SBI କ୍ରେଡିଟ୍ କାର୍ଡ ଧାରୀଙ୍କୁ ଝଟକା, ଜୁଲାଇ ୧୫ରୁ ମିଳିବ ନାହିଁ ବିମାନ ବୀମା ଟଙ୍କା । ଅନେକ ପ୍ରିମିୟମ କାର୍ଡ ଉପରୁ ହଟାଇଲା ବିମାନ ଦୁର୍ଘଟଣା ଜନିତ ବୀମା ସୁରକ୍ଷା । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ସହାୟକ କମ୍ପାନୀ ଏସବିଆଇ କାର୍ଡ, ଏହାର କ୍ରେଡିଟ୍ କାର୍ଡ ଗ୍ରାହକମାନଙ୍କ ପାଇଁ ନୀତି ପରିବର୍ତ୍ତନ ଘୋଷଣା କରିଛି ।ଏହି ପରିବର୍ତ୍ତନଗୁଡ଼ିକ ବୀମା ସୁରକ୍ଷା ଏବଂ ପେମେଣ୍ଟ ସର୍ତ୍ତାବଳୀକୁ ପ୍ରଭାବିତ କରିବ । ଏସବିଆଇ କାର୍ଡ ଅନୁଯାୟୀ, […]
ଲୋକସେବା ଭବନରେ କେନ୍ଦ୍ରୀୟ ଟିମ୍ । ଡାଇରିଆ ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ସଚିବଙ୍କ ସହ ବସିଛି ସମୀକ୍ଷା ବୈଠକ । ରାଜ୍ୟରେ ଡାଇରିଆ ସ୍ଥିତିକୁ ନେଇ ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଚାଲିଛି । ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି । ୫ଟି ଜିଲ୍ଲାରେ ଡାଇରିଆ ପରେ ସବୁ ଜିଲ୍ଲାକୁ ଆଲର୍ଟ କରିଛି ସ୍ବାସ୍ଥ୍ୟ ବିଭାଗ ।ସୂଚନା ଅନୁସାରେ, ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡ଼ି ଚାଲିଛି ଡାଇରିଆ । ଏବେ ବାଲେଶ୍ବରକୁ […]
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ଡୋନେସନ ସେଲ ଗଠନ କରାଯାଇଛି । ଯେଉଁ ଭକ୍ତ ମାନେ ଚାହିଁବେ ଶ୍ରୀ ମନ୍ଦିର କାର୍ଯ୍ୟଳୟ ନିକଟର ହୋଇଥିବା ନୂଆ ଡୋନେସନ ସେଲ ଗୃହକୁ ଯାଇ ଉଭୟ ଅଫ ଲାଇନ୍ ଓ ୟୁପିଆଇ ଦ୍ଵାରା ମହାପ୍ରଭୁଙ୍କୁ ଦାନ କରିପାରିବେ। ଏହି ସ୍ଵତନ୍ତ୍ର ଡୋନେସନ ସେଲରେ ଇ ହୁଣ୍ଡି ସ୍ଥାପନ କରାଯିବ।ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟକୁ ଲାଗି ଏହି ସେଲ ରହିବ। ଏହି ସେଲକୁ ଜଣେ ଭକ୍ତ ଆସି ଦାନ ଦେବା ପରେ ରସିଦ […]
ବଲିଉଡ଼ର ସବୁଠାରୁ ଲୋକପ୍ରିୟ ଦମ୍ପତି ହେଉଛନ୍ତି ସୁନୀତା ଆହୁଜା ଓ ଗୋବିନ୍ଦା ତାଙ୍କର ଚର୍ଚ୍ଚିତ କଥା ଚର୍ଚ୍ଚିତ ଯୋଡିକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ଗତ କିଛି ମାସ ହେବ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଚର୍ଚ୍ଚା ଚାଲିଛି ବିଭିନ୍ନ କଥା ସେମାନଙ୍କୁ ନେଇ ଏବେ ସାମ୍ନାକୁ ଆସିଛି ।ନିକଟରେ ସୁନିତା ଇନଷ୍ଟାଗ୍ରାମରେ ତାଙ୍କ ନାମ ପରିବର୍ତ୍ତନ କରିଛନ୍ତି। ଏହା ପରେ, ଗୋବିନ୍ଦା ଏବଂ ସୁନିତାଙ୍କ ମଧ୍ୟରେ ଛାଡପତ୍ର ସମ୍ପର୍କରେ ଖବର […]
ବିଶ୍ବର ୯ଟି ଦେଶ ନିକଟରେ ୧୨ ହଜାରରୁ ଅଧିକ ପରମାଣୁ ଅସ୍ତ୍ର ରହିଥିବା ଦି ଷ୍ଟକ୍ହୋମ ଇଣ୍ଟରନ୍ୟାସନାଲ୍ ପିସ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ (ଏସ୍ଆଇପିଆରଆଇ) ତରଫରୁ ଜାରି ଏକ ରିପୋର୍ଟରେ ଦର୍ଶାଯାଇଛି। ତେହରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ସ୍ଥିତି ଲାଗି ରହିଥିବା ସମୟରେ ଏସ୍ଆଇପିଆରଆଇ ତରଫରୁ ଏହି ରିପୋର୍ଟ ଜାରି କରାଯାଇଛି। ଭାରତ ପାଖରେ ୧୮୦, ପାକିସ୍ତାନ ପାଖରେ ୧୭୦ ଏବଂ ଚୀନ୍ ପାଖରେ ୬୦୦ ପରମାଣୁ ଅସ୍ତ୍ର ଅଛି। ଚୀନ୍ […]
