ଆୟୁଷ୍ମାନ ଭାରତ ପିଏମ ଜନ ଆରୋଗ୍ୟ ଯୋଜନା ନେଇ କେନ୍ଦ୍ର ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡାଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷର ହୋଇଛି । ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ମଧ୍ୟ ଉପସ୍ଥିତ ରହିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେବା ସହ କହିଛନ୍ତି, ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ଏମଓୟୁ […]
ଲୋକସେବା ଭବନରେ ମାତିଛନ୍ତି ଦଲାଲ । ଚାକିରି କରାଇଦେବାକୁ କହି ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା । ଏମିତି ଜଣେ ଠକ ଦଲାଲର କଳାକାରନାମା ପଦାକୁ ଆସିଛି । କ୍ୟାପିଟାଲ ଥାନା ପୁଲିସ୍ ଦଲାଲ ବ୍ୟାସଦେବ ରଣାକୁ ଗିରଫ କରିଛି। ବ୍ୟାସଦେବ ନିଜକୁ ପଞ୍ଚାୟତି ରାଜ ବିଭାଗର ଜଣେ ସେକ୍ସନ ଅଫିସର ଭାବେ ପରିଚୟ ଦେଇ ଲୋକଙ୍କୁ ଠକି ଚାଲିଥିଲା। ଏହିକ୍ରମରେ ସେ ଜଣଙ୍କ ଠାରୁ ଚାକିରି କରାଇ ଦେବା ନାଁରେ ପ୍ରାୟ ୧୨ ଲକ୍ଷ ଟଙ୍କା ନେଇ […]
ପାରାଦ୍ବୀପ ବନ୍ଦର ନିକଟରେ ପ୍ରତିଷ୍ଠା ହେବ ଜାହାଜ ଭଙ୍ଗା କେନ୍ଦ୍ର। ଜାହାଜ ପୁନଃପ୍ରକ୍ରିୟାକରଣ କେନ୍ଦ୍ର ୪ ହଜାର କୋଟି ଟଙ୍କା ବିନିଯୋଗ କରାଯିବ। ଏହାଦ୍ବାରା ଓଡ଼ିଶାର ସାମୁଦ୍ରିକ ଓ ଶିଳ୍ପ ପରିଦୃଶ୍ୟରେ ପରିବର୍ତ୍ତନ ଆସିବ। ବ୍ୟାପକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ପୁରୁଣା ଜାହାଜ ଗୁଡିକୁ ଭଙ୍ଗାଯାଇ ସେଥିରୁ ଇସ୍ପାତ, ଆଲୁମିନିୟମ ଓ ତମ୍ବା ଆଦି ବାହାର କରାଯାଇ ସେଥିରୁ ବିଭିନ୍ନ ଯନ୍ତ୍ରପାତି ପ୍ରସ୍ତୁତ କରାଯିବ। ତେବେ ଏହି ଜାହାଜ ଭଙ୍ଗା କେନ୍ଦ୍ର ପ୍ରତିଷ୍ଠା କ୍ଷେତ୍ରରେ […]
ରାଜଧାନୀରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ରୁମ୍ର ଫ୍ୟାନରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ ।ମୃତା ଛାତ୍ରୀଜଣକ +୨ ଦ୍ୱିତୀୟ ବର୍ଷର ଛାତ୍ରୀ। ଉତ୍କଳିକା ସ୍ୱାଇଁ ବୋଲି ଜଣାଯାଇଛି |ଉତ୍କଳିକା ରହୁଥିବା ରୁମ୍ରେ ୩ ଜଣ ରହୁଥିବାବେଳେ ଅନ୍ୟ ୨ ଜଣ ଛୁଟିରେ ଗାଁକୁ ଯାଇଥିଲେ । ତେବେ ଉତ୍କଳିକାଙ୍କ ମୃତ୍ୟୁ ସଂପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନି । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ […]
