ଓମଫେଡ୍ ଡବା ଦେଖି ଘରକୁ ଘିଅ ନେଉଛନ୍ତି ଲୋକେ । କିନ୍ତୁ ସେମାନେ ଯେ ଠକାମିର ଶିକାର ହେଉଛନ୍ତି ତାହା ଜାଣିପାରୁନାହାଁନ୍ତି ।ରାଉରକେଲା ପୋଲିସ୍ 13 ଲିଟର ନକଲି ଘିଅ ଜବତ କରିଛି। ଓମ୍ଫେଡ୍ କମ୍ପାନୀ ରାଉରକେଲା ଏସ୍ପିଙ୍କୁ ନକଲି ଘିଅ ବିଷୟରେ ଜଣାଇବାରୁ ଏସ୍ପିଙ୍କ ନିର୍ଦେଶ କ୍ରମେ ଏକ ଟିମ୍ ଗଠନ କରାଯାଇଥିଲା । ସୂଚନା ଅନୁସାରେ, ରାଉରକେଲା ସହରରେ ନକଲି ଓମଫେଡ୍ ଘିଅର କାରବାର ଚାଲିଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲା ପୋଲିସ […]
ରିମାଣ୍ଡରେ ବାହାରିବ ସତ । କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ଥିବା ଅଦ୍ଭିକ୍ ଶ୍ରୀବାସ୍ତବକୁ ରିମାଣ୍ଡରେ ନେଇଛି ଇନ୍ଫୋସିଟି ପୋଲିସ । ଗୁରୁବାରଠୁ ଅଭିଯୁକ୍ତ ଅଦ୍ଭିକ୍ ଶ୍ରୀବାସ୍ତବକୁ ତିନି ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ସୂଚନା ଅନୁଯାୟୀ, ଦୁଇବର୍ଷ ତଳେ ପ୍ରକ୍ରିତି ଓ ଆଦଭିକ୍ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହାରି ଭିତରେ ପ୍ରକ୍ରିତିଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ଆଦଭିକ୍ ମୋବାଇଲରେ ରଖିଥିଲେ। […]
ଗ୍ରୀଡ୍କୋ ବିଦ୍ୟୁତ୍ ନିୟାମକ ଆୟୋଗ ଗ୍ରୀନ୍ ଏନର୍ଜି ଓପନ ଆକ୍ସେସ୍ ରେଗୁଲେଶନ୍ସ, ୨୦୨୩ ଅଧୀନରେ ମେସର୍ସ ଅଭାଡା ଗ୍ରୀନ୍ ଏଚ୍ ୨ ପ୍ରାଇଭେଟ୍ ଲିମିଟେଡ୍୍ ସହ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁସାରେ ୨୫ ବର୍ଷ ପାଇଁ ଗଞ୍ଜାମର ଗୋପାଳପୁରରେ ବାର୍ଷିକ ୦.୫ ମେଟ୍ରିକ ଟନ୍ ବିଶିଷ୍ଟ ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ ପାଇଁ ୩୦୦ ମେଗାୱାଟର ସବୁଜ ପାୱାର ବ୍ୟାଙ୍କିଙ୍ଗ୍ ସୁବିଧା ପ୍ରଦାନ କରିବ।ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ […]
ଚଳିତ ବର୍ଷ ଖରାର ଉତ୍ତାପ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଫେବୃଆରୀ ମାସରୁ ଖରାର ତାପମାତ୍ରା ବୃଦ୍ଧି ପାଉଥିବାରୁ ଅପ୍ରେଲ ମାସରେ ରୌଦ୍ରତାପ ବୃଦ୍ଧି ଯୋଗୁଁ ଅଂଶୁଘାତ ଆଶଙ୍କା ବଢ଼ିଯାଇଛି। ଏଣୁ ସମ୍ପୂର୍ଣ୍ଣ ଖରାରେ କାର୍ଯ୍ୟରତ ଶ୍ରମିକଙ୍କୁ ଚଳିତ ଅପ୍ରେଲ ୧ ତାରିଖରୁ ଜୁନ ୧୫ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପ୍ରଚଣ୍ଡ ଖରାରେ କାର୍ଯ୍ୟ କରିବାକୁ ବାରଣ କରାଯାଇଛି।ଏହି ପରିପ୍ରେକ୍ଷୀରେ, ଶ୍ରମ ଏବଂ ଇଏସଆଇ ବିଭାଗ ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ ଆରଡିସି/କଲେକ୍ଟର/ବିଭାଗ/ଶ୍ରମ କମିଶନର, […]
ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା। ୩ ଘଣ୍ଟା ପାଇଁ ୫ ଜିଲ୍ଲାକୁ ବର୍ଷା ପାଇଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।ଢେଙ୍କାନାଳ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର। ହାଲୁକାରୁ ମଧ୍ୟମ ଧରଣର ବର୍ଷାର ପୂର୍ବାନୁମାନ କରାଯାଇଛି। ରାଜଧାନୀ ବ୍ୟତୀତ ରାଜ୍ୟର ଅନେକ ସ୍ଥାନରେ ଏହି ବର୍ଷା ଦେଖିବାକୁ ମିଳିଛି। ନିମ୍ବଚାପ ରେଖା ପ୍ରଭାବରେ ଏହି ବର୍ଷା ଜାରି ରହିଛି। ଆଜି ୩ ଜିଲ୍ଲାକୁ ଅରେଞ୍ଜ […]
ମେଷଆଜିର ଦିନଟିରେ ଆପଣଙ୍କ ଆତ୍ମିଅଙ୍କ ସହଯୋଗ କରିବାରୁ ଆନନ୍ଦିତ ରହିବେ । ବସ୍ତ୍ରଭୂଷଣ ପ୍ରାପ୍ତି ମାଧ୍ୟମରେ ଦିନଟି ଖୁସିରେ ଅତିବାହିତ କରିବେ। ସ୍ବାସ୍ଥ୍ୟ ସ୍ଥିତିରେ ସମ୍ପୂର୍ଣ୍ଣ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ କିନ୍ତୁ କୌଣସି କ୍ଷେତ୍ରରୁ ବାଧା ଦେଇପାରିବେ ନାହିଁ । ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରୁ ଶୁଭଫଳ ମିଳିବ। ବୃଷସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଭୁଲ୍ ବୁଝାମଣା ବଶତଃ କ୍ଷୁବ୍ଧ ହୋଇ ସ୍ତ୍ରୀ ମୁହଁ […]
୨୦୨୪ ନଭେମ୍ବରରେ ରାଜ୍ୟରେ ହୋଇଥିବା ହାତୀ ଗଣନା ପ୍ରକାଶ ପାଇଛି। ରାଜ୍ୟରେ ବର୍ତ୍ତମାନ ୨,୧୦୩ ହାତୀ ଅଛନ୍ତି।ଗତ ତିନି ବର୍ଷରେ ସଂଗୃହିତ ତଥ୍ୟ ଅନୁଯାୟୀ, ରାଜ୍ୟରେ ପ୍ରତିବର୍ଷ ହାରାହାରି ୮୧ଟି ହାତୀ ମୃତ୍ୟୁବରଣ କରନ୍ତି। ଶିକାର, ବିଦ୍ୟୁତ ଆଘାତ, ଟ୍ରେନ୍ ଦୁର୍ଘଟଣା, ସଡ଼କ ଦୁର୍ଘଟଣା, ବିଭିନ୍ନ ରୋଗ, ମଣିଷ-ହାତୀ ସଂଘର୍ଷ ଏବଂ ଝଗଡ଼ା, ପାହାଡ଼ରୁ ପଡ଼ିବା, ବୁଡ଼ିଯିବା ଏବଂ ବାର୍ଦ୍ଧକ୍ୟ ଭଳି ପ୍ରାକୃତିକ କାରଣଗୁଡ଼ିକ ହେଉଛି ଓଡ଼ିଶାରେ ହାତୀ ମୃତ୍ୟୁର ମୁଖ୍ୟ କାରଣ। ତେବେ ରିପୋର୍ଟରୁ ଜଣାପଡିଛି […]
ଦିଲ୍ଲୀରେ ଭାଜପା ଏହାର ମୁଖ୍ୟମନ୍ତ୍ରୀଙ୍କ ନାମ ପ୍ରକାଶ କରିଛି ଏବଂ ବିଧାୟକ ଦଳ ବୈଠକରେ ରେଖା ଗୁପ୍ତାଙ୍କ ନାମ ଚୂଡ଼ାନ୍ତ ହୋଇଛି। ସାଲିମାରବାଗରୁ ବିଧାୟିକା ଅଛନ୍ତି ରେଖା ଗୁପ୍ତା । ଦିଲ୍ଲୀ ବିଜେପିର ସେ ମହାସଚିବ ଅଛନ୍ତି । ବିଜେପି ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷା ଅଛନ୍ତି ରେଖା । ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ କାଲି ରାମଲୀଳା ମୈଦାନରେ ହେବ । ତାଙ୍କ ନାଁ ସିଏମ ରେସର ସବୁଠାରୁ ଆଗରେ ରହିଥିଲା । ଏଥିସହିତ ଦଳ ପ୍ରବେଶ ବର୍ମା […]
