author

କଟକ ସହରରେ ବେଆଇନ ଭାବରେ ପାନୀୟ ଜଳ ବିକ୍ରି କରୁଥିବା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ରେଡ

ଟ୍ବିନ ସିଟିରେ ହଇଜା ଚିନ୍ତା । ଦିନକୁ ଦିନ ହଇଜା ଓ ଜଣ୍ଡିସ ବ୍ୟାପିବାରେ ଲାଗିଥିବାବେଳେ ସଜାଗ ହୋଇ ଉଠିଛି ସ୍ବାସ୍ଥ୍ୟ ବିଭାଗ । ଆଜି ବିଭାଗ ପକ୍ଷରୁ କଟକ ମହାନଗର ନିଗମ ସହାୟତାରେ ବାଦାମବାଡି ଶଙ୍କରପୁର ଅଂଚଳର ଦାସ ସାହି ଓ ଉପର ସାହିର ଦୁଇ କମ୍ପାନୀ ଉପରେ ଚଢାଉ କରାଯାଇଛି । ଚଢାଉ ବେଳେ ଅପରିଷ୍କାର ପରିବେଶ ଓ ପାଣିର ମାନ ନେଇ ଅସନ୍ତୁଷ୍ଟ ହୋଇଛନ୍ତି ବିଭାଗୀୟ ଅଧିକାରୀ ।ଚଢାଉ ପରେ ପାଣି କମ୍ପାନୀଗୁଡ଼ିକ […]

ଅସହାୟ ଅବସ୍ଥାରେ ନାବାଳିକା ଉଦ୍ଧାର

ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ, ଅଞ୍ଜଳି ମଚ୍ଛଖଣ୍ଡଙ୍କ ନିର୍ଦ୍ଦେଶରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ନୟାଗଡ଼ ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର ପାର୍ଶ୍ଵରୁ ଅସହାୟ ଅବସ୍ଥାରେ ନୂଆଗାଁ ବ୍ଲକର ୧୭ବର୍ଷର ନାବାଳିକାଙ୍କୁ ଉଦ୍ଧାର କରି ଘଡୁଆଳରେ ଅବସ୍ଥିତ ‘ତପସ୍ୟା’ ଶିଶୁଗୃହରେ ଥଇଥାନ କରିଛନ୍ତି। ପ୍ରକାଶ ଥାଉ କି କୈାଣସି ସୂତ୍ରରୁ ସଚିବ, ମଚ୍ଛଖଣ୍ଡ  ଅସହାୟ ଅବସ୍ଥାରେ ଗୋଟିଏ ୧୭ ବର୍ଷର ଝିଅ ବାପାଙ୍କର ନିର୍ଯ୍ୟାତନା  ସହି ନପାରି ଘର ଛାଡ଼ି ଇତସ୍ତତଃ ଭାବରେ ମେଡିକାଲ […]

ଓଡିଶା ଭିଜନ ୨୦୩୬ ଏବଂ ୨୦୪୭ ଉପରେ ଦିନିକିଆ କର୍ମଶାଳା

ରାୟଗଡ଼ :- ତା. ୧୮/୦୬- ବିକାଶ ମେଳା ୨୦୨୫ ପାଳନ ଅବସରରେ ଆଜି ଜିଲ୍ଲାସ୍ଥରୀୟ ଏକ ଦିବାସୀୟ ପରାମର୍ଶ କର୍ମଶାଳା ସ୍ତାନିୟ ବିଜୁ ପଟ୍ଟନାୟକ ପ୍ରତୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ରାୟଗଡ଼ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭlବରେ କୋରାପୁଟ ବିଧାୟକ ଶ୍ରୀଯୁକ୍ତ ରଘୁରାମ ମାଛ ଯୋଗଦାନ କରି ଉଦଘାଟନ କରିବା ସହିତ ନିଜର ବକ୍ତବ୍ୟରେ ରାୟଗଡ଼ ଜିଲ୍ଲା ବିକାଶ ହେଲେ ଓଡ଼ିଶାର ବିକାଶ ହେବ ଏବଂ ଓଡ଼ିଶାର […]

