author

ପିଓକେ (Pok) ଯାଇପାରିବନି ଚାମ୍ପିୟନ୍ସ ଟ୍ରଫି ।

ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବ। ଏହା ପୂର୍ବରୁ ପ୍ରଚାର,ପ୍ରସାର ବା ସହର ପରିକ୍ରମା କରିବା ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପାକିସ୍ତାନକୁ ଟୁର୍ନାମେଣ୍ଟ ଟ୍ରଫି ପଠାଇଛି। ଏହି ଟ୍ରଫି ଗୁରୁବାର (୧୪ ନଭେମ୍ବର) ଇସଲାମାବାଦରେ ପହଞ୍ଚିଛି। କିନ୍ତୁ ସେପଟେ ପାକିସ୍ତାନକୁ ଏକ ବଡ଼ ଝଟକା ଲାଗିଛି। ପାକିସ୍ତାନ ଏବେ ଏହି ଟ୍ରଫିକୁ ପାକିସ୍ତାନ ଅଧିକୃତ କାଶ୍ମୀର (ପୋକ୍) କୁ ପଠାଇ ପାରିବେ ନାହିଁ। ନଭେମ୍ବର ୧୬ରୁ ନଭେମ୍ବର ୨୪ ତାରିଖ ଯାଏଁ […]

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବା ସୂଚନା ମିଳିଛି। ଫଳରେ ବିମାନଟି ଝାଡ଼ଖଣ୍ଡର ଦେଓଘର ବିମାନବନ୍ଦରରେ ଅଟକି ରହିଛି। ଏଥିଯୋଗୁ ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ ଫେରିବା କାର୍ଯ୍ୟକ୍ରମ ବିଳମ୍ବିତ ହୋଇଥିବା ସୂଚନା ମିଳିଛି।ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବିହାର ଗସ୍ତରେ ଯାଇଥିଲେ। ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳନ (ଜନଜାତୀୟ ଗୌରବ ଦିବସ) କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେଇଥିଲେ। ଏହି ଅବସରରେ ବିହାରର ଜାମୁଇଠାରେ ଆଦିବାସୀମାନଙ୍କ ଲାଗି ଉଦ୍ଦିଷ୍ଟ ଅନେକ ଉନ୍ନୟନମୂଳକ […]

ପେସା ଆଇନ ଲାଗୁ ପୂର୍ବରୁ ଲୋକଙ୍କ ମତ ନେବେ ରାଜ୍ୟ ସରକାର

ଜନତା ମଇଦାନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ପେସା ଆଇନ ଲାଗୁ ହେବା ପୂର୍ବରୁ ଲୋକଙ୍କ ମତ ନେବା ସହ ସଚେତନତା ସଭା କରିବେ ରାଜ୍ୟ ସରକାର । ୨୬ ତାରିଖ ପର୍ଯ୍ୟନ୍ତ ପ୍ରତି ଗାଁରେ ଜନସଭା ହେବ। ପେସା ଆଇନ କିପରି କାର୍ଯ୍ୟକାରୀ ହେବ ସେ ନେଇ ବିସ୍ତୁତ ଆଲୋଚନା କରାଯିବ। ଅନ୍ୟପକ୍ଷେ ଜଙ୍ଗଲ ଅଧିକାର ସ୍ୱୀକୃତ ଆଇନ ପୋର୍ଟାଲର ଶୁଭରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜଣେ […]

