author

ରାଜଧାନୀରେ ଲଜ୍ଜା: ୭ ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗ

ଦିନକୁ ଦିନକୁ ଅସୁରିକ୍ଷିତ ହେବାରେ ଲାଗିଛି ସ୍ମାର୍ଟ ସିଟି ଭୁବନେଶ୍ବର । ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଲିଙ୍ଗରାଜ ଥାନା ଅଞ୍ଚଳରେ ୭ ବର୍ଷୀୟ ଝିଅକୁ ଅପହରଣ ପରେ ଦୁଷ୍କର୍ମ ନେଇ ଥାନାରେ ଏତଲା ହୋଇଥିବା ବେଳେ ଏନେଇ ଅଧିକ ତଦନ୍ତ କରୁଛି ପୋଲିସ୍ ।ସକାଳୁ ନିଖୋଜ ଥିଲେ ୭ ବର୍ଷୀୟା ନାବାଳିକା । ପରିବାର ଲୋକେ ଖୋଜାଖୋଜି କରିଥିଲେ । ଖୋଜାଖୋଜି ପରେ ୧ ଘଣ୍ଟା ଭିତରେ ବୈଶିଷ୍ଟ୍ୟ ନଗରରୁ ଉଦ୍ଧାର […]

ଦ୍ୱିତୀୟ ଥର ବାପା ହେଲେ ରୋହିତ ଶର୍ମା ।

ଖୁସି ଖବର ଦେଲେ ଭାରତୀୟ କ୍ରିକେଟର ରୋହିତ ଶର୍ମା। ସେ ଦ୍ଵିତୀୟ ଥର ପାଇଁ ବାପା ହୋଇଛନ୍ତି। ତାଙ୍କ ସ୍ତ୍ରୀ ରିତିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହା ପୂର୍ବରୁ ତାଙ୍କର ଏକ ଝିଅ ଥିଲା।ବର୍ଡର ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ଗସ୍ତ କରି ଅଭ୍ୟାସ ଜାରି ରଖିଛି । ହେଲେ ରିତିକାଙ୍କ ପାଇଁ ରୋହିତ ଏପର୍ଯ୍ୟନ୍ତ ଦଳରେ ଯୋଗ ଦେଇନାହାନ୍ତି ।ସେ ମୁମ୍ବାଇରେ ରହି ଅଭ୍ୟାସ ଜାରି ରଖିଛନ୍ତି । ପ୍ରଥମେ […]

ଆଠଗଡ଼ ରେଞ୍ଜରେ ହାତୀ ଗଣନା ଆରମ୍ଭ

ଆରମ୍ଭ ହୋଇଛି ଆଠଗଡ଼ ବନଖଣ୍ଡ ଅଧିନରେ ଥିବା ପାଞ୍ଚଟି ରେଞ୍ଜରେ ହାତୀ ଗଣନା। ପ୍ରତି ରେଞ୍ଜରେ ୩ ଜଣିଆ ଟିମ୍ ଏହି ଗଣନା କାର୍ଯ୍ୟରେ ଲାଗିଛନ୍ତି। ଆଠଗଡ଼ ରେଞ୍ଜ ,ଖୁଣ୍ଟୁଣୀ, ବଡ଼ମ୍ବା, ନରସିଂହପୁର ପୂର୍ବ ଓ ନରସିଂହପୁର ପଶ୍ଚିମ ରେଞ୍ଜର ନିଜ ନିଜର କ୍ଷେତ୍ରରେ ରହିଥିବା ବିଭିନ୍ନ ସ୍ଥାନରେ ବୁଲି ହାତୀଙ୍କ ଗଣନା ଚାଲିଛି। ଥର୍ମାଲ କ୍ୟାମେରାରେ ଏହି ଶୀତକାଳିନ ଗଣନା ଚାଲିଛି । ବର୍ଷକୁ ଦୁଇଥର ଏହି ହାତୀ ଗଣନା କରାଯାଏ । ଗ୍ରୀଷ୍ମ କାଳିନ […]

