ମକର ସଂକ୍ରାନ୍ତି ପୂର୍ବରୁ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଗୁଡି ଉଡ଼ା। ଗୁଡି ଉଡ଼ା ସମୟରେ ଘଟୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି କଟକ କମିଶନରେଟ ପୋଲିସ ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଇଛି। ମାଞ୍ଜା ସୂତାରେ ଗୁଡ଼ି ଉଡ଼ାଇଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ମାଞ୍ଜା ସୂତା ବିକ୍ରି କିମ୍ବା ସୂତାରେ ଗୁଡ଼ି ଉଡ଼ାଇଲେ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା । ବିପୁଳ ପରିମାଣରେ ବେଆଇନ ସୂତା ଜବତ୍ […]
ଦେଶରେ ୧୯୭୧ରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିରେ ଜେଲରେ ଥିବା ସଂଗ୍ରାମୀଙ୍କୁ ୨୦ ହଜାର ଟଙ୍କା ପେନ୍ସନ୍ ଏବଂ ମାଗଣାରେ ଚିକିତ୍ସା ଯୋଗାଇଦେବା ପ୍ରସ୍ତାବକୁ ଓଡ଼ିଶା ସରକାର ଅନୁମୋଦନ କରିଛନ୍ତି ବୋଲି ସୋମବାର ଗୃହ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ଜରୁରୀକାଳୀନ ପରିସ୍ଥିତି ସମୟରେ ଜେଲ୍ରେ ଥିବା ସଂଗ୍ରାମୀଙ୍କ ପାଇଁ ମାସକୁ ୨୦ ହଜାର ଟଙ୍କା ପେନସନ୍ ମଞ୍ଜୁର କରାଯାଇଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ରେଜୋଲୁସନ ନମ୍ବର ୨୪୭୮୬/ଏଚ୍ ର ୨୧ […]
ଶୀତରେ ଥରୁଛି ସାରା ଓଡ଼ିଶା । ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଶୀତ ହେବ । ଆଗକୁ ଆହୁରି ଶୀତ ବଢ଼ିବାର ସମ୍ଭାବନା ରହିଛି । ଅନ୍ୟପଟେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ବିଶେଷ କରି ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବରଗଡ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁରରେ ଶୀତ ଲହରୀ ଅନୁଭୁତ ହେବାର ସମ୍ଭାବନା […]
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାରା ଆଥଲେଟ୍ ପାୟଲ ନାଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ନିଜର କଠିନ ପରିଶ୍ରମ ବଳରେ ଷଷ୍ଠ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ବିଜେତା ଓଡ଼ିଶାର ଗର୍ବ। ସୂଚନାମୁତାବକ ମୁରିବାହାଲ ବ୍ଲକ ବାନ୍ଧୁପଲା ପଞ୍ଚାୟତ ଯମୁନାବହାଲ ଗାଁର ପାୟଲ ନାଗ । ଯାହାଙ୍କ ସାମ୍ନାରେ ହାର ମାନିଛି ଅକ୍ଷମତା । ରାଜସ୍ଥାନର ଜୟପୁରରେ ହେଉଥିବା ଜାତୀୟ ତୀରନ୍ଦାଜର ଖେଳରେ ସେ ପାଇଛନ୍ତି ଗୋଲ୍ଡ ମେଡାଲ । […]
