author

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ନୟାଗଡ଼ ଜିଲ୍ଲାର ଗର୍ବ ଓ ଗୌରବ ଡ଼ଃ. ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ

କଟକ,(ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅନ୍ତର୍ଗତ ପନ୍ତିଖାରୀ ଶାସନ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଡ଼ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଅକ୍ଟୋବର ୪ ତାରିଖରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପାଇଁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି l ଏହି ବିଜ୍ଞତି ପାଇବା ପରେ ଖବରଟି ବିଜୁଳି ବେଗରେ ସମଗ୍ର ରାଜ୍ୟରେ ପ୍ରଚାରିତ ହୋଇଥିଲା। ରାତି ପାହିବା ବେଳକୁ ବୈଦ୍ୟୁତିକ, ସାମାଜିକ ଅଥବା ଛାପା ଗଣମାଧ୍ୟମରୁ […]

ଉର୍ବର ଭିତ୍ତିଭୂମି ନୟାଗଡ଼ ଜିଲ୍ଲାର ବିକାଶ ପାଇଁ ବାସ୍ତବଧର୍ମୀ ପଦକ୍ଷେପ ନିଆଯାଉ

ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲା କୃଷି ନିମନ୍ତେ ଏକ ଉର୍ବର ଭିତ୍ତିଭୂମି ଥିବା ଅଞ୍ଚଳ। ପାରମ୍ପରିକ ଧାନ, ମୁଗ, ଆଖୁ, ପନିପରିବା ଓ ରବିଫସଲରେ ଦକ୍ଷତା ଥିବା ଅନୁଭବୀ ଚାଷୀଙ୍କର ଅଭାବ ନାହିଁ ଏହି ଜିଲ୍ଲାରେ। ଦୁଃଖର କଥା, ସ୍ଵାଧୀନତାର ଛସ୍ତରି ବର୍ଷ ପରେ ମଧ୍ୟ ମହାନଦୀର ପାଣିକୁ ବ୍ୟାରେଜ୍ କିମ୍ବା ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଦ୍ଵାରା ଆମ ଜିଲ୍ଲାର କୃଷିକ୍ଷେତ୍ରରେ ବିନିଯୋଗ କରାଯାଇ ପାରିଲା ନାହିଁ। ବୃତଙ୍ଗଜଳସେଚନ ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଉତ୍କୃଷ୍ଟ […]

ଦଶପଲ୍ଲାକୁ ଦଶହରା ପୂର୍ବରୁ ଟ୍ରେନ ନଗଡ଼ିଲେ ଆନ୍ଦୋଳନ

ନୟାଗଡ଼,(ଓଡିଶା ଦର୍ପଣ): ଦଶପଲ୍ଲା ରେଳଷ୍ଟେସନ ଉଦଘାଟନରେ ଅନ୍ତରାୟ ସାଜିଛନ୍ତି ଖୋଦ ରେଳମନ୍ତ୍ରୀ । ରେଳ ଷ୍ଟେସନ ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ଶେଷ ହୋଇଥିବା ବେଳେ କେବଳ ଉଦଘାଟନ ହେଉ ନଥିବାରୁ ଦଶପଲ୍ଲାକୁ ଟ୍ରେନ ଚଳାଚଳରେ ବିଳମ୍ବ ଘଟୁଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ଯେ ନୟାଗଡ଼ ଜିଲ୍ଲାକୁ ରେଳବିଭାଗ ପକ୍ଷରୁ ବୈମାତୃକ ମନୋଭାବକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇଆସୁଛି । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିବା ବେଳେ ବିଭାଗ […]