ପିଏମ୍ ମୋଦୀଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିବ ଏହି ଦେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡୋମିନିକା ରାଜ୍ୟଗୋଷ୍ଠୀର ସର୍ବୋଚ୍ଚ ଜାତୀୟ ସମ୍ମାନ ପ୍ରଦାନ କରାଯିବ। ଏ ସମ୍ପର୍କରେ ଡୋମିନିକା ପକ୍ଷରୁ ଘୋଷଣା କରାଯାଇଛି। ଆସନ୍ତା ସପ୍ତାହରେ ଗୁୟାନାରେ ହେବାକୁ ଥିବା ଇଣ୍ଡିଆ-କାରିକମ୍‌ ସମ୍ମିଳନୀରେ ରାଷ୍ଟ୍ରପତି ସିଲଭାଇନ ବର୍ଟନ ମୋଦୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବେ। ୨୦୨୧ ଫେବ୍ରୁଆରିରେ ପିଏମ୍ ମୋଦୀ ଡୋମିନିକାର ଏକ ବହୁମୂଲ୍ୟ ଉପହାର ଦେଇ କରୋନା ଭ୍ୟାକ୍ସିନ ଆଷ୍ଟ୍ରାଜେନିକାର ୭୦ ହଜାର ଡୋଜ ପଠାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଉଦାରତା ଯୋଗୁଁ ଡୋମିନିକା ସରକାର […]

ପ୍ରେମିକ ସହ ମିଶି ପିଲାକୁ ଦେଲା ଚେଙ୍କ ।

ଶିଶୁ ଦିବସରେ ଶିଶୁଙ୍କୁ ନିର୍ଯତନା । ସେ ବି ପୁଣି ନିଜ ଜନ୍ମକଲା ମାଆ ଆଗରେ । ଆଉ ମାଆ ସାଜିଥିଲା ନିରବଦ୍ରଷ୍ଟା । ଏପରି ଏକ ଲଜ୍ଜାଜନକ ଘଟଣା ରାଜଧାନୀ ଭୁବନେଶ୍ୱରର ମୈତ୍ରୀବିହାର ଥାନା ମହାବୀର ବସ୍ତିରେ ଘଟିଛି । ଦୁଇ ପିଲାଙ୍କୁ ଗରମ ଷଣ୍ଢୁଆଶୀରେ ଶରୀରର ବିଭିନ୍ନ ସ୍ଥାନରେ ଚେଙ୍କ ଦିଆଯାଇଛି। ଏହି ଘଟଣାରେ ପୁଲିସ୍ ପୀଡ଼ିତ ପିଲାଙ୍କ ମା’ ଓ ତାଙ୍କ ପ୍ରେମିକ ଗୁଡ଼ୁ ନାୟକଙ୍କୁ ଅଟକ ରଖି ପଚରାଉଚରା କରୁଛି।ବାପା ଅନୁପସ୍ଥିତିରେ […]

ଭାରତରେ ପ୍ରଥମ ‘ସାଟେଲାଇଟ-ଟୁ-ଡିଭାଇସ’ ସେବା ଆରମ୍ଭ କରିବ ବିଏସଏନଏଲ

ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଦେଶରେ ପ୍ରଥମ ଥର ସାଟେଲାଇଟ-ଟୁ-ଡେଭିସ ସର୍ଭିସ ଆରମ୍ଭ କରିଛନ୍ତି, ଯାହା ଦେଶର ସବୁଠୁ ଦୁର୍ଗମ ଅଞ୍ଚଳରେ ମଧ୍ୟ କନେକ୍ଟିଭିଟି ପ୍ରଦାନ କରିବ। ଦୂର ସଞ୍ଚାର ବିଭାଗ (ଡିଓଟି) ଏହି ଘୋଷଣା କରିଛନ୍ତି ଓ କହିଛନ୍ତି ଏହି ସର୍ଭିସ୍ ଆମେରିକୀୟ କମ୍ପାନୀ ଭାୟାସାଟ୍ କୋଲାବରେସନରେ ଆରମ୍ଭ କରାଯିବ। ଏହି ନୂଆ ଟେକ୍ନୋଲଜିର ଉଦ୍ଦେଶ୍ୟ ଏପରି କ୍ଷେତ୍ରକୁ କନେକ୍ଟିଭିଟି ପ୍ରଦାନ କରିବ ଯେଉଁଠାକୁ ସାଧାରଣ ମୋବାଇଲ ନେଟୱାର୍କ ପହଞ୍ଚି ନ ପାରୁଛି। ଏହି […]

