author

ବିରୋଧୀ ଦଳ ନେତାଙ୍କୁ ରଥଯାତ୍ରା ପାଇଁ ଆମନ୍ତ୍ରଣ କଲେ ଛତିଶା ନିଯୋଗ ସେବାୟତ

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ପୁରୀର ବ୍ୟାପକ ବିକାଶ ସମ୍ଭବ ହୋଇଛି । ତାଙ୍କ ସମୟରେ ହିଁ ଶ୍ରୀମନ୍ଦିରର ବିଭିନ୍ନ ବିକାଶ ସମ୍ଭବ ହୋଇଥିବା ବେଳେ ପରିକ୍ରମା ପ୍ରକଳ୍ପ ମଧ୍ୟ ବାସ୍ତବ ରୂପ ନେଇ ପାରିଛି । ଯେଉଁଥିପାଇଁ ଏଥର ମଧ୍ୟ ରଥଯାତ୍ରାକୁ ନବୀନ ପଟ୍ଟନାୟକଙ୍କୁ ଆମନ୍ତ୍ରଣ କରିବାକୁ ଆସିଛନ୍ତି ଶ୍ରୀମନ୍ଦିରର ବରିଷ୍ଠ ସେବାୟତମାନେ ।ଆଜି ସନ୍ଧ୍ୟାରେ ବିରୋଧୀ ଦଳ ନେତାଙ୍କୁ ତାଙ୍କ ବାସଭବନ ନବୀନ ନିବାସରେ ଭେଟିଛନ୍ତି । ଏହି ସାକ୍ଷାତ ସମୟରେ ସେମାନେ […]

ଗୋପାଳପୁର ବେଳାଭୂମିରେ ଦୁଷ୍କର୍ମ ମାମଲା: ଦୃଢ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ଗୋପାଳପୁର ଗଣଦୁଷ୍କର୍ମ ମାମଲା ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ସାଜିଛି । ସମସ୍ତେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଥିବା ବେଳେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇ ଦଣ୍ଡବିଧାନ କରାଯିବ ବୋଲି କହିଛନ୍ତି ।ଏ ଘଟଣାରେ ମୁଖ୍ୟମନ୍ତ୍ରୀ ପୁଲିସକୁ ସମସ୍ତ ସନ୍ଦିଗ୍ଧ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ, ସ୍ଥାନୀୟ ପୁଲିସ ୧୦ ଜଣଙ୍କୁ ଗିରଫ […]

ରାଜଧାନୀରେ ଅପମିଶ୍ରିତ ମଦ ପିଇ ୨ ଜଣଙ୍କର ମୃତ୍ୟୁ 

 ରାଜଧାନୀରେ ମଦ ମୃତ୍ୟୁ ଅଭିଯୋଗ । ଅପମିଶ୍ରିତ ମଦ ପିଇ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।୪ ଦିନ ତଳେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ତେବେ  ଏଭଳି ଖବର ଜଣାପଡିବା ପରେ ସଂପୃକ୍ତ ମଦ ଦୋକାନକୁ ସ୍ଥାନୀୟ ବାସିନ୍ଦା ଘେରାଉ କରିଛନ୍ତି । ଏନେଇ ସମ୍ପୃକ୍ତ ମଦ ଦୋକାନକୁ ସିଲ କରିଛି […]

ମୋଦୀଙ୍କ ଓଡିଶା ଗ୍ରସ୍ତ ପରେ ଶୀଘ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବା ସମ୍ଭାବନା !

ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ପରେ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇପାରେ ବୋଲି ସୂଚନା ମିଳିଛି। ତେବେ ରଥଯାତ୍ରା ପୂର୍ବରୁ କି ବାହୁଡା ଯାତ୍ରା ପରେ ହେବ ସେନେଇ ଚୂଡାନ୍ତ କରାଯାଇନି । ରାଜ୍ୟ ସରକାରଙ୍କ ସମସ୍ତ ମନ୍ତ୍ରୀମାନେ ସେମାନଙ୍କ ବାର୍ଷିକ ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ଦେଇ ସାରିଛନ୍ତି । ରିପୋର୍ଟ କାର୍ଡ ଆଧାରରେ କେଉଁ ମନ୍ତ୍ରୀ ରହିବେ ଓ କେଉଁ ମନ୍ତ୍ରୀଙ୍କ ପଦ ଯିବ ସେନେଇ ନିଷ୍ପତ୍ତି ନିଆଯିବ ।ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସହ ୨୨ଜଣ ମନ୍ତ୍ରୀ ହୋଇପାରିବେ […]

ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରାଜ୍ୟପାଳଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ସମୟ ପାଖେଇ ଆସୁଛି। ଆସନ୍ତା ୨୭ ତାରିଖ ଦିନ ପୁରୀରେ ରଥଯାତ୍ରାର ଆୟୋଜନ ହେବ। ଏଥି ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ତୀବ୍ର କରିଦେଇଛନ୍ତି। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ମଙ୍ଗଳବାର ମାନ୍ୟବର ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଭେଟି ମହାପ୍ରଭୁଙ୍କ ଆଗାମୀ ପବିତ୍ର ଘୋଷଯାତ୍ରା ପାଇଁ ନିମନ୍ତ୍ରଣ କରିଛନ୍ତି। ମାନ୍ୟବର ରାଜ୍ୟପାଳ […]

ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଘଟଣା:ସରକାରଙ୍କୁ ତାଗିତ କଲେ ନବୀନ

ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଯାଇଥିବା ଜଣେ କଲେଜ ଛାତ୍ରୀ ଦୁଷ୍କର୍ମ ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତୀବ୍ର ନିନ୍ଦା କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଶ୍ରୀ ପଟ୍ଟନାୟକ ସରକାର ସଚେତନ ରୁହନ୍ତୁ ବୋଲି ଲେଖିଛନ୍ତି। ଏହା ସହିତ ପର୍ଯ୍ୟଟନ ସ୍ଥଳୀରେ ମହିଳାମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତିଦିନ ମହିଳାଙ୍କ ଉପରେ ବଢୁଥିବା ନିର୍ଯାତନାକୁ ରୋକିବା ଦିଗରେ ସରକାର ସଜାଗ ହୁଅନ୍ତୁ। ରାଜ୍ୟରେ ମହିଳାମାନଙ୍କ ନିରାପତ୍ତା ଓ […]

ପ୍ରତି ପଞ୍ଚାୟତରେ ତହସିଲ ଖୋଲିବ -ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ରାଜସ୍ବ ଆଇନରେ ସଂସ୍କାର । କମିଲା ରାଜ୍ୟର ଜମି କିସମ ସଂଖ୍ୟା । ୭୦୦୦ ଜମି କିସମ କମି ୨୭ରେ ରଖାଯିବ । ଏନେଇ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ପ୍ରଦାନ କରିଛନ୍ତି । ସେହିଭଳି ଜମି ସତ୍ତ୍ୱର ପରିବର୍ତ୍ତନ ହେବ । ରାଜ୍ୟରେ ରାଜସ୍ୱ ଆଇନରେ ୩୦୦୦ ସତ୍ତ୍ୱର ପରିବର୍ତ୍ତନ କରାଯାଇ ଏହାକୁ ଦୁଇ ଅଙ୍କରେ ସୀମିତ ରଖିବାକୁ ଯୋଜନା ପ୍ରସ୍ତୁତ ହୋଇଛି । […]

୫ ଜିଲ୍ଲା ନୁହେଁ ୩୦ ଜିଲ୍ଲା ସତର୍କ ରୁହ ; ସତର୍କ କରାଇଲେ ସ୍ୱାସ୍ଥ୍ୟ ସଚିବ

ଡାଇରିଆକୁ ନେଇ ଏବେ ଚିନ୍ତାରେ ଓଡ଼ିଶା । ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଏବେ ଡାଇରିଆ ବ୍ୟାପୁଥିବାବେଳେ, ଏନେଇ ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ସଚିବ । ୫ ଜିଲ୍ଲା ନୁହେଁ ରାଜ୍ୟର ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । 5 ଜିଲ୍ଲାରୁ ନୂଆ 300 କେଶ୍ ଚିହ୍ନଟ ହୋଇଛି । ରୋଗୀଙ୍କ ଉପରେ 24 ଘଣ୍ଟା ନଜର ରଖିବାକୁ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ । ବିଶୋଧନ ପ୍ରକ୍ରିୟା ଜାରି ରହିବ । […]