ପଦାରେ ପଡ଼ିଲା ଆୟୁଷ ଡାକ୍ତରମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ

ଭୁବନେଶ୍ୱର,(ଓଡିଶା ଦର୍ପଣ): ନିଖିଳ ଓଡ଼ିଶା ଆୟୁଷ ଛାତ୍ରସଂଘ ଦୀର୍ଘ ୨୫ଦିନ ହେବ ସାରା ରାଜ୍ୟରେ ଆନ୍ଦୋଳନ କରୁଥିଲେ ମଧ୍ୟ ସେମାନଙ୍କ ଦାବି ପ୍ରତି ମୁଖ୍ୟମନ୍ତ୍ରୀ କିମ୍ବା ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକମାନେ ଅଣଦେଖା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆଜିକୁ ୨୧ବର୍ଷ ହେଲା ଆୟୁଷ ଡାକ୍ତରମାନଙ୍କ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ନପାଇଥିବା ବେଳେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବା ପ୍ରତି ହେୟଜ୍ଞାନ ତଥା ଆୟୁଷ ଡାକ୍ତରମାନଙ୍କ ପ୍ରତି ବୈମାତୃକ ମନୋଭାବ ପଦାରେ ପଡିଛି । […]

ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ ସହ ୭ଟିକୁ ମିଳିଲା GI ଟ୍ୟାଗ

ଭୁବନେଶ୍ୱର,(ଓଡିଶା ଦର୍ପଣ): ଓଡ଼ିଶାକୁ ମିଳିଲା ୭ଟି ଜିଆଇ ଟ୍ୟାଗ୍ । ନୟାଗଡ଼ର କଣ୍ଟିଲୋ ଅଞ୍ଚଳର ସ୍ୱତନ୍ତ୍ର କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍ ମିଳିଛି l ଲାଞ୍ଜିଆ ସଉରାଙ୍କ ଖଜୁରୀ ଗୁଡ଼କୁ ମିଳିଛି ଜିଆଇ ଟ୍ୟାଗ । ଗଜପତି ଓ ରାୟଗଡ଼ାର ଲାଞ୍ଜିଆ ସଉରା ପ୍ରସ୍ତୁତ କରନ୍ତି ଏହି ଖଜୁରୀ ଗୁଡ଼ । ସେହିପରି ଡଙ୍ଗରିଆ କନ୍ଧଙ୍କ ଏମ୍ବରଡୋରି ସାଲ୍- କପଡ଼ାଗଣ୍ଡାକୁ ମିଳିଛି ଜିଆଇ ଟ୍ୟାଗ୍ । ରାୟଗଡ଼ା ଓ କଳାହାଣ୍ଡିର ନିୟମଗିରି ପାହାଡ଼ରେ ରହନ୍ତି ଡଙ୍ଗରିଆ କନ୍ଧ […]

ଗୋପିନାଥସ୍ଵାମୀ ବିଦ୍ଯାପୀଠର ୧୯୯୦ ବ୍ଯାଚ୍ ବନ୍ଧୁମିଳନ ସମାରୋହ

ଗଞ୍ଜାମ,(ଓଡିଶା ଦର୍ପଣ): ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ଗୋପିନାଥସ୍ୱାମୀ ବିଦ୍ଯାପିଠର ୧୯୯୦ ବ୍ଯାଚ୍ ବନ୍ଧୁମିଳନ ସମାରୋହ ବିଦ୍ଯାଳୟ ପରିସରରେ ପାଳିଚ ହୋଇଯାଇଛି। ଦୀର୍ଘ ୩୩ବର୍ଷର ବ୍ଯବଧାନ ପରେ ନିଜ ସହପାଠୀମାନଙ୍କ ସହିତ ଏକତ୍ରିତ ହେବା ଏକ ଉତ୍ସବ ମୁଖର ବାତାବରଣ ମଧ୍ଯରେ ୧୯୯୦ବ୍ଯାଚ୍ ର ସମସ୍ତ ସହପାଠୀଙ୍କ ମନରେ ଉଲ୍ଲାସ ଭରିଦେଇଥିଲା। ଦୀର୍ଘ ବର୍ଷ ଧରି ବିଦ୍ଯାଳୟ ଛାଡ଼ିଥିବା ପୂର୍ବତନ ଛାତ୍ରଛାତ୍ରୀ ପୁଣି ଏକାଠି ହୋଇଥିଲେ ସୋସିଆଲ ମିଡ଼ିଆ ମାଧ୍ଯମରେ। ଯାହାର ଫଳ ସ୍ୱରୂପ ଗତ ଦୁଇମାସ […]

ଏସିଏଫ୍‌ ସୌମ୍ୟରଂଜନ ମୃତ୍ୟୁ ମାମଲା : ପତ୍ନୀ, ଡିଏଫଓ, ରୋଷେୟାଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ ଜାରି