ତ୍ରିବେଣୀ ସଙ୍ଗମରେ ମହାକୁମ୍ଭ ସୋମବାରଠୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଦିବ୍ୟ ଆସ୍ଥା ସ୍ଥଳିରେ ଶ୍ରଦ୍ଧାର ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳ । ଏହି ମେଳା ଆସନ୍ତା ଦେଢ଼ ମାସ ଅର୍ଥାତ୍ ଫେବ୍ରୁଆରୀ ୨୬ ତାରିଖ ଯାଏଁ ଚାଲିବ । ଗତକାଲି ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଗଙ୍ଗାସାଗରରେ ପହଞ୍ଚିଥିଲେ । ୧୫ ତାରିଖ ସକାଳ ପର୍ଯ୍ୟନ୍ତ ମହେନ୍ଦ୍ର ବେଳାରେ ମକରବୁଡ଼ ଦେବାଲାଗି ଲକ୍ଷାଧିକ ଲୋକ ଗଙ୍ଗାସାଗରରେ ପହଞ୍ଚିଲେଣି। ମେଳାରେ ତୀର୍ଥଯାତ୍ରୀଙ୍କ ସୁବିଧା […]
ଆଜି ହେଉଛି ଏଗାର ଦିନ ଧରି ଚାଲିଥିବା ବରଗଡ ଧନୁଯାତ୍ରା ଅନ୍ତିମ ଦିବସ । କଂସର ବଧ ସହ ପରିସମାପ୍ତି ଘଟିବ ଏଗାର ଦିନ ମହାନାଟକ । ତେବେ ଅନ୍ତିମ ଦିନରେ କୃଷ୍ଣବଲରାମଙ୍କ ହସ୍ତରେ କୁବଳୟା ହସ୍ତୀ ବଧ, ଚାଣ୍ଡୁର ଓ ମୁଷ୍ଟିକ ଆଦି ମଲ୍ଲ ନିଧନ , ଶିବ ଧନୁ ଭଙ୍ଗ, ଉଗ୍ରସେନଙ୍କ ରାଜ୍ୟାଭିଷେକ ଏବଂ ଦେବକୀ ବାସୁଦେବଙ୍କୁ କାରାଗାରରୁ ମୁକ୍ତି ଆଦି ଦୃଶ୍ୟ ଅଭିନୀତ ହେବ । ସୁଚନା ଅନୁଯାୟୀ ଉଦଘାଟିତ ହୋଇଥିଲା ୭୭ […]
ଆଜି ପୌଷ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେକ ପୂର୍ଣ୍ଣିମା ନୀତି। ଆଜି ମହାପ୍ରଭୁଙ୍କର ୩୯ଟି ନୀତି ରହିଥିବାରୁ ବିଭିନ୍ନ ସେବାୟତ ନିଯୋଗ ସହ ସମନ୍ୱୟ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ପ୍ରତି ବର୍ଷ ରତ୍ନ ସିଂହାସହନରେ ବିରାଜମାନ ଚତୁର୍ଦ୍ଦା ମୂର୍ତ୍ତି ୪ ଥର ସୁନା ବେଶ ହୋଇଥାନ୍ତି । ପୌଷ ପୂର୍ଣ୍ଣିମାରେ ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ମହଣ ମହଣ ସୁନା ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି। ରତ୍ନ ସିଂହାସନରେ ବିରଜାମାନ ଚତୁର୍ଦ୍ଦା ମୂର୍ତ୍ତିଙ୍କର […]
ଆଜିଠାରୁ ସାଧାରଣ ଲୋକଙ୍କ ପାଇଁ ରାଜଭବନ ଉଦ୍ୟାନ ଖୋଲିବ। ଏହା ୨୨ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ।ଅପରାହ୍ନ ୨ଟା୩୦ରୁ ସଂଧ୍ୟା ୫ଟା ଯାଏଁ ଉଦ୍ୟାନ ପିରଦର୍ଶନ ସମୟ ଧାଯ୍ୟ କରାଯାଇଛି। କେବଳ ମୋବାଇଲ ଆପ୍ ପଞ୍ଜୀକରଣ ମାଧ୍ୟମରେ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯିବ ଏବଂ ରାଜଭବନ ଉଦ୍ୟାନ ପରିଦର୍ଶନ ପାଇଁ କୌଣସି ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଏଥିନିମନ୍ତେ ପ୍ଲେ ଷ୍ଟୋର କିମ୍ବା ଆପ୍ସ ଷ୍ଟୋରରୁ ଉଦ୍ୟାନ ପରିଦର୍ଶନ, ରାଜଭବନ, ଓଡ଼ିଶାର ମୋବାଇଲ ଆପ୍ […]