ଖୁଆଡ଼ରେ ପ୍ରଥମ ଶିକାର କଲା ଜିନ୍ନତ

ମହାରାଷ୍ଟ୍ରରୁ ଅଣାଯାଇ ଗୁରୁବାର ସନ୍ଧ୍ୟାରେ ସିମିଳିପାଳ ଅଭୟାରଣ୍ୟରେ ପହଞ୍ଚିଥିବା ବାଘୁଣୀ ଜିନ୍ନତ ଖୁଆଡ଼ ଭିତରେ ପ୍ରଥମ ଶିକାର କରିଛି। ଶୁକ୍ରବାର ରାତି ପ୍ରାୟ ୧୦ଟାରେ ଜିନ୍ନତ ରହୁଥିବା ସ୍ଵତନ୍ତ୍ର ଖୁଆଡ଼ ଭିତରକୁ ଏକ ବାରହା ଛଡ଼ାଯାଇଥିଲା। ଯାହାକୁ ଗୋଡ଼ାଇ ଗୋଡ଼ାଇ ଶିକାର କରିଥିଲା ଜିନ୍ନତ। ସିମିଳିପାଳରେ ପହଞ୍ଚିବା ପରେ ଜିନ୍ନତର ଏହା ପ୍ରଥମ ଶିକାର ଥିଲା।ବାର୍‌ହାକୁ ଶିକାର କରି ସାରିବା ପରେ ପେଟ ଭରି ଖାଇଥିଲା ବାଘୁଣୀ । ଖାଇ ସାରିବା ପରେ ପାଣି ପିଇ ବିଶ୍ରାମ […]

କଟକ ବାଲିଯାତ୍ରାରେ ରାଗିଲେ ମୁଖ୍ୟମନ୍ତ୍ରୀ

ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା । ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅନେକ ବର୍ଷ ବ୍ୟବଧାନ ପରେ ଜଣେ ମୁଖ୍ୟମନ୍ତ୍ରୀ କଟକ ବାଲିଯାତ୍ରା ଉଦଘାଟନୀ ଉତ୍ସବରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ୧୩ଟି ଦେଶର ରାଷ୍ଟ୍ରଦୂତ ଓ ବୈଦେଶିକ ବ୍ୟାପାର ବିଭାଗର ଅଧିକାରୀମାନେ ଯୋଗ ଦେଇଛନ୍ତି । କିନ୍ତୁ ଗତ କାଲି ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଅନ୍ୟ ଅତିଥି […]

ଇନ୍ଦୋର, ଡେରାଡୁନକୁ ହେବ ସିଧାସଳଖ ବିମାନ ସେବା

ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦରରୁ ଦେଶର ଅଧିକ ସହରକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବ । ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆଉ ୫ଟି ସହରକୁ ଓ ଝାରସୁଗୁଡ଼ାସ୍ଥିତ ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଉ ୪ଟି ସହରକୁ ସିଧାସଳଖ ବିମାନ ସେବା ମିଳିବ । ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ୍‌, କୋଚି, ଜୟପୁର, ଲକ୍ଷ୍ନୌକୁ ସିଧା ସଳଖ ବିମାନ ସେବା ଆରମ୍ଭ ହେବ।ସେହିପରି ଝାରସୁଗୁଡା ବୀର […]

ଆଜିଠାରୁ ଶ୍ରୀମନ୍ଦିର ଚାରି ଦ୍ବାର ଦେଇ ଶ୍ରଦ୍ଧାଳୁ ମାନେ ପ୍ରବେଶ କରିପାରିବେ ।

ଆଜି ଠାରୁ ଶ୍ରୀମନ୍ଦିର ଚାରି ଦ୍ବାର ଦେଇ ଶ୍ରଦ୍ଧାଳୁ ମାନେ ପ୍ରବେଶ କରିପାରିବେ । ପୁଣି ଥରେ ଶ୍ରୀମନ୍ଦିରରେ ୪ ଦ୍ଵାର ଦେଇ ପ୍ରବେଶ କରିବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଶନିବାର ସଂକ୍ରାନ୍ତିଠାରୁ ଶ୍ରଦ୍ଧାଳୁମାନେ ୪ ଦ୍ଵାର ଦେଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ। କିନ୍ତୁ ୩ ଦ୍ଵାର ଦେଇ ପ୍ରସ୍ଥାନ କରିବେ।ଶ୍ରୀମନ୍ଦିର ନାଟମଣ୍ଡପ ଠାରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଏବେ ବିଚାରାଧୀନ ଅଛି । ପରବର୍ତ୍ତୀ ସମୟରେ […]

ଆଜିର ରାଶିଫଳ(୧୬ ନଭେମ୍ବର, ୨୦୨୪)

ମେଷ-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି । ବୃଷ–ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ । ସାସଂରିକ ଜିବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ । ମହିଳା ଓ ଛାତ୍ରଛାତ୍ରୀମାନେ […]

ଜିଲ୍ଲା ପ୍ରଶାସନ ପକ୍ଷରୁ ଭଗବାନ ବିର୍ଷା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ।