ଭୁବନେଶ୍ୱର: ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟ ତିନି ଜଣଙ୍କ ନାମରେ NBW ଜାରି କରିଛନ୍ତି। ବାରମ୍ବାର ସମନ ପରେ ମଧ୍ୟ କୋର୍ଟରେ ହାଜର ହେଉ ନଥିବାରୁ ସୌମ୍ୟ ରଂଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ଏହି ଏନ୍‌ବିଡବ୍ଲ୍ୟୁ ଜାରି କରିଛନ୍ତି। ଏଥି ସହିତ କୋର୍ଟ ତିନି ଅଭିଯୁକ୍ତଙ୍କୁ ଆସନ୍ତା ଜୁଲାଇ ୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ […]

ଗିରଫ ହେଲେ ନୟାଗଡ଼ର କୁବେର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ

ଭୁବନେଶ୍ୱର:(ଓଡିଶା ଦର୍ପଣ): ଗିରଫ ହେଲେ କୁବେର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ । ବ୍ରଜେନ୍ଦ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ମିଳିଛି କୋଟି କୋଟି ଟଙ୍କାର ସମ୍ପତି, ଆଜି ଖୋଲିବ ବ୍ୟାଙ୍କ ଲକର । କୁବେର କୋଟିପତି ଅଫିସରଙ୍କ ଘରେ, ଦୁଇଦିନ ଧରି ଅମାପ ସମ୍ପତ୍ତିର ମାପଚୁପ କରୁଛି ଭିଜିଲାନ୍ସ ଟିମ୍ । ସୂଚନା ଅନୁସାରେ ୧୬ତାରିଖ ସକାଳୁ ସକାଳୁ ବ୍ରଜେନ୍ଦ୍ରଙ୍କ ଭୁବନେଶ୍ୱର ଓ ପୁରୀ ଜିଲ୍ଲାର ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା। […]

ଓୟୁଡବ୍ଲୁଜେ କର୍ମଜୀବି ସାମ୍ବାଦିକ ସଙ୍ଘ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର

ଭୁବନେଶ୍ୱର,(ଓଡିଶା ଦର୍ପଣ): ଓୟୁଡବ୍ଲୁଜେ କର୍ମଜୀବି ସାମ୍ବାଦିକ ସଙ୍ଘ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜାତୀୟ ସଭାପତି ପ୍ରସନ୍ନ ମିଶ୍ର ଓ ରାଜ୍ୟ ସଭାପତି ଭାଗବତ ତ୍ରିପାଠୀ ଯୋଗଦେବା ସହ ସାମ୍ବାଦିକ ସୁରକ୍ଷା, ଲୋକଙ୍କ ନାର୍ଯ୍ୟଦାବୀ ପୁରଣ ହେବା ଦିଗରେ ସମ୍ବାଦର ଭୂମିକା, ଦୃନୀତିମୁକ୍ତ ରାଷ୍ଟ୍ର ଗଠନରେ ସାମ୍ବାଦିକଙ୍କ ସକାରାତ୍ମକ ଚିନ୍ତାଧାରା ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ଆଲୋଚନାରେ ସଙ୍ଘର ନିଷ୍ପତ୍ତି କ୍ରମେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ସଦସ୍ୟ ତଥା ନୟାଗଡ଼ ଜିଲ୍ଲା […]