କଟକ ନିଆଳିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ ସ୍କୁଲ ପାଚେରୀ ଭୁଶୁଡ଼ି ଯାଇ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ ଗୋବିନ୍ଦପୁର ଥାନା ନୋଦା ପ୍ରାଥମିକ ସ୍କୁଲରେ ଘଟିଛି ଏହି ଅଭାବନୀୟ ଘଟଣା।ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଅଡ଼ଶପୁର ମେଡ଼ିକାଲ ପରେ ଏସିବିକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହି ଘଟଣାରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି।
ଆଳୁ ସଙ୍କଟ ନେଇ ଗୃହରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ ଏଥିସହ ସେ କହିଛନ୍ତି ଆଳୁ ସାଧାରଣତ ପଶ୍ଚିମବଙ୍ଗ ଆମଦାନୀ କରି ରାଜ୍ୟବାସୀ ଚାହିଦା ମେଣ୍ଟାଇଥାନ୍ତି ମାତ୍ର ଗତବର୍ଷ ଅର୍ଥାତ 2024 ମସିହା ଜୁଲାଇ ମାସରେ ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟକୁ ଆଳୁର ରପ୍ତାନି ଉପରେ କଟକଣା ଲାଗୁ କରିବାରୁ ରାଜ୍ୟରେ ସାମୟିକ ଆଳୁ ସଂଙ୍କଟ ଦେଖାଯିବା ସଙ୍ଗେ ସଙ୍ଗେ ଏହାର ମୁଲ୍ୟରେ ବୃଦ୍ଧି ଘଟିଥଲା ହେଲେ ଏବେ ସେ ସମସ୍ୟା ଦୂର ହୋଇଛି। ଏନେଇ ସୂଚନା […]
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏହାର ପରୀକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛି । CBSE ନିଷ୍ପତ୍ତି ନେଇଛି ଯେ 2026 ରୁ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର କରାଯିବ ।ଏହାର ଡ୍ରାଫ୍ଟ ଖୁବ୍ ଶୀଘ୍ର ପ୍ରକାଶିତ ହେବ, ଯାହା ଉପରେ ଲୋକଙ୍କଠାରୁ ପରାମର୍ଶ ଲୋଡାଯିବ।କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୨୦୨୬-୨୭ ଶିକ୍ଷାବର୍ଷରୁ ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ୱସ୍ତରୀୟ ପାଠ୍ୟକ୍ରମ ପ୍ରଚଳନ କରିବ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର […]
ତାମିଲନାଡୁରେ ଲଜ୍ଜା । ଓଡିଶାର ଜନୈକ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗ । ସ୍ୱାମୀ ଆଗରେ ସ୍ତ୍ରୀକୁ ଗଣ ଦୁଷ୍କର୍ମ ଅଭିଯୋଗ ।ବଳାତ୍କାର କରିଥିବା ୩ ପ୍ରବାସୀ ଶ୍ରମିକ ବିହାରର ବୋଲି ଜଣାପଡ଼ିଛି । ତିନିଜଣଯାକ ଶ୍ରମିକ ପ୍ରଥମେ ମହିଳାଙ୍କ ହାତ ବାନ୍ଧି ଦେଇଥିଲେ । ତା’ପରେ ପୁଅ ଓ ସ୍ୱାମୀ ଆଖି ସାମ୍ନାରେ ଜଣ ଜଣ କରି ତାଙ୍କୁ ବଳାକ୍ରାର କରିଥିଲେ । ମହିଳାଙ୍କୁ ଛୁରୀ ଦେଖାଇ ସେମାନେ ଡରେଇଥିଲେ ।ଆଇଏଏନଏସ୍ ପକ୍ଷରୁ ପ୍ରକାଶିତ ରିପୋର୍ଟ […]