ଆଜିଠୁ ରାଜ୍ୟରେ ବଢ଼ିବ ଶୀତ ।୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା।

ଆଜିଠୁ ରାଜ୍ୟରେ ବଢ଼ିବ ଶୀତ । ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା। ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାସହ ଆର୍ଦ୍ରତା ପାଇଁ ରାତି ତାପମାତ୍ରା ମଧ୍ୟ କମୁନାହିଁ । ବାତ୍ୟା ଦାନା ପ୍ରଭାବରେ ଏବେ ବି ଉପକୂଳ ଓଡ଼ିଶାରେ ରାତିରେ ଗରମ ଅନୁଭୂତ ହେଉଛି । ଆଜିଠାରୁ ପବନର ଦିଗ ପରିବର୍ତ୍ତନ ହେବ । ବିଶେଷ କରି ଉତ୍ତର ଦିଗରୁ […]

ଅଷ୍ଟମ ଫେଲ୍ ନକଲି ଡାକ୍ତର ଗିରଫ, ଗୁପ୍ତରୋଗର କରୁଥିଲେ ଚିିକିତ୍ସା

ସୂଚନା ଅନୁଯାୟୀ, ବ୍ରହ୍ମପୁର ରମ୍ପା ସାହିରେ ଘର ଭଡାରେ ରହୁଥିବା ବେଳେ ମିତ୍ରା ସାହିରେ କ୍ଲିନିକ ଚଳାଉଥିଲେ ଡ. ଉତ୍ପଲ ବାଲା। ଅଷ୍ଟମ ଶ୍ରେଣୀ ଫେଲ ଥିବା ଉତ୍ପଳା ୪ ବର୍ଷ ପୂର୍ବେ ବିଶାଖାପାଟଣାର ଏକ ହୋଟେଲରେ ହୋଟେଲ ବୟ ଏବଂ ଖାଦ୍ୟ ପରଷିବା କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ୨୦୧୯ ମସିହାରେ ବ୍ରହ୍ମପୁରକୁ ଆସି ରମ୍ପା ସାହିରେ ଘର ଭଡା ନେଇ ରହୁଛନ୍ତି। କ୍ରିଷ୍ଣା ପାଇଲସ କ୍ଲିନିକ, ସେକସୁଆଲ ହେଲଥ କ୍ଲିନିକ, ଗୁପ୍ତ ରୋଗ ଚିକିତ୍ସାଳୟ […]

ନୂଆ ବର୍ଷ ପୂର୍ବରୁ ରୁପା ଛାଉଣି ହେବ ରତ୍ନପଲଙ୍କ, ପତିତପାବନ ମନ୍ଦିର

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭକ୍ତଙ୍କ ଦାନ ଅର୍ଥରୁ ମିଳିଥିବା ୩୦୦ କେଜିରୁ ଊର୍ଦ୍ଧ୍ୱ ରୁପା ବ୍ୟବହାର କରାଯାଇ ମହାପ୍ରଭୁଙ୍କ ରତ୍ନପଲଙ୍କ, ପତିତପାବନ ମନ୍ଦିର, ସିଂହଦ୍ୱାର ଗୁମୁଟର ଦ୍ୱାରବନ୍ଧକୁ ରୁପାଛାଉଣି କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି। ତେଣୁ ନୂଆବର୍ଷ ପୂର୍ବରୁ କାର୍ଯ୍ୟ ସାରିବାକୁ କୁହାଯାଇଛି। ଫଳରେ ଭକ୍ତମାନେ ନୂଆ ରୂପ ଦେଖିପାରିବେ। ସେହିପରି ଶ୍ରୀବିଗ୍ରହମାନଙ୍କ ରତ୍ନପଲଙ୍କକୁ ବର୍ମାଟିକ୍‌ କାଠରେ ନିର୍ମାଣ […]

