author

ହୋମ୍‌ଗାର୍ଡ ନିଯୁକ୍ତି ଉପରେ ଥିବା ରହିତାଦେଶକୁ ପ୍ରତ୍ୟାହୃତ

ରାଜ୍ୟରେ ହୋମ୍‌ଗାର୍ଡଙ୍କ ନିଯୁକ୍ତି ଉପରେ ଥିବା ରହିତାଦେଶକୁ ପ୍ରତ୍ୟାହୃତ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି ବ୍ୟାନ୍‌ ପ୍ରତ୍ୟାହୃତ ହୋଇଛି। ଏହାଦ୍ବାରା ରାଜ୍ୟରେ ଖାଲିଥିବା ହୋମ ଗାର୍ଡ ପଦବୀ ଖୁବ୍ ଶୀଘ୍ର ପୂରଣ ହୋଇ ପାରିବ।ସୂଚନାଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ହୋମ ଗାର୍ଡ ପଦବୀ ସଂଖ୍ୟା ୧୭,୬୭୫ ଥିବା ବେଳେ ୧୫,୩୦୬ ଜଣ ହୋମ ଗାର୍ଡ କାର୍ଯ୍ୟରତ ଅଛନ୍ତି । ୨୩୬୯ ପଦବୀ ଖାଲି ଅଛି । ଏହି ନିଷ୍ପତ୍ତି ଦ୍ବାରା […]

ପଦ୍ମ ବିଜେତାଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ରାଜ୍ୟ ସରକାର ଶନିବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ସମ୍ମାନ ସୂଚକ ସହାୟକ ରାଶି ମିଳିବ। ସେମାନଙ୍କୁ ମାସିକ ୩୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି।ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ସମସ୍ତ ୫୫ ଜଣ ଜୀବିତ ପଦ୍ମ ପୁରସ୍କାରପ୍ରାପ୍ତ ବ୍ୟକ୍ତି ମାସକୁ ୩୦ ହଜାର ଟଙ୍କା ଲେଖାଏଁ ସମ୍ମାନ ସୂଚକ ସହାୟକ ରାଶି ପାଇପାରିବେ। ଏଥିପାଇଁ ବର୍ଷକୁ ୨ କୋଟି […]

ବରିଷ୍ଠ ଆଇଏଏସସ୍ତରରେ ଅଦଳବଦଳ । 

ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ଆଇଏଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳକ କରାଯାଇଛି। ଶକ୍ତି ବିଭାଗର ସଚିବ ପଦରୁ ହେମନ୍ତ ଶର୍ମାଙ୍କୁ ବଦଳି କରାଯାଇଛି। ପ୍ରମୁକ ସଚିବ ବିଶାଲ କୁମାର ଦେବଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ପ୍ରମୁଖ ସଚିବ ସଞ୍ଜୟ ସିଂହଙ୍କୁ ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ସଚିବ ଦେଓରଞ୍ଜନ ସିଂହଙ୍କୁ ଅତିରିକ୍ତ ଦାୟିତ୍ବ ମିଳିଛି। ଏସଆରସି ଦାୟିତ୍ବ ସହ ଓଏଫଡିସି ଅଧ୍ୟକ୍ଷ ଭାବେ ଅତିରିକ୍ତ […]

କେ.ଏସ.ବି.ପବ୍ଲିକ ସ୍କୁଲରେ ପିଲାଙ୍କ ବିଜ୍ଞାନ ମେଳା, ୧୦ ପ୍ରକଳ୍ପ ରାଜ୍ୟସ୍ତରକୁ ଉନ୍ନୀତ

ନୟାଗଡ଼,(ଓଡ଼ିଶାଦର୍ପଣ):ଶରଣକୁଳ କେ.ଏସ.ବି.ପବ୍ଲିକ ସ୍କୁଲରେ ଶନିବାର ବିଦ୍ୟାଳୟ ସ୍ତରୀୟ ପିଲାଙ୍କ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ବିଜ୍ଞାନ ମେଳାକୁ ବିଦ୍ୟାଳୟର ସମ୍ପାଦକ ପ୍ରଶାନ୍ତ କୁମାର ଦାଶ ଓ ଅଧ୍ୟକ୍ଷ ନୀଳମାଧଵ ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସର୍ବ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ଏହିପରି ତିନିଗୋଟି ବିଭାଗରେ ମୋଟ ୮୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ସେଥିମଧ୍ୟରୁ ୧୦ ଟି ପ୍ରକଳ୍ପ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାକୁ […]