ଓଡିଶା ଧନ୍ଦାମୂଳକ ଶିକ୍ଷକ ସଂଘର ପତ୍ରିକା ‘ପ୍ରାରମ୍ଭ’କୁ ଲୋକାର୍ପଣ କଲେ ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର(ଓଡିଶା ଦର୍ପଣ): ଓଡିଶା ଧନ୍ଦାମୂଳକ ଶିକ୍ଷକ ସଂଘ ଦ୍ୱାରା ପ୍ରସ୍ତୁତ ପତ୍ରିକା “ପ୍ରାରମ୍ଭ”କୁ ଲୋକାର୍ପଣ କଲେ ଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡି। ମଙ୍ଗଳବାର ଦିନ ଶିକ୍ଷାମନ୍ତ୍ରୀଙ୍କ ବାସଭବନରେ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପତ୍ରିକାଟି ଧନ୍ଦାମୂଳକ ଶିକ୍ଷକ ସଂଘର ପ୍ରଥମ ସଂସ୍କରଣ ହୋଇଥିବାରୁ ଏହାର ନାମ “ପ୍ରାରମ୍ଭ” ରଖାଯାଇଛି। ଏହି ପତ୍ରିକାରେ ଧନ୍ଦାମୂଳକ ଶିକ୍ଷାର ସମସ୍ତ ବିବରଣୀ ଓ ଅଭିଜ୍ଞ ବୁଦ୍ଧିଜୀବୀମାନଙ୍କର ଧନ୍ଦାମୂଳକ ଶିକ୍ଷାର ବିକାଶ ଗୁରୁତ୍ଵ ଉପରେ ଲେଖାଯିବା ସହ ସମସ୍ତ ବିଭାଗ ଉପରେ […]

ମାଲକାନଗିରି ଜିଲ୍ଲାର ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅକ୍ଷୟ କୁମାର ଖେମୁଣ୍ଡଙ୍କୁ ଡକ୍ଟରେଟ ଉପାଧି

ମାଲକାନଗିରି,(ଓଡିଶା ଦର୍ପଣ): ମାଲକାନଗିରି ଜିଲ୍ଲାର ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅକ୍ଷୟ କୁମାର ଖେମୁଣ୍ଡଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧିରେ ଡକ୍ଟରେଟ ଇନ୍ ଫିଲୋସଫି ଭାବେ ତାମିଲନାଡୁସ୍ଥିତ ପେରାମବୁଲୁରରେ ଆନ୍ତଃ ରାଷ୍ଟ୍ରୀୟ ଦୀକ୍ଷାନ୍ତ ସମାରୋହରେ ସମ୍ମାନିତ କରାଯାଇଛି। ଡକ୍ଟରେଟ ସମ୍ମାନ ଉତ୍ତର ମେରିଆନା ଆଇଲେଣ୍ଡ ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥିତ ସମ୍ମାନଜନକ କାଲିଫର୍ଣ୍ଣିଆ ପବ୍ଲିକ ବିଶ୍ବ ବିଦ୍ୟାଳୟ ତରଫରୁ ପ୍ରଦାନ କରାଯାଇଛି। ଶ୍ରୀ ଖେମୁଣ୍ଡୁଙ୍କୁ ପବ୍ଲିକ ଆଡ଼ମିନିଷ୍ଟ୍ରେସନ ତଥା ସାଧାରଣ ପ୍ରଶାସନ ବିଷୟବସ୍ତୁ ଉପରେ ଅଧିକାରୀ ଭାବରେ ତାଙ୍କର ସାଧାରଣ ପ୍ରଶାସନ […]

ମହାମହିମ ରାଜ୍ୟପାଳଙ୍କୁ କାଳିଆ କଳା ପୁସ୍ତକ ଉପହାର

ଭୁବନେଶ୍ୱର,(ଓଡିଶା ଦର୍ପଣ): ମହାମହିମ ରାଜ୍ୟପାଳଙ୍କୁ କାଳିଆ କଳା ପୁସ୍ତକ ଉପହାର। ବିଶ୍ୱ ନିୟନ୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚିତ୍ର ଗୀତି ଶତକ ‘କାଳିଆ କଳା’ ପୁସ୍ତକ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ସମର୍ପିତ ହେଲା ପରେ ଆଜି ଅପରାହ୍ନରେ ରାଜଭବନ ପରିସରରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲଜୀଙ୍କୁ ଆୟୋଜକମାନଙ୍କ ତରଫରୁ ଉକ୍ତ ପୁସ୍ତକକୁ ଉପହାର ସ୍ୱରୂପ ପ୍ରଦାନ କରାଯାଇଛି। ‘କାଳିଆ କଳା’ ପୁସ୍ତକରେ ୧୦୨ଗୋଟି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଭିନ୍ନ ବେଶର ଫଟୋ ସମେତ ଶ୍ଳୋକ […]

Odisha Darpan Digital