ଖୋଲୁଛି ବଣ୍ଟି-ବବଲିଙ୍କ କଳାସାମ୍ରାଜ୍ୟ ଗୁମର । ଗାଙ୍ଗୁରାମ ଦୋକାନରୁ କୋଟିପତି ଅନିଲ । ଅନିଲଙ୍କ ଘର ୟୁନିଟ-୮ରେ। ସେ ଦୁଇ ଭାଇଙ୍କ ସହ ମିଶି ଗାଙ୍ଗୁରାମ ଦୋକାନ କରିଥିଲେ । ପରେ ଏକ ତେଜରାତି ଦୋକାନ ଖୋଲିଥିଲେ। ଏସବୁ ବ୍ୟବସାୟ ବନ୍ଦ କରି ଏକ ଖଣି କମ୍ପାନୀରେ ଚାକିରି କରିଥିଲେ।ହଂସିତାଙ୍କ ସଂସ୍ପର୍ଶରେ ଆସିବା ପରେ ସେ ଘର ଛାଡି ପଟିଆ ଅଞ୍ଚଳରେ ଥିବା ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟରେ ରହୁଥିଲେ। ମାତ୍ର ୨ ବର୍ଷ ଭିତରେ କୋଟି କୋଟି […]
ରାୟଗଡ଼ ଜିଲ୍ଲା । ରାୟଗଡ଼ ସହରରେ ଥିବା କାପୁ ସାହିରେ ମହା ଆଡ଼ମ୍ବରରେ ପାଳିତ ଭୋଗୀ। ମକର ସଂକ୍ରାନ୍ତିର ଆରମ୍ଭ ଭୋଗୀରୁ ହୋଇଥାଏ। ଏହାକୁ ତେଲୁଗୁ ଭାଷାରେ ପାଣ୍ଡୁଗୁ ବୋଲି କୁହାଯାଏ। ଏହି ପାଣ୍ଡୁଙ୍ଗୁ ପାଇଁ ସପରିବାର ସମସ୍ତ ସଦସ୍ୟ ଘର ବାହୁଡା ହୋଇଥିବାରୁ ପରିବାରରେ ଖୁସିର ଲହୋରି ଖେଳିଯାଇଛି । 12ତାରିଖ ରାତିରେ ପ୍ରବଳ ଶୀତରେ ସ୍ଥାନେ ସ୍ଥାନେ ଭୋଗିର ମଘା ପୋଡି କାର୍ଯ୍ୟକ୍ରମ ହୋଇଯାଇଛି । ରାୟଗଡ଼ ସହର କାପୂ ସାହି, ମେନ୍ ରୋଡ […]
ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁ ଓ ସହର । ବିଭିନ୍ନ ଦୋକାନ ବଜାର ଓ ରାସ୍ତାକଡ଼ରେ ବିକ୍ରି ହେଲାଣି ଗୁଡ଼ି। ମକରରେ ଗୁଡ଼ି ଉଡ଼ାଇବାର ଖୁସି ବିଶେଷକରି ଛୋଟ ଛୋଟ ପିଲାଙ୍କ ମଧ୍ୟରେ ଅଧିକ ଦେଖିବାକୁ ମିଳେ। ବିଭିନ୍ନ ନଦୀପଠା, ଖେଳ ପଡ଼ିଆ ଓ ଛାତ ଉପରେ ଗୁଡ଼ି ଉଡ଼ାଇବାର ଦୃଶ୍ୟ ମଧ୍ୟ ଏହି ସମୟରେ ପରିଲକ୍ଷିତ ହୋଇଥାଏ। ଶୀତ ଦିନ ଆସିଲେ ନଟେଇ ଖୋଜା ପଡେ । ବଜାରରୁ ସୂତା କିଣି ଆଣି […]
ବିଶ୍ବର ଅନ୍ୟତମ ବୃହତ ଧାର୍ମିକ ସମାବେଶ ମହାକୁମ୍ଭ ମେଳା। ଏହାକୁ ମାନବ ଜାତିର ସବୁଠୁ ବଡ଼ ସାଂସ୍କୃତିକ ସମାଗମ ବୋଲି ମଧ୍ୟ ବିଶ୍ବାସ କରାଯାଏ। ଆଜି ପୌଷ ପୂର୍ଣ୍ଣିମା ଉପଲକ୍ଷେ ଥିଲା ପ୍ରଥମ ସ୍ନାନ । ପ୍ରଥମ ଦିନରେ ହିଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି । ପ୍ରଥମ ଦିନରେ ପ୍ରାୟ ୧ କୋଟି ଲୋକ ସ୍ନାନ କରିଛନ୍ତି । ତେବେ ପ୍ରଥମ ସାହୀ ସ୍ନାନ ଆସନ୍ତା କାଲି ଅର୍ଥାତ ମକର ସଂକ୍ରାନ୍ତି ଉପଲକ୍ଷେ ଅନୁଷ୍ଠିତ […]
କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ” ଓଡ଼ିଶାରେ IT ପ୍ରଫେସନାଲଙ୍କର ଅଭାବ ନାହିଁ । ଓଡ଼ିଶାକୁ ଆଗାମୀ ଦିନରେ ଏକ ବଡ଼ IT ହବ୍ କରିବା ଲକ୍ଷ୍ୟ ରଖାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ସହ ଆଲୋଚନା ହୋଇଛି । ” ସେ ଆହୁରି କହିଛନ୍ତି ବର୍ତ୍ତମାନ 4 ଶିକ୍ଷାନୁଷ୍ଠାନରେ ସେମି କଣ୍ଡକ୍ଟର ଶିକ୍ଷା ଆରମ୍ଭ ହୋଇଥିବା ବେଳେ ଆଉ ୫ଟି କଲେଜରେ ସେମି କଣ୍ଡକ୍ଟର ଶିକ୍ଷା ପାଇଁ ପ୍ରସ୍ତାବ ଦେଉଛି । […]
ଆୟୁଷ୍ମାନ ଭାରତ ପିଏମ ଜନ ଆରୋଗ୍ୟ ଯୋଜନା ନେଇ କେନ୍ଦ୍ର ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡାଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷର ହୋଇଛି । ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ମଧ୍ୟ ଉପସ୍ଥିତ ରହିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେବା ସହ କହିଛନ୍ତି, ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ଏମଓୟୁ […]
ଲୋକସେବା ଭବନରେ ମାତିଛନ୍ତି ଦଲାଲ । ଚାକିରି କରାଇଦେବାକୁ କହି ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା । ଏମିତି ଜଣେ ଠକ ଦଲାଲର କଳାକାରନାମା ପଦାକୁ ଆସିଛି । କ୍ୟାପିଟାଲ ଥାନା ପୁଲିସ୍ ଦଲାଲ ବ୍ୟାସଦେବ ରଣାକୁ ଗିରଫ କରିଛି। ବ୍ୟାସଦେବ ନିଜକୁ ପଞ୍ଚାୟତି ରାଜ ବିଭାଗର ଜଣେ ସେକ୍ସନ ଅଫିସର ଭାବେ ପରିଚୟ ଦେଇ ଲୋକଙ୍କୁ ଠକି ଚାଲିଥିଲା। ଏହିକ୍ରମରେ ସେ ଜଣଙ୍କ ଠାରୁ ଚାକିରି କରାଇ ଦେବା ନାଁରେ ପ୍ରାୟ ୧୨ ଲକ୍ଷ ଟଙ୍କା ନେଇ […]
ପାରାଦ୍ବୀପ ବନ୍ଦର ନିକଟରେ ପ୍ରତିଷ୍ଠା ହେବ ଜାହାଜ ଭଙ୍ଗା କେନ୍ଦ୍ର। ଜାହାଜ ପୁନଃପ୍ରକ୍ରିୟାକରଣ କେନ୍ଦ୍ର ୪ ହଜାର କୋଟି ଟଙ୍କା ବିନିଯୋଗ କରାଯିବ। ଏହାଦ୍ବାରା ଓଡ଼ିଶାର ସାମୁଦ୍ରିକ ଓ ଶିଳ୍ପ ପରିଦୃଶ୍ୟରେ ପରିବର୍ତ୍ତନ ଆସିବ। ବ୍ୟାପକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ପୁରୁଣା ଜାହାଜ ଗୁଡିକୁ ଭଙ୍ଗାଯାଇ ସେଥିରୁ ଇସ୍ପାତ, ଆଲୁମିନିୟମ ଓ ତମ୍ବା ଆଦି ବାହାର କରାଯାଇ ସେଥିରୁ ବିଭିନ୍ନ ଯନ୍ତ୍ରପାତି ପ୍ରସ୍ତୁତ କରାଯିବ। ତେବେ ଏହି ଜାହାଜ ଭଙ୍ଗା କେନ୍ଦ୍ର ପ୍ରତିଷ୍ଠା କ୍ଷେତ୍ରରେ […]
