ପରେ ଘଟିଥିଲା । ଶ୍ରଦ୍ଧାଳୁ ବର୍ଷାରୁ ବଞ୍ଚିବା ପାଇଁ ଏକ ଟେଣ୍ଟ୍ ତଳେ ଏକାଠି ହୋଇଥିଲେ ଠିକ୍ […]

ବନ୍ୟା ଅଞ୍ଚଳରେ କାମ କରିବେ ଓଏଏସ୍‌ ଅଧିକାରୀ ।

ବନ୍ୟା ଅଞ୍ଚଳରେ କାମ କରିବେ ଓଏଏସ୍‌ ଅଧିକାରୀ । ବୈଠକ ପରେ ସଙ୍ଘ ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି ।ରଥଯାତ୍ରାରେ ମଧ୍ୟ ନିଜ କାର୍ଯ୍ୟ ସମ୍ପାଦନ ମଧ୍ୟ କରିବେ ବୋଲି ସଙ୍ଘ କହିଛି । ଆଜି ସଂଘ ଏକ ବୈଠକ କରି ରାଜ୍ୟ ସରକାରଙ୍କୁ ୩ ଦିନର ମହଲତ ଦେଇଛି । ସେମାନଙ୍କର ଦାବି ହେଉଛି, ଅଫିସରଙ୍କୁ ସୁରକ୍ଷା ଦିଆଯାଉ । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ଏବଂ ସର୍ବୋପରି ରାଜ୍ୟ ସରକାର ଘଟଣାକୁ ନିନ୍ଦା […]

ରତ୍ନଭଣ୍ଡାର କାର୍ଯ୍ୟର ସମୀକ୍ଷା କଲେ ଗଜପତି

ରତ୍ନଭଣ୍ଡାର ମରାମତି କାର୍ଯ୍ୟ ତଦାରଖ କଲେ ଗଜପତି ମହାରାଜା। ଆଜି ଗଜପତି ମହାରାଜା ଦିବ୍ୟ ସିଂହଦେବ ରତ୍ନଭଣ୍ଡାର କାର୍ଯ୍ୟ ତଦାରଖ କରି ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କହିଛନ୍ତି। ନୀଳାଦ୍ରି ବିଜେ ସୁଦ୍ଧା ମରାମତି ସମ୍ପୂର୍ଣ୍ଣ ହୋଇଯିବ ବୋଲି କହିଛନ୍ତି। ମନ୍ଦିର ନିର୍ମାଣ ଶୈଳିରେ ସମସ୍ତ ମରାମତି କାମ ହୋଇଛି । ପ୍ରାୟ ୬ ଶହ ପଥର କଢ଼ା ଯାଇ ନୂଆ ପଥର ଲାଗିଛି । ମହାପ୍ରଭୁ ରତ୍ନ ସିଂହାସନକୁ ଆସିଲା ପରେ ଗଣତି ମଣତି । ଗଣତି […]

IAS ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି

IAS ବିଷ୍ଣୁପଦ ସେଠୀଙ୍କୁ ମିଳିଲା ସାମୟିକ ଆଶ୍ୱସ୍ତି । ଆସନ୍ତା ୮ ତାରିଖ ଯାଏଁ ତାଙ୍କ ବିରୁଦ୍ଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ ବୋଲି ଆଜି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।ବିଷ୍ଣୁପଦଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ହାଇକୋର୍ଟ । ସିବିଆଇ ରେଡ ମାମଲାରେ ଆଗୁଆ ଜାମିନ ଆବେଦନ କରିଥିଲେ । ଆସନ୍ତା ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।ଓଡିଶା ବ୍ରିଜ ଏଣ୍ଡ ରୁଫ କର୍ପୋରେସନ ଲାଞ୍ଚ ମାମଲାରେ ଛନ୍ଦି ହୋଇପଡିଛନ୍ତି IAS ବିଷ୍ଣୁପଦ […]

ଘରକୁ ଫେରୁଥିଲେ ମହିଳା ହୋମଗାର୍ଡ଼, ବାଟରେ ଚାପିଦେଲା ଟ୍ରକ୍‌

କଟକ ଛତ୍ରବଜାରରେ ଜଣେ ମହିଳା ହୋମ୍‌ଗାର୍ଡଙ୍କୁ ଏକ ଟ୍ରକ୍‌ ଧକ୍କା ଦେବାରୁ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ହୋମ୍‌ଗାର୍ଡ ଜଣଙ୍କ ହେଲେ ମନୋରମା ପଣ୍ଡା। ଡ୍ୟୁଟି ସାରି ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ତାଙ୍କୁ ଟ୍ରକ୍‌ ପଛପଟରୁ ଧକ୍କା ଦେଇଥିଲା।ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମନୋରମା ମାଲଗୋଦାମ ଥାନାରେ ହୋମ୍‌ଗାର୍ଡ ଭାବେ କାର୍ଯ୍ୟରତ ଥିଲେ। ଡ୍ୟୁଟି ସାରି ଫେରୁଥିବାବେଳେ ଏଭଳି ଅଘଟଣ ଘଟିଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ […]

ପ୍ରସିଦ୍ଧ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ‘X’ ହ୍ୟାକ୍,ସାଇବର ସେଲ୍‌ରେ ଅଭିଯୋଗ