ସୁନାଦର ଦ୍ରୁତ ଗତିରେ ହ୍ରାସ ପାଇଚାଲିଛି ।

ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ସୁନାଦର ଦ୍ରୁତ ଗତିରେ ହ୍ରାସ ପାଇଚାଲିଛି । ଏହାର ପ୍ରଭାବରେ ଭାରତରେ ବି ସୁନା ହ୍ରାସ ପାଇଚାଲିଛି । ଗୁରୁବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ସୁନା ମୂଲ୍ୟରେ ପ୍ରାରମ୍ଭିକ କାରବାରରେ ହ୍ରାସ ଘଟିଛି। ଏମସିଏକ୍ସରେ ଡିସେମ୍ବର ଡେଲିଭରି ପାଇଁ ସୁନା ଦର ୧୦ ଗ୍ରାମ ପିଛା ୭୨୮୬୭ ଟଙ୍କାକୁ ହ୍ରାସ ପାଇଛି ଓ ରୁପା କିଲୋଗ୍ରାମ ପିଛା ୮୮୦୩୨ ଟଙ୍କାକୁ ହ୍ରାସ ପାଇଛି ।ଡଲାର ସୂଚକାଙ୍କରେ […]

ଆଜି ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ।

ଜନ ଜାତୀୟ ଗୌରବ ଦିବସ ପାଳନ ପାଇଁ ଜନତା ମଇଦାନରେ ଭବ୍ୟ ଆୟୋଜନ । ଯୋଗ ଦେବେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେହିପରି ଭୁବନେଶ୍ୱର ଜନତା ମୈଦାନରେ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହେଉଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ପାଳନ ହେବ ସମାରୋହ । ଭିସିରେ ଯୋଡି ହେଇ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦି । ଜନତା ମଇଦାନରେ ପ୍ରାୟ ହଜାର ହଜାର ଲୋକ ସାମିଲ ହେବେ । ଏହିକ୍ରମରେ ନଭେମ୍ବର ୧୫ ତାରିଖରେ […]

ଶିମିଳିପାଳକୁ ଆସିଲା ଦ୍ବିତୀୟ ବାଘୁଣୀ ‘ଗଙ୍ଗା’

ଶିମିଳିପାଳକୁ ଆସିଲା ଦ୍ଵିତୀୟ ବାଘୁଣୀ। ପ୍ରଥମ ବାଘୁଣୀ ଯମୁନାକୁ ଶିମିଳିପାଳ ଅଭୟାରଣ୍ୟରେ ମୁକ୍ତ ଭାବେ ଛଡାଯିବା ପରେ ଆଜି ମହାରାଷ୍ଟ୍ର ତାଡ଼ବା ଅନ୍ଧାରୀ ଟାଇଗର ରିଜର୍ଭ ରୁ ଆସି ମୟୂରଭଞ୍ଜ ପହଞ୍ଚି ସାରିଛି ଆଉ ଏକ ବାଘୁଣୀ। ମହାରାଷ୍ଟ୍ରର ତଡ଼ବା ଜଙ୍ଗଲକୁ ଯାଇଥିଲା ଶିମିଳିପାଳର ଏକ ସ୍ବତନ୍ତ୍ର ୧୦ ଜଣିଆ ଟିମ୍ । ତଡ଼ବା ଜଙ୍ଗଲରେ ଟ୍ରାଙ୍କୁଲାଇଜ୍ କରାଯାଇ ବାଘୁଣୀକୁ ସ୍ଵତନ୍ତ୍ର ଜନ୍ତାରେ ଶିମିଳିପାଳକୁ ଅଣାଯାଇଛି । ଶିମିଳିପାଳ କବାଟଘାଇ ଅଞ୍ଚଳରେ ପ୍ରସ୍ତୁତ ସଫ୍ଟ ଏନକ୍ଲୋଜୋରରେ ବାଘୁଣୀ […]