ଚଳିତ ବର୍ଷ ରଥର ଚାରମାଳର ଲମ୍ବା ବୃଦ୍ଧି କରାଯିବ କାରଣ ଗତବର୍ଷ ଆଡ଼ପ ପହଣ୍ଡି ସମୟର ତାଳଧ୍ଵଜ ରଥରୁ ପ୍ରଭୁ ବଳଭଦ୍ର ପଡ଼ିଯିବା ଘଟଣାରେ ଗଠିତ ୩ ଜଣିଆ ତଦନ୍ତ କମିଟିର ସୁପାରିଶ ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।ନିୟମ ଅନୁସାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚାରମାଳର ଲମ୍ବା ୨୫ ଫୁଟ ,ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଚାରମାଳର ଲମ୍ବା ୨୪ ଫୁଟ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଚାରମାଳର ଲମ୍ବା […]
ପାରିବାରିକ କଳହର କରୁଣ ପରିଣତି । ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରାଇ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତ ଯୁବକ ହେଉଛନ୍ତି ଅମର ନାୟକ ।ଖବର ପାଇ ଘଟଣାସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ସ୍ତ୍ରୀକୁ ଅଟକ ରଖିଛି।ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ମୁଣ୍ଡମରାଇ ଗାଁର ଅମର ନାୟକ ଓ ତାସ୍ତ୍ରୀ ଅଞ୍ଜନା ନାୟକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା […]
ମାଲକାନଗିରି ସୀମାନ୍ତରେ ପୁଣି ନକ୍ସଲ ହିଂସା । ମଙ୍ଗଳବାର ଆତ୍ମସମର୍ପଣ କରିଥିବା ମାଓ ନେତାଙ୍କ ପରିବାରର ୩ ଜଣକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ଛତିଶଗଡ଼ ବିଜାପୁର ଜିଲ୍ଲା ପେଦ୍ଦାକୋରାମ୍ ଗାଁର ଜଣେ ଛାତ୍ର ସହ ୩ ଜଣକୁ ହତ୍ୟା କରି ଫେରାର ହୋଇଯାଇଛନ୍ତି ନକ୍ସଲ । ମୃତକ ହେଉଛନ୍ତି ଝିଣ୍ଡୁ ମୋଡିୟମ, ସୋମା ମୋଡିୟମ ଏବଂ ଅନିଲ ମାଣ୍ଡବି । ସୂଚନା ଥାଉକି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ […]
ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେଇଛି । ଏବେ ରହିଛି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ । ପଶ୍ଚିମ-ଉତ୍ତର ପଶ୍ଚିମକୁ ମୁହାଁଇ ଆଉ ଟିକିଏ ଘନୀଭୂତ ହେବ ଆସନ୍ତା ୨୪ ଘଣ୍ଟାରେ । ଏପଟେ ମୌସୁମୀ ଆଗେଇବା ସହ ରାଜ୍ୟର ବହୁ ସ୍ଥାନରେ ବର୍ଷା ହୋଇଛି। ଆସନ୍ତା ୩ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ବୁଧବାର କେନ୍ଦୁଝର, ସୁନ୍ଦରଗଡ଼, […]
ମେଷ: ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ବୃଷ: ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ମିଥୁନ: […]
ରାଜଧାନୀ ଭୁବନେଶ୍ୱର ୟୁନିଟ୍-୨ରେ ନିର୍ମାଣ ହେବ ୧୫ ଶହ କ୍ୱାର୍ଟର୍ସ । ଏ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଶ୍ୱୀରାଜ ହରିଚନ୍ଦାନ ।ୟୁନିଟ-୨ରେଥିବା ସରକାରୀ କ୍ୱାର୍ଟର୍ସ ବିପଦ ଶଙ୍କୁଳ ଅବସ୍ଥାରେ ଥିବାବେଳେ ସେଗୁଡ଼ିକୁ ଭାଙ୍ଗି ନୂଆ କ୍ୱାର୍ଟର୍ସ ନିର୍ମାଣ କରାଯିବ । ଅନ୍ୟପଟେ ଭୁବନେଶ୍ବର ୟୁନିଟ୍ -୨ ଅଶୋକନଗରରେ ନିର୍ମାଣ ହେବ ଅତିଥି ଭବନ। ଅତିଥି ଭବନ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଭିନ୍ନ ଭିନ୍ନ କାର୍ଯ୍ୟରେ ଆସୁଥିବା […]
ରାଜ୍ୟରେ କୁମ୍ଭୀର ସଂରକ୍ଷଣକୁ ୫୦ ବର୍ଷ ପୂରିଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଉତ୍ସବ ପାଳନ କରାଯାଉଛି ।୧୯୬୦ ଦଶକରେ ଆଶ୍ଚର୍ଯ୍ୟଜନକ ସଂଖ୍ୟା ହ୍ରାସ ଠାରୁ ଆରମ୍ଭ କରି ପ୍ରୋଜେକ୍ଟ କ୍ରୋକୋଡାଇଲ୍ ମାଧ୍ୟମରେ ଏକ ଉଲ୍ଲେଖନୀୟ ପୁନରୁଦ୍ଧାର ପର୍ଯ୍ୟନ୍ତ, ଓଡ଼ିଶା ଭାରତର ଏକମାତ୍ର ରାଜ୍ୟ ଭାବରେ ସଫଳତା ଅର୍ଜନ କରିଛି । ଯେଉଁଠାରେ ତିନି ପ୍ରକାରର କୁମ୍ଭୀର ପ୍ରଜାତି ଜଙ୍ଗଲରେ ରହିଆସିଛି । ଯାହା ଭାରତରେ ଓଡିଶା ହେଉଛି ଏକ ମାତ୍ର ରାଜ୍ୟ । […]