ବିଶ୍ୱବିଖ୍ୟାତ ବାଲୁକାଶିଳ୍ପୀ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ସୁଦର୍ଶନ ପଟ୍ଟନାୟକଙ୍କ ‘ଏକ୍ସ’ ହ୍ୟାକ୍‌ କରିଛନ୍ତି ସାଇବର ଅପରାଧୀ । ୫ ଦିନ ହେବ ପୂର୍ବର ଟ୍ୱିଟର ଓ ଏକ୍ସ ହ୍ୟାକ୍ ହୋଇଛି । ଏ ନେଇ ସେ ରାଜ୍ୟ ପୋଲିସ ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଏହା ସହିତ ‘X’ସପୋର୍ଟ ଟିମ୍କୁ ମଧ୍ୟ ଜଣାଇଛି । ତଥାପି ଏପର୍ଯ୍ୟନ୍ତ ଆକାଉଣ୍ଟଟି ପୁନଃଉଦ୍ଧାର ହୋଇନାହିଁ । ଏହା ଦ୍ୱିତୀୟଥର ପାଇଁ ମୋର ‘ଏକ୍ସ’ ହ୍ୟାକ୍ […]

ପୁଣି ଥରେ ପାକିସ୍ତାନୀ ତାରକାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବ୍ୟାନ କଲା ଭାରତ

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ବହୁତ ଖରାପ ହୋଇଗଲା। ଏହା ପରେ ଭାରତ ଅପରେଶନ ସିନ୍ଦୂର ମାଧ୍ୟମରେ ଆତଙ୍କବାଦୀଙ୍କଠାରୁ ପ୍ରତିଶୋଧ ନେଇଥିଲା। ଅପରେଶନ ସିନ୍ଦୂର ସମୟରେ ଭାରତରେ ଅଧିକାଂଶ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ବ୍ୟାନ୍‌ କରାଯାଇଥିଲା। ବୁଧବାର ଏହି ଆକାଉଣ୍ଟଗୁଡ଼ିକରୁ ପ୍ରତିବନ୍ଧକ ହଟାଇ ଦିଆଯାଇଥିଲା, କିନ୍ତୁ ଏହାର ମାତ୍ର ଗୋଟିଏ ଦିନ ପରେ, ଏହି ଆକାଉଣ୍ଟଗୁଡ଼ିକୁ ପୁଣି ଥରେ ବ୍ୟାନ୍‌ କରାଯାଇଛି। ରିପୋର୍ଟ ମୁତାବକ, AICWA ପାକିସ୍ତାନୀ […]

ଆଜି ପୁଣି ସୁନା ଦର ବୃଦ୍ଧି

ପ୍ରତିଦିନ ସୁନା ଓ ରୂପା ଦର ନିର୍ଦ୍ଧାରଣ କରାଯାଇଥାଏ । କେଉଁ ଦିନ ଦର କମିଥାଏ ତ କେବେ ବଢିଥାଏ ଆଉ ପୁଣି କେବେ ସମାନ ରହିଥାଏ ।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୮, ୯୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୦ ,୬୬୦ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା୯୮, ୯୦୦ ଟଙ୍କା ରହିଥିବା ବେଳେ ୨୨ […]

ଉଡ଼ାଣ ଭରିବା ସମୟରେ ବିମାନ ଭିତରୁ ହଠାତ୍ ବାହାରିଲା ସାପ ଆଉ ଭୟଭିତରେ …

ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ବିମାନବନ୍ଦରରୁ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବା ଏକ ଘରୋଇ ବିମାନର କାର୍ଗୋ ହୋଲ୍ଡରେ ଏକ ଜୀବନ୍ତ ସାପ ଦେଖାଯିବା ପରେ ହଇଚଇ ସୃଷ୍ଟି ହୋଇଥିଲା । ଏହି ଘଟଣା ମଙ୍ଗଳବାର ଦିନ ମେଲବୋର୍ଣ୍ଣରୁ ବ୍ରିସବେନ ଯାଉଥିବା ଭର୍ଜିନ୍ ଅଷ୍ଟ୍ରେଲିଆ ବିମାନ VA337 ରେ ଘଟିଥିଲା ।ଯାତ୍ରୀମାନେ ବିମାନରେ ଚଢ଼ିବା ସମୟରେ, କ୍ର୍ୟୁ’ ମାନେ ବିମାନର ତଳ ଅଂଶ ଅର୍ଥାତ୍ କାର୍ଗୋ ହୋଲ୍ଡରେ କିଛି ସନ୍ଦେହଜନକ କାର୍ଯ୍ୟକଳାପ ଲକ୍ଷ୍ୟ କରିଥିଲେ । ଆଉ ବିମାନରେ ଏକ […]

ଭିଜିଲାନ୍ସ ଜାଲରେ ଟିଟିଲାଗଡ ପୂର୍ତ୍ତ ବିଭାଗ ଏଇଇ

ଟିଟିଲାଗଡ ପୂର୍ତ୍ତ ବିଭାଗ ଏଇଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଏଇଇ ଦିଲେଶ୍ୱର ମାଝୀଙ୍କ ଘରେ ଚଢ଼ଉ ଚାଲିଛି । ଟିଟିଲାଗଡ ଅଫିସ ଏବଂ ଘର ସହ ୬ ଟି ଜାଗାରେ ଚଢ଼ଉ ଚାଲିଛି । ଟିଟିଲାଗଡ, ସମ୍ବଲପୁର, ଝାରସୁଗୁଡ଼ା ଏବଂ ପୈତୃକ ଗାଁରେ ଜଢ଼ଉ ଜାରି ରହିଛି। ଏହି ରେଡ୍‌ରେ ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଏବଂ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି । ସମ୍ୱଲପୁର ଟାଉନ […]