ଗୁଣପୁର/ରାୟଗଡ-ତା. ୧୫/୧୧- ଭଗବାନ ବିର୍ଷା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁଣପୁର ଠାରେ ଜନଜାତି ଗୌରବ ଦିବସ ଭାବରେ ପାଳନ କରାଯାଇଛି । ଏହି ଅବସର ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଗୁଣପୁର ତହସିଲ ପଡିଆ ଠାରେ ଏକ ବିରାଟ ସଭା ଆୟୋଜିତ ହୋଇଥିଲା । ଜିଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ଭଗବାନ ବିର୍ଷା ମୁଣ୍ଡା ଜୟନ୍ତୀକୁ ସାରାଦେଶରେ […]

ଭାରତରେ ୫୯ କୋଟି ଗେମର୍ସ, ୪୪% ମହିଳା !

ଭାରତରେ ଗେମିଂ ମାର୍କେଟ୍ ଲଗାତାର ବଡ଼ ହେବାରେ ଲାଗିଛି । ଏକ ରିପୋର୍ଟ ଅନୁସାରେ ବର୍ତ୍ତମାନ ସମୟରେ ଭାରତୀୟ ଗେମିଂ ବଜାର ପ୍ରାୟ ୩୨ ହଜାର କୋଟି ଟଙ୍କା ।ଇଣ୍ଟରଆକ୍ଟିଭ ମିଡିଆ ଏବଂ ଗେମିଂ ଭେଞ୍ଚର କ୍ୟାପିଟଲ୍ ଫଣ୍ଡ ଲୁମିକାଇ (Lumikai) ଷ୍ଟେଟ୍ ଅଫ୍ ଇଣ୍ଡିଆ ଇଣ୍ଟରଆକ୍ଟିଭ ମିଡିଆ ଆଣ୍ଡ ଗେମିଂ ରିପୋର୍ଟରେ ଏହି ଅନୁମାନ କରିଛି ଯେ ଆଗାମୀ ପାଞ୍ଚ ବର୍ଷରେ ଅର୍ଥାତ୍ FY ୨୦୨୯ ସୁଦ୍ଧା ଭାରତୀୟ ଗେମିଂ ବଜାର ୯.୨ ବିଲିୟନ ଡଲାର […]

କାର୍ତ୍ତିକ ପୂର୍ଣ୍ଣିମାରେ ଭାସିଲା ୧୬୦ ଫୁଟର ଡ଼ଙ୍ଗା

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ନୌବାଣିଜ୍ୟ ପରମ୍ପରାପକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ନଦୀ, ପୋଖରୀ, ମହୋଦଧିରେ ଡଙ୍ଗା ଭସାଇଛନ୍ତି।ବାଲେଶ୍ୱର ଜିଲା ସୋର ବ୍ଲକ ମାଣତ୍ରୀ ଗାଁରେ ଧୁମ୍‌ଧାମରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗାଁର ମଦନମୋହନ ଜୀଉ କମିଟି ପକ୍ଷରୁ ଗାଁ ପୋଖରୀରେ ୧୬୦ ଫୁଟ ଲମ୍ବର ଏକ ଡ଼ଙ୍ଗାକୁ ଭସା ଯାଇଛି । ଏଥିରେ ସଦସ୍ୟ ମାନେ ଦୀର୍ଘ ୨୧ବର୍ଷ ଧରି […]

ବୋଇତ ବନ୍ଦାଣ ଉତ୍ସବ ପାଳନ ବେଳେ ଅଘଟଣ ।

କଟକ ସଦର ବ୍ଲକ୍ ୪୨ ମୌଜାର ଗୋବିନ୍ଦପୁର ଗାଁରେ ବୋଇତ ବନ୍ଦାଣ ଉତ୍ସବ ପାଳନ ବେଳେ ଅଘଟଣ । ଅଳ୍ପକେ ମୃତ୍ୟୁ ମୁଖରୁ ସାଧବ ପୁଅ ବେଶଧାରୀ ଯୁବକ ମାନେ ବର୍ତ୍ତିଗଲେ । ଡଙ୍ଗାରେ ବସି ସମସ୍ତେ କାଠଯୋଡ଼ି ନଦୀରେ ବୁଲିବା ବେଳେ ଏଭଳି ଅଘଟଣ ଘଟିଥିଲା । ଭାରସାମ୍ୟ ହରାଇ ହଠାତ ଡଙ୍ଗା ସହିତ ୭ ଜଣ ସାଧବ ପୁଅ ବେଶଧାରୀ ଯୁବକ ପାଣିରେ ବୁଡିଯିବା ଦେଖିବାକୁ ମିଳିଥିଲା । ସେମାନେ ପହଁରି ପହଁରି କୂଳକୁ […]