ଅଭିଯୁକ୍ତକୁ ରିମାଣ୍ଡରେ ନେଇ ପଚରାଉଚରା କରିବ ପୋଲିସ

ରାଜଧାନୀରେ ଲଭ ଜିହାଦ୍‌ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମୀର ମନସୁର ଗିରଫ । ମନସୁରର ମୋବାଇଲ୍‌ ଖୋଲିବ ସତ । ଅଭିଯୁକ୍ତକୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ ପୋଲିସ । ଓଡ଼ିଶାର ଜଗତସିଂହପୁର ଜିଲା ରାହାମା ଅଞ୍ଚଳର ଜଣେ ଯୁବତୀଙ୍କ ସହ ଅନଲାଇନ୍‌ ଗେମ୍‌ରୁ ତାଙ୍କର ପରିଚୟ ହୋଇଥିଲା। ପରେ ସେମାନେ ପ୍ରେମ ସମ୍ପର୍କରେ ଆସିଥିଲେ। ମନସୁର ତାଙ୍କର ପ୍ରକୃତ ପରିଚୟ ଆରମ୍ଭରୁ ଲୁଚାଇ ରଖିଥିଲେ। ପରିଚୟ ଜାଣିବା ପରେ ଯୁବତୀ ଜଣଙ୍କ ଦୂରେଇବାକୁ ଚେଷ୍ଟା […]

ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ପ୍ଲାଷ୍ଟିକ୍‌ ମନା

ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ଅଣବିଘଟନ ପ୍ଲାଷ୍ଟିକ୍‌କୁ ବାରଣ କରାଯାଇଛି। ଛାତ୍ରୀଛାତ୍ର କିଭଳି ପ୍ଲାଷ୍ଟିକ୍‌ ବ୍ୟବହାର ନ କରିବେ ସେନେଇ ସଚେତନ କରାଯିବ। କଲେଜ କ୍ୟାଣ୍ଟିନ, ହଷ୍ଟେଲକୁ ଏକକ ବ୍ୟବହାର ପ୍ଲାଷ୍ଟିକ ଆସିବନି।ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ପାଇଁ ଉନ୍ନତ ଭାରତ ଅଭିଯାନରେ ପ୍ରତ୍ୟେକ ଉଚ୍ଚ ଶିକ୍ଷାନୁଷ୍ଠାନ ଗୋଟିଏ ଲେଖାଏଁ ଗାଁକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବେ । ଏନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏ ନେଇ ସମସ୍ତ ବିଶ୍ବବିଦ୍ୟାଳୟ […]

ନୟାଗଡ଼ରେ ଜାତୀୟ ଆଇନ ସେବା ଦିବସ ପାଳିତ

ନୟାଗଡ଼, (ଓଡ଼ିଶା ଦର୍ପଣ):ଭାରତବାସୀଙ୍କୁ ସ୍ୱଳ୍ପ ସମୟ ଏବଂ ବିନା ମୂଲ୍ୟରେ ନ୍ୟାୟ ଯୋଗାଇବା ଉଦ୍ଦେଶ୍ୟରେ ନଭେମ୍ବର ୯ ତାରିଖ ୧୯୯୫ ମସିହାରୁ, ଜାତୀୟ ଆଇନ ସେବା ପ୍ରାଧିକରଣ ଗଠନ କରାଯାଇଅଛି । ଏହି ଉଦ୍ଦେଶ୍ୟରେ ଆଜିର ଦିବସ ନଭେମ୍ବର ୯ କୁ ଜାତୀୟ ଆଇନ ସେବା ଦିବସ ରୂପେ ପାଳନ କରାଯାଉଅଛି । ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ  ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ନୟାଗଡ଼ ଜିଲ୍ଲା ଆଇନ ସେବା […]

ଶ୍ରୀମନ୍ଦିରରେ ବଙ୍ଗୀୟ ଭକ୍ତ ଓ ଜେଟିପିଙ୍କ ମଧ୍ୟରେ ମାରପିଟ ।

ଶ୍ରୀମନ୍ଦିରରେ ପୁଲିସ କର୍ମଚାରୀଙ୍କୁ ଜଣେ ବଙ୍ଗୀୟ ପର୍ଯ୍ୟଟକ ଶନିବାର ମାଡ ମାରିଛନ୍ତି । ଜଣେ ଜେଟିପିଙ୍କୁ ପର୍ଯ୍ୟଟକ ମାଡ ମାରି ତାଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି । ଘଣ୍ଟିଦ୍ୱାର ନିକଟରେ ପ୍ରବେଶକୁ ନେଇ ବଚସା ପରେ ପିଟିଛନ୍ତି । ପୋଲିସ ଆହତ ଜେଟିପି ଓ ବଙ୍ଗୀୟ ଭକ୍ତଙ୍କୁ ରଖି ପଚାରଉଚରା ଜାରି ରଖିଛି । ଶ୍ରୀମନ୍ଦିର ଜେଟିପି ଗୁପ୍ତେଶ୍ୱର ରାଉତରାୟଙ୍କ କହିବା ଅନୁସାରେ ଆଜି ସକାଳ ୯ଟା ସମୟରେ ସେ ଶ୍ରୀମନ୍ଦିର ଘଣ୍ଟି ଦ୍ୱାରରେ ହବିଷ୍ୟାଳିଙ୍କ ଶୃଙ୍ଖଳିତ […]