ବରଗଡ଼ରେ ନିର୍ମାଣ ହେବ ଭବ୍ୟ କଂସ ରାଜମହଲ। ସ୍ଥାୟୀ ରାଜମହଲ ପାଇଁ ଖର୍ଚ୍ଚ ହେବ ୧୨କୋଟି ୮୦ ଲକ୍ଷ ଟଙ୍କା। ରବିବାର ବରଗଡ଼ ଗସ୍ତରେ ଯାଇ ଧନୁଯାତ୍ରା ଦେଖିବା ସହ ମଥୁରା ନଗରୀରେ ମୁଖ୍ୟମନ୍ତ୍ରୀ କରିଛନ୍ତି ଏହି ଘୋଷଣା। ଏହା ସହ ଡିପିଆର ପ୍ରସ୍ତୁତ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ଯମୁନା ନଦୀ ବୋଲାଉଥିବା ଜିରା ନଦୀରେ ଆନିକଟ ପାଇଁ ୮୦ କୋଟି ଟଙ୍କା ମଞ୍ଜୁରୀ ହୋଇଛି । କେନାଲର ସୋନ୍ଦର୍ୟ୍ୟକରଣ ପାଇଁ ୩୦ କୋଟି ଟଙ୍କା […]
ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷାରେ ନିୟୋଜିତ ଥିବା ପୋଷା ହାତୀ ମହିନ୍ଦ୍ରାର ମୃତ୍ୟୁ ଘଟିଛି। ରବିବାର ରାତି ସାଢ଼େ ୯ଟାରେ ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିବା ପରେ ବନକର୍ମଚାରୀ ଓ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଗଭୀର ଆଘାତ ଲାଗିଛି।ସୂଚନା ଥାଉକି, ଦୀର୍ଘଦିନ ଧରି ଶିମିଳିପାଳରେ କାଠ ମାଫିଆ ଓ ଶିକାରୀ ମାନଙ୍କୁ ଧରିବାରେ ବନବିଭାଗକୁ ସହାୟତା କରି ଆସୁଥିଲା । ଦୁଇ ବର୍ଷ ପୂର୍ବେ ତାକୁ ଅନୁଗୁଳ ସାତକୋଶିଆ ଅଭୟାରଣ୍ୟକୁ ନିଆଯାଇଥିଲା । କିଛି ମାସ ପୂର୍ବରୁ ଶିମିଳିପାଳକୁ ଫେରିବା […]
ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ । ବୃଷ : ଆଜି ବାଣିଜ୍ୟ, […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଚିନିକଳ ମିଳିତ କ୍ରିୟାନୁଷ୍ଠାନ କମିଟି ଆଜି ନୟାଗଡ଼ର ପାଣିପୋଇଲା ଡ୍ୟାମ ଠାରେ ଏକ ବୈଠକ ଆୟୋଜନ କରାଯାଇ ପାଣିପୋଇଲା ଠାରେ ଚିନି କାରଖାନାର ପୁନରୁତ୍ଥାନ ବିଷୟରେ ଆଲୋଚନା କରାଯାଇଛି। ଆଖୁ ଚାଷୀ, ପୁରାତନ ନୟାଗଡ଼ ଚିନି କାରଖାନାର ପୂର୍ବତନ କର୍ମଚାରୀ ଏବଂ ସ୍ଥାନୀୟ ହିତାଧିକାରୀମାନେ ଏହି ସମାବେଶରେ ଅଂଶଗ୍ରହଣ କରି ଏହି ଅଞ୍ଚଳରେ ନୂତନ ଚିନି କାରଖାନା ଖୋଲିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ନୟାଗଡ଼ ଚିନିକଳ ମିଳିତ କ୍ରିୟାନୁଷ୍ଠାନ କମିଟି ଗତ […]