ଆସନ୍ତା ୨୦ ତାରିଖରେ ଟ୍ବିନ୍‌ସିଟିରେ ସବୁ ସ୍କୁଲ ଛୁଟି

ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୨୦ ତାରିଖରେ ଟ୍ବିନ୍‌ସିଟିରେ ସ୍କୁଲ ଘୋଷଣା କରାଯାଇଛି । ଭୁବନେଶ୍ବର, କଟକ ମହାନଗରରେ ସମସ୍ତ ସ୍କୁଲ ଛୁଟି ରହିବ ।ସମସ୍ତ ସରକାରୀ , ବେସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲ୍‌ଗୁଡ଼ିକ ବନ୍ଦ ରହିବ । ବିପୁଳ ଜନସମାଗମ ହେବା ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱର , କଟକ ମହାନଗର ନିଗମ ଅଞ୍ଚଳରେ ଟ୍ରାଫିକ୍‌ ସମସ୍ୟା ଉପୁଜିପାରେ […]

ଯାତ୍ରା ସ୍ୱର୍ଣ୍ଣ ମନ୍ଦିର ଛାଡ଼ିଲେ ରାଣୀ ପଣ୍ଡା। ଗଢିଲେ ନୂଆ ଯାତ୍ରା ପାର୍ଟି ।

ଯାତ୍ରା ସ୍ୱର୍ଣ୍ଣ ମନ୍ଦିର ଛାଡ଼ିଲେ ରାଣୀ ପଣ୍ଡା। ଗଢିଲେ ନୂଆ ଯାତ୍ରା ପାର୍ଟି । କିଛି ଦିନ ତଳେ ଯାତ୍ରା ସ୍ୱର୍ଣ୍ଣ ମନ୍ଦିର ଦାୟିତ୍ଵ ନେଇଥିଲେ । ମାସେ ନପୁରୁଣୁ ଆଭ୍ୟନ୍ତରୀଣ ବିବାଦ ପାଇଁ ଛାଡ଼ିଥିବା ସାମ୍ବାଦିକ ସମିଳନୀରେ କହିଛନ୍ତି ରାଣୀ। ଓଡ଼ିଆ ଅଭିନେତ୍ରୀ ରାଣୀ ପଣ୍ଡା କହିଛନ୍ତି, ‘ଓଡ଼ିଶାବାସୀଙ୍କ ଆଗରେ ମୁଁ କହୁଛି, ଯାତ୍ରା ମାଲିକ ପିଣ୍ଟୁ ବାବୁଙ୍କୁ ବି କହୁଛି। ମୁଁ ଯାତ୍ରା ସ୍ୱର୍ଣ୍ଣ ମନ୍ଦିରରୁ ବିଦାୟ ନେଉଛି। ଏ ଅନୁଷ୍ଠାନକୁ ମୁଁ ଆଗକୁ […]

ଅହମଦାବାଦ ବିମାନ ଦୁର୍ଘଟଣା: ହସପିଟାଲରୁ ଡିସଚାର୍ଜ ହେବା ପରେ ଭାଇର ଅନ୍ତିମ ସଂସ୍କାରରେ ପହଞ୍ଚିଲେ ବିଶ୍ବାସ କୁମାର

ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଏକମାତ୍ର ବଞ୍ଚିଥିବା ବ୍ୟକ୍ତି ବିଶ୍ୱାସ କୁମାର ରମେଶଙ୍କୁ ଦୁର୍ଘଟଣାର ଗୋଟିଏ ସପ୍ତାହ ପରେ ସହରର ସିଭିଲ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା, ଯେଉଁଥିରେ ୨୭୦ ଜଣ ଲୋକ ମୃତ୍ୟୁବରଣ କରିଥିଲେ। ତାଙ୍କୁ ଡିସଚାର୍ଜ କରାଯିବା ମାତ୍ରେ ଭାଇ ଅଜୟଙ୍କ ମୃତଦେହକୁ ତାଙ୍କ ଶେଷକୃତ୍ୟ ପାଇଁ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ସେ ତାଙ୍କ ଭାଇଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଥିବା ଦେଖାଯାଇଥିଲା। ଭାଇ ଅଜୟ ମଧ୍ୟ ତାଙ୍କ ସହିତ ଲଣ୍ଡନ ଯାଉଥିବା ବିମାନରେ […]