ପିଆଜ ଦରରେ ଲାଗିଛି ନିଆଁ

ପିଆଜ ଦରରେ ଲାଗିଛି ନିଆଁ । ହାତ ମାରିବାକୁ ଲାଗୁଛି ଡର । ମହାରାଷ୍ଟ୍ର, , ଦିଲ୍ଲୀ , ଲକ୍ଷ୍ମୌରେ ପିଆଜ ଦର ରାତାରାତି ବୃଦ୍ଧି ପାଉଛି ।ଯେଉଁଠି ଦୁଇ ଦିନ ପୂର୍ବରୁ ଏକ କେଜି ପିଆଜ ଦାମ ୪୦ରୁ ୫୦ ଟଙ୍କା ଥିଲା ସେଠିଏବେ ଦର ୮୦ରୁ ୯୦ ଟଙ୍କାରେ ପହଞ୍ଚିଛି ଦରଦାମ ବଢ଼ିବା ପରେ କେବଳ ଖାଉଟି ନୁହେଁ ଗ୍ରାହକ ମଧ୍ୟ ଚିନ୍ତାରେ ପଡିଛନ୍ତି । ଦରବୃଦ୍ଧି ଚାପରେ ପେଷି ହେଉଥିବା ଗରିବ ଖାଉଟି […]

ଶ୍ମଶାନରୁ ପୂର୍ବତନ ବିଧାୟକଙ୍କ ପତ୍ନୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ସତ୍ୟନଗର ଶ୍ମଶାନରୁ ପୁଲିସ ଶନିବାର ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଛି। ମୃତା ମହିଳା ହେଲେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ସ୍ତ୍ରୀ।ମୃତ ମହିଳାଙ୍କ ସମ୍ପର୍କୀୟ ଜାଣିବା ପରେ ପୋଲିସକୁ ନେଇ ଶ୍ମଶାନକୁ ଆସିଥିଲେ । ଶ୍ମଶାନରୁ ଅଧାପୋଡା ମୃତଦେହ ଜବତ କରିଛି ପୋଲିସ । ପୋଷ୍ଟମର୍ଟମ ନକରି ଶବଦାହ କରାଇବା ଅଭିଯୋଗରେ ଜବତ ହୋଇଛି । ସମ୍ପତ୍ତି ପାଇଁ ବୋହୁ ଶାଶୂଙ୍କ ମାରି ଦେଇଥିବା ଅଭିଯୋଗ ହେଇଥିବା ବେଳେ , ବୋହୁଙ୍କ ଅଭିଯୋଗ […]

ଜଙ୍ଗଲ ଗଲା ଯମୁନା, ଏବେ ଗତିିବିଧି ଉପରେ ନଜର

ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଏନ୍‌କ୍ଲୋଜରରେ ଥିବା ବାଘୁଣୀ ‘ଯମୁନା’କୁ ଶନିବାର ବନ ବିଭାଗ ପକ୍ଷରୁ ଶିମିଳିପାଳ ଅଭୟାରଣ୍ୟର କୋର ଘଞ୍ଚ ଜଙ୍ଗଲରେ ଛଡ଼ାଯାଇଛି। ଯମୁନା ଉପରେ ବନ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ନଜର ରଖିବେ ବୋଲି ଶିମିଳିପାଳ ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ା ସୂଚନା ନେଇଛନ୍ତି।ରେଡ଼ିଓ କଲର୍ ମାଧ୍ୟମରେ ତାର ଗତିବିଧି ଉପରେ ନଜର ରଖାଯିବ । ଶିମିଳିପାଳ ବାଘମାନଙ୍କ ସହ ଯମୁନା କିପରି ମିଳାମିଶା କରିବ ତା ଉପରେ ମଧ୍ୟ ନଜର ରଖିଛି ଶିମିଳିପାଳ […]

ଆସନ୍ତା ୧୫ ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ।

ଆସନ୍ତା ୧୫ ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନଜାତି ଗୌରବ ଦିବସକୁ କରିବେ ଉଦଘାଟନ । ଏହି ଅବସରରେ ସ୍ୱାଧିନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜନ୍ମତିଥି ପାଳନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମ ୧୫ରୁ ଆରମ୍ଭ ହୋଇ ବର୍ଷବ୍ୟାପୀ ଚାଲିବ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ ।ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷଥର ଲାଗି ଗତ ସେପ୍ଟେମ୍ବର ମାସ ୧୭ ତାରିଖରେ ଓଡ଼ିଶାରେ ‘ସୁଭଦ୍ରା’ […]