ହଇଜା ମାଡ଼ିବା ପଛରେ ଇ-କୋଲାଇ ବ୍ୟାକ୍ଟେରିଆ

ରାଜ୍ୟରେ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛନ୍ତି । ରାଜ୍ୟରେ ବ୍ୟାପୁଥିବା ହଇଜା ପଛରେ ଇ-କୋଲାଇ ବ୍ୟାକ୍ଟେରିଆ ଥିବା କୁହାଯାଉଛି । ଯାଜପୁରର ବିଭିନ୍ନ ଅଞ୍ଚଳରୁ ସଂଗ୍ରହ ହୋଇଥିବା ନମୁନାରେ ଇ-କୋଲାଇ ବ୍ୟାକ୍ଟେରିଆ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏନେଇ ସରକାର ବିଧିବଦ୍ଧ ଭାବେ ସ୍ପଷ୍ଟ କରି ନାହାନ୍ତି । ତେବେ ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ଇ-କୋଲାଇ ବ୍ୟାକ୍ଟେରିଆ ବୋଲି ଜଣାପଡିଛି । ନମୁନା ପରୀକ୍ଷା ପରେ ସ୍ପଷ୍ଟ ହେଉଛି ଏହାର କାରଣ ।ଝାଡ଼ା-ବାନ୍ତି […]

ଏଣିକି ଅନଲାଇନରେ ବୁକ୍ ହେବ ଅମ୍ବୁଲାନ୍ସ।

ଏଣିକି ଅନଲାଇନରେ ବୁକ୍ ହେବ ଅମ୍ବୁଲାନ୍ସ। ଏ ନେଇ ସୂଚନା ଜାରି କରିଛନ୍ତି ପରିବହନମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସୂଚନା। ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।ଲୋକମାନେ ମୋବାଇଲ୍ ଆପ୍ ‘ଓଡିଶା ଯାତ୍ରୀ’ ମାଧ୍ୟମରେ ଆମ୍ବୁଲାନ୍ସ ବୁକ୍ କରିପାରିବେ। ରାଜ୍ୟ ସରକାର ଆମ୍ବୁଲାନ୍ସ ସେବାକୁ ଏହାର ଘରୋଇ କ୍ୟାବ୍ ଆଗ୍ରିଗେଟର୍ ଆପ୍ ସହିତ ସଂଯୁକ୍ତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି। ତେବେ କୁଟ ସହାୟତାରେ ଏହାକୁ ଚଲାଯିବ। ଏହାର ରୋଡ୍ ଚାର୍ଟ ସରକାର ନିର୍ଦ୍ଧାରିତ […]

ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଟାଙ୍ଗି ଦେଲେ

କେନ୍ଦୁଝର ତେନ୍ତଳାପଶି ଗାଁରୁ ଆସିଲା ଅଭାବନୀୟ ଘଟଣା । ଦୁଷ୍କର୍ମ ପରେ ଯୁବତୀଙ୍କୁ ମାରି ଟାଙ୍ଗିଦେଇଥିବା ଅଭିଯୋଗ ।ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ସନ୍ଦେହ ପ୍ରକାଶ ପାଇଛି। ସୂଚନାନୁଯାୟୀ, ଗଛରୁ ଝୁଲନ୍ତା ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ପ୍ରେମ ବ୍ୟାପାରକୁ ନେଇ ଜଘନ୍ୟକାଣ୍ଡ ଘଟିଥିବା ସୂଚନା ମିଳିଛି। ଏହି ହତ୍ୟାରେ ୨ରୁ ୩ଜଣ ଯୁବକ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରୁ ଅଭିଯୁକ୍ତ ଡ୍ରେସ୍ ଜବତ କରିଛି ପୋଲିସ। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି […]

ମହାପ୍ରଭୁଙ୍କ ଅଣସର ସେବା, ଆଜିଠୁ ମହାପ୍ରଭୁଙ୍କ ଓଷଅ ଲାଗି

ଅଣସର ଘରେ ଥିବା ମହାପ୍ରଭୁଙ୍କ ଚାଲିଛି ଗୁପ୍ତ ଉପଚାର । ଅନବସରର ଷଷ୍ଠୀ ଅବସରରେ ଆଜି ମହାପ୍ରଭୁଙ୍କୁ ଓଷ ବା ଔଷଧ ଲାଗି କରାଯିବ। ଏହି ଓସ୍ୱକୁ ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକ ମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲେପନ କରିଥାନ୍ତି । ଯାହା ଫଳରେ ମହାପ୍ରଭୁ ସୁସ୍ଥ ଅନୁଭବ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ଏହି ଓସ୍ୱ ଲାଗି ସେବା ଷଷ୍ଠିଠାରୁ ଆରମ୍ଭ ହୋଇ ନବମୀ ତିଥି ପର୍ଯ୍ୟନ୍ତ ଚାରିଦିନ ଧରି ଚାଲିବ ।ପରମ୍ପରା […]