ଚିକିତ୍ସା ପାଇଁ ଜୁନ ୨୨ ତାରିଖରେ ମୁମ୍ୱାଇ ଯିବେ ନବୀନ ପଟ୍ଟନାୟକ ।

ଚିକିତ୍ସା ପାଇଁ ମୁମ୍ୱାଇ ଯିବେ ନବୀନ ପଟ୍ଟନାୟକ । ଜୁନ ୨୨ ତାରିଖରେ ସେ ମୁମ୍ୱାଇ ଯିବେ । କୋକିଲାବେନ୍ ଧିରୁଭାଇ ଅମ୍ୱାନୀ ଡାକ୍ତରଖାନାରେ ହେବେ ଚିକିତ୍ସିତ । ଏ ନେଇ ନବୀନ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇଛନ୍ତି। ନବୀନ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ସେ ସର୍ଭାଇକାଲ ଆର୍ଥ୍ରାଇଟିସ୍‌ର ଚିକିତ୍ସା ପାଇଁ ମୁମ୍ବାଇ ଯାଉଛନ୍ତି। ତାଙ୍କର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ସେ ପ୍ରଭୁ […]

ଫାସ୍ ଟ୍ୟାଗକୁ ନେଇ ବଡ଼ ଘୋଷଣା, ୩ ହଜାର ଟଙ୍କାରେ ମିଳିବ ବାର୍ଷିକ ପାସ୍

କେନ୍ଦ୍ର  ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ବୁଧବାର ଏକ ଐତିହାସିକ ଘୋଷଣା କରିଛନ୍ତି। ଅଗଷ୍ଟ ୧୫, ୨୦୨୫ ଠାରୁ, ଘରୋଇ ଯାନବାହନ (ଯେପରିକି କାର, ଜିପ, ଭ୍ୟାନ, ଇତ୍ୟାଦି) ପାଇଁ ୩୦୦୦ ମୂଲ୍ୟର ଏକ FASTag-ଆଧାରିତ ବାର୍ଷିକ ପାସ ଜାରି କରାଯିବ। ଏହି ପାସ ସକ୍ରିୟକରଣ ତାରିଖରୁ ଗୋଟିଏ ବର୍ଷ କିମ୍ବା ୨୦୦ ଯାତ୍ରା ପାଇଁ ବୈଧ ହେବ। ଯାହା ସାଧାରଣ ଲୋକଙ୍କୁ ଦେବ ବହୁ ମାତ୍ରାରେ ଆଶ୍ୱସ୍ତି । କେନ୍ଦ୍ରମନ୍ତ୍ରୀ ନୀତିନ […]

ଝାଡ଼ାବାନ୍ତି ଏବେ ସେକେଣ୍ଡ ଟ୍ରାନ୍ସମିସନ ଷ୍ଟେଜରେ ଅଛି-ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକ ।

ଝାଡ଼ାବାନ୍ତି ଏବେ ସେକେଣ୍ଡ ଟ୍ରାନ୍ସମିସନ ଷ୍ଟେଜରେ ଅଛି । ଜଳ ବାହିତ ଏହି ଜୀବାଣୁ ଏବେ ମଣିଷଙ୍କଠାରୁ ମଣିଷଙ୍କୁ ଡେଉଁଛି । ଅର୍ଥାତ୍ ସଂକ୍ରମିତ ଅଞ୍ଚଳର ବ୍ୟକ୍ତି ଅନ୍ୟ ଅଞ୍ଚଳକୁ ଯିବା ଏବଂ ସେଠାରେ ଝାଡ଼ା କିମ୍ବା ବାନ୍ତି କଲେ ତାହା ପାଣି ସହ ମିଶି ସଂକ୍ରମଣ ବଢ଼ାଇଥାଏ ବୋଲି କହିଛନ୍ତି ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକ । ଯାଜପୁରରୁ ଆରମ୍ଭ ହୋଇ ଅନ୍ୟ ଜିଲ୍ଲାକୁ ବ୍ୟାପିଲାଣି ଝାଡ଼ାବାନ୍ତି ରୋଗ । ବର୍ତ୍ତମାନ ୭ରୁ ଅଧିକ ଜିଲ୍ଳାରେ ଝାଡ଼ାବାନ୍ତି […]

କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ଓ ବାଳ ସାହିତ୍ୟ ପୁରସ୍କାର ଘୋଷିତ

କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍ ସାହିତ୍ୟ ଓ ଯୁବ ପୁରସ୍କାର ଘୋଷଣା । ସୁବ୍ରତ ସେନାପତି ଏବଂ ରାଜକିଶୋର ପାଢୀଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନୀତ କରାଯିବ । ‘କଦମ୍ବ ବନ’ ପାଇଁ ଯୁବ ଲେଖକ ସୁବ୍ରତ କୁମାର ସେନାପତି ଏବଂ ‘କେତେ ଫୁଲ ଫୁଟିଛି’ ବହି ପାଇଁ ଶିଶୁ ସାହିତ୍ୟିକ ରାଜକିଶୋର ପାଢ଼ୀ ପାଇବେ ୨୦୨୫ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ଓ ବାଲ ପୁରସ୍କାର ।ଏହି ପୁରସ୍କାର ସ୍ୱରୂପ ୫୦୦୦୦ ଟଙ୍କା ପ୍ରଦାନ […]

୧୨ ଟଙ୍କାରୁ ୯୪ ଟଙ୍କା ବଢିଲା ଭୁବନେଶ୍ୱର ରେଲୱେ ଷ୍ଟେସନରେ ପାର୍କିଂ ଫି

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ସ୍ଥିତ ରେଳ ଷ୍ଟେଶନରେ ଗାଡ଼ି ପାର୍କିଂ ଏବେ ମହଙ୍ଗା ହୋଇଛି। ପାର୍କିଂ ଫି’ ୮ଗୁଣା ବୃଦ୍ଧି କରାଯାଇଛି। ପାର୍କିଂ ଫି’ରେ ହଠାତ୍‌ ବୃଦ୍ଧିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ରଜ ଛୁଟିଦିନରେ ପାର୍କିଂ ସ୍ଥାନରେ ସେମାନଙ୍କର ବାଇକ୍ ଛାଡି ଆସିଥିବା ଯାତ୍ରୀମାନେ ଫେରିବା ପରେ ଏକ ବଡ ଆଘାତର ଶିକାର ହୋଇଥିବା ସୂଚନା ମିଳିଛି।ଏଠାରୁ ପ୍ରତିଦିନ ହଜାର ହଜାର ଲୋକ ଟ୍ରେନ୍‌ରେ ଯିବାଆସିବା କରିଥାନ୍ତି। ଅନେକ ଯାତ୍ରୀ ନିଜ ୨ ଚକିଆ ଯାନ ଓ ସାଇକେଲ […]

ଡାଇରିଆ ପରେ ରାଜଧାନୀରେ ଚିନ୍ତା ବଢ଼ାଇଲାଣି ଜଣ୍ଡିସ୍ ।

ରାଜ୍ୟ ସରକାରଙ୍କ ସହ କେନ୍ଦ୍ରୀୟ ଟିମ୍‌ର ବଡ଼ ବୈଠକ । ଗ୍ରାଉଣ୍ଡ ରିପୋର୍ଟ ନେଇ ବୈଠକରେ ଆଲୋଚନା ହୋଇଛି । ଆଗାମୀ ପଦକ୍ଷେପ ନେଇ ସରକାରଙ୍କୁ ପରାମର୍ଶ ଦେବେ ଏହି ଟିମ୍‌ର ସଦସ୍ୟ। ସେପଟେ ଦୂଷିତ ପାଣି ଯୋଗୁ ଡାଇରିଆ ବ୍ୟାପିଥିବା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଲେ କେନ୍ଦ୍ରୀୟ ଟିମ୍ । ରାଜ୍ୟରେ ଝାଡାବାନ୍ତି ସ୍ଥିତି ସାମାନ୍ୟ କମିଥିଲେ ବି ଏଥିରେ ସମ୍ପୂର୍ଣ୍ଣ ବ୍ରେକ୍ ଲାଗିନି । ଯାଜପୁରରୁ ଆରମ୍ଭ ହୋଇଥିବା ଡାଇରିଆ ଏବେ ରାଜ୍ୟର […]